ଭୀମଭୋଇଙ୍କ ଅପ୍ରକାଶିତ ପାଣ୍ଡୁଲିପିର ପ୍ରକାଶନ ଉପରେ ଗୁରୁତ୍ୱ

ସୋନପୁର, ୧୮।୫(ନି.ପ୍ର.)ଭୀମଭୋଇଙ୍କ ସିଦ୍ଧି, ସାଧନା ଓ ସମାଧୀପୀଠ ଖଲିଆପାଲିଠାରେ ସନ୍ଥକବିଙ୍କ ଜୟନ୍ତୀ ଉତ୍ସବ ଶନିବାର ପାଳିତ ହୋଇଯାଇଛି। ବିଦ୍ୟାବାଚସ୍ପତି ପଦ୍ମଶ୍ରୀ ଡ. ଶ୍ରୀନିବାସ ଉଦ୍‌ଗାତା ମୁଖ୍ୟ ଅତିଥିଭାବେ ଯୋଗଦେଇ ଭୀମଭୋଇଙ୍କ ସାହିତ୍ୟ ସାଧନା ଓ ସମାଜକୁ ତାଙ୍କର ଅବଦାନ ବିଷୟରେ ଆଲୋଚନା କରିଥିଲେ। ଡ. ଉଦ୍‌ଗାତା କହିଥିଲେ ଭୀମଭୋଇ ବିଶ୍ୱ ବିନ୍ଦିତ ଶ୍ରେଷ୍ଠ ବ୍ୟକ୍ତିତ୍ୱମାନଙ୍କ ମଧ୍ୟରୁ ଅନ୍ୟତମ। ହେଲେ ତାଙ୍କର ସାହିତି୍ୟକ, ଧାର୍ମୀକ ଓ ଆଧ୍ୟାତ୍ମିକ କୃତିର ସୁରକ୍ଷା ସକାଶେ ସରକାର ସମୁଚିତ ଉଦ୍ୟମ କରିନାହାନ୍ତି। ତେଣୁ କବିଙ୍କ ଅପ୍ରକାଶିତ ପାଣ୍ଡୁଲିପିର ପ୍ରକାଶନ ପାଇଁ ସେ ଗୁରୁତ୍ୱ ଦେଇଥିଲେ। ଲୋକକବି ପଦ୍ମଶ୍ରୀ ହଳଧର ନାଗ ସମ୍ମାନିତ ଅତିଥିଭାବେ ଯୋଗଦେଇ ଭୀମଭୋଇ ସମାଜର ନିଷ୍ପେଷିତ ଓ ଗରିବଙ୍କ ପାଇଁ ଲେଖନୀ ଚାଳନା କରୁଥିଲେ ବୋଲି କହିଥିଲେ। ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଅନ୍ୟତମ ସମ୍ମାନିତ ଅତିଥିଭାବେ ଯୋଗଦାନ କରି କବିଙ୍କୁ ମାନବବାଦୀ ଭାବେ ଅବିହିତ କରିଥିଲେ। ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର ଓଡିଆ ପ୍ରାଧ୍ୟାପକ ଡ. ସନ୍ତୋଷ କୁମାର ରଥ, ଗୋରେଖନାଥ ସାହୁ ଓ ନିମାଇଁ ଚରଣ ନାଏକ ଯୋଗଦେଇ ଭୀମଭୋଇଙ୍କ ଜୀବନି ଓ କୃତି ବିଷୟରେ ବିଶଦ ଆଲୋଚନା କରିଥିଲେ। ସୁବର୍ଣ୍ଣପୁରରେ ମହାଯୋଗୀ ସନ୍ଥକବିଙ୍କ ନାମରେ ଏକ ଗବେଷଣା କେନ୍ଦ୍ର ଓ ଅତିଥି ଭବନ ନିର୍ମାଣ ପାଇଁ ଦାବି ହୋଇଥିଲା। ଭୀମଭୋଇ ସମାଧି ପୀଠ ଟ୍ରଷ୍ଟର ତତ୍ତ୍ବାବଧାରକ ଛତ୍ରଧାରୀ ଅଗ୍ରୱାଲା ସଭାପତିତ୍ୱ କରିଥିଲେ। ଏହି ଅବସରରେ କୋସଲ ସାହିତ୍ୟ ସଂସ୍କୃତି ଏକାଡେମୀ ତରଫରୁ ସୁବର୍ଣ୍ଣପୁର ଠାରେ ପଦ୍ମଶ୍ରୀ ଡ. ଶ୍ରୀନିବାସ ଉଦ୍‌ଗାତାଙ୍କ ନାମରେ ଏକ ପାଠାଗାର ପ୍ରତିଷ୍ଠା କରିବା ପାଇଁ ଏକାଡେମୀର ସାଧାରଣ ସମ୍ପାଦକ ଗୋରେଖନାଥ ସାହୁ ଘୋଷଣା କରିଥିଲେ। ଯେଉଁଥିରେ ଉଦ୍‌ଗାତାଙ୍କ ୩୦ ହଜାର ପୁସ୍ତକ ସ୍ଥାନ ପାଇବ। ଟ୍ରଷ୍ଟର ସମ୍ପାଦକ ଜନ୍ମେଜୟ ସ୍ବାଇଁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲା ବେଳେ ବାବା ପରମାନନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଖଲିଆପାଲି ସମାଧୀ ପୀଠ ଟ୍ରଷ୍ଟର ସଭ୍ୟ ମହାଦେବ ବଗର୍ତ୍ତି, ବାଙ୍କବିହାରୀ ପଣ୍ଡା, ମିନୁ ବଗର୍ତ୍ତି, ମୁନା ଦାନୀ ଓ ଆର୍ତ୍ତତ୍ରାଣ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି ହୀରାକୁଦ ଡ୍ୟାମର ଜଳସ୍ତର

ସମ୍ବଲପୁର,୧୬।୮(ବ୍ୟୁରୋ): ଉପର ମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦ ଡ୍ୟାମର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ଜଳସ୍ତର ୬୨୫ ଫୁଟ୍‌ ଟପିଛି। ସକାଳ ୬ଟା ସୁଦ୍ଧା...

ଇସ୍ରୋ-ଭିସୁଟ୍‌ ମଧ୍ୟରେ ଚୁକ୍ତି ସ୍ବାକ୍ଷର

ସମ୍ବଲପୁର/ଭୁବନେଶ୍ୱର, ୨୬।୮ (ବ୍ୟୁରୋ): ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ସହାୟତାରେ ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ଦେଶର ପ୍ରଥମ...

ଜମି ଲୋଭରୁ ଟ୍ରିପଲ ମର୍ଡର: ରକ୍ତରେ ଭିଜିଲା ଲପଡା ଗାଁ

ସମ୍ବଲପୁର,୨୧ା୧୦(ବ୍ୟୁରୋ)-ଜମି ବିବାଦକୁ କେନ୍ଦ୍ର କରି ସମ୍ବଲପୁର ଜିଲା ମହୁଲପାଲି ଥାନା ଲପଡା ଗ୍ରାମରେ ବୁଧବାର ଟ୍ରିପଲ ମର୍ଡର ଘଟିଛି। ୩ ଜଣଙ୍କୁ ଟାଙ୍ଗିଆରେ ହାଣି ହତ୍ୟା...

ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ବନ୍ଦ ପାଇଁ ଷଡ଼ଯନ୍ତ୍ର

ସମ୍ବଲପୁର,୨୫ା୮ (ବ୍ୟୁରୋ):ସମ୍ବଲପୁରଠାରେ ୧୯୭୮ରେ ସ୍ଥାପିତ ରାଜ୍ୟର ପ୍ରଥମ ତଥା ଦେଶର ଅଷ୍ଟମ ଦୂରଦର୍ଶନ କେନ୍ଦ୍ରକୁ ବନ୍ଦ କରିଦେବା ଲାଗି ଷଡ଼ଯନ୍ତ୍ର କରାଯାଉଛି। କେନ୍ଦ୍ର ସରକାରଙ୍କ ଅଧୀନରେ...

ଚରମ ସୀମାରେ ପରଶାସନିକ ଅବହେଲା:ଭଂଗା କୁରିଆରେ ଜୀବନ୍‌ ବିତଉଛନ୍‌ ଅଁଧ୍‌ ଦମ୍ପତି

ଭବାନୀପାଟଣା,୧୩ା୭ (ଡି.ଏନ୍‌.ଏ.): – ଗରିବ୍‌ ଦୁଖି, ବିଧବା, ଦିବ୍ୟାଙ୍ଗମାନକର ଲାଗି ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ଅନେକ ଯୋଜନା କରି କୋଟି କୋଟି ଟଁକା...

ଆଜି ହୀରାକୁଦର ଆଉ ୪ ଗେଟ୍‌ ଖୋଲିଲା

ସମ୍ବଲପୁର,୧୨ା୮(ବ୍ୟୁରୋ): ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ଶୁକ୍ରବାର ହୀରାକୁଦ ଜଳଭଣ୍ଡାରର ଆଉ ୪ ଗେଟ୍‌ ଖୋଲାଯାଇଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ମୋଟ୍‌ ୧୪ଟି ଗେଟ୍‌...

ମଣ୍ଡିରେ ପଡ଼ିଛି ଧାନ, ବାଜିରେ ଚାଷୀଙ୍କ ଜୀବନ

ସମ୍ବଲପୁର,୧୨ା୧୨(ବ୍ୟୁରୋ): ସମ୍ବଲପୁର ଜିଲାରେ ଧାନ ସଂଗ୍ରହରେ ଆରମ୍ଭରୁ ଅବ୍ୟବସ୍ଥା ଦେଖାଦେଇଥିଲା। ହୀରାକୁଦ ସେଚାଞ୍ଚଳ ସଦର ଉପଖଣ୍ଡରେ ଟୋକନ, କଟନୀ ଛଟନୀ ଭଳି ସମସ୍ୟା ଲାଗି ରହିଥିବା...

ଟ୍ରକ୍‌ରେ ଲାଗିଗଲା ନିଆଁ, ଡ୍ରାଇଭର ଜୀବନ୍ତ ଦଗ୍ଧ

ରେଢ଼ାଖୋଲ,୮।୨(ଡି.ଏନ.ଏ ): ରାଞ୍ଚି -ବିଜୟୱାଡା ଜାତୀୟ ରାଜପଥର ରେଢ଼ାଖୋଲ ଥାନା ତେରବେଡା ଗ୍ରାମ ନିକଟରେ ବୁଧବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ...

Advertisement
Archives

Model This Week