ଭୁବନେଶ୍ୱରରେ ସର୍ବାଧିକ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୪।୪(ବ୍ୟୁରୋ): ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି। ସେଥିମଧ୍ୟରୁ ଭୁବନେଶ୍ୱରରେ ସର୍ବାଧିକ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି। ଭୁବନେଶ୍ୱରରେ କରୋନା ପଜିଟିଭ କେସ ସଂଖ୍ୟା ୧୪ ଥିବାବେଳେ ଭଦ୍ରକରେ ୩ ଓ ଯାଜପୁର, କଟକ ଏବଂ ପୁରୀରେ ଜଣେ ଲେଖାଏଁ ଅଛନ୍ତି। ବର୍ତ୍ତମାନ ରାଜ୍ୟର ପ୍ରଥମ ଓ ଦ୍ବିତୀୟ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟମାନେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ସେମାନଙ୍କ ମଧ୍ୟରୁ ତୃତୀୟ କରୋନା ଆକ୍ରାନ୍ତ ଜଣଙ୍କ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ପଞ୍ଚମ ଆକ୍ରାନ୍ତ ଜଣଙ୍କ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଛନ୍ତି। ବାକି ୧୬ ଜଣ କଟକ ଅଶ୍ବିନୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବୋଲି କରୋନା ଭୁତାଣୁ ସଂକ୍ରମଣ ସଚେତନତା କମିଟିର ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗଚି କହିଛନ୍ତି।
ଅନ୍ୟପଟେ ରାଜ୍ୟରେ ଏ ପର୍ଯ୍ୟନ୍ତ ୧୩୯୫ ଜଣଙ୍କ ନମୁନା ପରୀକ୍ଷା ହୋଇଛି। ସେଥିରୁ ୨୦ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ଚତୁର୍ଥ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୪୨ଜଣ ଆସିଥିବା ବେଳେ ପଞ୍ଚମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୩୮ ଜଣ ଆସିଛନ୍ତି। ପଞ୍ଚମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୭ ଜଣଙ୍କ ନିକଟରେ କରୋନା ପଜିଟିଭ ଆସିଛି।
ଅନ୍ୟ ସଂକ୍ରମିତଙ୍କ ସଂସ୍ପର୍ଶରେ କିଏ ଆସିଥିଲେ, ତାହାର ଏବେ ତଥ୍ୟ ସଂଗ୍ରହ ଚାଲିଛି। ସେପଟେ ୯୧ଜଣ କରୋନା ସନ୍ଦିଗ୍ଧ ରାଜ୍ୟର ବିଭିନ୍ନ ହସ୍ପିଟାଲର ଆଇସୋଲେସନରେ ଅଛନ୍ତି ବୋଲି ବାଗଚି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟମୁଖୀ ଚାଷୀଙ୍କୁ ମିଳୁନି ପ୍ରୋତ୍ସାହନ

କେନ୍ଦୁଝର, ୧୨ା୪ ରାଜ୍ୟ ସରକାର କୃଷି ଓ କୃଷକର ବିକାଶ ନିମନ୍ତେ ଯୋଜନା ପରେ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କାର ଅର୍ଥ ଖର୍ଚ୍ଚ...

ବାବୁ ଦେଉନାହାନ୍ତି ବିଦ୍ୟୁତ୍‌ ବିଲ୍‌: ବଢ଼ି ବଢ଼ି ହେଲାଣି ୩ କୋଟି

ଅନୁଗୋଳ ଅଫିସ, ୨।୮: ପ୍ରତି ପ୍ରକୋଷ୍ଠରେ ଏସି, ଚକ୍‌ଚକ୍‌ ଆଲୁଅ। ଏଥିପାଇଁ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କାର ବିଦ୍ୟୁତ୍‌ ଶକ୍ତି। ହେଲେ ଏ ବାବଦ...

ବାତ୍ୟା ‘ଗୁଲାବ’ ମୁକାବିଲା: ଖୋଲିଲା କଣ୍ଟ୍ରୋଲ ରୁମ୍‌

ଭୁବନେଶ୍ୱର,୨୬।୯(ବ୍ୟୁରୋ): ଉପକୂଳମୁହାଁ ‘ଗୁଲାବ’। ଏହି ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ସ୍ବତନ୍ତ୍ର ସଚିବ ବିଶ୍ୱମୋହନ ରାୟଙ୍କ ଅଫିସ...

ଡାହୁକା ନଦୀରେ ନାହିଁ ଗାର୍ଡଓ୍ବାଲ୍‌ : ୧୦୦ରୁ ଊର୍ଦ୍ଧ୍ୱ ଘର ଭାସିଯିବା ଆଶଙ୍କା

ନୂଆଗାଁ,୭।୮(ଡି.ଏନ.ଏ.)-ନୟାଗଡ଼ ଜିଲା ନୂଆଗାଁ ବ୍ଲକ ପାରାଢିପି ପଞ୍ଚାୟତସ୍ଥ ଏହି ଗ୍ରାମକୁ ଲାଗି ପ୍ରବାହିତ ହେଉଛି ଡାହୁକା ନଦୀ। ତେବେ ଏହି ନଦୀରେ ଗାର୍ଡଓ୍ବାଲ ନ ଥିବାରୁ...

ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ ମମତା ବାନାର୍ଜୀ

ପୁରୀ ଅଫିସ/ଭୁବନେଶ୍ୱର(ବ୍ୟୁରୋ),୨୨।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ୩ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚତ୍ବା ପରେ ସଡ଼କ ପଥରେ ପୁରୀ ଗସ୍ତ...

କଣ୍ଟେନ୍‌ମେଣ୍ଟ ଜୋନ୍‌ ଲାଗି ନୂଆ ନିର୍ଦ୍ଦେଶନାମା

ଭୁବନେଶ୍ୱର,୧୭ା୪(ବ୍ୟୁରୋ): କରୋନା ମୁକାବିଲା ଲାଗି ନିର୍ଦ୍ଦିଷ୍ଟ ଅଞ୍ଚଳରେ ହେଉଥିବା କଣ୍ଟେନ୍‌ମେଣ୍ଟ ଜୋନ୍‌ ପାଇଁ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି। ନିର୍ଦ୍ଦିଷ୍ଟ ଅଞ୍ଚଳରେ ସମ୍ଭାବ୍ୟ...

ଭାରତରେ କରୋନା ସଂକ୍ରମଣ ତାଲିକା: ମହାରାଷ୍ଟ୍ର ପଛକୁ ଦିଲ୍ଲୀ

ନୂଆଦିଲ୍ଲୀ,୧୮।୪: ଭାରତରେ କରୋନା ସଂକ୍ରମଣର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଜାରି ରହିଛି। ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଇତିମଧ୍ୟରେ ୧୪, ୩୭୮ରେ ପହଞ୍ଚିଛି। ସଂକ୍ରମିତଙ୍କ...

କରୋନାକୁ ହରାଇ ପାରିବନି ଗୋଟିଏ ଦେଶ, ମିଳିତ ଲଢ଼େଇ ଆବଶ୍ୟକ: ଜାତିସଂଘ…

ଜୋନେଭା/ନୂଆଦିଲ୍ଲୀ,୨୫।୫: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତେବେ କରୋନା ବିରୋଧରେ ଲଢ଼େଇ କରିବା କୌଣସି ଗୋଟିଏ ଦେଶ ପକ୍ଷେ ସମ୍ଭବ...

Advertisement
Archives

Model This Week