ମଦ ଦୋକାନକୁ ସିଲ୍‌ କଲା ଅବକାରୀ ବିଭାଗ

ଉଦଳା,୧।୪(ଡି.ଏନ୍‌.ଏ.)- ଲକ୍‌ଡାଉନ ସମୟରେ ମଦ ଦୋକାନ ବନ୍ଦ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ସିଲ୍‌ ଭାଙ୍ଗି ଚୋରା ମଦ କାରବାର ଚାଲିଥିଲା। ଅବକାରୀ ବିଭାଗ ଚଢାଉ କରି ଏହି ମଦ ଦୋକାନକୁ ପୁଣି ସିଲ୍‌ କରି ଦେଇଥିବା ଜଣାପଡ଼ିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ଉଦଳା ମଠସାହି ଛକ ନିକଟରେ ା ସୂଚନା ଅନୁଯାୟୀ, ଉଦଳା-କପ୍ତିପଦା ରାସ୍ତାର ମଠସାହି ଛକ ନିକଟରେ ଥିବା ମଦ ଦୋକାନକୁ ଲକ୍‌ ଡାଉନ ଆରମ୍ଭ ସମୟରେ ଅବକାରୀ ବିଭାଗ ସିଲ୍‌ କରିଥିଲା ା ହେଲେ ଉକ୍ତ ସିଲ୍‌କୁ ଭାଙ୍ଗି ଦୋକାନୀ ଜଣକ ଚୋରା ମଦ କାରବାର କରୁଥିଲେ। ବିଶେଷସୂତ୍ରରୁ ଖବର ପାଇ ଉଦଳା ଅବକାରୀ ବିଭାଗ ଚଢାଉ କରି ଉକ୍ତ ଦୋକାନକୁ ଦ୍ୱିତୀୟ ଥର ପାଇଁ ସିଲ୍‌ କରିଛି। ଏହି ସମୟରେ କାରବାର ହେଉଥିବା ବିପୁଳ ପରିମାଣର ବିଦେଶୀ ମଦକୁ ଅବକାରୀ ବିଭାଗ ଜବତ କରିଥିବା ବେଳେ ଜଣଙ୍କୁ ଗିରଫ କରିଛି। ଅନ୍ୟ ଜଣେ ଘଟଣାସ୍ଥଳରୁ ଖସି ପଳାଇ ଯାଇଥିବା ଅବକାରୀ ବିଭାଗ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ କଟକଣା ନ ମାନି ଗିରଫ ହେଲେ ବ୍ୟବସାୟୀ

ଭଦ୍ରକ ଅଫିସ,୨୩।୩: ଭଦ୍ରକ ପୌରାଞ୍ଚଳ ଅଧୀନରେ ଜଣେ ବ୍ୟବସାୟୀ ପ୍ରଶାସନିକ କଟକଣାକୁ ନ ମାନି ସୋମବାର ଗିରଫ ହୋଇଛନ୍ତି। ଅତ୍ୟାବଶ୍ୟକୀୟ ଦୋକାନ ବଜାରକୁ ବାଦ୍‌ ଦେଇ...

ଓଡ଼ିଶା ଇଣ୍ଡଷ୍ଟ୍ରିଜ୍‌ ଆସୋସିଏଶନର ଦିନିକିଆ କର୍ମଶାଳା

କଟକ,୨୧।୫:  ଓଡ଼ିଶା ଇଣ୍ଡଷ୍ଟ୍ରିଜ୍‌ ଆସୋସିଏଶନ (ଓଆଇଏ) ପକ୍ଷରୁ ଏକ ଦିନିକିଆ କର୍ମଶାଳା କଟକର ଜଗତପୁରଠାରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ରାଜ୍ୟରେ ଲଘୁ, କ୍ଷୁଦ୍ର ଓ ମଧ୍ୟମ...

ଆଠମଲ୍ଲିକ ବିଧାୟକଙ୍କ ଖବରଦାତା ସମ୍ମିଳନୀ : ସ୍ବର୍ଣ୍ଣ ତ୍ରିଭୁଜ ପର୍ଯ୍ୟଟନସ୍ଥଳ ପାଇଁ ଦିଆଯିବ ପ୍ରସ୍ତାବ

ଅନୁଗୋଳ ଅଫିସ, ୮।୬- ଆଠମଲ୍ଲିକ ନିର୍ବାଚନମଣ୍ଡଳୀର ଉନ୍ନତି ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି ବିଧାୟକ ରମେଶ ଚନ୍ଦ୍ର ସାଏ। ପ୍ରଶାସନିକ କ୍ଷେତ୍ରରେ ଥିବା ନିଜର ଦୀର୍ଘବର୍ଷର...

କଂକ୍ରିଟ ରାସ୍ତା ଫାଟି ଆଁ

ବାଲେଶ୍ୱର ଅଫିସ, ୨ ।୪ ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅଧୀନ ୬୦ନଂ. ଜାତୀୟ ରାଜପଥଠାରୁ ମଧୁପୁରା ପର୍ଯ୍ୟନ୍ତ ୨୦୧୬ରୁ ସମ୍ପୂର୍ଣ୍ଣ ହୋଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ...

ଥାନାର ଦ୍ୱାରସ୍ଥ ହୋଇ ନ ଥିବା ଗାଁ

କେନ୍ଦୁଝର, ୨୨ା୯ (ସ୍ବ.ପ୍ର.)-ବର୍ତ୍ତମାନ ସମୟରେ ବୃଦ୍ଧି ପାଉଥିବା ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ପୋଲିସର ସହାୟତା ସମସ୍ତେ ନେଇଥାନ୍ତି। କିନ୍ତୁ କେନ୍ଦୁଝର ଜିଲାରେ ଏଭଳି ଏକ...

ହିରିମୂଳ ବିଚ୍ଛିନ୍ନ, ୪ ଗଁା ଜଳବନ୍ଦୀ

ଖୋର୍ଦ୍ଧା (ପ୍ରଭାତ ପାଣିଗ୍ରାହୀ)/ିରାକରପୁର, ୬ା୮(ମାନସ ଚନ୍ଦ୍ର ପଟ୍ଟନାୟକ)ରାଜ୍ୟରେ ଲଗାଣ ବର୍ଷା ଓ ହୀରାକୁଦର ଗେଟ୍‌ ଖୋଲାଯିବା ପରେ ମହାନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଏହାର ଶାଖା...

ଜୀବନରେ ଯୋଗର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ 

ଝରିଗାଁ,୨୧।୬(ସ୍ବ.ପ୍ର): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସଦରମହକୁମାସ୍ଥିତ ୧୫ ତମ ବାଟାଲିଅନ୍‌ ବିଏସ୍‌ଏଫ୍‌ କ୍ୟାମ୍ପରେ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଝରିଗାଁ...

ପ୍ରେମ ପାଇଁ ମହାଭାରତ: ଝିଆରୀକୁ ଦାଦା ହତ୍ୟା କରିଥିବା ଅଭିଯୋଗ

ନବରଙ୍ଗପୁର, ୧୦।୭(ବି.ପ୍ର.): ପ୍ରେମ ପାଇଁ ଝିଆରୀକୁ ହତ୍ୟା କଲେ ସମ୍ପର୍କୀୟ ଦାଦା। ଏ ନେଇ ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନାରେ ଶୁକ୍ରବାର ଅଭିଯୋଗ ହୋଇଛି। ପ୍ରକାଶ...

Advertisement
Archives

Model This Week