ଭୋକିଲା ଜୀବଜନ୍ତୁଙ୍କୁ ଖାଦ୍ୟ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ବ୍ୟୟବରାଦ

ଭୁବନେଶ୍ୱର,୩୧ା୩(ବ୍ୟୁରୋ)- କୋଭିଡ୍‌-୧୯ ସଂକ୍ରମଣ ଆଶଙ୍କାରେ ସମଗ୍ର ଦେଶ ଲକ୍‌ଡାଉନ୍‌ ରହିଛି। ବୁଲା ଜୀବଜନ୍ତୁ ଏହି ଲକ୍‌ଡାଉନ ସମୟରେ ଭୋକ ଉପାସରେ ରହୁଥିବା ଜଣାପଡିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ୫ଟି ମହାନଗର ନିଗମ, ୪୮ଟି ମ୍ୟୁନିସିପାଲିଟିରେ ଥିବା ବୁଲା କୁକୁର, ଷଣ୍ଢ, ମାଙ୍କଡ ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କୁ ୧୮ ଦିନ ସକାଶେ ଖାଦ୍ୟ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫୪ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଭୁବନେଶ୍ୱର ମହାନଗର ନିଗମ ଦିନକୁ ୨୦ ହଜାର କରି ୧୮ ଦିନ ସକାଶେ ୩ ଲକ୍ଷ ୬୦ ହଜାର ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ବ୍ରହ୍ମପୁର, କଟକ, ରାଉରକେଲା ଏବଂ ସମ୍ବଲପୁର ମହାନଗର ନିଗମ ପାଇଁ ଦୈନିକ ୧୦ ହଜାର ହିସାବରେ ୭ ଲକ୍ଷ ୨୦ ହଜାର ଏବଂ ୪୮ଟି ମ୍ୟୁନିସିପାଲିଟି ପାଇଁ ୧୮ ଦିନ ସକାଶେ ଦୈନିକ ୫ ହଜାର ଟଙ୍କା ଲେଖାଏ ମୋଟ ୪୪ ଲକ୍ଷ ୨୦ ହଜାର ଟଙ୍କା ଅନୁମୋଦନ କରାଯାଇଛି। ସେହି ଅର୍ଥରେ ସମ୍ପୃକ୍ତ ମହାନଗର ନିଗମ ଭୋକିଲା ପଶୁପକ୍ଷୀଙ୍କୁ ଖାଦ୍ୟ ଯୋଗାଇବା ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଉକ୍ତ ମହାନଗର ନିଗମ କମିଶନର ଓ କାର୍ଯ୍ୟ ନିର୍ବାହୀ ଅଧିକାରୀମାନଙ୍କୁ ଚିଠି ଲେଖି ଜଣାଯାଇଛି। ସେହି ଜୀବଜନ୍ତୁମାନେ ଯେପରି ଅନାହାରରେ ନ ମରିବେ ସେଥିପ୍ରତି ଦୃଷ୍ଟିଦେବାକୁ କୁହାଯାଇଛି। ପୌର ସଂସ୍ଥାଗୁଡିକ ଜୀବଜନ୍ତୁଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଥିବା ସଂସ୍ଥାଗୁଡିକର ସହାୟତା ନେଇ ଏହି କାର୍ଯ୍ୟ କରିବେ। ଯଦି ସେଭଳି ସଂସ୍ଥା ନ ମିଳିବେ ତେବେ ଘରୋଇ ଲୋକଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରିପାରିବେ। ଏହାଛଡା ସ୍ବେଚ୍ଛାସେବୀ ସଂସ୍ଥା ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ସ୍ଥାନୀୟ କର୍ମଚାରୀଙ୍କୁ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ କରିବାକୁ ପରାମର୍ଶ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଗ୍ଧଚାଷୀଙ୍କୁ ୧୧ କୋଟିର ସହାୟତା

ଭୁବନେଶ୍ୱର,୨୫।୬(ବ୍ୟୁରୋ): ଓମ୍‌ଫେଡ ଦୁଗ୍ଧଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ୧୧ କୋଟି ଟଙ୍କାର କୋଭିଡ୍‌ ସହାୟତା ଘୋଷଣା କରିଛନ୍ତି। ପ୍ରତ୍ୟେକ ଦୁଗ୍ଧଚାଷୀଙ୍କୁ ଗୋଖାଦ୍ୟ ଖର୍ଚ୍ଚ...

ପରପାରିରେ ପୂର୍ବତନ ଶିକ୍ଷାମନ୍ତ୍ରୀ ରିପୁନାଥ ସେଠ୍‌

ବରଗଡ଼ ଅଫିସ,୨୭।୩: ପୂର୍ବତନ ଶିକ୍ଷାମନ୍ତ୍ରୀ ରିପୁନାଥ ସେଠ୍‌ଙ୍କ ରବିବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା। ବରଗଡ଼ ଜିଲା ବରପାଲି ନିବାସୀ...

ପୁରୀ ହେବ ଐତିହ୍ୟ ସହର: ଐତିହ୍ୟସ୍ଥଳୀରେ ଲାଗିପାରିନି ନାମଫଳକ

ପୁରୀ ଅଫିସ, ୫।୧: ପୁରୀ ହେବ ବିଶ୍ୱ ଐତିହ୍ୟ ସହର। ପର୍ଯ୍ୟଟନ ଭିତ୍ତିଭୂମି ସଜଡ଼ାଯିବ। ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା କରାଯିବ।...

ବାପା, ଝିଅ ନିଖୋଜ

ସମ୍ବଲପୁର ଅଫିସ,୪।୧୦: ସମ୍ବଲପୁର ଜିଲା ଦଲେଇଗଡ଼ା ମହାନଦୀ ଘାଟରେ ଗାଧୋଇବାକୁ ଯାଇ ବାପ, ପୁଅ ଓ ଝିଅ ଭାସି ଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହ ଅଗ୍ନିଶମ...

ପିଇବା ପାଣି ଯୋଗାଣକୁ ନେଇ ବିଧାନସଭାରେ ଉଦ୍‌ବେଗ

ଭୁବନେଶ୍ୱର, ୧୯।୧୧(ବ୍ୟୁରୋ): ୨୦୨୦ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସମସ୍ତ ସହରାଞ୍ଚଳକୁ ପାଇପ୍‌ ଯୋଗେ ପିଇବା ପାଣି ଯୋଗାଇ ଦିଆଯିବ। ମଙ୍ଗଳବାର ପଶ୍ନୋତ୍ତରବେଳେ ଏହି ସୂଚନା ଦେଇଛନ୍ତି...

ଶଙ୍ଖ ଧରିଲେ ବହଳଦାର ପୂର୍ବତନ ବିଧାୟକ

ଭୁବନେଶ୍ୱର,୧୬।୧(ବ୍ୟୁରୋ): ମୟୂରଭଞ୍ଜ ଜିଲା ବହଳଦାର ପୂର୍ବତନ ବିଧାୟକ ଲକ୍ଷ୍ମଣ ସୋରେନ ରବିବାର ବିଜେଡିରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଶତାଧିକ...

ଶ୍ରୀ ଅନନ୍ତ ବାସୁଦେବ ମନ୍ଦିର: ଐଶାନ୍ୟ କୋଣରେ ନିର୍ମାଣ ହେବ ରୋଷଘର

ପୁରୁଣା ଭୁବନେଶ୍ୱର, ୨୦ା୭ (ଡି.ଏନ୍‌.ଏ.): ଐତିହ୍ୟ ଅନନ୍ତ ବାସୁଦେବ ମନ୍ଦିରର ରୂପରେଖ ବଦଳିବ। ବର୍ଷ ବର୍ଷ ଧରି ମନ୍ଦିର ପରିସରରେ ଥିବା ରୋଷଘର ମନ୍ଦିରର କାରୁକାର୍ଯ୍ୟ...

ଚୁଡ଼ି ବେପାରୀରୁ ଆନ୍ତଃରାଜ୍ୟ ନିଶା ମାଫିଆ

ଭୁବନେଶ୍ୱର,୧୫।୪(ବ୍ୟୁରୋ): କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌) ମଙ୍ଗଳବାର ଭୁବନେଶ୍ୱରରୁ ଦୁଇ ଆନ୍ତଃରାଜ୍ୟ ନିଶା ମାଫିଆଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୨୦୨ ଗ୍ରାମର ନିଷେଧ ନିଶାଦ୍ରବ୍ୟ...

Advertisement
Archives

Model This Week