ମଧ୍ୟରାତ୍ରିରେ ଉତ୍ସବ, ଜନ୍ମନେଲେ ଯିଶୁ

ଭୁବନେଶ୍ୱର,୨୫ା୧୨(ବ୍ୟୁରୋ):ଖ୍ରୀଷ୍ଟ୍ରିୟାନ ଧର୍ମାବଲମ୍ବୀଙ୍କ ବଡ଼ପର୍ବ ଖ୍ରୀଷ୍ଟମାସ ପାଳନ ପାଇଁ ଉତ୍ସବମୁଖର ହୋଇ ଉଠିଛି ରାଜଧାନୀ। ଯିଶୁଖ୍ରୀଷ୍ଟଙ୍କ ଜନ୍ମଦିବସକୁ ପାଳନ କରିବା ଓ ତାଙ୍କ ଜନ୍ମମୁହୂର୍ତ୍ତରେ ଉତ୍ସବ ମନାଇବାକୁ ବର୍ଷ ତମାମ ଅପେକ୍ଷାରେ ଥିଲେ ଖ୍ରୀଷ୍ଟଧର୍ମାବଲମ୍ବୀ। ଏନେଇ ମଙ୍ଗଳବାରଠାରୁ ରାଜଧାନୀର ଦୁଇଟି ପ୍ରମୁଖ ସତ୍ୟନଗର ଓ ୟୁନିଟ-୪ସ୍ଥିତ ଚର୍ଚ୍ଚ ସମେତ ଅନ୍ୟ ୧୩ ଚର୍ଚ୍ଚରେ କାର୍ଯ୍ୟକ୍ରମମାନ ଆରମ୍ଭ ହୋଇଯାଇଛି। ଯିଶୁଖ୍ରୀଷ୍ଟଙ୍କ ଜନ୍ମ ଓ ତାଙ୍କ ଜୀବନ ଉପରେ ଆଧାରିତ କିମ୍ବଦନ୍ତୀକୁ ଲୋକଙ୍କ ମନରେ ପୁଣିଥରେ ଉଜ୍ଜୀବିତ କରିବାକୁ ଚର୍ଚ୍ଚଗୁଡ଼ିକରେ ନାଟକ ତଥା ଡ୍ରାମା ପରିବେଷଣ କରାଯାଇଛି। ଏହାଛଡ଼ା ଖ୍ରୀଷ୍ଟମାସ ପର୍ବ ପାଇଁ ରହିଥିବା ଅନ୍ୟାନ୍ୟ ନୀତି ଓ ନିୟମାନୁସାରେ ଚର୍ଚ୍ଚଗୁଡ଼ିକ କାର୍ଯ୍ୟକ୍ରମ ପାଇଁ ସମୟ ସ୍ଥିର କରିଛନ୍ତି। ମଙ୍ଗଳବାର ମଧ୍ୟରାତ୍ରୀ ଖ୍ରୀଷ୍ଟମାସ ପାଇଁ ଅଧିକ ମହତ୍ତ୍ୱପୂର୍ଣ୍ଣ ହୋଇଥିବାରୁ ଏହି ସମୟରେ ସମୂହ ପ୍ରାର୍ଥନା ଓ ଶୋଭାଯାତ୍ରାମାନ ଆୟୋଜିତ ହୋଇଯାଇଛି। ଆକର୍ଷଣୀୟ ଆଲୋକମାଳା ଓ ଖ୍ରୀଷ୍ଟମାସ-ଟ୍ରିରେ ସଜ୍ଜିତ ଚର୍ଚ୍ଚଗୁଡ଼ିକରେ ରଙ୍ଗିନ ଖ୍ରୀଷ୍ଟମାସ-ଲ୍ୟାମ୍ପ ଓ ଜିଙ୍ଗଲବେଲ୍‌ ଆକର୍ଷଣ ସାଜୁଛି।
ମଙ୍ଗଳବାର ମଧ୍ୟରାତ୍ରରେ ପ୍ରଭୁ ଯିଶୁ ଧରାବତରଣ କରିସାରିଥିବାବେଳେ ବୁଧବାର ଶିଶୁ ଯିଶୁଙ୍କ ପାଦ ସ୍ପର୍ଶ କରି ଆଶୀର୍ବାଦ ଲାଭ କରିବେ ଶ୍ରଦ୍ଧାଳୁ। ଏନେଇ ଚର୍ଚ୍ଚଗୁଡ଼ିକରେ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରୁ ସତ୍ୟନଗର କାଥୋଲିକ୍‌ ଚର୍ଚ୍ଚ ଏବଂ ୟୁନିଟ୍‌-୪ସ୍ଥିତ ୟୁନିୟନ୍‌ ଚର୍ଚ୍ଚରେ ସେଲିବ୍ରେଶନ୍‌ ଆରମ୍ଭ ହୋଇଯାଇଥିବାବେଳେ ରାତି ପ୍ରାୟ ୧ଠଟାରେ ସାମୂହିକ କାରୋଲ୍‌ ଗାନ କରାଯାଇଥିଲା। ଏହାପରେ ରାତି ୧୧ଟାରୁ ଉପାସନା ଆରମ୍ଭ ହୋଇ ମଧ୍ୟରାତ୍ରି ପର୍ଯ୍ୟନ୍ତ ଚାଲିଥିଲା। ସମସ୍ତେ ଏକଜୁଟ୍‌ ହୋଇ କେକ୍‌ କାଟିବା ସହ ଯିଶୁଙ୍କ ଜନ୍ମକୁ ଧୂମ୍‌ଧାମରେ ପାଳନ କରିଥିଲେ। ରାତିସାରା ଚର୍ଚ୍ଚକୁ ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ସମେତ ସବୁ ଧର୍ମର ଲୋକଙ୍କ ସମାଗମ ହୋଇଥିଲା। ଗୁହାଳରେ ଯିଶୁଙ୍କ ଜନ୍ମ ହୋଇଥିବାରୁ ଚର୍ଚ୍ଚ ପରିସରରେ ଗୁହାଳ ସଦୃଶ ଏକ ଗୃହ ନିର୍ମାଣ କରାଯାଇ ପ୍ରାର୍ଥନା କରାଯାଉଥିବା ଦେଖିବାକୁ ମିଳିଥିଲା।

ଆଜି ୩ଥର ସମୂହ ପ୍ରାର୍ଥନା
ବଡ଼ଦିନ ଅବସରରେ ବୁଧବାର ସକାଳୁ ଚର୍ଚ୍ଚ ପରିସରରେ ଉତ୍ସବ ଆରମ୍ଭ ହେବ। ଏହି ଉପଲକ୍ଷେ ୩ଥର ସମୂହ ପ୍ରାର୍ଥନା ଅନୁଷ୍ଠିତ ହେବ। ଶିଶୁ ଯିଶୁଙ୍କ ପାଦ ସ୍ପର୍ଶ କରି ଆଶୀର୍ବାଦ ଲାଭ କରିବେ ଶ୍ରଦ୍ଧାଳୁ। ସକାଳ ୧୦ଟାରେ ପ୍ରଥମେ ଇଂଲିଶରେ ଏବଂ ଅପରାହ୍ନ ୩ଟା ୩୦ ଓ ସନ୍ଧ୍ୟା ୬ଟାରେ ଓଡ଼ିଆରେ ସମୂହ ପ୍ରାର୍ଥନା କରାଯିବ। ଏହାସହ ସ୍ତମ୍ଭଗାନ, ବାଇବେଲ୍‌ ପାଠ, ଦିବ୍ୟଯଜ୍ଞ ମାଧ୍ୟମରେ ଈଶ୍ୱରଙ୍କୁ ଆରାଧନା କରାଯିବ। ସନ୍ଧ୍ୟା ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜିତ ହେବ। ସେହିଭଳି ୟୁନିଟ୍‌-୮, ବରମୁଣ୍ଡା ପ୍ରଭୃତି ସ୍ଥାନରେ ଥିବା ଚର୍ଚ୍ଚରେ ମଧ୍ୟ ବଡ଼ଦିନ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ନିଜ ଭିତରେ ଲଢିଲେଣି ପାକିସ୍ତାନ ଖେଳାଳି, ଏବେ ଶାହିଦ ଆଫ୍ରିଦି ଶାଦାବଙ୍କୁ ଗାଳି ଦେଇ କହିଲେ, ‘ପୁଅ, ତୁମେ…’

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ, ପାକିସ୍ତାନୀ କ୍ରିକେଟର ଶାଦାବ ଖାନ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଥିଲେ ଏବଂ ନିଜ…

୩୯ ଶିକାରିଙ୍କୁ ବାନ୍ଧିଲା ବନବିଭାଗ: ୯ ଦେଶୀ ବନ୍ଧୁକ, ୨୦ ଧନୁତୀର ଜବତ

ବାରିପଦା,୨୦।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନ ଅଞ୍ଚଳରେ ଶିକାର କରିବାକୁ ପ୍ରବେଶ କରିଥିବା ଶିକାରିଙ୍କୁ ବନବିଭାଗ ଗିରଫ କରଛି…

୩ ଥର ଶୂନ୍ୟରେ ଆଉଟ ହେବାରୁ ଅଭିଷେକଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୨: ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଅଭିଷେକ ଶର୍ମାଙ୍କ ବିଷୟରେ କହିଥିଲେ ଯେ ସେ କେବଳ ଜଣେ ଚଳ ଚଞ୍ଚଳ ଖେଳାଳି। ଏହି ବକ୍ତବ୍ୟକୁ ବହୁଳ…

ଦ୍ୱାଦଶ ଟପ୍ପରଙ୍କୁ ମିଳିଲାନି ଚାକିରି: ରାଗରେ ମା’-ବାପା-ଭାଇଙ୍କ ସହ କଲେ ହୃଦୟବିଦାରକ କାଣ୍ଡ

ଭୋପାଳ,୨୦।୨: ମଧ୍ୟପ୍ରଦେଶର ବେତୁଲ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ୩୦ ବର୍ଷୀୟ ଗ୍ରାମର ଦୀପକ ଧୂର୍ଭେ ତାଙ୍କ ମାତାପିତା ଏବଂ ସାନ…

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି

କୋରାପୁଟ,୨୦ା୨(ଅମିତାଭ ବେହେରା): କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସୁନାବେଡ଼ାଠାରେ ଶୁକ୍ରବାର ସକାଳେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି। କୋରାପୁଟ ଜିଲାର ସୁନାବେଡ଼ାଠାରେ ଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସ୍‌ରେ ତାଲା…

ସେମିଫାଇନାଲରୁ ବାଦ୍‌ ପଡ଼ିବ ଟିମ୍‌ ଇଣ୍ଡିଆ: ଏହି କ୍ରିକେଟର୍‌ କଲେ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୦।୨: ICC ଟି୨୦ ବିଶ୍ୱକପ ୨୦୨୬ର ସୁପର ୮ ରାଉଣ୍ଡ ଫେବୃଆରୀ ୨୧ରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ୮ଟି ଦଳ ସେମିଫାଇନାଲରେ ସ୍ଥାନ ପାଇବା ପାଇଁ…

AI Summitରେ ଏମିତି କହିଲେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ସମସ୍ତେ ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ,୨୦।୨: ଦିଲ୍ଲୀର ଟ୍ରାଫିକ ସାରା ବିଶ୍ୱରେ ପ୍ରସିଦ୍ଧ। ଦିଲ୍ଲୀର ପ୍ରତ୍ୟେକ ନାଗରିକ ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ଗତକାଲି ଜଣେ ପ୍ରମୁଖ ନେତା…

ଲିଭ୍ ଇନ୍‌ରେ ରହୁଥିଲେ: ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପ୍ରେମିକା ଫେରାର୍

ଭୁବନେଶ୍ୱର,୨୦ା୨: ରାଜଧାନୀ ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପୋଖରୀପୁଟ ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଏକ ହୋଟେଲ୍ ମଧ୍ୟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri