ଭୁଲି ପାରୁନାହାନ୍ତି ସୁକାନ୍ତି

”ଶେଖର! ତୁମେ ଜାଣିନ, ମୋ ଭାଇକୁ ମୁଁ କେତେ ଭଲ ପାଏ। ତୁମ ସହ ଯିବା ତ ଅଲଗା କଥା, ଯଦି ଭଗବାନ ଆସି ମୋତେ ତାଙ୍କ ସହ ଯିବାକୁ କହନ୍ତି, ତେବେ ମୋ ଭାଇକୁ ଛାଡି ଯାଇପାରିବି ନାହିଁ।“ ଏପରି ଏକ ଭାବପ୍ରବଣ ଡାଏଲଗ ମାନସପଟକୁ ଆସିଲେ ସ୍ବତଃ ମନେପଡ଼ିଯାଏ ଅପେରା ଜଗତର ଅନ୍ୟତମ ସୁପରହିଟ୍‌ ନାଟକ ତଥା ଶିବାନୀ ଗଣନାଟ୍ୟ ପରିବେଷିତ ‘ମୋ ପେଁକାଳି ବଜେଇ ଦେ’ କଥା। ଏଥିରେ ଭଉଣୀ (ମିତା) ଭୂମିକାରେ ସୁକାନ୍ତି ପାଢ଼ୀଙ୍କର ଜୀବନ୍ତ ଅଭିନୟ ଦର୍ଶକଙ୍କ ହୃଦୟରେ ତାଙ୍କ ପାଇଁ ସୃଷ୍ଟି କରିଥିଲା ସ୍ବତନ୍ତ୍ର ପରିଚୟ। ଅପେରା ଜଗତରେ ଦୀର୍ଘ ୩୦ ବର୍ଷର ମାରାଥନ୍‌ ଯାତ୍ରା ପରେ ଏବେ ବି ସେହି ନାଟକର ଅବିସ୍ମରଣୀୟ ସ୍ମୃତିଗୁଡିକୁ ରୋମନ୍ଥନ କରନ୍ତି ସୁକାନ୍ତି। ଚଳିତ ଯାତ୍ରା ସିଜନରେ ଅପେରା ବିଶ୍ୱ ଦରବାରରେ ସ୍ବାମୀ ତଥା ଅଭିନେତା ଗୌର ପାଢ଼ୀଙ୍କ ସହ ନିଜର ଅଭିନୟ ଜାରି ରଖିଥିବା ଏହି ବର୍ଷିୟାନ ଅଭିନେତ୍ରୀ କହନ୍ତି, ‘ମୋ ପେଁକାଳି ବଜେଇଦେ’ ନାଟକ ମୋ ଅଭିନୟ କ୍ୟାରିୟରର ଏକ ମାଇଲ ଖୁଣ୍ଟ। ଅଭିନୟ ସାରି ଫେରିବା ପରେ ଅନେକ ଦର୍ଶକ ମୋତେ ଦେଖିବାକୁ ଅପେକ୍ଷା କରି ରହିଥାଆନ୍ତି। ତାଙ୍କ ସହ କଥା ହେବା ବେଳେ ମୁଁ ଅଧିକାଂଶ ସମୟରେ ଭାବପ୍ରବଣ ହୋଇପଡ଼େ। କେତେକ ଦର୍ଶକ ମଧ୍ୟ ମୋତେ ଭେଟି ଶୁଭେଚ୍ଛା ଜଣାଇବାକୁ ମୋ ରୁମ୍‌କୁ ଆସିଛନ୍ତି। ସେଭଳି ସ୍ମୃତିଗୁଡିକ ମୋ ମନରେ ସବୁଦିନ ପାଇଁ ସତେଜ ହୋଇ ରହିବ।’ ଏହାବ୍ୟତୀତ ‘ଫୁଲ ବଉଳବେଣୀ, ବାଜି ମାରିଲେ ହାରିବ, ଫଗୁଣ ଦେଇଛି ପହିଲି ଚିଠି, ମିତା ମହାନ୍ତି ମିଛ କହନ୍ତି’ ଆଦି ଅନେକ ନାଟକ ସୁକାନ୍ତିଙ୍କ ଅଭିନୟ କ୍ୟାରିୟରକୁ ଆଗକୁ ଆଗେଇ ନେବାରେ ଯଥେଷ୍ଟ ସହାୟକ ହୋଇଥିଲା। ନିଜ ଗଁ।ରେ ପରିବେଷିତ ନାଟକ ପୂର୍ବରୁ ଅନୁଷ୍ଠିତ ନୃତ୍ୟନାଟିକା ‘କଂସ ବଧ’ରେ ରାଧା ଚରିତ୍ରରୁ ତାଙ୍କର ଆରମ୍ଭ ହୁଏ ଅଭିନୟ ଜୀବନ। ବେଶ୍‌ କେତୋଟି ନାଟକରେ ନାୟିକା ସାଜି ନାୟିକା ତାଲିକାର ଶୀଷରେ ରହିଥିବା ଏହି ଅଭିନେତ୍ରୀ ଏବେ ମା’ ଭୂମିକାରେ ଅଭିନୟ କରୁଛନ୍ତି। ଚଳିତ ଯାତ୍ରା ସିଜନରେ ଅପେରା ବିଶ୍ୱ ଦରବାର ପରିବେଷିତ ନାଟକ ‘ଆକାଶ କଇଁଆ ଚିଲିକା ମାଛ’, ‘ତମ କଥା ଭାରି ମନେପଡୁଛି’ ଏବଂ ‘ବର୍ଷା ରାତିର ସାଥୀ’ରେ ତାଙ୍କର ଅଭିନୟ ଦର୍ଶକଙ୍କୁ ବେଶ୍‌ ପ୍ରଭାବିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ହଙ୍ଗେରୀ ନିର୍ବାଚନ ଫଳାଫଳ, କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ଜାଣନ୍ତୁ…

ବୁଦାପେଷ୍ଟ,୧୩ା୪: ୧୬ ବର୍ଷ ଧରି କ୍ଷମତାରେ ରହିଥିବା ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ୍‌ ରବିବାର ଅନୁଷ୍ଠିତ ନିର୍ବାଚନରେ ପରାଜିତ ହୋଇଛନ୍ତି। ହଙ୍ଗେରୀୟ ଭୋଟର ତାଙ୍କ ଏକଚ୍ଛତ୍ରବାଦ ନୀତି…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ… ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଲୋଇସିଂହା,୧୩।୪(ସୁଶାନ୍ତ ବାରିକ): ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିଯିବା ହେଲା କାଳ। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟେନପାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ମାଟି ତଳେ ଲୁଚାଇ ରଖିଥିଲେ ୨କୋଟି ଟଙ୍କାର ଗଞ୍ଜେଇ, ଧରିଲା ପୋଲିସ

ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍‌ଡ଼ିପିଓ…

ଚାଷୀଙ୍କ ଧାରଣାକୁ ପୂରିଲା ୩୫ଦିନ: ଏବେ ନ୍ୟାୟିକ ସହଯୋଗ କରିବ ଜିଲା ଓକିଲ ସଂଘ

ବରଗଡ଼,୧୩।୪(ପ୍ରେମାନନ୍ଦ ଖମାରୀ): ରବିଧାନ ଅମଳ ଆଉମାତ୍ର ୨ସପ୍ତାହ ପରେ ଆରମ୍ଭ ହୋଇଯିବ। ହେଲେ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ହୋଇଥିବା ଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri