ଭୁବନେଶ୍ୱର ବିମାନବନ୍ଦରରେ ଚାଲିବ ମରାମତି କାର୍ଯ୍ୟ : ପର୍ଯ୍ୟାୟକ୍ରମେ ଆଠମାସ ବନ୍ଦ ରହିବ ରନ୍‌ଓ୍ବେ

ଭୁବନେଶ୍ୱର,୧୮ା୯(ବ୍ୟୁରୋ) : ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ କେତେକ ମରାମତି କାର୍ଯ୍ୟ କରାଯିବ। ନଭେମ୍ବର ୧ରୁ ଆସନ୍ତାବର୍ଷ ଜୁନ୍‌ ୩୦ ପର୍ଯ୍ୟନ୍ତ ରନ୍‌ଓ୍ବେର ରିକାର୍ପେଟିଂ ହେବ। ଏଥିପାଇଁ ଏହି ୮ ମାସ ଧରି ପର୍ଯ୍ୟାୟକ୍ରମେ ରନ୍‌ଓ୍ବେକୁ ବନ୍ଦ ରଖାଯିବ। ତେବେ ଏହି ସମୟରେ ବିମାନ ଚଳାଚଳ କରିବ। ଏଥିସହ ୩ ଟ୍ୟାକ୍ସି ଟ୍ରାକ୍‌ ନିର୍ମାଣ ହେବ ବୋଲି ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା କହିଛନ୍ତି। ତାଙ୍କ ସୂଚନାନୁସାରେ, ଏହି ମରାମତି କାର୍ଯ୍ୟକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ନଭେମ୍ବରରୁ ଆରମ୍ଭ ହେବାକୁ ଥିବା ରିକାର୍ପେଟିଂ କାମ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ରାତି ୧୦ଟାରୁ ଭୋର୍‌ ୫ଟା ୩୦ ପର୍ଯ୍ୟନ୍ତ ଚାଲିବ। ୧ ଏପ୍ରିଲରୁ ଆରମ୍ଭ ହେବାକୁ ଥିବା ମରାମତି କାମ ଦିନବେଳା ଅର୍ଥାତ୍‌ ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ତେବେ ଏହି ସମୟ ଭିତରେ ବିମାନ ଚଳାଚଳ ବାଧାପ୍ରାପ୍ତ ନ ହେବା ପାଇଁ ବିମାନର ସମୟ ସାରଣୀ ପରିବର୍ତ୍ତନ ହେବ। ଅନ୍ତର୍ଜାତୀୟ ବିମାନକୁ ମିଶାଇ ମୋଟ ୪ ବିମାନର ସମୟ ପୁନଃ ଧାର୍ଯ୍ୟ କରାଯିବ। ଏ ସମ୍ପର୍କରେ ବିମାନ ଚଳାଚଳ ସଂସ୍ଥାଗୁଡିକ ସହିତ ଆଲୋଚନା କରାଯାଇଛି। ଏନେଇ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ମଧ୍ୟ ସେମାନଙ୍କ ସହ ଆଲୋଚନା କରିଛନ୍ତି। ୨୮ ଅକ୍ଟୋବରରୁ ବିମାନଗୁଡିକର ଚଳାଚଳ ସମୟ ପୁନଃ ଧାର୍ଯ୍ୟ କରିବାକୁ ଉଡାଣ ସଂସ୍ଥାଗୁଡିକୁ କୁହାଯାଇଛି ବୋଲି ନିର୍ଦ୍ଦେଶକ ହୋତା ଜଣାଇଛନ୍ତି। ୨୦୦୭ରେ ଶେଷଥର ପାଇଁ ଭୁବନେଶ୍ୱର ବିମାନ ବନ୍ଦରରେ ରନ୍‌ଓ୍ବେ ମରାମତି କାର୍ଯ୍ୟ ହୋଇଥିଲା। ବିମାନବନ୍ଦର ପ୍ରାଧିକରଣର ଗାଇଡ୍‌ଲାଇନ୍‌ ଅନୁସାରେ ପ୍ରାୟତଃ ପ୍ରତି ୧୦ ବର୍ଷରେ ଏହି ରିକାର୍ପେଟିଂ କରାଯାଇଥାଏ। କିନ୍ତୁ ଏହା ରନ୍‌ଓ୍ବେର ବ୍ୟବହାର ଉପରେ ନିର୍ଭର କରୁଛି। ଯଦି କୌଣସି ରନ୍‌ଓ୍ବେର ବ୍ୟବହାର କମ୍‌ ହେଉଛି, ତାହାର ରିକାର୍ପେଟିଂ ସମୟ ବ୍ୟବଧାନ ଅଧିକ ହୋଇପାରେ। ଏଥିଲାଗି ସମୁଦାୟ ୨୮ କୋଟି ଟଙ୍କା ଖର୍ଚ୍ଚ ହେବ। ଭାରତୀୟ ବିମାନବନ୍ଦର ପ୍ରାଧିକରଣଙ୍କଠାରୁ ଏନେଇ ସହମତି ମିଳିସାରିଥିବା ବେଳେ ଡିଜିସିଏର ଅନୁମତିକୁ ଅପେକ୍ଷା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ସରକାରଙ୍କ ବଡ଼ ଘୋଷଣା, ଆଉ ଖୋଲାରେ ମିଳିବନି ଗ୍ୟାସ୍‌! ଖାତା ନ ଥିଲେ…

ଭୁବନେଶ୍ୱର,୫ା୪: ଏଣିକି ଆଉ ଖୋଲାରେ ଗ୍ୟାସ ମିଳିବନି । ବାଟରେ, ବଜାରରେ ଖୋଲାରେ ମିଳିବନି ଗ୍ୟାସ । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ରାଜ୍ୟର କୌଣସି…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବ ଭାରତ? ରାଜନାଥଙ୍କ ଚେତାବନୀ ପରେ ସେନାରେ ହଲଚଲ!

ନୂଆଦିଲ୍ଲୀ,୫।୪: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବାକ୍‌ ଯୁଦ୍ଧ ପୁଣି ଥରେ ତୀବ୍ର ହୋଇଛି। ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ସାମ୍ପ୍ରତିକ ବୟାନ ସ୍ପଷ୍ଟ ଭାବରେ…

ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ବାଜିଲା ମୋହର: ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ, SC-ST-OBCଙ୍କୁ ମିଳିବ…

ଭୁବନେଶ୍ୱର,୫ା୪(ସୁନିତ୍‌ ମିଶ୍ର): ଓଡ଼ିଶାର ମେଡିକାଲ, ଇଞ୍ଜିନିୟରିଂ ଏବଂ ଅନ୍ୟାନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମ କ୍ଷେତ୍ରରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପଛୁଆ ବର୍ଗମାନଙ୍କ…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

ଏଠାରେ ପେଟ୍ରୋଲ ଦର ବିଶ୍ୱରେ ସବୁଠାରୁ ଅଧିକ; ଇରାନ ଯୁଦ୍ଧ ଯୋଗୁ ପରିସ୍ଥିତି ଆହୁରି ଖରାପ, ଜାଣନ୍ତୁ କାରଣ

ହଂକଂ,୫।୪: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀରେ ପରିବହନରେ ବାଧା ଯୋଗୁ ବିଶ୍ୱ ଶକ୍ତି ବଜାର ସମ୍ପୂର୍ଣ୍ଣ ଅସ୍ଥିର ହୋଇପଡ଼ିଛି। ଅଶୋଧିତ ତୈଳ ମୂଲ୍ୟ…

ଯୁଦ୍ଧ ଭିତରେ ବଡ଼ ଖବର, ହସ୍ପିଟାଲରେ ଭର୍ତ୍ତି ହେଲେ ଟ୍ରମ୍ପ? ସାରା ବିଶ୍ୱରେ ଚହଳ, ହ୍ବାଇଟ୍‌ ହାଉସ୍‌…

ୱାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ସେ ଗୁରୁତର ଅସୁସ୍ଥ ହୋଇ…

ଆଉ ଏକ ଆମେରିକୀୟ ବିମାନକୁ ଖସାଇଲା ଇରାନ, ଦାବି କରି କହିଲା….

ତେହେରାନ,୫।୪: ଇରାନ ସହିତ ଚାଲିଥିବା ସଂଘର୍ଷରେ ଆମେରିକୀୟ ସେନା ପ୍ରବଳ କ୍ଷତି ସହୁଛି । ରବିବାର ଦିନ, ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଇସଫାହାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri