Posted inରାଜ୍ୟ

ମଙ୍ଗଳବାର ବିଳମ୍ବିତ ରାତିରେ ଚନ୍ଦ୍ରଗ୍ରହଣ: ଅପରାହ୍ନ ୪ଟା ୩୨ରୁ ପାକତ୍ୟାଗ, ଦେବନୀତି ନିଷେଧ

ଭୁବନେଶ୍ୱର, ୧୪।୭(ବ୍ୟୁରୋ): ଆସନ୍ତା ୧୬ ତାରିଖ ମଙ୍ଗଳବାର ବିଳମ୍ବିତ ରାତିରେ ଆଷାଢ଼ ପୂର୍ଣ୍ଣିମା ବା ଗୁରୁପୂର୍ଣ୍ଣିମାରେ ଆଂଶିକ ଚନ୍ଦ୍ରଗ୍ରହଣ ସଂଗଠିତ ହେବ। ଏହା ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ଆଫ୍ରିକା, ଦକ୍ଷିଣ ଆମେରିକା ଆଦି ମହାଦେଶର ଅନେକ ଅଞ୍ଚଳ ସହ ଭାରତର ସମସ୍ତ ସ୍ଥାନରେ ଦୃଶ୍ୟମାନ ରହିବ। ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା ଅନୁଯାୟୀ, ପୁରୀକୁ ଭାରତୀୟ ସମୟ ଅନୁସାରେ ମଙ୍ଗଳବାର ରାତ୍ରି ୧୨ଟା ୧୪ରେ ଚନ୍ଦ୍ରକାନ୍ତି ମାଲିନ୍ୟାରମ୍ଭ ହେବାକୁ ଥିବାବେଳେ ରାତ୍ରି ୧ଟା ୩୨ରେ ଆଂଶିକ ଗ୍ରହଣ ସ୍ପର୍ଶ, ୩ଟା ୧ରେ ଗ୍ରହଣ ମଧ୍ୟ, ୪ଟା ୩୦ରେ ସର୍ବମୋକ୍ଷ ବା ଆଂଶିକ ଗ୍ରହଣ ଶେଷ ଓ ନିଶାନ୍ତ ୫ଟା ୪୮ରେ ଚନ୍ଦ୍ରକାନ୍ତି ମାଳିନ୍ୟ ଶେଷ ହେବ।
ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ମଙ୍ଗଳବାର ଅପରାହ୍ନ ୪ଟା ୩୨ରୁ ପାକତ୍ୟାଗ ଓ ଦେବନୀତି ନିଷେଧ ରହିବ। ବାଳକ, ବୃଦ୍ଧ, ରୋଗୀ ଓ ଆତୁର ବ୍ୟକ୍ତିଙ୍କ ପକ୍ଷେ ନିୟମ ଲଂଘନୀୟ। ସର୍ବମୋକ୍ଷ ପରେ ସ୍ନାନପୂର୍ବକ ଦେବନୀତି ଓ ଅନ୍ନଭୋଜନ କରାଯାଇପାରିବ। ବିଶେଷତଃ ଚତୁର୍ଥ ପ୍ରହରରେ ସର୍ବମୋକ୍ଷ ହେଉଥିବାରୁ ସୂର୍ଯ୍ୟୋଦୟ ପୂର୍ବରୁ ବା ପରେ ଠାକୁରମାନଙ୍କର ମହାସ୍ନାନ ଓ ଦେବନୀତି ଏବଂ ପରଦିନ ପାକ କାର୍ଯ୍ୟାଦି କରିବା ବିଧିସଙ୍ଗତ ଅଟେ। ଗ୍ରହଣଦିନଠାରୁ ସାତଦିନ ପର୍ଯ୍ୟନ୍ତ ଦୂରଯାତ୍ରା, ୧ ଦିନ ପର୍ଯ୍ୟନ୍ତ ବିବାହ ଓ ୩ ଦିନ ପର୍ଯ୍ୟନ୍ତ ବ୍ରତୋପନୟନ ନିଷେଧ। ରାତ୍ରି ୩ଟା ୧୫ ମଧ୍ୟେ ମେଷ, ବୃଷ, ମିଥୁନ, ଧନୁ, ମକର ଓ ମୀନ ଏବଂ ତପତ୍ରେ ମେଷ, ବୃଷ, ମିଥୁନ, କର୍କଟ, ମକର ଓ କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପକ୍ଷେ ଗ୍ରହଣ ଦର୍ଶନ ଅଶୁଭ ଫଳ ପ୍ରଦାନ କରିବ। ଅନ୍ୟମାନଙ୍କ ପାଇଁ ଶୁଭ ରହିବ।

ଅନ୍ୟପକ୍ଷରେ ଚନ୍ଦ୍ରଗ୍ରହଣ ମଧ୍ୟରାତିରେ ଦେଖାଯାଉଥିବାରୁ ଓ ଆକାଶ ମେଘାଚ୍ଛନ୍ନ ରହିବାର ସମ୍ଭାବନା ଥିବାରୁ ଭୁବନେଶ୍ୱର ପଠାଣିସାମନ୍ତ ପ୍ଲାନେଟାରିୟମ ଓ ବୁର୍ଲାସ୍ଥିତ ଡ. ଏ.ପି.ଜେ ଅବଦୁଲ କଲାମ ପ୍ଲାନେଟାରିୟମରେ ଦେଖିବା ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ। ନିଜ ଘରେ ରହି ଏହି ସୁନ୍ଦର ଦୃଶ୍ୟକୁ ଉପଭୋଗ କରିହେବ ବୋଲି ପଠାଣିସାମନ୍ତ ପ୍ଲାନେଟାରିୟମ ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତି ନିଯୁକ୍ତ: ମୋଟ ବିଚାରପତି ସଂଖ୍ୟା ହେଲା..

ନୂଆଦିଲ୍ଲୀ,୧ା୬:ସୁପ୍ରିମକୋର୍ଟରେ ସୋମବାର ୫ ନୂଆ ବିଚାରପତିଙ୍କୁ ନିଯୁକ୍ତି ମିଳିବା ଫଳରେ ଶୀର୍ଷ ଅଦାଲତର ମୋଟ ବିଚାରପତି ସଂଖ୍ୟା ୩୭ରେ ପହଞ୍ଚତ୍ବାକୁ ଯାଉଛି, ଯାହାକି ମଞ୍ଜୁରୀପ୍ରାପ୍ତ ସଂଖ୍ୟାଠାରୁ ଗୋଟିଏ…

ନିମିଷକେ ଉଜୁଡିଗଲା ସଂସାର…ବିବାହର କିଛି ଘଣ୍ଟା ପରେ ଆଖିବୁଜିଲେ ପାଇଲଟ୍‌: ସ୍ତ୍ରୀଙ୍କ ସହ କରୁଥିଲେ…

ଓ୍ବାଶିଂଟନ୍‌,୧।୬: ଆମେରିକାରେ ଏକ ହେଲିକପ୍ଟର ଦୁର୍ଘଟଣାରେ ଜଣେ ଭାରତୀୟ ବଂଶୋଦ୍ଭବ ପାଇଲଟ ମୃତ୍ୟୁବରଣ କରିଛନ୍ତି। ଏହି ଦୁଃଖଦ ଘଟଣା ତାଙ୍କ ବିବାହର ମାତ୍ର କିଛି ଘଣ୍ଟା ପରେ…

ଟେଷ୍ଟ କ୍ରିକେଟ୍‌ ନିୟମରେ ହେଲା ବଡ଼ ପରିବର୍ତ୍ତନ: ଏଣିକି…

ନୂଆଦିଲ୍ଲୀ,୧।୬: ଟେଷ୍ଟ କ୍ରିକେଟ୍‌ରେ ପୁଣି ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏନେଇ ଏକ ସୂଚନା ଶେୟାର କରିଛି। ସାଧାରଣତଃ ଖରାପ…

୩ ମାସ ତଳେ ବିବାହ କରିଥିଲେ ମୋନାଲି,ମାରିଦେଲେ ଶାଶୁଘର ଲୋକେ: ଗୁମର ଖୋଲିଦେଲେ ଭଉଣୀ

ଛତ୍ରପୁର,୧/୬ (ଦିଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଦିନକୁ ଦିନ ଯୌତୁକ ନିର୍ଯାତନାଜନିତ ବଧୁ ହତ୍ୟା ବୃଦ୍ଧି ପାଉଥିବାବେଳେ ସୋମବାର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଖୋର୍ଦ୍ଧା ଜିଲା…

ଯୁବକଙ୍କ ହାତଗୋଡ଼ ବାନ୍ଧି ମରଣାନ୍ତକ ଆକ୍ରମଣ ପରେ ଅପହରଣ ଘଟଣା: ୫ ଦିନ ବିତିଲା, ପୋଲିସ ହାତ ଖାଲି

ଆଳି,୧।୬(ବନମାଳୀ ସେନାପତି)- କେନ୍ଦ୍ରାପଡ଼ା ଜିଲା ଆଳି ଥାନା ମହାଦେଇ ପାଟଣା ଗ୍ରାମର ଗୌରାଙ୍ଗ ସେଠୀଙ୍କୁ କିଛି ବ୍ୟକ୍ତି ହାତ ଗୋଡ଼ ବାନ୍ଧି ମାଡ଼ ମାରି ଅପହରଣ କରିବା…

ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ: ବ୍ଲକ ପରେ ଏବେ ପଞ୍ଚାୟତରେ ବି ଅଭିଯୋଗ ଶୁଣିବେ ଅଧିକାରୀ

ଦାରିଙ୍ଗବାଡି,୧।୬(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ଗ୍ରାମପଞ୍ଚାୟତରେ ପ୍ରଥମଥର ପାଇଁ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ତ୍ୱାବଧାନରେ…

ବଡ଼ ହଲଚଲ! ବୈଠକ ପରେ ଭାଜପାକୁ ବଡ଼ ଧମକ ଦେଲେ ମମତା, ‘ମୋ ସହ ଖେଳିଛନ୍ତି, ସମୟ ଆସିଲେ ମୁଁ….’

କୋଲକାତା,୧।୬: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଜପା ଉପରେ ବଡ଼ ଅଭିଯୋଗ କରିଛନ୍ତି । ତାଙ୍କ ଦଳକୁ ବିଭାଜିତ କରିବାକୁ ଚେଷ୍ଟା କରୁଥିବା ନେଇ ଆରୋପ…

ଟ୍ରାକ୍ଟର ଉପରେ ଚଢି ଖେଳୁଥିଲେ ମନୁ: ହଠାତ୍‌ ଖସିଗଲା ଗୋଡ଼, ଆଉ ତା’ପରେ…

ଦାରିଙ୍ଗବାଡି, ୧।୬ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଭ୍ରମରବାଡ଼ି ଅଞ୍ଚଳରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ଟ୍ରାକ୍ଟରରୁ ଖସି ଜଣେ ୪ ବର୍ଷ ଶିଶୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri