ମଣ୍ଡିରେ ଧାନ ବିକିପାରୁ ନାହାନ୍ତି ଚାଷୀ: ସମିତି କାର୍ଯ୍ୟାଳୟରେ ତାଲା ପକାଇଲେ

ଖଣ୍ଡପଡ଼ା,୧୭ା୧(ସ୍ବ.ପ୍ର.): ଖଣ୍ଡପଡା ବ୍ଲକ ଅଞ୍ଚଳର ଜଣେ ଚାଷୀ ଟୋକନ୍‌ ପାଇ ନ ଥିବାରୁ ମଣ୍ଡିରେ ଧାନ ବିକିପାରୁ ନାହାନ୍ତି। ଏହାର ସମାଧାନ ଦାବିରେ ଗୁରୁବାର ସେ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ସମିତି କାର୍ଯ୍ୟାଳୟରେ ତାଲା ପକାଇଥିଲେ। ରାଜ୍ୟ ସରକାର ସେବା ସମବାୟ ସମିତି ଜରିଆରେ ଧାନମଣ୍ଡି ଖୋଲି ଚାଷୀଙ୍କଠାରୁ ଉଚିତ ମୂଲ୍ୟରେ ଧାନକ୍ରୟ କରିବା ବ୍ୟବସ୍ଥା କରିଛନ୍ତି ା ଧାନ ବିକ୍ରି ନିମନ୍ତେ ଚାଷୀମାନଙ୍କ ନାମ ପଞ୍ଜୀକରଣ କରାଯାଇ ଟୋକନ ଦେବା ସୁବିଧା ମଧ୍ୟ କରାଯାଇଛି। ମଣ୍ଡିରେ ଟୋକନ ଦେଖାଇ ଚାଷୀମାନେ ଧାନ ବିକ୍ରି କରିପାରିବେ। ଖଣ୍ଡପଡା ବ୍ଲକ କୋସକା ସେବା ସମବାୟ ସମିତିରେ ନାମ ପଞ୍ଜୀକରଣ କରିଥିବା କୋସକା ଗ୍ରାମର ଚାଷୀ ଅରୁଣ କୁମାର ମହାନ୍ତିଙ୍କୁ ଅଦ୍ୟାବଧି ଟୋକନ ମିଳି ନ ଥିବାରୁ ସେ ମଣ୍ଡିରେ ଧାନ ବିକ୍ରି କରିପାରୁ ନାହାନ୍ତି। ଏ ନେଇ ସେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସୁଫଳ ପାଇ ନ ଥିଲେ। ଶେଷରେ ଗୁରୁବାର କୋସକା ସେବା ସମବାୟ ସମିତି କାର୍ଯ୍ୟାଳୟରେ ତାଲା ଝୁଲାଇବାକୁ ବାଧ୍ୟ ହୋଇଥିବା ସେ ପ୍ରକାଶ କରିଛନ୍ତି। ଏଥିଯୋଗୁ ସେବା ସମବାୟ ସମିତି କାର୍ଯ୍ୟାଳୟରେ ଅଚଳାବସ୍ଥା ଦେଖାଦେବା ସହ ମିଲର କର୍ତ୍ତୃପକ୍ଷ ସ୍ଥାନୀୟ ଅଞ୍ଚଳର ଚାଷୀଙ୍କଠାରୁ ଧାନ କ୍ରୟ କରିପାରି ନ ଥିଲେ ା ଏ ସମ୍ପର୍କରେ ସେବା ସମବାୟ ସମିତି କର୍ତ୍ତୃପକ୍ଷ କୋସକା ପୋଲିସ ଫାଣ୍ଡି ଓ ଖଣ୍ଡପଡା ଥାନାର ଦୃଷ୍ଟି ଆକର୍ଷଣ କରିଥିଲେ ା ଦୀର୍ଘ ୩ଘଣ୍ଟା ପରେ ପୋଲିସ ଘଟଣାରେ ହସ୍ତକ୍ଷେପ କରିବାରୁ ପରିସ୍ଥିତି ଶାନ୍ତ ପଡିଥିଲା ା ସେବା ସମବାୟ କର୍ତ୍ତୃପକ୍ଷ ଖୁବ୍‌ଶୀଘ୍ର ଉକ୍ତ ଚାଷୀଙ୍କଠାରୁ ଧାନ କ୍ରୟ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ସମିତି କାର୍ଯ୍ୟାଳୟର ତାଲା ଖୋଲାଯାଇଥିବା ପ୍ରଶାସନ ସୂତ୍ରରୁ ଜଣାପଡିଛି ା


Enter your email to get our daily news in your inbox.

All Right Reserved By Dharitri.Com

୪ମାସ ପରେ ସାମ୍ନାକୁ ଆସିଲା ବଳାତ୍କାର ଘଟଣା

ଟିଟିଲାଗଡ଼,୧୮।୧: ବଲାଙ୍ଗୀର ଜିଲା ଟିଟିଲାଗଡ଼ ଉପଖଣ୍ଡ ସରକାରୀ ଡାକ୍ତରଖାନାରେ ଜଣେ ଦଳିତ ଭିନ୍ନକ୍ଷମ ନାବାଳିକା ବଳାତ୍କାରର ଶିକାର ହୋଇଛନ୍ତି। ବଳାତ୍କାରର ପ୍ରାୟ ୪ମାସ ପରେ ନାବାଳିକା...

ସଂକ୍ରମିତ କୋଭିଡ୍‌ ଯୋଦ୍ଧାଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ଓଲଟିଲା

ଗୋପାଳପୁର,୨୩ା୬- ଗଞ୍ଜାମ ଜିଲା କନିଷି ବ୍ଲକର ଜଣେ କରୋନା ଯୋଦ୍ଧାଙ୍କ ଗତ ୧୮ ତାରିଖରେ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଶୀତଳାପଲ୍ଲୀସ୍ଥିତ କୋଭିଡ୍‌ ହସ୍ପିଟାଲରେ...

ରେଳ ଧାରଣାରୁ ମୃତଦେହ ଉଦ୍ଧାର

ବ୍ରହ୍ମପୁର ଅଫିସ,୭ା୧୦(ଡି.ଏନ୍‌.ଏ.)- ସରକାରୀ ରେଳବାଇ ପୋଲିସ (ଜିଆର୍‌ପି) ରେଳଧାରଣାରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି। ମୃତଦେହଟି ଜଗନ୍ନାଥପୁର ରେଳ ଷ୍ଟେସନ ନିକଟରୁ ଉଦ୍ଧାର ହୋଇଥିବା...

ଅସହାୟ ବ୍ୟକ୍ତିଙ୍କୁ ଖାଦ୍ୟ ସାମଗ୍ରୀ ଦେଲେ ସରପଞ୍ଚ

କାକଟପୁର,୨ା୪(ଡି.ଏନ୍‌.ଏ.): କରୋନା ଭୂତାଣୁର ମୁକାବିଲା ପାଇଁ ସରକାର ଲକଡାଉନ ଘୋଷଣା କରିଥିବାବେଳେ ଦିନ ମଜୁରିଆ, ଶ୍ରମିକ, ଅସହାୟ, ନିରାଶୟମାନଙ୍କ ପାଇଁ ଚଡ଼କ ସଦୃଶ ପାଲଟିଛି। ଏମାନଙ୍କ...

କାନ୍ଦିଲେ ଅପରାଜିତା

ପୁରୀ ଅଫିସ,୨୭।୪: ମହାପ୍ରଭୁଙ୍କ ଦର୍ଶନ ପାଇଁ ବାହାରିଥିବା ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡଙ୍ଗୀଙ୍କ ପୁରୀ ଗସ୍ତକୁ ନେଇ ରାଜନୀତି ସରଗରମ ରହିଛି। ଗୋଟିଏ ପଟେ ଐତିହ୍ୟ...

କନିଅର ମଞ୍ଜି ଖାଇ ବୃଦ୍ଧଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ,୨୬ା୬-ବାର୍ଦ୍ଧକ୍ୟ ଯନ୍ତ୍ରଣା ସହି ନ ପାରି ଜଣେ ଶତାୟୁ କନିଅର ମଞ୍ଜି ଖାଇ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର...

ଭାଜପାକୁ ଟକ୍କର ଦେବାକୁ ବିରୋଧୀଙ୍କ ରଣନୀତି

ଜଗତ୍‌ସିଂହପୁର ଅଫିସ, ୫।୨: ଜଗତ୍‌ସିଂହପୁର ଜିଲାର ୨୬ ଜିଲା ପରିଷଦ ଆସନ ମଧ୍ୟରୁ ରଘୁନାଥପୁର ଜିଲା ପରିଷଦ ୧ନଂ. ଜୋନ୍‌ର ଗୁରୁତ୍ୱ ରହିଛି। କାରଣ ୨୦୧୭...

ଚିଲିକା ବିଧାୟକଙ୍କୁ ମିଳିଲା ଅନ୍ତରୀଣ ଜାମିନ

କଟକ ଅଫିସ,୨୨।୪: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ମିଳିଲା ଜାମିନ୍‌। ହାଇକୋର୍ଟଙ୍କ ପକ୍ଷରୁ ଶୁକ୍ରବାର ୭ ଦିନିଆ ଅନ୍ତରୀଣ ଜାମିନ ପ୍ରଦାନ ମଞ୍ଜୁର କରାଯାଇଛି। ଉନ୍ନତ...

Advertisement
Archives

Model This Week