ଭୁଶୁଡ଼ି ପଡ଼ିଲାଣି ପ୍ରାଥମିକ ଶିକ୍ଷା

ଭୁବନେଶ୍ୱର, ୪ା୮(ବ୍ୟୁରୋ): ୫ମ ଶ୍ରେଣୀ ପିଲାଙ୍କୁ ମିଶାଣ ଫେଡାଣ, ହରଣ ଗୁଣନ ଜଣାନାହିଁ। ସେମାନେ ଦ୍ୱିତୀୟ ଶ୍ରେଣୀ ପାଠ ବିଷୟରେ କହିପାରୁ ନାହାନ୍ତି। ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଲାଣି। ଗୋଟିଏ ଜାତିର ମେରୁଦଣ୍ଡ ଭାଙ୍ଗିବାକୁ ହେଲେ ପ୍ରଥମେ ଶିକ୍ଷାକୁ ଧ୍ୱଂସ କରିବାକୁ ପଡିଥାଏ। ସ୍ବାଧୀନତା ପରେ ମଧ୍ୟ ଶିକ୍ଷା କ୍ଷେତ୍ରରେ କିଛି ପରିବର୍ତ୍ତନ ହୋଇପାରିଲା ନାହିଁ। ଶନିବାର ଓଡିଶାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଦିଗହରା ଶୀର୍ଷକ ମୁଲତବୀ ଆଲୋଚନା ବେଳେ ଭାଜପା ସଭ୍ୟ ମୋହନ ଚରଣ ମାଝି ସରକାରଙ୍କୁ କଡା ସମାଲୋଚନା କରିଥିଲେ। ସେ କହିଥିଲେ ଯେ ଗତ ୨୦ ବର୍ଷ ଧରି ରାଜ୍ୟ ସରକାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷାକୁ ପଙ୍ଗୁ କରି ଦେଇଛନ୍ତି। ୯୫୭୧ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲର ନିଜସ୍ବ ଗୃହ ନାହିଁ। ପଞ୍ଚମ ଶ୍ରେଣୀର ୩୩ ପ୍ରତିଶତ ପିଲା ୧୦ରୁ ୯୯ ଯାଏ ସଂଖ୍ୟା ଜାଣିନାହାନ୍ତି। ରାଜ୍ୟ ସରକାର ସ୍କୁଲରେ ପାରାଶିକ୍ଷକ, ଶିକ୍ଷା ସହାୟକ, ଗଣଶିକ୍ଷକ, ଚୁକ୍ତିଭିତ୍ତିକ ଶିକ୍ଷକ, ଏପରି କେତେ କ’ଣ ଶିକ୍ଷକ ନିଯୁକ୍ତ କରିଛନ୍ତି। ଏମାନଙ୍କର କାମ କ’ଣ। ପାଠ ପଢାଇବା ନା ଡ୍ରପ୍‌ଆଉଟ ରୋକିବା। ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଜବାବ ଦିଅନ୍ତୁ ବୋଲି କହିଥିଲେ। ସର୍ବଶିକ୍ଷା ଅଭିଯାନ ଅର୍ଥକୁ ବାଟମାରଣା କରାଯାଉଛି। ଜିଲାପାଳଙ୍କ ଗାଡି ଓ ତେଲ ପକାରେ ସେହି ପଇସା ଚାଲିଯାଉଛି। ସରକାରୀ ସ୍କୁଲରେ ସଚିବାଳୟ କର୍ମଚାରୀ, ଆଇଏଏସ, ଆଇପିଏସ, ବିଧାୟକ, ମନ୍ତ୍ରୀ କାହାରି ପିଲା ପଢୁ ନାହାନ୍ତି। ଆମେ ଯଦି ଆମ ପିଲାଙ୍କୁ ପାଠ ପଢାଇବା ନାହିଁ ତେବେ ସ୍କୁଲ ଶିକ୍ଷାରେ ଉନ୍ନତି କେମିତି ଆସିବ ବୋଲି ସେ କହିଥିଲେ। ସ୍କୁଲ ପୋଷାକ କିଣା ଏବଂ ମଧ୍ୟାହ୍ନ ଭୋଜନରେ ବର୍ଷକୁ ୫୦ କୋଟି ଟଙ୍କାର ଦୁର୍ନୀତି ହେଉଛି। ଏହାର ତଦନ୍ତ କରାଯାଉ ବୋଲି ମାଝି ଦାବି କରିଥିଲେ। କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ନେଇ କଡା ସମାଲୋଚନା କରିଥିଲେ । ସେ କହିଥିଲେ ଯେ ପ୍ରାଥମିକ ଶିକ୍ଷା ଦିଗହରା ହୋଇଛି। ଗଣଶିକ୍ଷା ଏକ ବଡ ବିଭାଗ ହୋଇଥିବାରୁ ଅନ୍ୟ ରାଜ୍ୟରେ ଏଥିପାଇଁ ଦୁଇ ତିନୋଟି ମନ୍ତ୍ରୀ ଦାୟିତ୍ୱରେ ରହିଛନ୍ତି। ରାଜ୍ୟରେ ଡ୍ରପ୍‌ଆଉଟ ହାର କମୁ ନାହିଁ । ସରକାରୀ ସ୍କୁଲରେ ଶିକ୍ଷକ ନାହାନ୍ତି। ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଲାଣି ବୋଲି ସାଲୁଜା କହିଥିଲେ। ଭାଜପା ସଭ୍ୟ ବିଷ୍ଣୁ ଚରଣ ସେଠୀ, ମୁକେଶ ମହାଲିଙ୍ଗ, କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି ମଧ୍ୟ ପ୍ରାଥମିକ ଶିକ୍ଷା ବିପର୍ଯ୍ୟସ୍ତକୁ ନେଇ ସରକାରଙ୍କୁ ସଣ୍ଡୁଆଶି ଆକ୍ରମଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

ଜୁନାଗଡ଼ ରୋଡ୍‌ରୁ ହାଓ୍ବଡା ଇସ୍ପାତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ଏମ୍‌ପି: ୨୨ରୁ ଗଡ଼ିବ ଟ୍ରେନ୍‌…

ଜୁନାଗଡ଼,୧୯।୨(ସୁନୀଲ କୁମାର ସିଂହ/ଅଂଶୁମାନ ଯୋଶୀ)- ପଶ୍ଚିମ ଓଡ଼ିଶାରେ ରେଳ ସଂଯୋଗକୁ ସୁଦୃଢ଼ ​​କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ହାଓ୍ବଡା-ଟିଟଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ୍ ଜୁନାଗଡ଼ ରୋଡ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri