ମଧୁମେହ ରୋଗୀ ଜଳଖିଆରେ ପିଅନ୍ତୁ ଏକ ଗ୍ଲାସ କ୍ଷୀର

ବର୍ତ୍ତମାନ ସମୟରେ ଡାଇବେଟିକ୍‌ ବା ମଧୁମେହ ରୋଗ ଏକ ସାଧାରଣ ସମସ୍ୟା ହୋଇଯାଇଛି। ଏହି ରୋଗର ଉପଶମ ପାଇଁ ସବୁଠାରୁ ଅଧିକ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଅଧିକ ମିଠା ଖାଇବା ଦ୍ୱାରା ଏହି ରୋଗ ବଢ଼ି ଯାଇଥାଏ। ତେବେ ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ, ମଧୁମେହ ରୋଗୀ କ୍ଷୀର ପିଇବା ଦ୍ୱାରା ଲାଭ ମିଳିଥାଏ। ଏକ ଗ୍ଲାସ କ୍ଷୀରରେ ୮ ଗ୍ରାମ ପ୍ରୋଟିନ୍‌ ରହିଥାଏ, ଯାହାକି ଡାଇବେଟିସ ସହ ଅନ୍ୟ ରୋଗ ପାଇଁ ଲାଭଦାୟକ ହୋଇଥାଏ। କ୍ଷୀରରେ କାର୍ବୋହାଇଡ୍ରେଟ୍‌ ରହିଛି। ଏହି କାରଣ ପାଇଁ ଏହାକୁ ସକାଳ ଜଳଖିଆରେ ପିଇବା ଦ୍ୱାରା ପାଚନ କ୍ରିୟା ଧିମେଇ ଯାଇଥାଏ। ଏହା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ। ଜର୍ନାଲ ଅଫ୍‌ ଡେରୀ ସାଇନ୍ସର ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଜଳଖିଆରେ କ୍ଷୀର ପିଇବା ଦ୍ୱାରା ମୋଟାପଣ କଣ୍ଟ୍ରୋଲରେ ରହିବା ସହିତ ଡାଇବେଟିସ ବେଶି ପ୍ରଭାବିତ ହୋଇ ନ ଥାଏ। ଏଥିସହ ଭୋକ ମଧ୍ୟ ଆୟତ୍ତରେ ରହିଥାଏ।
କ୍ଷୀର ପିଇବା ଦ୍ୱାରା ଆଉ କ’ଣସବୁ ଲାଭ ମିଳେ:
– ସକାଳୁ କ୍ଷୀର ପିଇବା ଦ୍ୱାରା ରକ୍ତରେ ଗ୍ଲୁକୋଜ୍‌ର ସ୍ତର ନିୟନ୍ତ୍ରିତ ରହିଥାଏ।
– କ୍ଷୀରରେ କ୍ୟାଲସିୟମ୍‌ ଭରପୂର ମାତ୍ରାରେ ରହିଛି, ଯାହାକି ହାଡ଼ ଏବଂ ମାଂସପେଶୀକୁ ଶକ୍ତ କରିବାରେ ସାହାଯ୍ୟ କରିଥାଏ।
– କ୍ଷୀର ପିଇବା ଦ୍ୱାରା ଖାଦ୍ୟ ଠିକ୍‌ ଭାବେ ହଜମ ହୋଇଥାଏ। ଏଥିସହ କୋଷ୍ଠକାଠିନ୍ୟ ପରି ସମସ୍ୟା ଦୂର ହୋଇଥାଏ।
– କ୍ଷୀର ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ ପୋଷକ ପ୍ରଦାନ କରିଥାଏ। ଏହା ଦ୍ୱାରା ଶରୀରକୁ ଏନର୍ଜୀ ମିଳିବା ସହିତ ଥକାପଣ ଦୂର ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୩୫ ବର୍ଷ ପରେ ପୁରୁଷମାନେ କରାନ୍ତୁ ଏହି ୪ ଚେକ୍‌ଅପ୍‌

ବୟସ ବଢ଼ିବା ସହିତ ମଣିଷ ଶରୀରରେ ଅନେକ ପରିବର୍ତ୍ତନ ଦେଖାଯାଇଥାଏ। ଏ ନେଇ ନାନାଦି ରୋଗ ମଧ୍ୟ ହୋଇଥାଏ। ତେବେ ପୁରୁଷମାନଙ୍କ ବୟସ ୩୫ ବର୍ଷରୁ...

ବିଷପାନ କରିଥିବା ଲୋକଙ୍କ ଜୀବନ ରକ୍ଷା କରିବେ କେମିତି ଜାଣନ୍ତୁ…

ମଣିଷ ମାନସିକ ସ୍ଥିତି ହରାଇ ବସିଲେ ଆତ୍ମହତ୍ୟା ପରି ପଥ ବାଛି ନେଇଥାଏ। କେହି କେହି ମାନସିକ ଭାରସାମ୍ୟ ହରାଇ ବିଷପାନ ଉଦ୍ୟମ କରିଥାନ୍ତି। ତେବେ...

କିଡ୍‌ନୀରେ ଷ୍ଟୋନ୍‌ ହୋଇଥିଲେ କରିବାକୁ ପଡ଼ିବନି ସର୍ଜରୀ, ଆପଣାନ୍ତୁ ଏହି ଘରୋଇ ଉପଚାର

ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି କିଡ୍‌ନୀ। ଆଜିକାଲି କିଡ୍‌ନୀରେ ଷ୍ଟୋନ ବା ପଥର ହେବା ଏକ ସାଧାରଣ ରୋଗ ହୋଇଗଲାଣି। ଏହି ଷ୍ଟୋନ୍‌ ମଟର ମଞ୍ଜି...

ଘରକୁ ଦିଅନ୍ତୁ କଲରଫୁଲ୍‌ ଲୁକ୍‌

କଲରଫୁଲ୍‌ ଡେକୋରେଟିଭ୍‌ ଆଇଟମ୍‌ ଘରକୁ ଆକର୍ଷଣୀୟ ଓ ଫ୍ରେସ୍‌ ଲୁକ୍‌ ଦେଇଥାଏ। ଯଦି ଦୀପାବଳିରେ ଆପଣ ନିଜ ଘରକୁ ଏପରି ସଜାଇବାକୁ ଚାହୁଁଛନ୍ତି ତେବେ ଆପଣାନ୍ତୁ...

ଅତ୍ୟଧିକ ପାଣି ପିଇବା କ୍ଷତିକାରକ

ଦୈନିକ ଠିକ୍‌ ଅନୁପାତରେ ପାଣି ପିଇବା ଜରୁରୀ। ଏହା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ମାତ୍ର ଆବଶ୍ୟକତାଠାରୁ ଅଧିକ ପାଣି ପିଇବା ଫଳରେ ଶରୀର ଉପରେ...

ହାତରେ ଚୁଡ଼ି ପିନ୍ଧିଲେ ଦୂର ହୁଏ ଏସବୁ ରୋଗ

ବିବାହିତ ମହିଳାମାନେ ଚୁଡ଼ି ପିନ୍ଧିବା ବିଧି ରହିଛି। ଚୁଡ଼ି ପିନ୍ଧିଲେ ସ୍ବାମୀଙ୍କ ଆୟୁଷ ବଢ଼ିବା ସହିତ ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ବୋଲି କୁହାଯାଇଥାଏ।...

ପେଁକାଳିର ସରିତା

‘ମୋ ପେଁକାଳି ବଜେଇ ଦେ’ ନାଟକ ଦେଖିଥିବା ଦର୍ଶକ ଖୁବଶୀଘ୍ର ମନେ ପକେଇ ପାରିବେ ସରିତା ଚରିତ୍ରଟିକୁ। ମିତାର ଭାଉଜ। ମିତାର ବଡ଼ଭାଇ ଚିନ୍ମୟ ଜଗଦ୍ଦେବର...

ଏହାକୁ ଖାଇଲେ ବଦଳିଯାଏ ଜୀବନ

ଜୀବନରେ ପ୍ରାୟ ସମସ୍ତେ ଖୁସିରେ ରହିବାକୁ ଚାହିଁଥା’ନ୍ତି। ଏଥିପାଇଁ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ଜରୁରୀ ଅଟେ। କାରଣ ଖୁସିର ସମ୍ବନ୍ଧ ସିଧା ହର୍ମୋନ ସହିତ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *