ଭୋଟ ହାରରେ ବିଜେଡି ଆଗରେ

ଭୁବନେଶ୍ୱର,୨୮ା୩(ବ୍ୟୁରୋ): ରାଜ୍ୟରେ ପୌର ନିର୍ବାଚନର ଫଳାଫଳ ଆସିବା ପରେ ସହରାଞ୍ଚଳ ବାସିନ୍ଦା ମଧ୍ୟ ଅଧିକ ମାତ୍ରାରେ ବିଜେଡି ସପକ୍ଷରେ ରହିଥିବା ସ୍ପଷ୍ଟ ହୋଇଯାଇଛି। କାଉନ୍‌ସିଲର ନିର୍ବାଚନ ଫଳାଫଳ ଅନୁଯାୟୀ ବିଜେଡି ଭୋଟ ହାର ତୁଳନାରେ ଭାଜପା, କଂଗ୍ରେସ ଏବଂ ସ୍ବାଧୀନ ବହୁ ପଛରେ ରହିଛନ୍ତି। କାଉନ୍‌ସିଲରମାନଙ୍କୁ ମିଳିଥିବା ଭୋଟ ଅନୁଯାୟୀ ବିଜେଡି ରାଜ୍ୟରେ ସର୍ବାଧିକ ୫୦% ଭୋଟ ହାତେଇଛି। ସେହିପରି ବିଜେଡି ପଛକୁ ଭାଜପା ୨୭%, କଂଗ୍ରେସ ୧୨%, ସ୍ବାଧୀନ ୯% ଏବଂ ଅନ୍ୟାନ୍ୟ ଓ ନୋଟା ୨% ଭୋଟ ପାଇଛନ୍ତି। ହେଲେ ରାଜ୍ୟରେ ହୋଇଥିବା କାଉନ୍‌ସିଲର୍‌, ପୌରାଧ୍ୟକ୍ଷ ଏବଂ କର୍ପୋରେଟର ନିର୍ବାଚନରେ ମୋଟ ୪୬,୮୩୫ ସହରାଞ୍ଚଳ ବାସିନ୍ଦା ନୋଟାକୁ ପସନ୍ଦ କରିଛନ୍ତି।
ରାଜ୍ୟ ନିର୍ବାଚନ କମିଶନଙ୍କ ତଥ୍ୟ ମୁତାବକ, କାଉନ୍‌ସିଲର ଭୋଟରେ ବିଜେଡି ରାଜ୍ୟରୁ ୮,୬୧,୮୦୧ ଭୋଟ ପାଇଛି। ସେହିପରି ଭାଜପାକୁ ୪,୬୭,୩୨୪, କଂଗ୍ରେସକୁ ୨,୧୩,୧୦୬ ଭୋଟ ମିଳିଥିବାବେଳେ ସ୍ବାଧୀନ ୧,୬୦,୪୧୪, ଅନ୍ୟାନ୍ୟ ପ୍ରାର୍ଥୀ ୧୨,୫୩୩ ଖଣ୍ଡ ଭୋଟ ପାଇଛନ୍ତି। କାଉନ୍‌ସିଲର ନିର୍ବାଚନରେ ୨୧,୪୩୦ ଭୋଟର କୌଣସି ପ୍ରାର୍ଥୀଙ୍କୁ ସମର୍ଥନ ନ କରି ନୋଟା ବଟନ ଚିପିଛନ୍ତି। କାଉନ୍‌ସିଲର ଭୋଟରେ ବିଜେଡିଠାରୁ ଭାଜପା ମୋଟ ୩,୯୪, ୪୭୭ ଖଣ୍ଡ ଭୋଟ ପଛରେ ରହିଛି। ପୌରାଧ୍ୟକ୍ଷ ନିର୍ବାଚନରେ ବିଜେଡି ସର୍ବାଧିକ ୪୮%, ଭାଜପା ୨୯%, କଂଗ୍ରେସ ୧୨%, ସ୍ବାଧୀନ ୯%, ଅନ୍ୟାନ୍ୟ ଓ ନୋଟା ୨% ଭୋଟ୍‌ ପାଇବାରେ ସକ୍ଷମ ହୋଇଛନ୍ତି। ପୌରାଧ୍ୟକ୍ଷ ନିର୍ବାଚନରେ ମଧ୍ୟ ୧୭,୧୩୮ ଲୋକ ନୋଟାକୁ ବିକଳ୍ପ ଭାବି ନେଇଛନ୍ତି। ପୌରାଧ୍ୟକ୍ଷ ନିର୍ବାଚନରେ ବିଜେଡି ୮,୫୫,୦୦୧ ଭୋଟ ପାଇ ପ୍ରଥମ ସ୍ଥାନରେ ରହିଛି। ବିଜେଡି ପଛକୁ ଭାଜପା ୫,୧୫,୬୪୯, କଂଗ୍ରେସ ୨,୧୮,୧୧୪, ସ୍ବାଧୀନ ୧,୬୫,୭୯୨ ଏବଂ ଅନ୍ୟାନ୍ୟ ୧୬,୧୦୪ ଭୋଟ ପାଇଛନ୍ତି। ପୌରାଧ୍ୟକ୍ଷ ଭୋଟରେ ବିଜେଡିଠାରୁ ଭାଜପା ୩,୩୯,୩୫୨ ଭୋଟ ପଛରେ ରହିଛି। ତେବେ ବିଜେଡିକୁ ପୌରାଧ୍ୟକ୍ଷ ତୁଳନାରେ କାଉନ୍‌ସିଲର ନିର୍ବାଚନରେ ୨% ଅଧିକ ଭୋଟ ମିଳିଛି।
ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ଭଳି ୩ ମହାନଗର ନିଗମରେ ହୋଇଥିବା ନିର୍ବାଚନରେ ମଧ୍ୟ ବିଜେଡି ସବୁଠୁ ଭଲ ପ୍ରଦର୍ଶନ କରିଛି। ୩ଟି ଯାକ ମେୟର ପଦବୀ ବିଜେଡି ଖାତାକୁ ଚାଲିଯାଇଛି। ରାଜ୍ୟରେ ଅନୁଷ୍ଠିତ ୧୬୮ କର୍ପୋରେଟର ନିର୍ବାଚନରେ ବିଜେଡିକୁ ୩, ୧୩,୨୭୫ ଭୋଟ ମିଳିଥିବା ବେଳେ ଭାଜପା ୧,୬୯,୪୩୯, କଂଗ୍ରେସ ୮୧, ୪୩୪, ସ୍ବାଧୀନ ୧, ୦୪,୬୦୪ ଏବଂ ଅନ୍ୟାନ୍ୟ ଦଳ ୬,୨୦୪ ଖଣ୍ଡ ଭୋଟ ପାଇଛନ୍ତି। ୩ ମହାନଗର ନିଗମର ୮,୨୬୭ ଜଣ ଭୋଟର ନୋଟାକୁ ପସନ୍ଦ କରିଛନ୍ତି। ମହାନଗର ନିଗମ କର୍ପୋରେଟର ନିର୍ବାଚନରେ ବିଜେଡି ୪୬%, ଭାଜପା ୨୫%, କଂଗ୍ରେସ ୧୨%, ସ୍ବାଧୀନ ୧୫% ଏବଂ ଅନ୍ୟାନ୍ୟ ଓ ନୋଟା ୨% ଭୋଟ୍‌ ପାଇଛନ୍ତି। କର୍ପୋରେଟର ନିର୍ବାଚନରେ ଭାଜପା ବିଜେଡି ତୁଳନାରେ ୧,୪୩,୮୩୬ ଖଣ୍ଡ କମ୍‌ ଭୋଟ ପାଇଛି।
ମିଳିଥିବା ସୂଚନା ମୁତାବକ, ଗତଥର ତୁଳନାରେ ଏଥର କିନ୍ତୁ ଭାଜପାର ଭୋଟ ହାର ବୃଦ୍ଧି ପାଇଛି। ଗତଥର ଭାଜପା ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ନିର୍ବାଚନରେ ୪ଟି ସିଟ୍‌ ପାଇଥିବା ବେଳେ ଏଥର ସେହି ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ୮ଟି ଆସନରେ ଭାଜପା ପ୍ରାର୍ଥୀ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା କରି କମ୍‌ ଭୋଟ ବ୍ୟବଧାନରେ ପରାଜୟ ହୋଇଛନ୍ତି। ସେହିପରି କଟକ ମହାନଗର ନିଗମ(ସିଏମ୍‌ସି)ରେ ମଧ୍ୟ ଗତଥର ଭାଜପା ୩ଟି ଆସନ ପାଇ ସନ୍ତୁଷ୍ଟ ହୋଇଥିବା ବେଳେ ଏଥର କିନ୍ତୁ ସେହି ସଂଖ୍ୟା ୭ରେ ପହଞ୍ଚିଛି। ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି)ରେ ଭାଜପା ଏଥର ୭ଟି ଆସନରେ ବିଜୟ ଲାଭ କରିଛି। ଗତଥର ଶୂନ ଆସନ ପାଇଥିବା ଭାଜପା ଏଥର ୭କୁ ବୃଦ୍ଧି ପାଇବା ଭାଜପା କର୍ମୀ ମହଲରେ ଅଳ୍ପବହୁତେ ଉତ୍ସାହ ବଢ଼ାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଜୁନାଗଡ଼ ରୋଡ୍‌ରୁ ହାଓ୍ବଡା ଇସ୍ପାତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ଏମ୍‌ପି: ୨୨ରୁ ଗଡ଼ିବ ଟ୍ରେନ୍‌…

ଜୁନାଗଡ଼,୧୯।୨(ସୁନୀଲ କୁମାର ସିଂହ/ଅଂଶୁମାନ ଯୋଶୀ)- ପଶ୍ଚିମ ଓଡ଼ିଶାରେ ରେଳ ସଂଯୋଗକୁ ସୁଦୃଢ଼ ​​କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ହାଓ୍ବଡା-ଟିଟଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ୍ ଜୁନାଗଡ଼ ରୋଡ୍…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri