ମଧ୍ୟରାତ୍ରିରେ ଉତ୍ସବ, ଜନ୍ମନେଲେ ଯିଶୁ

ଭୁବନେଶ୍ୱର,୨୫ା୧୨(ବ୍ୟୁରୋ):ଖ୍ରୀଷ୍ଟ୍ରିୟାନ ଧର୍ମାବଲମ୍ବୀଙ୍କ ବଡ଼ପର୍ବ ଖ୍ରୀଷ୍ଟମାସ ପାଳନ ପାଇଁ ଉତ୍ସବମୁଖର ହୋଇ ଉଠିଛି ରାଜଧାନୀ। ଯିଶୁଖ୍ରୀଷ୍ଟଙ୍କ ଜନ୍ମଦିବସକୁ ପାଳନ କରିବା ଓ ତାଙ୍କ ଜନ୍ମମୁହୂର୍ତ୍ତରେ ଉତ୍ସବ ମନାଇବାକୁ ବର୍ଷ ତମାମ ଅପେକ୍ଷାରେ ଥିଲେ ଖ୍ରୀଷ୍ଟଧର୍ମାବଲମ୍ବୀ। ଏନେଇ ମଙ୍ଗଳବାରଠାରୁ ରାଜଧାନୀର ଦୁଇଟି ପ୍ରମୁଖ ସତ୍ୟନଗର ଓ ୟୁନିଟ-୪ସ୍ଥିତ ଚର୍ଚ୍ଚ ସମେତ ଅନ୍ୟ ୧୩ ଚର୍ଚ୍ଚରେ କାର୍ଯ୍ୟକ୍ରମମାନ ଆରମ୍ଭ ହୋଇଯାଇଛି। ଯିଶୁଖ୍ରୀଷ୍ଟଙ୍କ ଜନ୍ମ ଓ ତାଙ୍କ ଜୀବନ ଉପରେ ଆଧାରିତ କିମ୍ବଦନ୍ତୀକୁ ଲୋକଙ୍କ ମନରେ ପୁଣିଥରେ ଉଜ୍ଜୀବିତ କରିବାକୁ ଚର୍ଚ୍ଚଗୁଡ଼ିକରେ ନାଟକ ତଥା ଡ୍ରାମା ପରିବେଷଣ କରାଯାଇଛି। ଏହାଛଡ଼ା ଖ୍ରୀଷ୍ଟମାସ ପର୍ବ ପାଇଁ ରହିଥିବା ଅନ୍ୟାନ୍ୟ ନୀତି ଓ ନିୟମାନୁସାରେ ଚର୍ଚ୍ଚଗୁଡ଼ିକ କାର୍ଯ୍ୟକ୍ରମ ପାଇଁ ସମୟ ସ୍ଥିର କରିଛନ୍ତି। ମଙ୍ଗଳବାର ମଧ୍ୟରାତ୍ରୀ ଖ୍ରୀଷ୍ଟମାସ ପାଇଁ ଅଧିକ ମହତ୍ତ୍ୱପୂର୍ଣ୍ଣ ହୋଇଥିବାରୁ ଏହି ସମୟରେ ସମୂହ ପ୍ରାର୍ଥନା ଓ ଶୋଭାଯାତ୍ରାମାନ ଆୟୋଜିତ ହୋଇଯାଇଛି। ଆକର୍ଷଣୀୟ ଆଲୋକମାଳା ଓ ଖ୍ରୀଷ୍ଟମାସ-ଟ୍ରିରେ ସଜ୍ଜିତ ଚର୍ଚ୍ଚଗୁଡ଼ିକରେ ରଙ୍ଗିନ ଖ୍ରୀଷ୍ଟମାସ-ଲ୍ୟାମ୍ପ ଓ ଜିଙ୍ଗଲବେଲ୍‌ ଆକର୍ଷଣ ସାଜୁଛି।
ମଙ୍ଗଳବାର ମଧ୍ୟରାତ୍ରରେ ପ୍ରଭୁ ଯିଶୁ ଧରାବତରଣ କରିସାରିଥିବାବେଳେ ବୁଧବାର ଶିଶୁ ଯିଶୁଙ୍କ ପାଦ ସ୍ପର୍ଶ କରି ଆଶୀର୍ବାଦ ଲାଭ କରିବେ ଶ୍ରଦ୍ଧାଳୁ। ଏନେଇ ଚର୍ଚ୍ଚଗୁଡ଼ିକରେ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରୁ ସତ୍ୟନଗର କାଥୋଲିକ୍‌ ଚର୍ଚ୍ଚ ଏବଂ ୟୁନିଟ୍‌-୪ସ୍ଥିତ ୟୁନିୟନ୍‌ ଚର୍ଚ୍ଚରେ ସେଲିବ୍ରେଶନ୍‌ ଆରମ୍ଭ ହୋଇଯାଇଥିବାବେଳେ ରାତି ପ୍ରାୟ ୧ଠଟାରେ ସାମୂହିକ କାରୋଲ୍‌ ଗାନ କରାଯାଇଥିଲା। ଏହାପରେ ରାତି ୧୧ଟାରୁ ଉପାସନା ଆରମ୍ଭ ହୋଇ ମଧ୍ୟରାତ୍ରି ପର୍ଯ୍ୟନ୍ତ ଚାଲିଥିଲା। ସମସ୍ତେ ଏକଜୁଟ୍‌ ହୋଇ କେକ୍‌ କାଟିବା ସହ ଯିଶୁଙ୍କ ଜନ୍ମକୁ ଧୂମ୍‌ଧାମରେ ପାଳନ କରିଥିଲେ। ରାତିସାରା ଚର୍ଚ୍ଚକୁ ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ସମେତ ସବୁ ଧର୍ମର ଲୋକଙ୍କ ସମାଗମ ହୋଇଥିଲା। ଗୁହାଳରେ ଯିଶୁଙ୍କ ଜନ୍ମ ହୋଇଥିବାରୁ ଚର୍ଚ୍ଚ ପରିସରରେ ଗୁହାଳ ସଦୃଶ ଏକ ଗୃହ ନିର୍ମାଣ କରାଯାଇ ପ୍ରାର୍ଥନା କରାଯାଉଥିବା ଦେଖିବାକୁ ମିଳିଥିଲା।

ଆଜି ୩ଥର ସମୂହ ପ୍ରାର୍ଥନା
ବଡ଼ଦିନ ଅବସରରେ ବୁଧବାର ସକାଳୁ ଚର୍ଚ୍ଚ ପରିସରରେ ଉତ୍ସବ ଆରମ୍ଭ ହେବ। ଏହି ଉପଲକ୍ଷେ ୩ଥର ସମୂହ ପ୍ରାର୍ଥନା ଅନୁଷ୍ଠିତ ହେବ। ଶିଶୁ ଯିଶୁଙ୍କ ପାଦ ସ୍ପର୍ଶ କରି ଆଶୀର୍ବାଦ ଲାଭ କରିବେ ଶ୍ରଦ୍ଧାଳୁ। ସକାଳ ୧୦ଟାରେ ପ୍ରଥମେ ଇଂଲିଶରେ ଏବଂ ଅପରାହ୍ନ ୩ଟା ୩୦ ଓ ସନ୍ଧ୍ୟା ୬ଟାରେ ଓଡ଼ିଆରେ ସମୂହ ପ୍ରାର୍ଥନା କରାଯିବ। ଏହାସହ ସ୍ତମ୍ଭଗାନ, ବାଇବେଲ୍‌ ପାଠ, ଦିବ୍ୟଯଜ୍ଞ ମାଧ୍ୟମରେ ଈଶ୍ୱରଙ୍କୁ ଆରାଧନା କରାଯିବ। ସନ୍ଧ୍ୟା ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜିତ ହେବ। ସେହିଭଳି ୟୁନିଟ୍‌-୮, ବରମୁଣ୍ଡା ପ୍ରଭୃତି ସ୍ଥାନରେ ଥିବା ଚର୍ଚ୍ଚରେ ମଧ୍ୟ ବଡ଼ଦିନ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri