ମଦ ଦୋକାନ ଆଗରେ ଲମ୍ବା ଧାଡ଼ିରେ ରହିଛି ଚପଲ-ଛତା

ତ୍ରିଚିଲାପଲୀ,୧୬।୫: କରୋନା ମହାମାରୀ ଯୋଗୁ ଅର୍ଥନୀତିରେ ସୁଧାର ଆଣିବା ଲାଗି ସରକାରଙ୍କ ପକ୍ଷରୁ ମଦ ବିକ୍ରି ପାଇଁ ଅନୁମତି ଦିଆଯାଇଛି। ତାମିଲନାଡୁ ତ୍ରିଚିଲାପଲୀ ଜିଲାରେ ଲୋକେ ମଦ କିଣିବା ଲାଗି ଦୋକାନ ଆଗରେ ଲମ୍ବାଧାଡ଼ି ଦେବା ସକାଳୁ ଆରମ୍ଭ କରିଦେଉଛନ୍ତି। ସାମାଜିକ ଦୂରତା ବଜାୟ ରଖିବା ପାଇଁ ଧାଡ଼ିରେ ନିୟମିତ ବ୍ୟବଧାନରେ ବୃତ୍ତ ଅଙ୍କା ଯାଇଛି। ପ୍ରବଳ ଖରା ହେଉଥିବାରୁ କେହି କେହି ନିଜ ଠିଆହୋଇଥିବା ବୃତ୍ତରେ ଚପଲ ଅବା ଛତା ରଖୁଥିବା ଦେଖିବାକୁ ମିଳୁଛି। କିଛି ଲୋକ ଟେକାପଥର ପଥର ଅବା ହେଲମେଟ୍‌ ମଧ୍ୟ ରଖୁଛନ୍ତି। ଗହଳିକୁ ଦୃଷ୍ଟିରେ ରଖି ମଦ ଦୋକାନ ପକ୍ଷରୁ ପ୍ରତିଦିନ କେବଳ ୫୦୦ ଲୋକଙ୍କୁ ଟୋକନ ଦେଉଛନ୍ତି। ସେହିପରି ମଦ କିଣିବା ଲାଗି ଆସୁଥିବା ଲୋକଙ୍କ ପାଇଁ ମାସ୍କ୍‌ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ସ୍କୁଲ-କଲେଜରେ ମୁସଲମାନଙ୍କ ପାଇଁ ୫ ପ୍ରତିଶତ ସଂରକ୍ଷଣ

ମୁମ୍ବାଇ,୨୮।୨: ମହାରାଷ୍ଟ୍ରର ସରକାରୀ ସ୍କୁଲ ଓ କଲେଜରେ ମୁସଲମାନଙ୍କ ପାଇଁ ୫ ପ୍ରତିଶତ ସଂରକ୍ଷରକୁ ଉଦ୍ଧବ ସରକାରଙ୍କ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏନ୍‌ସିପିର ରାଷ୍ଟ୍ରୀୟ...

CORONAVIRUS UPDATE: ରାଜ୍ୟରେ ଚିକିତ୍ସାଧୀନ ଆକ୍ରାନ୍ତଙ୍କଠାରୁ ସୁସ୍ଥ ସଂଖ୍ୟା ଅଧିକ

ଭୁବନେଶ୍ୱର, ୨୯।୫(ବ୍ୟୁରୋ): ରାଜ୍ୟରେ ଦୃତ ଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ସୁସ୍ଥ ସଂଖ୍ୟା ମଧ୍ୟ ବଢ଼ୁଛି। ଶୁକ୍ରବାର ସକାଳେ ୬୩ଜଣ କରୋନା ପଜିଟିଭ...

ମାଓବାଦୀଙ୍କ ଆଇଇଡ଼ି ବିସ୍ଫୋରଣରେ ଜଳିଗଲା ଡିଜେଲ୍‌ ଟ୍ୟାଙ୍କର

ରାୟପୁର,୨୪।୯: ଛତିଶଗଡ଼ କାଙ୍କେର ଜିଲାରେ ମାଓବାଦୀଙ୍କ ଆଇଇଡ଼ି ବିସ୍ଫୋରଣରେ ଏକ ଡିଜେଲ୍‌ ଟ୍ୟାଙ୍କର ଜଳି ଯାଇଛି। ଏଥିରେ ୩ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ପୋଲିସ...

ଏସିଡ୍‌ ଆଟାକ୍‌ ସର୍ଭାଇଭରଙ୍କୁ ପେନସନ୍‌ ଦେବାକୁ ଯୋଜନା କରୁଛନ୍ତି ଉତ୍ତରାଖଣ୍ଡ ସରକାର

ଡେରାଡୁନ,୧୩।୧: ଦେଶରେ ଏସିଡ୍‌ ଆଟାକ୍‌ ପୀଡିତାଙ୍କ ସଂଖ୍ୟା ବଢିବାରେ ଲାଗିଛି। ନିକଟରେ ଏମିତି ଏକ କାହାଣୀକୁ ନେଇ ବଲିଉଡ୍‌ରେ ନିର୍ମାଣ କରାଯାଇଥିବା ଫିଲ୍ମ ‘ଛପାକ’ ସମସ୍ତଙ୍କ...

CORONAVIRUS UPDATE: ରାଜ୍ୟରେ ପୁଣି ୨୫୧ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ୧।୭(ବ୍ୟୁରୋ): ରାଜ୍ୟରେ ବୁଧବାର ପୁଣି ୨୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୩୧୬ରେ ପହଞ୍ଚିଛି।...

କରୋନା ଗାଁର ଦୁଃଖ: ଲୋକେ ଆସିବାକୁ ଡରୁଛନ୍ତିି !

ଲକ୍ଷ୍ନୌ,୩୦।୩: କରୋନା ସଂକ୍ରମଣ ସାରା ପୃଥିବୀରେ ଆତଙ୍କ ସୃଷ୍ଟି କରିଛି। ଭାରତରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଉତ୍ତରପ୍ରଦେଶର କରୋନା ଗାଁର...

ଯାଦବପୁର ବିଶ୍ୱବିଦ୍ୟାଳୟରେ ବାବୁଲ ସୁପ୍ରିଓ ହଟ୍ଟହଟା

କୋଲକାତା,୧୯ା୯(ପି.ଟି.): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ଆୟୋଜିତ ଏକ ସେମିନାରରେ ଉଦ୍‌ବୋଧନ ଦେବାକୁ ଯାଇଥିବା କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓଙ୍କୁ ଯାଦବପୁର ବିଶ୍ୱବିଦ୍ୟାଳୟରେ ହଟ୍ଟହଟା...

ପୋଲିସ ଷ୍ଟେଶନରେ ବଲିଉଡ୍‌ ଅଭିନେତା ସୁଶାନ୍ତଙ୍କ ବାନ୍ଧବୀ ରିଆ

ମୁମ୍ବାଇ,୧୮।୬: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଖବର ଏବେବି ଯେମିତି ଅସମାହିତ ପ୍ରଶ୍ନ ହୋଇରହିଛି। ଡିପ୍ରେଶନ ଯୋଗୁ ସେ ଆତ୍ମହତ୍ୟା କରି ଥାଇପାରନ୍ତି...

Advertisement

BGU

Archives

Model This Week

Why Dharitri