ଭୁବନେଶ୍ୱରରୁ ହଟିଲା ଆବଦ୍ଧାଞ୍ଚଳ କଟକଣା

ଭୁବନେଶ୍ୱର, ୨୨ା୪(ବ୍ୟୁରୋ):  ଭୁବନେଶ୍ବରର ସମସ୍ତ କଣ୍ଟେନମେଣ୍ଟ ଜୋନ୍‌ ତଥା ଆବଦ୍ଧାଞ୍ଚଳ ବମିଖାଲ, ସତ୍ୟନଗର ଓ ସୂର୍ଯ୍ୟନଗରୁ ଆବଦ୍ଧାଞ୍ଚଳ କଟକଣା ହଟାଯାଇଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ସଂଖ୍ୟା ୧୩୯୩୮ରେ ଏହା ସ୍ପଷ୍ଟ କରାଯାଇଛି। ଆଗାମୀ ୭ ଦିନ ଯାଏ ଉପରୋକ୍ତ ୩ ଅଞ୍ଚଳ ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ନିରନ୍ତର ସେବା ଯୋଗାଇ ଦିଆଯିବ। ତା ସାଙ୍ଗକୁ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ବି ଚାଲୁ ରହିବ। ସମ୍ପୃକ୍ତ ଅଞ୍ଚଳରୁ ବ୍ୟାରିକେଡ୍‌ ହଟାଇବା ପାଇଁ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ସମ୍ପୃକ୍ତ ଜୋନ୍‌ର ଜୋନାଲ ଡେପୁଟି କମିଶନରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ମିଳିଥିବା ସୂଚନା ମୂତାବକ, କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଥିବା ଜନସାଧାରଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା ରିପୋର୍ଟ ଆସିବା ପରେ ବିଏମ୍‌ସି ଭୁବନେଶ୍ୱରରୁ କଣ୍ଟେନ୍‌ମେଣ୍ଟ କଟକଣା ହଟାଇବାକୁ ସ୍ଥିର କରିଛି। ନିୟୋଜିତ ଡାକ୍ତରୀ ଦଳ ଦେଇଥିବା ସୂଚନାରୁ ଭୁବନେଶ୍ୱରରେ ଗୋଷ୍ଠି ସଂକ୍ରମଣ ହୋଇ ନ ଥିବା ଜଣାପଡ଼ିଛି। ବିଶେଷକରି ଚିହ୍ନଟ ଆକ୍ରାନ୍ତଙ୍କ ପରିବାର ଓ ସମ୍ପର୍କୀୟଙ୍କ ମଧ୍ୟରେ ସଂକ୍ରମଣ ହୋଇଥିବା ଜଣାପଡ଼ିଛି। ଗୋଟିଏ ଦୁଇଟି ସ୍ଥାନରେ ପାଖ ପଡୋଶୀଙ୍କ ନିଟକରେ ଲକ୍ଷଣ ଦେଖାଦେଇଛି ସତ କିନ୍ତୁ କ୍ୱାରାଣ୍ଟାଇନ୍‌ରେ ରହିବା ସହ ଉଚିତ୍‌ ସତର୍କତା ଅବଲମ୍ବନ କରିବା ଫଳରେ ସେମାନେ ସଂକ୍ରମଣରୁ ବର୍ତ୍ତିଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ଗତ ୧ ତାରିଖ ଦିନ ସୂର୍ଯ୍ୟନଗରରୁ ରାଜ୍ୟର ପଞ୍ଚମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ତାରିଖରେ ସମ୍ପୃକ୍ତ ବ୍ୟକ୍ତଙ୍କ ପରିଚୟ ପ୍ରକାଶ କରିବା ସହ ସୂର୍ଯ୍ୟନଗର ଅଞ୍ଚଳକୁ ସିଲ୍‌ କରାଯାଇଥିଲା। ସେହିପରି ୩ରେ ବମିଖାଲ, ୫ରେ ସୁନ୍ଦରପଦା, ଯଦୁପୁର ଓ ବେଗୁନିଆ ଅଞ୍ଚଳ ଏବଂ ୭ରେ ସତ୍ୟନଗର ଅଞ୍ଚଳ ସିଲ୍‌ ହୋଇଥିଲା। ଏହି ମଧ୍ୟରେ ଗତ ୧୩ ତାରିଖରେ ସୁନ୍ଦରପଦା, ଯଦୁପୁର ଓ ବେଗୁନିଆ ଅଞ୍ଚଳରୁ ଆବଦ୍ଧାଞ୍ଚଳ କଟକଣା ହଟାଯିବା ସହ ସମ୍ପୃକ୍ତ ୩ ଅଞ୍ଚଳକୁ ଆକ୍ଟିଭ୍‌ ସର୍ଭେଲାନ୍ସରେ ରଖାଯାଇଥିଲା। ବୁଧବାର ଉକ୍ତ ଅଞ୍ଚଳରୁ ଆକ୍ଟିଭ୍‌ ସର୍ଭେଲାନ୍ସ ହଟାଯିବା ସହ ୨୧ ଦିନ ପରେ ସୂର୍ଯ୍ୟନଗର, ୨୦ ଦିନ ପରେ ବମିଖାଲ ଓ ୧୪ ଦିନ ପରେ ସତ୍ୟନଗର ଅଞ୍ଚଳକୁ କଟକଣା ମୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତି ନିଯୁକ୍ତ: ମୋଟ ବିଚାରପତି ସଂଖ୍ୟା ହେଲା..

ନୂଆଦିଲ୍ଲୀ,୧ା୬:ସୁପ୍ରିମକୋର୍ଟରେ ସୋମବାର ୫ ନୂଆ ବିଚାରପତିଙ୍କୁ ନିଯୁକ୍ତି ମିଳିବା ଫଳରେ ଶୀର୍ଷ ଅଦାଲତର ମୋଟ ବିଚାରପତି ସଂଖ୍ୟା ୩୭ରେ ପହଞ୍ଚତ୍ବାକୁ ଯାଉଛି, ଯାହାକି ମଞ୍ଜୁରୀପ୍ରାପ୍ତ ସଂଖ୍ୟାଠାରୁ ଗୋଟିଏ…

ନିମିଷକେ ଉଜୁଡିଗଲା ସଂସାର…ବିବାହର କିଛି ଘଣ୍ଟା ପରେ ଆଖିବୁଜିଲେ ପାଇଲଟ୍‌: ସ୍ତ୍ରୀଙ୍କ ସହ କରୁଥିଲେ…

ଓ୍ବାଶିଂଟନ୍‌,୧।୬: ଆମେରିକାରେ ଏକ ହେଲିକପ୍ଟର ଦୁର୍ଘଟଣାରେ ଜଣେ ଭାରତୀୟ ବଂଶୋଦ୍ଭବ ପାଇଲଟ ମୃତ୍ୟୁବରଣ କରିଛନ୍ତି। ଏହି ଦୁଃଖଦ ଘଟଣା ତାଙ୍କ ବିବାହର ମାତ୍ର କିଛି ଘଣ୍ଟା ପରେ…

ଟେଷ୍ଟ କ୍ରିକେଟ୍‌ ନିୟମରେ ହେଲା ବଡ଼ ପରିବର୍ତ୍ତନ: ଏଣିକି…

ନୂଆଦିଲ୍ଲୀ,୧।୬: ଟେଷ୍ଟ କ୍ରିକେଟ୍‌ରେ ପୁଣି ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏନେଇ ଏକ ସୂଚନା ଶେୟାର କରିଛି। ସାଧାରଣତଃ ଖରାପ…

୩ ମାସ ତଳେ ବିବାହ କରିଥିଲେ ମୋନାଲି,ମାରିଦେଲେ ଶାଶୁଘର ଲୋକେ: ଗୁମର ଖୋଲିଦେଲେ ଭଉଣୀ

ଛତ୍ରପୁର,୧/୬ (ଦିଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଦିନକୁ ଦିନ ଯୌତୁକ ନିର୍ଯାତନାଜନିତ ବଧୁ ହତ୍ୟା ବୃଦ୍ଧି ପାଉଥିବାବେଳେ ସୋମବାର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଖୋର୍ଦ୍ଧା ଜିଲା…

ଯୁବକଙ୍କ ହାତଗୋଡ଼ ବାନ୍ଧି ମରଣାନ୍ତକ ଆକ୍ରମଣ ପରେ ଅପହରଣ ଘଟଣା: ୫ ଦିନ ବିତିଲା, ପୋଲିସ ହାତ ଖାଲି

ଆଳି,୧।୬(ବନମାଳୀ ସେନାପତି)- କେନ୍ଦ୍ରାପଡ଼ା ଜିଲା ଆଳି ଥାନା ମହାଦେଇ ପାଟଣା ଗ୍ରାମର ଗୌରାଙ୍ଗ ସେଠୀଙ୍କୁ କିଛି ବ୍ୟକ୍ତି ହାତ ଗୋଡ଼ ବାନ୍ଧି ମାଡ଼ ମାରି ଅପହରଣ କରିବା…

ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ: ବ୍ଲକ ପରେ ଏବେ ପଞ୍ଚାୟତରେ ବି ଅଭିଯୋଗ ଶୁଣିବେ ଅଧିକାରୀ

ଦାରିଙ୍ଗବାଡି,୧।୬(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ଗ୍ରାମପଞ୍ଚାୟତରେ ପ୍ରଥମଥର ପାଇଁ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ତ୍ୱାବଧାନରେ…

ବଡ଼ ହଲଚଲ! ବୈଠକ ପରେ ଭାଜପାକୁ ବଡ଼ ଧମକ ଦେଲେ ମମତା, ‘ମୋ ସହ ଖେଳିଛନ୍ତି, ସମୟ ଆସିଲେ ମୁଁ….’

କୋଲକାତା,୧।୬: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଜପା ଉପରେ ବଡ଼ ଅଭିଯୋଗ କରିଛନ୍ତି । ତାଙ୍କ ଦଳକୁ ବିଭାଜିତ କରିବାକୁ ଚେଷ୍ଟା କରୁଥିବା ନେଇ ଆରୋପ…

ଟ୍ରାକ୍ଟର ଉପରେ ଚଢି ଖେଳୁଥିଲେ ମନୁ: ହଠାତ୍‌ ଖସିଗଲା ଗୋଡ଼, ଆଉ ତା’ପରେ…

ଦାରିଙ୍ଗବାଡି, ୧।୬ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଭ୍ରମରବାଡ଼ି ଅଞ୍ଚଳରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ଟ୍ରାକ୍ଟରରୁ ଖସି ଜଣେ ୪ ବର୍ଷ ଶିଶୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri