Posted inଜାତୀୟ

ଭୁଲ ରାୟ ପାଇଁ କ୍ଷମା ମାଗିଲେ ସୁପ୍ରିମକୋର୍ଟ ବିଚାରପତି: ଜାଣନ୍ତୁ ରୋଚକ ମାମଲା

ନୂଆଦିଲ୍ଲୀ,୨୦।୫: ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଅଭୟ ଏସ ଓକା ଭୁଲ ରାୟ ପାଇଁ କ୍ଷମା ମାଗିଛନ୍ତି ସୁପ୍ରିମକୋର୍ଟ ବିଚାରପତି। ରୋଇ ହିଂସା ମାମଲାରେ ଦେଇଥିବା ଭୁଲ ରାୟକୁ ସେ ମାନିଛନ୍ତି। ସେ କହିଛନ୍ତି, ବିଚାରପତିମାନେ ମଧ୍ୟ ମଣିଷ ଏବଂ ନିଷ୍ପତ୍ତି ଦେବା ସମୟରେ ସେମାନେ ଭୁଲ କରିପାରନ୍ତି। ୨୦୧୬ ମସିହାରେ ବମ୍ବେ ହାଇକୋର୍ଟରେ ବିଚାରପତି ଥିବାବେଳେ ସେ ଘରୋଇ ହିଂସା ଆଇନର ବ୍ୟାଖ୍ୟା କରିବାରେ ଭୁଲ ରାୟ ଦେଇଥିଲେ। ବିଚାରପତିମାନଙ୍କ ପାଇଁ ଶିଖିବା ପ୍ରକ୍ରିୟା କେବେ ଶେଷ ହୁଏ ନାହିଁ ଏବଂ ସେମାନେ ସେମାନଙ୍କର ଭୁଲ ସଂଶୋଧନ କରିବାର ଦାୟିତ୍ୱ ନେବା ଉଚିତ।

ଘରୋଇ ହିଂସା ଆଇନ ଅନୁଯାୟୀ, ଯେକୌଣସି ପୀଡିତା ମହିଳା କ୍ଷତିପୂରଣ କିମ୍ବା ଅନ୍ୟାନ୍ୟ ସହାୟତା ପାଇଁ ମାଜିଷ୍ଟ୍ରେଟଙ୍କ ନିକଟରେ ଆବେଦନ କରିପାରିବେ। ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ, ଫୌଜଦାରୀ କାର୍ଯ୍ୟବିଧି ସଂହିତା (CrPC)ର ଧାରା ୪୮୨ ଅନୁଯାୟୀ, ଏପରି ଆବେଦନଗୁଡ଼ିକୁ ଖାରଜ କରିବାର ଅଧିକାର ହାଇକୋର୍ଟର ଅଛି। କିନ୍ତୁ ସୁପ୍ରିମକୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ହାଇକୋର୍ଟ ଏହି କ୍ଷମତାକୁ ବହୁତ ଭାବିଚିନ୍ତି ଏବଂ ସତର୍କତାର ସହିତ ବ୍ୟବହାର କରିବା ଉଚିତ। ଯେତେବେଳେ ମାମଲାଟି ସମ୍ପୂର୍ଣ୍ଣ ବେଆଇନ ହୋଇଥାଏ କିମ୍ବା ଆଇନ ପ୍ରକ୍ରିୟାର ଅପବ୍ୟବହାର କରାଯାଏ,ସେତେବେଳେ ହିଁ ହସ୍ତକ୍ଷେପ କରାଯିବା ଉଚିତ।
ଜଷ୍ଟିସ ଓକା କହିଛନ୍ତି, ୨୦୧୬ ମସିହାରେ ବମ୍ବେ ହାଇକୋର୍ଟରେ ଏକ ରାୟରେ ସେ କହିଥିଲେ ଯେ ଘରୋଇ ହିଂସା ଆଇନ ଅନୁଯାୟୀ ଆବେଦନକୁ ଖାରଜ କରିବା ପାଇଁ CrPCର ଧାରା ୪୮୨ ବ୍ୟବହାର କରାଯାଇପାରିବ ନାହିଁ। କିନ୍ତୁ ପରେ ବମ୍ବେ ହାଇକୋର୍ଟର ପୂର୍ଣ୍ଣ ଖଣ୍ଡପୀଠ ଏହି ମତକୁ ଭୁଲ ଘୋଷଣା କରିଥିଲେ। ଆମର ଭୁଲକୁ ସ୍ବୀକାର କରିବା ଏବଂ ସେଗୁଡ଼ିକୁ ସଂଶୋଧନ କରିବା ଆମର କର୍ତ୍ତବ୍ୟ। ବିଚାରପତିମାନଙ୍କ ପାଇଁ ମଧ୍ୟ ଶିକ୍ଷା ଏକ ନିରନ୍ତର ପ୍ରକ୍ରିୟା।

ଏହି ଆଇନ ସମ୍ପର୍କରେ, ସୁପ୍ରିମକୋର୍ଟ ଗୁରୁତ୍ୱାରୋପ କରିଥିଲେ ଯେ ମହିଳାମାନଙ୍କୁ ନ୍ୟାୟ ଦେବା ପାଇଁ ଘରୋଇ ହିଂସା ଆଇନ ତିଆରି କରାଯାଇଛି। ଯଦି ହାଇକୋର୍ଟ ଚିନ୍ତା ନକରି ଏପରି ଆବେଦନଗୁଡ଼ିକୁ ପ୍ରତ୍ୟାଖ୍ୟାନ କରିଚାଲିବେ, ତେବେ ଏହି ଆଇନର ଉଦ୍ଦେଶ୍ୟ ହିଁ ନଷ୍ଟ ହୋଇଯିବ। ମହିଳାଙ୍କ ଅଧିକାରକୁ ସୁରକ୍ଷିତ ରଖିବା ପାଇଁ କୋର୍ଟ ହାଇକୋର୍ଟଙ୍କୁ ଏପରି ମାମଲାରେ ସଂଯମତା ଅବଲମ୍ବନ କରିବାକୁ ଏବଂ ହସ୍ତକ୍ଷେପ ଏଡାଇବାକୁ ନିବେଦନ କରିଥିଲେ।

ଜଷ୍ଟିସ ଓକାଙ୍କ ଏହି ପଦକ୍ଷେପ ନ୍ୟାୟିକ ବ୍ୟବସ୍ଥାରେ ସ୍ବଚ୍ଛତା ଏବଂ ଦାୟିତ୍ୱକୁ ପ୍ରୋତ୍ସାହିତ କରେ। ସେ ନିଜର ଭୁଲ ସ୍ବୀକାର କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି,ଆଇନର ଉଦ୍ଦେଶ୍ୟ ପୂରଣ ହେବା ଏବଂ ମହିଳାମାନେ ନ୍ୟାୟ ପାଇବା ପାଇଁ ହାଇକୋର୍ଟ ସତର୍କ ରହିବା ଉଚିତ। ଏହି ନିଷ୍ପତ୍ତି ଘରୋଇ ହିଂସା ବିରୋଧରେ ଲଢ଼ିବାରେ ଏକ ବଡ଼ ପଦକ୍ଷେପ।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri