ଭୋଗରାଇ ଥାନା ଆଗରେ ଡିଏସ୍‌ଓର ବିକ୍ଷୋଭ

ଭୋଗରାଇ,୧୩।୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ଥାନା ସମ୍ମୁଖରେ ଡିଏସ୍‌ଓ ପକ୍ଷରୁ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନିକଟରେ ତାଳସାରୀ ବେଳାଭୂମିରେ କଲେଜ ଛାତ୍ରୀଙ୍କୁ ନିର୍ଯାତନା ଦେବା ଓ ଅଶ୍ଳୀଳ ଭିଡ଼ିଓ ଭାଇରାଲ କରି ବ୍ଲାକମେଲ କରିବା ଦୁର୍ବୃତ୍ତଙ୍କୁ ଅବିଳମ୍ବେ ଗିରଫ କରି କାର୍ଯ୍ୟାନୁଷ୍ଠାନ ନେବା, ବେଳାଭୂମିରେ ପର୍ଯ୍ୟଟକଙ୍କୁ ସୁରକ୍ଷା ଦେବା, ମଦ ମାଦକ ଦ୍ରବ୍ୟ ପ୍ରସାର ବନ୍ଦ କରିବା, ବେଆଇନ ଭାବେ ବେପରୁଆ ବାଇକ ଚାଳନା ବନ୍ଦ କରିବା ଆଦି ଦାବି ନେଇ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଡିଏସ୍‌ଓ ଛାତ୍ରନେତା ଅମର ବୋର, ସଞ୍ଜୟ ପରିଡ଼ା, ସ୍ବାଗତ କୁମାର ପଣ୍ଡା, ପୂର୍ଣ୍ଣଚନ୍ଦ୍ର ଦେ, ପବିତ୍ର ପ୍ରଦାନ, ଗଣେଶ ପରମାଣିକ, ସୁମନ ପରିଡ଼ା, ହରେକୃଷ୍ଣ ଦାସ, ଆସମାନ ରାଜ ପ୍ରମୁଖ ନେତୃତ୍ୱରେ ବହୁ ଛାତ୍ରୀଛାତ୍ର ଆର୍‌ଆଇଏଚ୍‌ଏସ୍‌ ଗ୍ରାମ୍ୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନରୁ ଏକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ଥାନାଛକ ପରିକ୍ରମା କରିଥିଲେ। ସେଠାରୁ ଛାତ୍ର ବିକ୍ଷୋଭକାରୀ ଭୋଗରାଇ ଥାନାରେ ପହଞ୍ଚତ୍ ଦୀର୍ଘସମୟ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଏକ ପ୍ରତିନିଧି ଦଳ ଭୋଗରାଇ ଥାନା ଅଧିକାରୀଙ୍କୁ ଛାତ୍ରୀ ପ୍ରତି ହୋଇଥିବା ନିର୍ଯାତନା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଏସ୍‌ପିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାଇକେଲରେ ୯ ଦିନରେ ୭୦୦ କି.ମି. ଯାତ୍ରା: ପରିବେଶ ସୁରକ୍ଷା ବାର୍ତ୍ତା ଦେଲେ ଅମରେଶ

ବ୍ରହ୍ମପୁର ଅଫିସ,୩୦ା୧୨-ପରିବେଶ ସୁରକ୍ଷା ନିମନ୍ତେ ଚାରାରୋପଣ କରିବା ସଚେତନତା ବାର୍ତ୍ତା ନେଇ ଗତ ୨୧ ତାରିଖରୁ ପାରାଦୀପରୁ ସାଇକେଲରେ ବାହାରି ଥିବା ଇଂ. ଅମରେଶ ନରେଶ...

ଆନ୍ଦୋଳନ ପରେ କାର୍ଯ୍ୟକାରୀ ହେଲା ଜେରିଆଟିକ୍‌ ୱାର୍ଡ

ଅନୁଗୋଳ ଅଫିସ, ୨୭।୮ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା ନେଇ ସୋମବାର ସାମାଜିକ କର୍ମୀମାନେ ଧାରଣା ଦେଇଥିଲେ। ବିଶେଷକରି ଜେରିଆଟିକ୍‌ ୱାର୍ଡ ଖୋଲିବା ଏକ...

ପଞ୍ଚାୟତ ପୃଥକାବାସ ଶୌଚାଳୟ ଭାଙ୍ଗିଲେ ଦୁର୍ବୃତ୍ତ

ଲୋଇସିଂହା, ୨୯।୩(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିବାହାଲ ପଞ୍ଚାୟତ ପକ୍ଷରୁ ଭାଲୁପାଲି ଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ କରୋନା ଭାଇରସ ମୁକାବିଲା ପାଇଁ...

ବଜ୍ରକୋଟରେ କଙ୍ଗାରୁ କୋର୍ଟ: ଭାଙ୍ଗିଲେ ଘର, ଶୀତ କାକରରେ ବାସନ୍ଦ ପରିବାର

ରଣପୁର, ୭।୧୨(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ବଜ୍ରକୋଟରେ ଗୁରୁବାର ସନ୍ଧ୍ୟାରେ କଙ୍ଗାରୁ କୋର୍ଟ କରାଯାଇ ଭଗବାନ ଦଳେଇ ନାମକ ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗି...

ସିଲେରୁ ନଦୀରେ ଡଙ୍ଗା ବୁଡି ନିଖୋଜ ଘଟଣା: ୪ ଦିନ ପରେ ୨ ମହିଳାଙ୍କ ମୃତଦେହ ଉଦ୍ଧାର

ମାଲକାନରି, ୬ା୬ (ସ୍ବ.ପ୍ର.)- ସିଲେରୁ ନଦୀରେ ଡଙ୍ଗାବୁଡି ନିଖୋଜ ଥିବା ୨ ମହିଳାଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି। ଫଳରେ ଗତ ୪ ଦିନ ଧରି...

ଗ୍ରାମସଭାରେ ନାଲ୍‌କୋକୁ ମିଳିତ ବିରୋଧ

ପଟ୍ଟାଙ୍ଗି,୧୯ା୬(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ସେରୁବନ୍ଧ ବକ୍ସାଇଟ୍‌ ପାହାଡ଼ ଖୋଳାକୁ ନେଇ ପ୍ରତିବାଦ ତେଜୁଛି। ବ୍ଲକର ମାଳିପୁଟ ପଞ୍ଚାୟତ କାର୍ଯ୍ୟାଳୟରେ ଆୟୋଜିତ ଗ୍ରାମସଭାରେ...

ପକ୍କାଘର ଦେବାକୁ କହି ନେଇଗଲେ ସୁନାଚେନ୍‌, ଟଙ୍କା

ନୟାଗଡ଼ ଅଫିସ,୨୬ା୬- ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ଅଜବ ଢଙ୍ଗର ଠକେଇ ଘଟଣା ଦେଖିବାକୁ ମିଳିଥିଲା। ଜଣେ ଯୁବକ ପକ୍କା ଘର କରାଇଦେବାକୁ କହି...

ନଦୀରୁ ଅଜଣା ମୃତଦେହ ଉଦ୍ଧାର

କଣ୍ଟାମାଳ, ୧୨।୯(ଡି.ଏନ.ଏ.): ବୌଦ୍ଧ ଜିଲା କଣ୍ଟାମାଳ ଥାନା ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ କମଘାଟ ଗାଁର ତେଲ ନଦୀ ଘାଟରୁ ଗୁରୁବାର ଏକ ଅଜଣା ମୃତଦେହ ଉଦ୍ଧାର...

Coronavirus Update


Archives

Model This Week

Why Dharitri