ଭୂଲିଗଲେ ସାମାଜିକ ଦୂରତା

ଖଇରା,୨୭।୪(ଡି.ଏନ.ଏ.)- ୩ଦିନର ଶଟଡାଉନ ପରେ ପ୍ରଶାସନର ନିର୍ଦ୍ଦେଶକ୍ରମେ ରବିବାର ୧୦ଟା ପରଠାରୁ ଏଥିରେ ସାମାନ୍ୟ କୋହଳ କରାଯାଇ କିଛି ନିର୍ଦ୍ଦିଷ୍ଟ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। ରବିବାର ପୂର୍ବାହ୍ନ ୧୦ଟା ବାଜିବା ପୂର୍ବରୁ ଆହୁରି କିଛି ସମୟ ବାକିଥିବା ବେଳେ ପୂର୍ବରୁ ପ୍ରତୀକ୍ଷିତ ଦୋକାନଗୁଡିକ ଖୋଲିଯାଇଥିଲା। ଜିନିଷ କିଣିବାକୁ ଗ୍ରାହକଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା। ୧ମାସ ଧରି ସାମାଜିକ ଦୂରତା ମାନି ଚଳୁଥିବା ଗ୍ରାହକ ହଠାତ୍‌ ବେପରୁଆ ଢଙ୍ଗରେ ଜିନିଷ କିଣାକିଣି ଆରମ୍ଭ କରିଥିଲେ। ବିଶେଷ କରି ଖଇରା ପରିବା ହାଟରେ ସାମାଜିକ ଦୂରତାର ପରିଭାଷା ବଦଳିଯାଇଥିଲା। ଗୋଟିଏ ଜାଗାରେ ଠୁଳ ହୋଇ ପରିବା କିଣିବା, ଯାତାୟାତ ବେଳେ ପରସ୍ପର ଲଗାଲଗି ହୋଇଯାଉଥିବା ପରିଲକ୍ଷିତ ହୋଇଥିଲା। ଏଭଳି ଘଟଣାର ପୁନରାବୃତ୍ତି ଘଟିଲେ କରୋନା ମୁକାବିଲା କରିବା କଷ୍ଟସାଧ୍ୟ ହୋଇପଡିବ ବୋଲି ସାଧାରଣରେ କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଜମି ଜବରଦଖଲ ବିବାଦ ତେଜିଲା:କାର୍ଯ୍ୟାନୁଷ୍ଠାନ ଦାବି

ଢେଙ୍କାନାଳ ଅଫିସ, ୧୧।୫- ଢେଙ୍କାନାଳ ତହସିଲ ଅଧୀନ ଭଗବାନପୁର ସୁନ୍ଦରିଖାଲ ନିକଟରେ ସରକାରୀ ଜାଗା ଜବରଦଖଲକୁ ନେଇ କେନ୍ଦ୍ରକରି ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ତେଜିବାରେ ଲାଗିଛି।...

ଯାଜପୁରରେ କରୋନା କଟକଣା: ବାରୁଣୀ ମହାସ୍ନାନ ବାତିଲ, ସହରରେ ୧୪୪ ଧାରା ଜାରି

ଯାଜପୁର ଅଫିସ,୧୬।୩: ପ୍ରସିଦ୍ଧ ବାରୁଣୀ ମେଳାକୁ ବାତିଲ କରାଯିବା ସହ ଯାଜପୁର ସହରରେ ୧୪୪ ଧାରା ଜାରି କରାଯାଇଛି।  ଯାଜପୁର ଜିଲା ଭାରପ୍ରାପ୍ତ ଜିଲାପାଳ ଇନ୍ଦ୍ରମଣି...

ତେଣ୍ଟା ନାଳରେ ମାଛମରାକୁ ନେଇ ତେଜୁଛି ବିବାଦ: ବେଆଇନ ଆଡ଼ିବନ୍ଧ ଯୋଗୁ ଚାଷଜମିକୁ ଯାଇପାରୁନି ପାଣି, ବଢ଼ୁଛି ଚାଷୀ ଅସନ୍ତୋଷ

ବିିଞ୍ଝାରପୁର,୧୧।୮(ଡି.ଏନ୍‌.ଏ.)- ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ବରପଦା ତେଣ୍ଟା ନାଳରେ ମାଛ ଧରିବାକୁ ସ୍ଲୁଇସ୍‌ ଗେଟ୍‌ ବନ୍ଦ କରିବା ସହିତ ଆଡିବନ୍ଧ କରାଯାଇଥିବାରୁ ସ୍ଥାନୀୟ ଅଞ୍ଚଳର ଚାଷୀମାନଙ୍କ...

ପାଦ ଚାଲିଲା ଦେଢ଼ଶହ କିମି

ଭୁବନ, ୧।୪(ଡି.ଏନ.ଏ.) – କରୋନା ପାଇଁ ଲକ୍‌ଡାଉନ୍‌ରେ ସାରା ଦେଶ। ଏଥିରେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି ଗରିବ ଖଟିଖିଆ ଏବଂ ଦିନ ମଜୁରିଆ। ହାତରେ କାମ...

ବିଦ୍ୟୁତ୍‌ କର୍ମଚାରୀଙ୍କୁ ଆକ୍ରମଣ

ଖଲ୍ଲିକୋଟ,୨୧ା୨(ଡି.ଏନ୍‌.ଏ.) – ଖଲ୍ଲିକୋଟ ବ୍ଲକ ଡି.ଗୁହାରିଆପାଟ ଗ୍ରାମ ରମ୍ଭା ସାଉଥ୍‌କୋ ଡିଭିଜନର କର୍ମଚାରୀ ଆର. କ୍ରୀଷ୍ଣା ରେଡ୍ଡୀ, ସାଗର କୁମାର ଦାସ, ଚନ୍ଦ୍ରଶେଖର ରଥ, ଅରକ୍ଷୀତ...

ଗଣତି କାର୍ଯ୍ୟ ଶୃଙ୍ଖଳିତ କରିବାକୁ ତତ୍ପରତା

ବାଲେଶ୍ୱର ଅଫିସ, ୨୨।୫-ସାଧାରଣ ନିର୍ବାଚନ ପରେ ବିଭିନ୍ନ ଗଣମାଧ୍ୟମରେ ଏକଜିଟ୍‌ ପୋଲ ପ୍ରକାଶ ପାଇଥିଲା। ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଉଷ୍ମତା ବଢ଼ି...

ଘର ମାଲିକଙ୍କ ବଦାନ୍ୟତା: ୧୨ ପରିବାରଙ୍କୁ ଛାଡ କଲେ ମାସକର ଭଡା,ସମ୍ବର୍ଦ୍ଧିତ କଲେ ଉପଜିଲାପାଳ

ବ୍ରହ୍ମପୁର ଅଫିସ,୧୫ା୫-କରୋନା ସ୍ଥିତି ରାଜ୍ୟରେ ଦିନକୁ ଦିନ ସଙ୍ଗିନ ହେବାରେ ଲାଗିଛି। ଏଭଳି ସମୟରେ ବ୍ରହ୍ମପୁରରେ ରହୁଥିବା ଗରିବ ପରିବାରଙ୍କର ମାସକର ଘର ଭଡା ଛାଡକରି...

ଭିତ୍ତିଭୂମି ଥାଇ ମାନ୍ୟତା ପାଉନି ଜଳପ୍ରପାତ

କେନ୍ଦୁଝର, ୭ା୭ (ସ୍ବ.ପ୍ର.)-(ନରେଶ ଚନ୍ଦ୍ର ପଟ୍ଟନାୟକ):ଦେଶରେ ପର୍ଯ୍ୟଟନର ବିକାଶ କରି ବହୁ ଦେଶ, ରାଜ୍ୟ ସମୃଦ୍ଧ ହୋଇଥିବା ବେଳେ କେନ୍ଦୁଝର ଜିଲାରେ ଥିବା ସୌନ୍ଦର୍ଯ୍ୟମୟ ପ୍ରାକୃତିକ...

Coronavirus Update


Archives

Model This Week

Why Dharitri