ଭୁଜାଲି, ମାଉଜର ଦେଖାଇ ଲୁଟ୍‌ ଘଟଣା : ୭ ଅଭିଯୁକ୍ତ ଗିରଫ

ଜୟପୁର,୫।୧୦(ନି.ପ୍ର.): କୋରାପୁଟ ଜିଲା କୋଟପାଡ଼ ପୋଲିସ ୭ କୁଖ୍ୟାତ ଡକାୟତଙ୍କୁ ଗିରଫ କରିଛି। ଏ ନେଇ ଶନିବାର ଏସ୍‌ଡିପିଓ ହରେକୃଷ୍ଣ ମାଝି ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୬ ତାରିଖ ରାତିରେ ଏକ ଡକାୟତି ଦଳ କୁସୁମୀ ଅଞ୍ଚଳର ଶାନ୍ତନୁ ଧଳଙ୍କ ଘରେପଶି ତାଙ୍କୁ ଭୁଜାଲି ଓ ମାଉଜର ଦେଖାଇ ଟଙ୍କା,ଗହଣା ଲୁଟିନେଇ ଚମ୍ପଟ ମାରିଥିଲେ। ଯାହାକୁ ନେଇ କୋଟପାଡ଼ ଥାନାରେ ଏକ ଡକାୟତି ମାମଲା ରୁଜୁ ହୋଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଘଟଣାରେ ସମ୍ପୃକ୍ତଥିବା ଅଭିଯୁକ୍ତମାନଙ୍କୁ ପୋଲିସ ଚିହ୍ନଟ କରି ଶୁକ୍ରବାର ବିଲମ୍ବିତ ରାତିରେ ବୋରିଗୁମ୍ମାର ୩ ଏବଂ ନବରଙ୍ଗପୁର ଅଞ୍ଚଳରୁ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ଚାରି ମୋବାଇଲ, ମାଉଜର, ଭୁଜାଲି, ଗହଣା ଦୁଇ ତୋଳା ଏବଂ ୫ ହଜାର ୫ଶହ ନଗଦ ଟଙ୍କା ଜବତ କରିଛି। ଅନ୍ୟପକ୍ଷେ ଘଟଣାରେ ସଂପୃକ୍ତ ଥିବା ଆଉ ଦୁଇଜଣ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ସେମାନଙ୍କ ନାମରେ ଜିଲା ସମେତ ଅନ୍ୟ ଜିଲାର ଅନେକ ଡକାୟତି ମାମଲା ରହିଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ୍ମୀ ହତ୍ୟା ଘଟଣା, ଅଭିଯୁକ୍ତ ସମ୍ପର୍କୀୟ ଦିଅର ଗିରଫ

ଖଲ୍ଲିକୋଟ,୧୩ା୬(ଡି.ଏନ.ଏ.)-ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ଗ୍ରାମ ନିକଟ କାଜୁ ଜଙ୍ଗଲରୁ ମେ ୧୧ ତାରିଖରେ ଗୋଳନ୍ଥରା ଥାନା ଅଞ୍ଚଳର ଲକ୍ଷ୍ମୀ ସାହୁଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର...

ଶଯ୍ୟାଶାୟୀ ମଧୁମେହ ରୋଗୀଙ୍କୁ ଉଦ୍ଧାର କଲା ପ୍ରଶାସନ

ବିଜେପୁର, ୩୦।୩ (ଡି.ଏନ.ଏ.)-କରୋନା ପ୍ରତିହତ ପାଇଁ ରାଜ୍ୟର ସମସ୍ତ ଜିଲା ଲକ୍‌ ଡାଉନ ରହିଛି । ଦିନ ମଜୁରିଆ ହାତବାନ୍ଧି ବସି ରହିବାକୁ ବାଧ୍ୟ ହେଉଛନ୍ତି...

ଟ୍ରାକ୍ଟର-ବାଇକ୍‌ ମଧ୍ୟରେ ଧକ୍କା: ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୨୦।୧୨(ଡି.ଏନ୍‌.ଏ.): ଗଜପତି ଜିଲା ଗୋଷାଣୀ ବ୍ଳକର ଏସ୍‌ ରାଉତପୁର ଗ୍ରାମ ଚର୍ଚ୍ଚ ନିକଟରେ ଏକ ବାଇକ ସହ ଟ୍ରାକ୍ଟରର ଧକ୍କା ହୋଇଛି। ଏଥିରେ ଜଣେ ମହିଳାଙ୍କର...

ରାଶନ ନେବା ସମୟରେ ରହୁନି ସାମାଜିକ ଦୂରତା

କୋରୁକୋଣ୍ଡା,୩୦ା୪(ଡି.ଏନ.ଏ): କରୋନାକୁ ଏବେ ସାରା ବିଶ୍ୱ ଚିନ୍ତିତ ରହିଛି। ଏଥିରୁ ରକ୍ଷା ପାଇବା ଲାଗି ବିଭିନ୍ନ ନିୟମ ଜାରି ରହିଛି। ସେଥିରୁ ସାମାଜିକ ଦୂରତର ରକ୍ଷା...

୨ଶହ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ଉଦ୍‌ଘାଟିତ

ନବରଙ୍ଗପୁର,୨୦ା୪(ବି.ପ୍ର.): ନବରଙ୍ଗପୁର ବିଏଡ୍‌ କଲେଜଠାରେ ୨ଶହ ଶଯ୍ୟା ବିଶିଷ୍ଟ କୋଭିଡ୍‌-୧୯ ସ୍ବାସ୍ଥ୍ୟକେନ୍ଦ୍ରକୁ ସୋମବାର ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଏହି...

ଅସହାୟଙ୍କୁ ନିଜ ଖାଦ୍ୟ ଦେଲେ କନେଷ୍ଟବଳ

ବାଲିଗୁଡା,୨୮ା୪(ଡି.ଏନ୍‌.ଏ.)- କରୋନା ପାଇଁ ଲକ୍‌ଡାଉନ ପରେ ବହୁ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲୋକେ ଘରେ ରହିଥିବାବେଳେ ପୋଲିସ କର୍ମଚାରୀ ସେମାନଙ୍କ...

ଚିଲିକା ସୁରକ୍ଷାକୁ ଗୁରୁତ୍ବ

ଭୁବନେଶ୍ୱର, ୧୯ା୨(ବ୍ୟୁରୋ):ଚିଲିକା ଉପରେ ନିର୍ଭର କରୁଥିବା ମତ୍ସ୍ୟଜୀବୀଙ୍କୁ ଡଙ୍ଗା, ଜାଲ ଏବଂ ଡଙ୍ଗା ଇଞ୍ଜିନ ଯୋଗାଇ ଦିଆଯିବ। ଏହାସହ ୩ ସମୁଦ୍ର କୂଳବର୍ତ୍ତୀ ଜିଲାର ୧୮୬...

‘ପୋତାଧନ’ ନଁାରେ ଠକେଇ, ୩ ଗିରଫ

ବଲାଙ୍ଗୀର ଅଫିସ, ୭ା୬-ମାଟି ତଳେ ପୋତାଯାଇଥିବା ଏକ ହଣ୍ଡା ଭିତରୁ ଅସଲି ସୁନା (ପୋତାଧନ)ମିଳିଛି। ସେଥିପାଇଁ କମ୍‌ଦାମରେ ବିକ୍ରି ହେବ କହି ଜଣେ ବେପାରୀଙ୍କୁ ଠକେଇ...

Advertisement


Archives

Model This Week

Why Dharitri