ମକାକ୍ଷେତରେ ବିମାନ ଅବତରଣ

ମସ୍କୋ, ୧୭ା୮(ପି.ଟି.): ରୁଷିଆର ୟୁରାଲ ଏୟାରଲାଇନ୍ସ ଏ୩୨୧ ବିମାନ ୨୨୬ ଯାତ୍ରୀ ଓ ୭ କର୍ମଚାରୀଙ୍କୁ ନେଇ ଗୁରୁବାର ମସ୍କୋର ଝୁକୋଭସ୍କାୟା ବିମାନବନ୍ଦରରୁ କ୍ରିମିଆ ଅଭିମୁଖେ ଉଡ଼ାଣ ଆରମ୍ଭ କରିବାର କିଛିକ୍ଷଣ ପରେ ପକ୍ଷୀମାଡ଼ର ଶିକାର ହୋଇଥିଲା। ବିମାନର ଦୁଇଟି ଇଞ୍ଜିନ ଖରାପ ହେବାରୁ କ୍ୟାପ୍‌ଟେନ ଡାମିର ୟୁସୁପୋଭ୍‌(୪୧) ଉପସ୍ଥିତ ବୁଦ୍ଧି ଖଟାଇ ଏକ ମକାକ୍ଷେତ ଭିତରେ ଲ୍ୟାଣ୍ଡିଂ କରିଥିଲେ। ବିମାନଟି ଯାତ୍ରୀପୂର୍ଣ୍ଣ ଥିବାବେଳେ ୧୬ ଟନ୍‌ ଫୁଏଲରେ ଭର୍ତ୍ତି ଥିଲା। ସବୁଯାତ୍ରୀ ଆତଙ୍କିତ ଥିବାବେଳେ ଅଭିଜ୍ଞ ୟୁସୁପୋଭ୍‌ ବିମାନଟିକୁ ସୁରକ୍ଷିତ ଲ୍ୟାଣ୍ଡିଂ କରିବାରେ ସଫଳ ହୋଇଥିଲେ। କେତେକ ଯାତ୍ରୀଙ୍କୁ ଚିକିତ୍ସା ଲାଗି ହସ୍ପିଟାଲ ନିଆଯାଇଥିଲେ ହେଁ ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି। ୨୦୧୩ରେ ସ୍ନାତକ ପାସ୍‌ କରି ଓକିଲାତି କରୁଥିବା ଡାମିର ୟୁସୁପୋଭ୍‌ ପରେ ଫ୍ଲାଇଟ୍‌ ସ୍କୁଲରେ ଯୋଗଦେଇ ପାଇଲଟଭାବେ କାର୍ଯ୍ୟ କରୁଥିଲେ। ଗତବର୍ଷ କ୍ୟାପ୍‌ଟେନ ହୋଇଥିଲେ। ତାଙ୍କ ସାହସକୁ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ମୁଖପାତ୍ର ଡିମିଟ୍ରି ପେସ୍କୋଭ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ମହାକାଶଚାରୀଙ୍କୁ ଚନ୍ଦ୍ରକୁ ପଠାଇବ ନାସା

ଓ୍ବାଶିଂଟନ, ୨୨।୯: ଆଗାମୀ ଦିନରେ ମହିଳା ମହାକାଶଚାରୀ ଚନ୍ଦ୍ରକୁ ଯିବେ। ଏନେଇ ନାସା ପକ୍ଷରୁ ଏକ ପ୍ରକଳ୍ପ ଉପରେ କାମ ଆରମ୍ଭ ହୋଇଛି। ୨୦୨୪ରେ ନାସା...

୫ରୁ ୧୧ ବର୍ଷର ପିଲା ନେବେ ଫାଇଜର ଟିକା

ଓ୍ବାଶିଂଟନ, ୩୧।୧୦: ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ (ଏଫ୍‌ଡିଏ) ଫାଇଜର-ବାୟୋଏନ୍‌ଟେକ୍‌ ପ୍ରସ୍ତୁତ କୋଭିଡ୍‌ ଟିକାକୁ ୫ରୁ ୧୧ ବର୍ଷ ବୟସ ବର୍ଗର ପିଲାମାନଙ୍କ ନିମନ୍ତେ...

ପ୍ରସ୍ତୁତ ହେଲା ସିଙ୍ଗଲ ଡୋଜ୍‌ କରୋନା ଟିକା

ଓ୍ବାଶିଂଟନ,୨୫।୨: କରୋନା ବିରୋଧରେ ଲଢ଼େଇ ଜାରି ରହିଛି। ଏପରିସ୍ଥଳେ ଭାରତ ସମେତ କେତେକ ଦେଶରେ ସାର୍ବଜନୀକ ଟିକାକରଣ ଅଭିଯାନ ମଧ୍ୟ ଆରମ୍ଭ ହୋଇସାରିଛି। ଏସବୁ ପ୍ରତିଷେଧକ...

ବାଲାକୋଟରେ ପୁଣି ସକ୍ରିୟ ହେଲା ଜୈଶ-ଇ-ମହମ୍ମଦ: ୪୦ରୁ ୫୦ ଆତ୍ମଘାତୀ ଆତଙ୍କବାଦୀ ନେଉଛନ୍ତି ପ୍ରଶିକ୍ଷଣ

ଇସ୍‌ଲାମାବାଦ୍‌,୧୪।୧୦: ପାକିସ୍ତାନ ବାଲାକୋଟରେ ପୁଣି ଥରେ ଆତଙ୍କବାଦୀ ସକ୍ରିୟ ହୋଇଥିବା ଜଣାପଡ଼ିଛି। ଜୈଶ-ଇ-ମହମ୍ମଦର ୪୦ରୁ ୫୦ ଆତ୍ମଘାତୀ ଆତଙ୍କବାଦୀ ସେଠାରେ ପ୍ରଶିକ୍ଷଣ ନେଉଥିବା ଭାରତୀୟ ଗୁଇନ୍ଦା...

କୁଖ୍ୟାତ ଡ୍ରଗ୍ସ ବେପାରୀଙ୍କୁ ଧରିଲା ପୋଲିସ

ବୋଗତା, ୨୪ା୧୦: କଲମ୍ବିଆ ପୋଲିସର ମୋଷ୍ଟ ଓ୍ବାଣ୍ଟେଡ ତାଲିକାରେ ଥିବା ଡ୍ରଗ୍ସ ବେପାରୀ ଡାଇରୋ ଆଣ୍ଟୋନିଓଙ୍କୁ ଗିରଫ କରାଯାଇଛି। ଦେଶର ସବୁଠାରୁ ବଡ଼ ଡ୍ରଗ୍ସ ର଼୍ୟାକେଟ୍‌...

ବିନା ମାସ୍କରେ ରିପୋର୍ଟିଂ କରୁଥିଲେ ଖବରଦାତା, ଆଉ ତା’ପରେ

ଇସଲାମାବାଦ,୨୦।୭: ପାକିସ୍ତାନରେ କରୋନା କାୟା ବିସ୍ତାର କରିଛି। ଏହି ସମୟରେ ଜଣେ ଖବରଦାତା ବିନା ମାସ୍କରେ ରିପୋଟିଂ କରିବା ମହଙ୍ଗା ପଡିଛି। ଏକ ଘରୋଇ ଚ୍ୟାନେଲ...

ଶେଷରେ ମାନିଲା ପାକିସ୍ତାନ: ପୁଲଓ୍ବାମା ଆକ୍ରମଣରେ ରହିଛି ଜୈଶ୍‌ର ହାତ

ଇସଲମାବାଦ, ୨୪।୭: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନ ଆତଙ୍କବାଦ ସଂଗଠନ ଜୈଶ-ଏ-ମହମ୍ମଦର ହାତ ଅଛି ବୋଳି ସ୍ବୀକାର କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ...

ମଝି ଆକାଶରୁ ଯାତ୍ରୀବାହୀ ବିମାନ ଅନ୍ତର୍ଦ୍ଧାନ…

ମସ୍କୋ,୬।୭: ରୁଷିଆରେ ମଝି ଆକାଶରୁ ହଠାତ୍‌ ଏକ ଯାତ୍ରୀବାହୀ ବିମାନ ଅନ୍ତର୍ଦ୍ଧାନ ହୋଇଯାଇଛି। ବିମାନ ସହିତ ଯୋଗାଯୋଗ ବିଚ୍ଛିନ୍ନ ହେବାରୁ ଏବେ ସ୍ଥିତି ସଙ୍କଟ ଜନକ...

Advertisement
Archives

Model This Week