ଭୂମିହୀନ ପରିବାରକେ ଭେଟ୍‌ଲେ ଜିଲାପାଳ

ଘଣ୍ଟାପଡା, ୬ା୧୨ (ଡି.ଏନ.ଏ.)-
ବୌଦ୍ଧ ଜିଲାପାଳ ଲଲାଟେନ୍ଦୁ ମିଶ୍ର ସୋମବାର କଣ୍ଟାମାଲ ବ୍ଲକ ପରିଦରଶନରେ ଆସି ଆମ୍ବଗଁା ପଁଚେତ୍‌ ଦେଢ଼େଣମାଲ ଗଁାର ନିହାତି ଗରିବ୍‌ ଭୂମିହୀନ ପରିବାର ଝାଙ୍କର ମହାନନ୍ଦକଁର ଘରକେ ଯାଇ ସମସିଆ ବାବ୍‌ଦେ ପଚାରି ବୁଝିଛନ୍‌। ଇ ପରିବାରର ସମସିଆ ବାବ୍‌ଦେ ଅକ୍ଟୋବର ୧୩ ତାରିଖ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ଦୁରଦିନ୍‌ରେ ଗରିବ୍‌ ପରିବାର, ତାରପୋଲିନ୍‌ ତଲେ ୬ ପରାନୀ’ ଶୀରଷକ୍‌ରେ ଖବର ବାହାରିଥିଲା। ଯେନ୍‌ଥିରଲାଗି ଇ ପରିବାରର ଦୁରଦଶା ଜିଲା ପରଶାସନ ନଜରକେ ଆସିଥିଲା।
ପୂରବର ସୂଚନା ହିସାବେ ଦେଢ଼େଣମାଲର ଝାଙ୍କର ମହାନନ୍ଦ ଝନେ ନିହାତି ଗରିବ୍‌ ଲୋକ୍‌। ତାକର ଜମିବାଡ଼ି, ଘରଡ଼ିହ ବଲି କହିଛି ନାଇଁ। ଏନ୍‌ତା କି ପରିବାରଟା ସରକାରକଁର ଖାଏଦ୍‌ ସୁରକ୍ଷା ଯୋଜନାରୁ ବି ବଁଚିତ୍‌ ହେଇ ରହିଛନ୍‌। ପରିବାରଟା ମୁଡ଼ ଗୁଁଜିଥିବାର ବଖ୍‌ରେ ଘର ବି ଗଲା ଲଘୁଚାପ ବରଷାରେ ମାଟିରେ ମିଶିଗଲା। ଏହେଦେ ୬ ପରାନୀ କୁଟୁମ ବେସାହାରା ହେଇ ଗୁଟେ ଝୁପ୍‌ଡ଼ିରେ ଦିନ୍‌ ବିତଉଛନ୍‌। ଇ ବାବ୍‌ଦେ ଗଲା ଅକ୍ଟୋବର ୧୩ ତାରିଖ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ଟିକିନିଖିନୁ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ଘଟନାଟା ବୌଦ୍ଧ ଜିଲାପାଳକଁର ନଜରକେ ଆସିଥିଲା। ଜିଲାପାଳ ସୋମବାର କଣ୍ଟାମାଳ ବ୍ଲକ ପରିଦରଶନରେ ଆସିଥିଲାବେଲେ ଝାଙ୍କର ମହାନନ୍ଦକଁର ଘରକେ ଯାଇ ତାକର ହାଲଚାଲ ପଚାରି ବୁଝିଥିଲେ। ପଛେ ଜିଲାପାଳ ଝାଙ୍କର ମହାନନ୍ଦକୁଁ ସରକାରୀ ଯୋଜନାରେ ଘରଡ଼ିହ ଯୁଗେଇ ଦେବାକେ କଣ୍ଟାମାଳ ତହସିଲଦାରକୁଁ ନିରଦେଶ ଦେଇଥିଲେ। ଘରଡ଼ିହ ମିଲ୍‌ଲା ଉତାରୁ ଆବାସ ଯୋଜନାରେ ସାମିଲ କରାଯିବା ବଲି ଜିଲାପାଳ ମିଶ୍ର ଝାଙ୍କର ମହାନନ୍ଦକୁଁ କଥା ଦେଇଥିବାର ଜନାଯାଇଛେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ନେଇ ସଚେତନତା   

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri