ଭୁବନେଶ୍ୱର,୨।୯(ବ୍ୟୁରୋ):କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସ୍ଟିଏଫ୍) ଭୁବନେଶ୍ୱରରୁ ଗତ ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଦୁଇ ଆନ୍ତଃରାଜ୍ୟ ନିଶା ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୪୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ୨୦୨ଗ୍ରାମର ‘କୋକେନ’ ଜବତ କରିଥିଲା। ଉକ୍ତ ମାମଲାର ମୁଖ୍ୟ ଅଭିଯୁକ୍ତ ଗୁଲ୍ବେସ୍ ଖାନ୍ ଓରଫ ଏସ୍କେ ହଜ୍ରତ୍ ବୁଧବାର ଉତ୍ତରପ୍ରଦେଶ ଗାଜିଆବାଦ୍ ସହରରୁ ଏସ୍ଟିଏଫ୍ ହାତରେ ଧରାପଡ଼ିଛନ୍ତି। ତାଙ୍କ ଘର ହେଲା ଉତ୍ତରପ୍ରଦେଶ ବରେଲି ଜିଲା ସିସଗଡ଼ ଥାନା ଅନ୍ତର୍ଗତ ଧର୍ମପୁରା ଗ୍ରାମରେ। ଏସ୍ଟିଏଫ୍ ସ୍ଥାନୀୟ ପୋଲିସ ସହାୟତାରେ ଅଭିଯୁକ୍ତ ହଜ୍ରତ୍ଙ୍କୁ ଗିରଫ କରିବା ପରେ ତାଙ୍କୁ ଗାଜିଆବାଦ୍ସ୍ଥିତ ଅତିରିକ୍ତ ସିଭିଲ୍ ଜଜ୍ କୋର୍ଟରେ ହାଜର କରିଥିଲା। ସେଠାରୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେବାକୁ ଅନୁମତି ମିଳିବା ପରେ ଏସ୍ଟିଏଫ୍ ହଜ୍ରତ୍ଙ୍କୁ ଓଡ଼ିଶା ଆଣୁଛି। ଶୁକ୍ରବାର ତାଙ୍କୁ ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟକୁ ଚାଲାଣ କରାଯିବ ବୋଲି ଏସ୍ଟିଏଫ୍ ପକ୍ଷରୁ କୁହାଯାଇଛି। କୋର୍ଟ ଚାଲାଣ ପରେ ହଜ୍ରତ୍ଙ୍କୁ ରିମାଣ୍ଡରେ ଆଣି ଏହି ମାମଲାରେ ଅଧିକ ତଥ୍ୟ ହାସଲ କରିବାକୁ ଏସ୍ଟିଏଫ୍ ଯୋଜନା କରୁଥିବା ଜଣାପଡ଼ିଛି। ଏହି ମାମଲାରେ ଅଭିଯୁକ୍ତ ରବି ସିଂ ଓ ସନ୍ନି କୁମାର ପୂର୍ବରୁ ଗିରଫ ହୋଇଥିଲେ।
ସୂଚନା ଅନୁଯାୟୀ, ରବି ରାଜସ୍ଥାନରେ ରହୁଥିବାବେଳେ ସନ୍ନି ଭୁବନେଶ୍ୱର ସାଲିଆସାହିର ତାରିଣୀ ବସ୍ତିରେ ରହି ୟୁନିଟ୍-୨ ମାର୍କେଟ ବିଲ୍ଡିଂରେ ଅସ୍ଥାୟୀ ଚୁଡ଼ି ଓ କସ୍ମେଟିକ୍ସ ଦୋକାନ କରିଥିଲେ। କୋକେନ୍ ବିକ୍ରି କରିବାକୁ ଅଭିଯୁକ୍ତଦ୍ୱୟ ପୂର୍ବରୁ ଓଡ଼ିଶାରେ ଥିବା ଜଣେ ନିଶା ଡିଲରଙ୍କ ସହ କଥା ହୋଇଥିଲେ। ଏ ସମ୍ପର୍କରେ ଖବର ପାଇବା ପରେ ଏସ୍ଟିଏଫ୍ ପକ୍ଷରୁ ୨ଟି ଟିମ୍ ଗଠନ କରାଯାଇ ସେମାନଙ୍କୁ ଧରିବାକୁ ଜାଲ ବିଛାଯାଇଥିଲା। ଏପ୍ରିଲ ୧୨ରେ ଦିନତମାମ୍ ଏସ୍ଟିଏଫ୍ ଟିମ୍ ସେମାନଙ୍କ ପିଛା କରିଥିଲା। ସନ୍ଧ୍ୟାରେ ଅଭିଯୁକ୍ତଦ୍ୱୟ ଜାଭିୟର ଛକ ନିକଟରେ ଛିଡ଼ା ହୋଇ ଓଡ଼ିଶାର ଡିଲରଙ୍କୁ ଅପେକ୍ଷା କରିଥିଲେ। ସେହି ସମୟରେ ଏସ୍ଟିଏଫ୍ ଟିମ୍ ଚଢ଼ାଉ କରି ଉଭୟଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ କୋକେନ୍ ଜବତ କରିଥିଲା। ଉକ୍ତ ଘଟଣାରେ ଏକ ମାମଲା (ନଂ.୯/୨୦୨୨) ରୁଜୁ କରାଯାଇ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ପରେ ଉଭୟଙ୍କୁ ୪ ଦିନିଆ ରିମାଣ୍ଡରେ ଆଣି ଜେରା କରିବା ପରେ ଏସ୍ଟିଏଫ୍ ହଜ୍ରତ୍ଙ୍କ ସମ୍ପର୍କରେ ଜାଣିବାକୁ ପାଇଥିଲା। ଉଭୟଙ୍କଠୁ ହଜ୍ରତ୍ଙ୍କ ଠିକଣା ଆଣି ଉତ୍ତରପ୍ରଦେଶ ପୋଲିସ ସହ ଏସ୍ଟିଏଫ୍ ଯୋଗାଯୋଗରେ ଥିଲା। ବୁଧବାର ଦିନବେଳା ଗାଜିଆବାଦ୍ ସହରର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଏସ୍ଟିଏଫ୍ ଚଢ଼ାଉ କରି ହଜ୍୍ରତ୍ଙ୍କୁ କାବୁ କରିଥିଲା।
ଭୁବନେଶ୍ୱରରୁ ୪୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର କୋକେନ୍ ଜବତ ଘଟଣା:ମୁଖ୍ୟ ଅଭିଯୁକ୍ତ ଉତ୍ତରପ୍ରଦେଶରୁ ଗିରଫ
ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ
ପୁରୀ,୩୧ା୧୨(ଅଜିତ୍ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...
ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…
ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...
ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍କୁ ଧକ୍କା ଦେଇ ଟ୍ରକ୍କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…
କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...
ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…
ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...
ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ
ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...
ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ
ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...
ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍
ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...
ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର
ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...
Archives


