ଭୀମଭୋଇଙ୍କ ଅପ୍ରକାଶିତ ପାଣ୍ଡୁଲିପିର ପ୍ରକାଶନ ଉପରେ ଗୁରୁତ୍ୱ

ସୋନପୁର, ୧୮।୫(ନି.ପ୍ର.)ଭୀମଭୋଇଙ୍କ ସିଦ୍ଧି, ସାଧନା ଓ ସମାଧୀପୀଠ ଖଲିଆପାଲିଠାରେ ସନ୍ଥକବିଙ୍କ ଜୟନ୍ତୀ ଉତ୍ସବ ଶନିବାର ପାଳିତ ହୋଇଯାଇଛି। ବିଦ୍ୟାବାଚସ୍ପତି ପଦ୍ମଶ୍ରୀ ଡ. ଶ୍ରୀନିବାସ ଉଦ୍‌ଗାତା ମୁଖ୍ୟ ଅତିଥିଭାବେ ଯୋଗଦେଇ ଭୀମଭୋଇଙ୍କ ସାହିତ୍ୟ ସାଧନା ଓ ସମାଜକୁ ତାଙ୍କର ଅବଦାନ ବିଷୟରେ ଆଲୋଚନା କରିଥିଲେ। ଡ. ଉଦ୍‌ଗାତା କହିଥିଲେ ଭୀମଭୋଇ ବିଶ୍ୱ ବିନ୍ଦିତ ଶ୍ରେଷ୍ଠ ବ୍ୟକ୍ତିତ୍ୱମାନଙ୍କ ମଧ୍ୟରୁ ଅନ୍ୟତମ। ହେଲେ ତାଙ୍କର ସାହିତି୍ୟକ, ଧାର୍ମୀକ ଓ ଆଧ୍ୟାତ୍ମିକ କୃତିର ସୁରକ୍ଷା ସକାଶେ ସରକାର ସମୁଚିତ ଉଦ୍ୟମ କରିନାହାନ୍ତି। ତେଣୁ କବିଙ୍କ ଅପ୍ରକାଶିତ ପାଣ୍ଡୁଲିପିର ପ୍ରକାଶନ ପାଇଁ ସେ ଗୁରୁତ୍ୱ ଦେଇଥିଲେ। ଲୋକକବି ପଦ୍ମଶ୍ରୀ ହଳଧର ନାଗ ସମ୍ମାନିତ ଅତିଥିଭାବେ ଯୋଗଦେଇ ଭୀମଭୋଇ ସମାଜର ନିଷ୍ପେଷିତ ଓ ଗରିବଙ୍କ ପାଇଁ ଲେଖନୀ ଚାଳନା କରୁଥିଲେ ବୋଲି କହିଥିଲେ। ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଅନ୍ୟତମ ସମ୍ମାନିତ ଅତିଥିଭାବେ ଯୋଗଦାନ କରି କବିଙ୍କୁ ମାନବବାଦୀ ଭାବେ ଅବିହିତ କରିଥିଲେ। ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର ଓଡିଆ ପ୍ରାଧ୍ୟାପକ ଡ. ସନ୍ତୋଷ କୁମାର ରଥ, ଗୋରେଖନାଥ ସାହୁ ଓ ନିମାଇଁ ଚରଣ ନାଏକ ଯୋଗଦେଇ ଭୀମଭୋଇଙ୍କ ଜୀବନି ଓ କୃତି ବିଷୟରେ ବିଶଦ ଆଲୋଚନା କରିଥିଲେ। ସୁବର୍ଣ୍ଣପୁରରେ ମହାଯୋଗୀ ସନ୍ଥକବିଙ୍କ ନାମରେ ଏକ ଗବେଷଣା କେନ୍ଦ୍ର ଓ ଅତିଥି ଭବନ ନିର୍ମାଣ ପାଇଁ ଦାବି ହୋଇଥିଲା। ଭୀମଭୋଇ ସମାଧି ପୀଠ ଟ୍ରଷ୍ଟର ତତ୍ତ୍ବାବଧାରକ ଛତ୍ରଧାରୀ ଅଗ୍ରୱାଲା ସଭାପତିତ୍ୱ କରିଥିଲେ। ଏହି ଅବସରରେ କୋସଲ ସାହିତ୍ୟ ସଂସ୍କୃତି ଏକାଡେମୀ ତରଫରୁ ସୁବର୍ଣ୍ଣପୁର ଠାରେ ପଦ୍ମଶ୍ରୀ ଡ. ଶ୍ରୀନିବାସ ଉଦ୍‌ଗାତାଙ୍କ ନାମରେ ଏକ ପାଠାଗାର ପ୍ରତିଷ୍ଠା କରିବା ପାଇଁ ଏକାଡେମୀର ସାଧାରଣ ସମ୍ପାଦକ ଗୋରେଖନାଥ ସାହୁ ଘୋଷଣା କରିଥିଲେ। ଯେଉଁଥିରେ ଉଦ୍‌ଗାତାଙ୍କ ୩୦ ହଜାର ପୁସ୍ତକ ସ୍ଥାନ ପାଇବ। ଟ୍ରଷ୍ଟର ସମ୍ପାଦକ ଜନ୍ମେଜୟ ସ୍ବାଇଁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲା ବେଳେ ବାବା ପରମାନନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଖଲିଆପାଲି ସମାଧୀ ପୀଠ ଟ୍ରଷ୍ଟର ସଭ୍ୟ ମହାଦେବ ବଗର୍ତ୍ତି, ବାଙ୍କବିହାରୀ ପଣ୍ଡା, ମିନୁ ବଗର୍ତ୍ତି, ମୁନା ଦାନୀ ଓ ଆର୍ତ୍ତତ୍ରାଣ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ବ୍ରିଜରୁ ଡେଇଁପଡିଲେ ଯୁବକ, କାହିଁକି ଜାଣନ୍ତୁ…

ସମ୍ବଲପୁର,୧୪।୭: ସମ୍ବଲପୁର ମହାନଦୀ ଚାଉଁରପୁର ବ୍ରିଜ୍‌ରୁ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ। ହେଲେ ଡେଇଁ ପଡିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମେଡିକାଲରେ…

ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ: ବିଭିନ୍ନ ଦେକାନରେ ଅଚାନକ ଚଢାଉ, ଆଦାୟ ହେଲା ଏତିକି ଟଙ୍କା ଜରିମାନା

ଜମନକିରା, ୧୪।୭: (ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲାରେ ତମାଖୁ ନିୟନ୍ତ୍ରଣ ଏବଂ ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଜମନକିରାରେ ଅଭାବନୀୟ ଘଟଣା, ପୋଖରୀରେ ବୁଡି ଚାଲିଗଲା ଯୁବକଙ୍କ ଜୀବନ

ଜମନକିରା,୧୪।୭(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ସଦର ମହକୁମା ଅନ୍ତର୍ଗତ ରାଧାକୃଷ୍ଣପଡ଼ା ଅଞ୍ଚଳରେ ଏକ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ପୋଖରୀରେ ବୁଡ଼ି…

ଘରେ ଝିଅକୁ ସ୍ତନ୍ୟପାନ କରାଉଥିଲେ ମା’: ମାଡ଼ିଗଲା ଟ୍ରକ୍‌, ଆଉ ତା’ପରେ ଯାହା ଘଟିଲା…

ସମ୍ବଲପୁର,୧୪।୭(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ସଦର ଥାନା ଅନ୍ତର୍ଗତ ବାରିବନ୍ଧ ନିକଟ ଜାତୀୟ ରାଜପଥ(୫୩)ରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ବାରିବନ୍ଦ…

ସମ୍ବଲପୁର କୋର୍ଟକୁ ତୃତୀୟ ଥର ପାଇଁ ବୋମା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଓକିଲଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

ସମ୍ବଲପୁର,୧୩।୭(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କୋର୍ଟକୁ ପୁଣି ଥରେ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ତୃତୀୟ ଥର ପାଇଁ ଏଭଳି ଧମକପୂର୍ଣ୍ଣ ମେଲ ଆସିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri