ଭ୍ୟାକ୍ସିନ୍‌ ସହଜ ନୁହେଁ, ଭଲ ହେଲା ପରେ ପୁଣି ହେଉଛି କରୋନା

ଭୁବନେଶ୍ୱର,୧୧ା୫(ବ୍ୟୁରୋ): କରୋନା ମହାମାରୀ ଯୋଗୁ ସାରା ବିଶ୍ୱରେ ଲକ୍‌ଡାଉନ ୍‌ ଜାରି ରହିଛି। ସଂକ୍ରମଣ ଯୋଗୁ ଚାରିଆଡ଼େ କରାଯାଉଥିବା ବେଳେ ଏହା କେତେଦିନ ଜାରିରହିବ ତାହା କାହାରିକୁ ଜଣାନାହିଁ। ବିଶ୍ୱବ୍ୟାପୀ କରୋନାକୁ ନେଇ ଅଥନୀତି ସମ୍ପୂର୍ଣ୍ଣ ବିଗିଡ଼ିବାରେ ଲାଗିଥିବାବେଳେ ଏହିରୋଗର ଭ୍ୟାକ୍ସିନ୍‌ କେବେ ବାହାରିବ ତାହା ଉପରେ ସଭିଁଙ୍କ ନଜର ରହିଛି। ସବୁବଡ଼ ବଡ଼ ଦେଶ ବର୍ତ୍ତମାନ ଭ୍ୟାକ୍ସିନ୍‌ ବାହାର କରବାକୁ ପ୍ରୟାସ ଚଳାଇଛନ୍ତି। ଏଥିଲାଗି ବହୁ ସମୟ ଲାଗିଯିବ ବୋଲି କୁହାଯାଉଥିବା ବେଳେ ତାହା ମଧ୍ୟ ନିଶ୍ଚିତ ନୁହେଁ ବୋଲି କେତେଜଣ ଡାକ୍ତର କହଛନ୍ତି। ଯଦି ଭ୍ୟାକ୍ସନ ବାହାରିଯାଏ ତେବେ ଏହା କେତେଶୀଘ୍ର ଲୋକମାନଙ୍କ ନିକଟରେ ପହଞ୍ଚପାରିବ ଏବଂ ଏହାକୁ କ୍ରୟ କରିବା ପାଇଁ କେତେ ସହଜ ହେବ ସେନେଇ ଧରିତ୍ରୀ ପକ୍ଷରୁ କେତେଜଣ ଡାକ୍ତରଙ୍କ ମତାମତ ସଂଗ୍ରହ କରାଯାଇଛି।
ମେଡିସିନ ପ୍ରଫେସର ଜୟନ୍ତ କୁମାର ପଣ୍ଡାଙ୍କ କହିବାନୁଯାୟୀ, ବର୍ତ୍ତମାନ ସ୍ଥିତିରେ ଲକ୍ଷ୍ୟ କରାଗଲାଣି କରୋନାରେ ଆକ୍ରାନ୍ତ ଥିବା ରୋଗୀ ଭଲ ହୋଇ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ମଧ୍ୟ ପୁଣିଥରେ ପଜିଟିଭ୍‌ ଆସୁଛି। ଭଲ ହେଉଥିବା ରୋଗୀ ଯଦି ଭୂତାଣୁ ଆଣୁଛନ୍ତି ଏଭଳି ସ୍ଥିତିରେ ଭ୍ୟାକ୍ସିନ ବାହାରିପାରିବା ସନ୍ଦେହ। ଇସ୍ରାଏଲ ଏକଇମ୍ୟୁନୋ ଥେରାପି ବାହାର କରିଥିବା କହୁଛି। ଯିଏ ଭୂତାଣୁକୁ ନିଷ୍କ୍ରିୟ କରିପାରିବ। ହେଲେ ଏହା ଏ ପର୍ଯ୍ୟନ୍ତ ବାହାରକୁ ଆସିନି। ସେହପରି ଇଟାଲୀ ଭ୍ୟାକ୍ସିନ ତିଆରି କରିଥିବା କହିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବାହାରକୁ ଆଣିପାରିନାହିଁ। ଅକ୍ସଫୋର୍ଡ ପକ୍ଷରୁ ସେପ୍ଟେମ୍ବର ସୁଦ୍ଧା ପ୍ରସ୍ତୁତ ହୋଇଯିବ ବୋଲ କୁହାଯାଉଛି। ଭାରତରେ ମଧ୍ୟ ସେପ୍ଟେମ୍ବରରୁ ଡିସେମ୍ବର ସୁଦ୍ଧା ବାହାରିଯିବ ବୋଲି କୁହାଯାଉଛି। ମାତ୍ର ଯେ ପର୍ଯ୍ୟନ୍ତ ଭ୍ୟାକ୍ସିନ ନ ବାହାରିଛି କେତେଦୂର ହେବ ତାହା ପ୍ରଶ୍ନବାଚୀ। ଯଦ ଭ୍ୟାକ୍ସିନ ବାହାରିଗଲା ତାହା କେତେ ସଂଖ୍ୟାରେ ଲୋକଙ୍କ ପାଖରେ ପହଞ୍ଚି ପାରିବ ତାହା ମଧ୍ୟ ବିରାଟ ପ୍ରଶ୍ନବାଚୀ। କେବଳ ଭାରତରେ ନୁହେଁ ସାରା ପୃଥିବୀବାସୀଙ୍କ ପାଇଁ ଏହି ଭ୍ୟାକ୍ସିନ୍‌ର ଆବଶ୍ୟକତା ରହିଛି। ସରକାର ଏଥିଲାଗି ଅର୍ଥଦେଇପାରିବେ,ମାତ୍ର ସେତିକି ପରିମାଣରେ ତିଆରି କରାଯାଇପାରିବା ସହଜ ନୁହେଁ। କମ୍ୟୁନିଟି ମେଡିସିନର ପ୍ରଫେସର ଲିଜା ଷଡ଼ଙ୍ଗୀ କହିଛନ୍ତି ଯେ, ଗୋଟିଏ ଭ୍ୟାକ୍ସିନ ବାହାର କରିବା ପାଇଁ ୧୨ରୁ ୧୮ମାସ ସମୟ ଲାଗିଥାଏ। ଏଥିପାଇଁ ୪ଟି ଟ୍ରାଏଲ କରାଯାଇଥାଏ। ବହୁ ଦେଶ ଭ୍ୟାକ୍ସିନ୍‌ ବାହାର କରିବା ଲାଗି କାମ କରୁଛନ୍ତି। ଯେବେ ଭ୍ୟାକ୍ସିନ୍‌ ବାହାରିବ କେତେ ଉତ୍ପାଦନ ହେଉଛି ତାକୁ ଦେଖିବା ଜରୁରୀ। ଦେଶରେ ୧୩୦ କୋଟି ଲୋକ ବସବାସ କରୁଛନ୍ତି। ସେତିକି ପରିମାଣରେ ଉତ୍ପାଦନ କରିବା ଦରକାର। ଯଦି ଡିସେମ୍ବର ସୁଦ୍ଧା ବାହାରେ ତେବେ ଆହୁରି ୫ରୁ୬ ମାସ ଏହା ବଜାରରେ ପହଞ୍ଚିବାକୁ ଲାିଗଯିବ। ସବୁ ଶ୍ରେଣୀର ଲୋକ ମଧ୍ୟ ଏହାକୁ କିଣିବାରେ ସକ୍ଷମ ହୋଇପାରିବେ ନାହିଁ। ହେଲେ ସରକାର ନିଶ୍ଚିତ ଭାବେ ଏଥିପାଇଁ ଅର୍ଥ ଯୋଗାଇ ଦେବେ ବୋଲି ସେ କହିଛନ୍ତି। ଏସ୍‌ସିବିର ଜରୁରିକାଳୀନ ମେଡିକାଲି ଅଫିସର ଭୁବନାନନ୍ଦ ମହାରଣା କହିଛନ୍ତି ଯେ, ଭ୍ୟାକ୍ସିନ୍‌ ନିଶ୍ଚିତ ବାହାରିବ ହେଲେ ଏଥିପାଇଁ ସମୟ ଲାଗିବ। ଅତିକମ୍‌ରେ ଭ୍ୟାକ୍ସିନ୍‌ ବାହାରବାକୁ ଦେଢ଼ବର୍ଷ ଲାଗି ଯାଇପାରେ। ଦେଶସାରା ଲୋକମାନଙ୍କୁ ହଠାତ୍‌ ଭ୍ୟାକ୍ସିନ୍‌
ଦିଆଯାଇପାରିବ ନାହିଁ। ମହାମାରୀ ଲାଗି କେହି ପ୍ରସ୍ତୁତ ନ ଥିଲେ। ତେଣୁ ଭ୍ୟାକ୍ସିନ୍‌ ବାହାରବାକୁ ମୁଖ୍ୟତଃ କେତେ ସମୟ ଲାଗିବ ତାହା ପ୍ରଥମ ପ୍ରଶ। ଡେଙ୍ଗୁ, ସ୍ବାଇନ୍‌ ଫ୍ଲୁ ଭଳି ଲୋକମାନଙ୍କୁ ଜୀବନ ସାରା କରୋନା ସହିତ ବଞ୍ଚିବାକୁ ପଡ଼ିବ। ଓଡ଼ିଶାରେ ମୃତ୍ୟୁ ସଂଖ୍ୟା କମ୍‌ ରହିଲେ ମଧ୍ୟ ବହୁ ଲୋକ ସଂକ୍ରମିତ ହେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri