ଭୁଶୁଡିଲା ପୁରୁଣା ପୋଲ: ୩ ପଞ୍ଚାୟତ ବାହ୍ୟ ଜଗତରୁ ବିଛିନ୍ନ

ଖୁଣ୍ଟା,୧୨ା୯(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକର ବଡଫେଣି ପଞ୍ଚାୟତ ଅଧୀନ ଛତ୍ରମା ଓ ବଡ଼ ସାତଶୋଲ ଗ୍ରାମ ମଧ୍ୟବର୍ତ୍ତୀ ଆରଡି ରାସ୍ତାର ଗଙ୍ଗାହାର ନଦୀ ଉପରେ ଥିବା ଏକ ପୁରୁଣା ପୋଲ ବୁଧବାର ପୂର୍ବାହ୍ନରେ ଭୁଶୁଡି ପଡିଛି। ଫଳରେ ପୋଲର ଅପର ପାଶ୍ୱର୍ର୍ରେ ଥିବା ୩ ପଞ୍ଚାୟତ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି। ଖୁଣ୍ଟା-ବାରିପଦା ରାଜ୍ୟ ରାଜପଥର ସାହାଡାଗ କେନାଲ ଛକଠାରୁ କୁସୁମଘାଟି ପର୍ଯ୍ୟନ୍ତ ଲମ୍ବିଥିବା ପ୍ରଧାନମନ୍ତ୍ରୀ ସଡକକୁ ବଡ଼ଫେଣି, ବଡ଼ପଥରା ଓ ବାହାନଡା ପଞ୍ଚାୟତ ବାସିନ୍ଦାଙ୍କ ପାଇଁ ଲାଇଫ ଲାଇନ ବୋଲି କୁହାଯାଏ। ମାତ୍ର ଏହି ରାସ୍ତାରେ ଥିବା ପୁରୁଣା ପୋଲଟି ଭୁଶୁଡି ପଡିିବା ଯୋଗୁଁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ବୁଧବାର ଛତ୍ରମା ଅଙ୍ଗନଓ୍ବାଡି କେନ୍ଦ୍ରରେ ଟୀକାକରଣ କାର୍ଯ୍ୟକ୍ରମ ଥିବାବେଳେ ଉକ୍ତ ପୋଲର ଅପର ପାର୍ଶ୍ୱରୁ ତାପସ କୁମାର ବେହେରା ନାମକ ଜଣେ ପୁରୁଷ ସ୍ବାସ୍ଥ୍ୟକର୍ମୀ ପୂର୍ବାହ୍ନ ୧୦ଟା ସମୟରେ ବାଇକ ଯୋଗେ ଏହି କାର୍ଯ୍ୟକ୍ରମକୁ ଯାଉଥିଲେ। ତେବେ ଉକ୍ତ ପୋଲଟି ପୂର୍ବରୁ ଭୁଶୁଡି ପଡ଼ିଥିଲେ ହେଁ ଅତ୍ୟଧିକ ବର୍ଷା ଓ ସେ ହେଲମେଟ ପିନ୍ଧିଥିବା ଯୋଗୁ ଜାଣି ନ ପାରି ନଦୀ ମଧ୍ୟକୁ ବାଇକ ସହିତ ଖସି ପଡ଼ିଥିଲେ। ସ୍ଥାନୀୟ ଲୋକେ ଦଉଡି ପକାଇ ବାଇକ ସହିତ ତାଙ୍କୁ ଉଦ୍ଧାର କରିଥିଲେ। ଏସମ୍ପର୍କରେ ବଡଫେଣି ପଞ୍ଚାୟତର ସରପଞ୍ଚ ଶ୍ରୀନିବାସ ନାଏକଙ୍କୁ ପଚାରିବାରୁ ଆରଡି ବିଭାଗ ସହିତ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରି ବିଫଳ ହେବା ପରେ ସେ ବାରିପଦା ବିଧାୟକ ପ୍ରକାଶ ସୋରେନଙ୍କୁ ଜଣାଇଥିବା କହିଛନ୍ତି। ତେବେ ଲୋକଙ୍କ ଯାତାୟତ ପାଇଁ ବିଭାଗ ପକ୍ଷରୁ ଖୁବଶୀଘ୍ର ଅସ୍ଥାୟୀ ଭାବେ ବ୍ୟବସ୍ଥା କରାଯିବ ବୋଲି ବିଭାଗୀୟ ଅଧିକାରୀ ପ୍ରତିଶ୍ରୁତି ଦେଇଥିତ୍ବା ସରପଞ୍ଚ ନାଏକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ ଅମର୍ଦ୍ଦା ଏୟାରଷ୍ଟ୍ରିପ୍‌

ବାରିପଦା ଅଫିସ,୫ା୨: ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ସ୍ଥିତ ଅମର୍ଦ୍ଦା ଏୟାରଷ୍ଟିପ୍‌ ପୁନଃ କାର୍ଯ୍ୟକ୍ଷମ କରିବାକୁ ଭାରତୀୟ ବାୟୁ ଅଧିକାରୀଙ୍କ ସହ ମୟୂରଭଞ୍ଜ ଏମ୍‌ପି ତଥା କେନ୍ଦ୍ର...

ବାରିପଦାରେ କରୋନା ନିର୍ଦ୍ଦେଶକୁ ଅଣଦେଖା: ଏଟିଏମ୍‌ କାଉଣ୍ଟରରେ ନାହିଁ ସାନିଟାଇଜର ବ୍ୟବସ୍ଥା, ବାଲ୍‌ଟିରେ ରଖାଯାଉଛି ପାଣି

ବାରିପଦା ଅଫିସ, ୭ା୪- ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ଖେଳାଇଛି। ଏହି ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପମାନ ନିଆଯାଉଛି। ଏହି ପରିପ୍ରେକ୍ଷୀରେ...

ପ୍ରାର୍ଥନା କ୍ଲାସରେ ଆଣ୍ଠେଇଲେ ପିଲା

ବାରିପଦା ଅଫିସ, ୧୩ା୩- ବାରିପଦାରେ ଥିବା ଏକ ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର କେତେକ ଛାତ୍ର ପ୍ରାର୍ଥନା କ୍ଲାସରେ ଆଣ୍ଠେଇଥିବା ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ୍‌ ହୋଇଛି।...

ମୟୂରଭଞ୍ଜ ସାହିତ୍ୟ ପରିଷଦର କବିତା ପାଠୋତ୍ସବ

ବାରିପଦା ଅଫିସ,୧୩ା୮- ମୟୂରଭଞ୍ଜ ସାହିତ୍ୟ ପରିଷଦ ତରଫରୁ ସମ୍ବିଧାନର ୩୭୦ ଧାରା ଉଚ୍ଛେଦ ବିଷୟ ସମ୍ପର୍କିତ ଏକ ମନୋଜ୍ଞ କବିତା ପାଠୋତ୍ସବ ମହର୍ଷି ପବ୍ଲ୍‌ିକ ସ୍କୁଲ...

ଟ୍ରଲିରେ ବୁହା ହେଲା ମୃତଦେହ

ବାରିପଦା ଅଫିସ,୧୭ା୯-ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପରିବାର ଲୋକେ ଟ୍ରଲିରେ ମୃତଦେହକୁ ବୋହି ନେଉଥିବା ଏକ ଭିଡିଓ...

ଦ୍ୱାରଶୁଣି ଘାଟିରେ ୫୦ ଫୁଟ ତଳକୁ ଖସିଲା ଟ୍ରକ

ବାଙ୍ଗିରିପୋଷି,୯ା୮(ଡି.ଏନ୍‌.ଏ.)- ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦ୍ୱାରଶୁଣି ଘାଟିର ପ୍ରଥମ ବାଙ୍କରେ କଲିକତା ଅଭିମୁଖେ ଯାଉଥିବା ଏକ ସ୍ପଞ୍ଜ ରୋଲ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତାରୁ...

ଆଜି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥ ଟଣା

ବାରିପଦା ଅଫିସ,୨।୭: ଆଜି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥ ଟଣା ହେବ । କରୋନା ପାଇଁ ଦୁଇ ବର୍ଷ ଧରି ରଥଯାତ୍ରା ବନ୍ଦ ଥିବା ବେଳେ...

ସ୍ବାସ୍ଥ୍ୟକେନ୍ଦ୍ର ଥାଇ ରୋଗୀଙ୍କୁ ମିଳୁନି ସେବା

କପ୍ତିପଦା,୨୬ା୮(ଡ଼ି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଅଧୀନ ଶିମିଳିପାଳ ପାଦଦେଶ ଆଦିବାସୀ ଅଧ୍ୟୁଷିତ କୁଳିଅଳମ୍‌ ପଞ୍ଚାୟତର ନଛିପୁରଠାରେ ୧୯୯୦ରେ ଖୋଲିଥିବା ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଥାଇ...

Advertisement
Archives

Model This Week