ମଦ ବିରୋଧୀ ଆନ୍ଦୋଳନ ପାଇଁ ଅଣ୍ଟା ଭିଡ଼ିଲେ ମହିଳା

ଆନନ୍ଦପୁର,୮।୧୦(ସ୍ବ.ପ୍ର.)- ଖାଇବାକୁ ଗଣ୍ଡେ ପାଇଲୁନି କି ପିନ୍ଧିବାକୁ ଖଣ୍ଡେ ପାଇଲୁନି। ଆମ ପୁରୁଷମାନେ ମଦ ପିଇ ମାତାଲ ହେଲେ। ପୋଲିସକୁ ଜଣାଇଲୁ ହେଲେ ପୋଲିସ କହିଲା ଦଶହରା ସରୁ ଆମେ ଦେଖିବୁ। ଶେଷରେ ବାଧ୍ୟ ହୋଇ ମଦ ଦୋକାନ ଏବଂ ମଦୁଆଙ୍କୁ ସାବାଡ଼ କରିବା ଲାଗି ଅଣ୍ଟା ଭିଡିଥିବା କହିଛନ୍ତି ଆନନ୍ଦପୁର ପୌରପରିଷଦ ୧୦ ନଂ. ଓ୍ବାର୍ଡ ହରିଜନ ସାହିର ମହିଳାମାନେ। ସୋମବାର ସନ୍ଧ୍ୟାଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ହାତରେ ବାଡି ଓ ଟର୍ଚ୍ଚ ଧରି ବିଭିନ୍ନ ସ୍ଥାନରେ ମହିଳାମାନେ ଚଢାଉ କରିଥିଲେ। କେତେକ ସ୍ଥାନରୁ ଦେଶୀ ମଦ ପାଉଚ ମଧ୍ୟ ଜବତ କରିଥିଲେ। ଦୁର୍ଗା ପୂଜା ପାଇଁ ଝିଅ ବୋହୁମାନେ ସାଜ ସଜା ହୋଇ ପୂଜାମଣ୍ଡପ ବୁଲୁଥିବାବେଳେ ଏହି ହରିଜନ ସାହିର ମହିଳାମାନେ ମଦ କାରବାରକୁ ରୋକିବା ପାଇଁ ଅଭିନବ ଉପାୟ ଅବଲମ୍ବନ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମଦ ପ୍ରଭାବରେ ଅନେକ ଘର ପରିବାର ଉଜୁଡ଼ିି ଯାଉଥିବାବେଳେ ଲୋକମାନଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ହେବାରେ ଲାଗିଛି। ହେଲେ ପ୍ରଶାସନ ମଦ କାରବାରକୁ ରୋକିବା ପାଇଁ କୌଣସି ପଦକ୍ଷେପ ନେଉନଥିବା ମହିଳାମାନେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ମା’ ହେବା ଘଟଣା: ନ୍ୟାୟ ପାଇଁ ପ୍ରେମିକଙ୍କ ମା’ଙ୍କୁ ବାନ୍ଧିଲା ମହିଳା ସଂଘ

ଖଲ୍ଲିକୋଟ,୮ା୬(ଡି.ଏନ.ଏ.)- ଖଲ୍ଲିକୋଟ ବ୍ଲକ ଅଞ୍ଚଳର ଜଣେ ୧୭ ବର୍ଷିୟା ନାବାଳିକା ମା’ ହେବା ଘଟଣାରେ ନ୍ୟାୟ ପାଇଁ ମହିଳା ସଂଘ ଅଣ୍ଟା ଭିଡିଛନ୍ତି। ନାବଳିକା ମା’...

ଟ୍ରକ ଧକ୍କାରେ ମହିଳା ଗୁରୁତର: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ପାଟଣା,୧୧।୧୦(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଚିଲିଦା ନିକଟରେ ରବିବାର ଏକ ଟ୍ରକ୍‌ ଜଣେ ମହିଳାଙ୍କ ଉପରେ...

ଜବରଦଖଲ ମୁକ୍ତ ହେଲା ଜଗନ୍ନାଥଙ୍କ ଜମି

ଅତାବିରା, ୧୬।୨ (ଡି.ଏନ.ଏ):ବରଗଡ଼ ଜିଲା ଭେଡେନ ବ୍ଲକ ଉଦେପୁର ଗ୍ରାମରେ ଥିବା ଜଗନ୍ନାଥ ମନ୍ଦିରର ଜମିକୁ କେତେକ ପ୍ରଭାବଶାଳୀ ବ୍ୟକ୍ତି ଦୀର୍ଘବର୍ଷ ହେଲା ଜବରଦଖଲ କରି...

୪ଦଫା ଦାବି ନେଇ ବିଡିଓଙ୍କୁ ସ୍ମାରକପତ୍ର

ନିଶ୍ଚିନ୍ତକୋଇଲି,୯।୬(ସ୍ବ.ପ୍ର.): ୪ଦଫା ଦାବିରେ ମଙ୍ଗଳବାର କଟକ ଜିଲା ନିଶ୍ଚିନ୍ତକୋଇଲି ବିଶ୍ୱନିରାମୟ ନିର୍ମାଣ ଓ ଅନ୍ୟାନ୍ୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଏକ ସ୍ମାରକ ପତ୍ର ବିଡିଓ କର୍ଣ୍ଣଦେବ...

ରାତିରେ ପାଟ୍ରୋଲିଂ ବେଳେ ବାଉଁଶ ବୋଝେଇ ମିନିଟ୍ରକ୍‌ ଜବତ

ଓଡ଼ଗାଁ,୧।୧୨(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବନାଞ୍ଚଳ କର୍ମଚାରୀମାନେ ଶନିବାର ରାତିରେ ପାଟ୍ରୋଲିଂ କରୁଥିବା ବେଳେ ଚେମେଡୀ -ସୁନୁସୁନିଆ ରାସ୍ତାରୁ ଏକ କଣ୍ଟା ବାଉଁଶ ବୋଝେଇ ମିନିଟ୍ରକ୍‌...

ବଜାରରେ ଅସମ୍ଭାଳ ଭିଡ଼

କାମାକ୍ଷାନଗର, ୧୯।୫(ଡି.ଏନ.ଏ.) – ସାମାଜିକ ଦୂରତ୍ୱ, ମାସ୍କ, ସଙ୍ଗରୋଧ କରୋନା ପ୍ରତିରୋଧ ଲାଗି ସବୁଠୁ ବଡ଼ ଉପାୟ ବୋଲି କୁହାଯାଉଛି। ଦେଶରେ କୋଭିଡ୍‌-୧୯ ଆତଙ୍କ ଦେଖାଦେବା...

ଦିଗପହଣ୍ଡି ନିର୍ବାଚନମଣ୍ଡଳୀ: ତ୍ରୁଟି ଯୋଗୁ ଗଣନାରୁ ବାଦ୍‌ ପଡ଼ିଲା ୧୨ ଇଭିଏମ୍‌

ଦିଗପହଣ୍ଡି,୨୭ା୫(ଡି.ଏନ୍‌.ଏ.)-ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସୂର୍ଯ୍ୟ ନାରାୟଣ ପାତ୍ର ୪୦,୪୫୨ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସୂର୍ଯ୍ୟ ୭୫,୦୧୬ ଭୋଟ ପାଇଥିବା...

ଲାଞ୍ଚ ନେଇ କ୍ୟାସିୟର ଗିରଫ

ବାରିପଦା ଅଫିସ,୨୫।୯: ମୟୂରଭଞ୍ଜ ଜିଲା ବାରିପଦା ଗ୍ରାମ୍ୟ ଉନ୍ନୟନ ବିଭାଜନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କ୍ୟାସିୟର ଅଜୟ କୁମାର ସେଜପଡା ବୁଧବାର ଲାଞ୍ଚ ନେଉଥିବା...

Play 250+ Trending Games
Archives

Model This Week

Why Dharitri