ମଦଭାଟି ବନ୍ଦ ପାଇଁ ମହିଳାଙ୍କ ଦାବି

ସୋନପୁର, ୩।୧୨(ନି.ପ୍ର.)
ସୁବର୍ଣ୍ଣପୁର ଜିଲା ତରଭା ବ୍ଲକର ମରାଡୁଗୋଛା ମଦଭାଟି ବନ୍ଦ ପାଇଁ ପଞ୍ଚାୟତର ଲୋକପ୍ରତିନିଧି ଓ ମହିଳାମାନେ ସୋମବାର ଜିଲାପାଳ ମୋନିଷା ବାନାର୍ଜୀଙ୍କ ନିକଟରେ ଦାବି କରିଛନ୍ତି। ଏହି ସରକାରୀ ଦେଶୀ ମଦ ଭାଟି ସ୍ଥାନୀୟ ଉଚ୍ଚ ବିଦ୍ୟାଳୟଠାରୁ ମାତ୍ର ୧୦୦ ମିଟର ଦୂରରେ ରହିଛି। ମରାଡୁଗୋଛା, ରୁଗୁଡିପାଲି, ଲକ୍ଷ୍ମୀମୁଣ୍ଡା ଓ ଗୁହୁରିଆଘାଟ ଗ୍ରାମର ଛାତ୍ରୀଛାତ୍ର ପାଠ ପଢିବା ପାଇଁ ଏହି ବିଦ୍ୟାଳୟକୁ ଆସିଥାନ୍ତି। ତେବେ ରାସ୍ତା ପାର୍ଶ୍ୱରେ ମଦ ଭାଟି ଥିବାରୁ ମଦ୍ୟପ ଓ ଅସାମାଜିକ ଲୋକଙ୍କ ଏହା ଆଡ୍ଡାସ୍ଥଳୀ ପାଲଟିଛି। ଏଥିଯୋଗୁଁ ଅଭିଭାବକମାନେ ଚିନ୍ତାରେ ରହୁଛନ୍ତି। ମଦ୍ୟପଙ୍କ ଯୋଗୁଁ ଗ୍ରାମରେ ବିଶୃଙ୍ଖଳା ସୃଷ୍ଟି ହେଉଛି। ଝିଅ ବୋହୂମାନେ ରାସ୍ତାକୁ ବାହାରିବାକୁ ନିରାପଦ ମଣୁନାହାନ୍ତି। ତେଣୁ ମଦଭାଟି ବନ୍ଦ କରିବା ପାଇଁ ମରାଡୁଗୋଛାର ମହାମାୟୀ ସ୍ବୟଂ ସହାୟକ ଗୋଷ୍ଠୀ, ସରସ୍ବତୀ ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟାମାନେ ଦାବି କରିଛନ୍ତି । ଆଇନଜୀବୀ ବଳଦେବ ପ୍ରସାଦ ବେଦବାକଙ୍କ ନେତୃତ୍ୱରେ ଶ୍ରଦ୍ଧାଞ୍ଜଳି ମିଶ୍ର, ମରାଡୁଗୋଛା ସରପଞ୍ଚ ଲଳିତା କୁଅଁର, ସମିତି ସଭ୍ୟ ହିରଣ୍ୟ କୁମାର ସାହୁ, ମନମୋହନ ସାହୁ, ଧନମତୀ ମହାକୁର, ଭାଗ୍ୟ ପାତ୍ର, ସୁବାସିନୀ ବେହେରା, ଚନ୍ଦ୍ରମା ନାଏକ, ଆନନ୍ଦିନୀ ବାରିକ, ନମିତା ହାତୀ, ସୌଦାମିନୀ ଦାସ ଓ ଯାଜ୍ଞସିନୀ ଦାଶ ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଥିଲେ । ତେବେ ମଦଭାଟି ବନ୍ଦ ପ୍ରତି ବଦଳରେ ସ୍ଥାନାନ୍ତର ପାଇଁ ପଦକ୍ଷେପ ନେବେ ବୋଲି ଜିଲାପାଳ ମହିଳାମାନଙ୍କୁ ପ୍ରତିଶୃତି ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କୁଡାପଡ଼ା-ଖଲିଆପାଲି ରାସ୍‌ତା ସମସିଆ: ପଲ୍‌ହା ରୁଇ ପରତିବାଦ ଜନାଲେ ୨ ଗଁ।ର ମହିଲା

  ବିନିକା,୩୧।୮(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ବାବୁପାଲି ପଁଚେତ୍‌ ଅଧୀନ କୁଡ଼ାପଡ଼ାରୁ ଖଲିଆପାଲି ତକ୍‌ ୩ କି.ମି. ରାସ୍‌ତା ବହୁତ୍‌ ବଛର ହେଲା ଅବହେଲିତ...

ଜଣେ କର୍ମଚାରୀରେ ଚାଲୁଛି ଆର୍‌ଆଇ ଅଫିସ

ଅମରପାଲି,୨୬।୪ (ଡି.ଏନ.ଏ.) ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ତହସିଲ ଅଧୀନରେ ଥିବା ସୁବଳୟା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ(ଆରଆଇ ଅଫିସ)ରେ କର୍ମଚାରୀ ଅଭାବ ଯୋଗୁ ବିଭିନ୍ନ କାମରେ ସମସ୍ୟା...

ପର୍ଶୁରାମ ମନ୍ଦିର ପ୍ରତିଷ୍ଠାରେ ଲାଗିବ ସୁରେଶ୍ୱରୀ ମନ୍ଦିର ସମ୍ମୁଖ ମାଟି

ସୋନପୁର,୮ା୨(ନି. ପ୍ର ): ମନ୍ଦିର ମାଳିନୀ ସୁବର୍ଣ୍ଣପୁର ସହର ତ୍ରିବେଣୀ ସଙ୍ଗମର ପବିତ୍ର ଜଳ ଓ ମାଟି ଏକ ସ୍ବତନ୍ତ୍ର ଗାଡିରେ ମଙ୍ଗଳବାର ଝାରସୁଗୁଡା ଯାଇଛି।...

ଆନ୍ଦୋଳନର ପଞ୍ଚମ ଦିନରେ ଚାଷୀଙ୍କ ନିଆରା ପ୍ରତିବାଦ

ତରଭା, ୨୯ା୨(ଡି.ଏନ.ଏ.) ସୁବର୍ଣ୍ଣପୁର ଜିଲା ତରଭା ବ୍ଲକ ଆଞ୍ଚଳିକ କୃଷକ ସଂଗଠନ ଆନୁକୂଲ୍ୟରେ ଚାଲିଥିବା ଚାଷୀ ଆନ୍ଦୋଳନ ପଞ୍ଚମ ଦିନରେ ପହଞ୍ଚିଛି ା ଶୁକ୍ରବାର ପ୍ରଶାସନର...

ପାଇପ ଫାଟିଛି, ମରାମତି ହେଉନି

ଡୁଙ୍ଗୁରିପାଲି,୧୫ା୫(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଳକ ଦିଗଶିରା ହରିଜନ ପଡାବାସୀ ଏବେ ପାଇପ ପାଣି ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପାଇପ ଫାଟି ଯାଇଥିବାରୁ ଏହି...

ନାବାଳିକାଙ୍କୁ ବିବାହ କରି ୨ଯୁବକ ଗିରଫ

ତରଭା, ୨୪ା୪(ଡି.ଏନ.ଏ.): ନାବାଳିକାଙ୍କୁ ବିବାହ କରିଥିବା ଅଭିଯୋଗରେ ସୁବର୍ଣ୍ଣପୁର ଜିଲା ତରଭା ଥାନା ପୋଲିସ ୨ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ନାରାୟଣ ବାଗ...

ନଷ୍ଟ ହେଉଛି ହେଲିପ୍ୟାଡ୍‌, ଗଦା ହେଉଛି ଚିପ୍ସ, ବାଲି

ସୋନପୁର,୧୪।୧୧(ନି.ପ୍ର.) – ସୁବର୍ଣ୍ଣପୁର ସହରର ରାମେଶ୍ୱର ନିକଟରେ ନିର୍ମିତ ହୋଇଥିବା ୩ଟି ହେଲିପ୍ୟାଡ୍‌ ଏବେ ନଷ୍ଟ ହେବାକୁ ବସିଛି । ହେଲିପ୍ୟାଡ୍‌ରେ ଚିପ୍ସ ଓ ବାଲି...

୬.୪୫ କୋଟି ବ୍ୟୟରେ ସୁବର୍ଣ୍ଣପୁରରେ ପ୍ରତିଷ୍ଠା ହେବ ହସ୍ତତନ୍ତ ମଲ୍‌

ସୋନପୁର,୨୨।୧୦(ନି. ପ୍ର ): ସୁବର୍ଣ୍ଣପୁର ଜିଲାର ବୁଣାକାରଙ୍କ ପାଇଁ ଖୁସି ଖବର। ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ଶାଢୀର ବିକ୍ରି ବଟା ପାଇଁ ୫୭ ନଂ ଜାତୀୟ...

Advertisement
Archives

Model This Week