ଭିନ୍ନ ଧରଣର ସିନେମା ନିର୍ମାଣକୁ ଗୁରୁତ୍ୱ ଦିଏ

ଚର୍ଚ୍ଚିତ ଓଡ଼ିଆ ସିନେମା ‘ପାଟଣାଗଡ଼’ର ପ୍ରଯୋଜକ ନିକଟରେ ଅନ୍ତର୍ଜାତୀୟ ସିନେମା ଉତ୍ସବରେ ଶ୍ରେଷ୍ଠ ପ୍ରଯୋଜକ ଭାବରେ ସମ୍ମାନିତ ହୋଇଛନ୍ତି। ଓଡ଼ିଆ ସିନେମା ଆଉ ଭବିଷ୍ୟତ ଯୋଜନା ସମ୍ପର୍କରେ ଓଲିଉଡ୍‌ର ଆଗଧାଡ଼ିର ପ୍ରଯୋଜକ ଶ୍ରୀଧର ମାର୍ଥା ଯାହା କହନ୍ତି…

ପ୍ର. ଚାରୋଟି ଫିଲ୍ମ ପ୍ରଯୋଜନା ପରେ ଓଡ଼ିଆ ସିନେମା ଭବିଷ୍ୟତକୁ ନେଇ କ’ଣ କହିବେ?
ଉ: ଏଇଠି ଭାଗ୍ୟ, ଏଇଠି ଭବିଷ୍ୟତ। ଯଦି ଓଡ଼ିଆ ସିନେମାଟିଏ ଠିକ୍‌ ଭାବରେ ନିର୍ମାଣ କରାଯାଏ, ତେବେ ତାହାକୁ ଦେଖିବାକୁ ଦର୍ଶକ ନିଶ୍ଚୟ ଆଗ୍ରହ ପ୍ରକାଶ କରିବେ। ଏବେ ଯେମିତି ଭାବରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ଚାଲିଛି, ଏପରି ସ୍ଥିତିରେ ଇଣ୍ଡଷ୍ଟ୍ରି ଆଗକୁ ଯିବା ଅସମ୍ଭବ।
ପ୍ର. ଓଡ଼ିଆ ସିନେମା ପ୍ରତି ଦର୍ଶକଙ୍କ ମନୋଭାବ କ’ଣ ରହିଛି ବୋଲି ଆପଣ ଭାବୁଛନ୍ତି?
ଉ: ଗତ କିଛି ବର୍ଷ ହେଲା ଆମ ଓଡ଼ିଆ ସିନେମାରେ କପି ପେଷ୍ଟ ଯୁଗ ଚାଲିଛି। ତେଣୁ ଏପରି ଉତରା ସିନେମା ଦେଖିବାକୁ ଦର୍ଶକ ଆଗ୍ରହ ପ୍ରକାଶ କରୁନାହାନ୍ତି। ସିନେମା ହଲ୍‌ର ପୁନରୁଦ୍ଧାର ଦରକାର। ଏହା ସହ ଜାତୀୟ ସ୍ତରରେ ପ୍ରଭାବିତ କରିବା ଭଳି ସିନେମା ନିର୍ମାଣ କରିବାକୁ ଯୋଜନାବଦ୍ଧ ପ୍ରସ୍ତୁତିର ଆବଶ୍ୟକତା ରହିଛି।
ପ୍ର. ‘ପାଟଣାଗଡ଼’ ସିନେମା ସମ୍ପର୍କରେ କ’ଣ କହିବେ?
ଉ: ‘କଥା ଦେଲି ମଥା ଛୁଇଁ’ ଏବଂ ‘ଯୋଗୀ’ ନିର୍ମାଣ କରିଥିଲି। ଅନେକ ଆଶା ଥିଲା। କିନ୍ତୁ ଦର୍ଶକ ଫିଲ୍ମ ଦୁଇଟିକୁ ଗ୍ରହଣ କଲେ ନାହିଁ। ସେ ସମୟର ଦୋଷତ୍ରୁଟିକୁ ଭଲ ଭାବରେ ତର୍ଜମା କରିବା ପରେ ‘ପାଟଣାଗଡ଼’ ସିନେମା ନିର୍ମାଣ କରିବାକୁ ଚିନ୍ତା କଲି। ଏହି ସମୟରେ ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇଛି। ଏପରି କି ସେସନ କୋର୍ଟରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ କଥା ଯାଇଛି। ମୋଟ ଉପରେ କହିବାକୁ ଗଲେ ଏହି ଫିଲ୍ମଟି ଏକ ସ୍ମରଣୀୟ ଫିଲ୍ମ ହେଉ ବୋଲି ଆଶା ରଖିଛି। ନିକଟରେ ଏକ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଏହି ଫିଲ୍ମକୁ ଶ୍ରେଷ୍ଠ ପ୍ରଯୋଜକ ଏବଂ ଶ୍ରେଷ୍ଠ ବ୍ୟାକ୍‌ଗ୍ରାଉଣ୍ଡ ମ୍ୟୁଜିକ ପୁରସ୍କାର ମିଳିଛି।
ପ୍ର. ଏବେ ଶ୍ରୀଧର ବଲିଉଡ୍‌ମୁହଁ। ହୋଇଛନ୍ତି। କାରଣ କ’ଣ?
ଉ: ପ୍ଲିଜ୍‌, ଓ୍ବେଟ୍‌ ଆଣ୍ଡ ସି…।
ପ୍ର. ନୂଆ ପ୍ରଯୋଜକଙ୍କୁ କ’ଣ ବାର୍ତ୍ତା ଦେବେ?
ଉ: ନୂଆ ପ୍ରଯୋଜକ ପ୍ରଥମେ ଅଭିଜ୍ଞତା ହାସଲ କରନ୍ତୁ। ତା’ପରେ ସିନେମା ନିର୍ମାଣ କରିବେ। ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିକୁ ଆଗେଇ ନେବାକୁ ଏପରି ପ୍ଲାନିଂ କରନ୍ତୁ ଯେ ଆପଣଙ୍କର ସିନେମାକୁ ସମସ୍ତେ ମନେରଖିବେ।
ପ୍ର. ସମାଜକୁ ନୂଆ ବାର୍ତ୍ତା ଦେବାକୁ ଶ୍ରୀଧର ଭିନ୍ନ ଭିନ୍ନ ଅବତାରରେ ଆସିଥାଆନ୍ତି। ଏଭଳି ଚିନ୍ତାଧାରା ମନରେ କେବେ ଓ କାହିଁକି ଆସିଲା ?
ଉ : ଏପରି ଗେଟ୍‌ଅପ୍‌ରେ ମୁଁ ସବୁବେଳେ ସମାଜକୁ ନୂଆ ବାର୍ତ୍ତା ଦେବାକୁ ଚେଷ୍ଟା କରେ। ତେଣୁ ଏପରି ଚେଷ୍ଟା ଜାରି ରହିବ।
ପ୍ର. ଓଡ଼ିଆ ସିନେମା ନିର୍ମାଣଶୈଳୀରେ ପରିବର୍ତ୍ତନ ଆବଶ୍ୟକ ବୋଲି ଆପଣ ଭାବୁଛନ୍ତି ?
ଉ : ଅନେକ କଥା ଉପରେ ଗୁରୁତ୍ୱ ଦେବାର ଅଛି। ସେସବୁକୁ ପାଥେୟ କରି ମୁଁ ‘ପାଟଣାଗଡ଼’ ନିର୍ମାଣ କରିଛି।
ପ୍ର.ପୂର୍ବ ଅଭିଜ୍ଞାତାକୁ ପାଥେୟ କରି କେବେ ନିର୍ଦ୍ଦେଶନା ବିଷୟରେ ଚିନ୍ତା କରିଛନ୍ତି ?
ଉ : ଏହାର ଉତ୍ତର ଆଗାମୀ ସମୟ ହିଁ କହିବ।
ପ୍ର. ପ୍ରଯୋଜକ ଭାବରେ ମନରେ ଆଉ କ’ଣ ଅବସୋସ ରହିଛି ?
ଉ : ମୁଁ ବହୁତ ଆମ୍ବିସିୟସ୍‌। ଭିନ୍ନ ଧରଣର ସିନେମାଟିଏ ନିର୍ମାଣ କରିବାକୁ ଚାହୁଁଛି। ଦେଖାଯାଉ, ସମୟ ଆଉ ପରିସ୍ଥିତି ମୋତେ କେତେ ସାହାଯ୍ୟ କରୁଛି।
ପ୍ର. ସିନେମାକୁ ବାଦ୍‌ ଦେଇ ଆଉ କ’ଣ ଅଭିନବ ଚିନ୍ତାଧାରା ମନରେ ରହିଛି ?
ଉ: ଓଡ଼ିଆ ସିନେମାରେ ତ ଅଭିନୟ କରିଆସୁଛି। ଆଗକୁ ଭଲ ଭଲ ସିନେମା ନିର୍ମାଣ କରିବା ସହ ଅଭିନୟ ଜାରି ରଖିବାକୁ ଆଶା ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଷେକଙ୍କ ଫିଲ୍ମ ଦେଖିବାକୁ ମନାକଲେ ସ୍ତ୍ରୀ ଐଶ୍ୱର୍ଯ୍ୟା, ମା’ ଜୟା: ଜାଣନ୍ତୁ କାହିଁକି..

ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନଙ୍କ ଫିଲ୍ମ ‘ଦ ବିଗ୍‌ ବୁଲ’ ଓଟିଟି ପ୍ଲାଟଫର୍ମ, ଡିଗ୍ରୀ ହଟଷ୍ଟାରରେ ରିଲିଜ୍‌ ହୋଇଯାଇଛି। ଫିଲ୍ମ ରିଲିଜ୍‌ ପୂର୍ବରୁ ଅଭିଷେକ କହିଛନ୍ତି...

ମେଡ୍‌ ଇନ୍‌ ଓଡ଼ିଶା

‘ମେଡ୍‌ ଇନ୍‌ ଚାଇନା’ ନୁହେଁ କି ‘ମେଡ୍‌ ଇନ୍‌ ୟୁଏସ୍‌ଏ’ ନୁହେଁ। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହା ସମ୍ପୂର୍ଣ୍ଣଭାବେ ‘ମେଡ୍‌ ଇନ୍‌ ଓଡ଼ିଶା’ ପ୍ରଡକ୍ଟ। କୌଣସି...

ଓସ୍କାର ଜିତିବା ପରେ ହସ୍ପିଟାଲରେ ଆଡମିଟ ହୋଇଥିଲେ ଗୁନିତ ମୋଙ୍ଗା

ମୁମ୍ବାଇ,୨୬ ।୩: ଚଳିତ ବର୍ଷର ଓସ୍କାର ଆୱାର୍ଡ ୨୦୨୩ରେ ଭାରତୀୟ ସିନେମା ବାଜି ମାରିଛି । ଗୋଟିଏ ପଟେ ସାଉଥ ସିନେମାର ବ୍ଲକ ବୁଷ୍ଟର ମୁଭି...

ମକା ଫଟୋ ଶେୟାର କରି ସମସ୍ତଙ୍କ ହୃଦୟ ଜିତିଲେ ଅମିତାଭ ବଚ୍ଚନ, ଜାଣନ୍ତୁ କେମିତି

ବଲିଉଡ ଅଭିନେତା ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ନିଜ ପ୍ରଶଂସକଙ୍କ ସହ ସବୁବେଳେ ଯୋଡି ହୋଇ ରହିବାକୁ ଭଲ ପାଆନ୍ତି। କେତେବେଳେ ନିଜ...

ଥମିବାର ନାଁ ନେଉନି: ଭୁବନେଶ୍ୱରରୁ ଆଉ ୧୦୭୬ କରୋନା ପଜିଟିଭ୍‌ ଚିହ୍ନଟ; କେବଳ ୯୨୮ ଲୋକାଲ୍‌ କେସ୍‌

ଭୁବନେଶ୍ୱର,୨୨।୫(ବ୍ୟୁରୋ): ରାଜଧାନୀରେ ଥମିବାର ନାଁ ନେଉନାହିଁ କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆଉ ୧୦୭୬ ନୂଆ ପଜିଟିଭ୍‌...

ଭିନ୍ନ ଢଙ୍ଗରେ ସୁରକ୍ଷାକର୍ମୀଙ୍କ ଜନ୍ମଦିନ ପାଳିଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ ଷ୍ଟାରକିଡ୍‌ ତଥା ନବାଗତା ନାୟିକା ଶ୍ରଦ୍ଧା କପୁର ତାଙ୍କ ଉଦାର ହୃଦୟ ପାଇଁ ତିଆରି କରିଛନ୍ତି ନିଜର ଏକ ଭିନ୍ନ ପରିଚୟ। ନିକଟରେ...

ପ୍ରେମିକାଙ୍କ ବିବାହ ଖବର ଶୁଣି ସିଗାରେଟ୍‌ ଲଗାଇ ହାତ ପୋଡି ଦେଇଥିଲେ ଏହି ପ୍ରସିଦ୍ଧ ଅଭିନେତା

ହିନ୍ଦୀ ସିନେମାର ଜଣେ ମହାନ ଅଭିନେତ୍ରୀ ଥିଲେ ନର୍ଗିସ ଦତ୍ତ। ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇଥିଲେ। ତାଙ୍କର ପ୍ରକୃତ ନାମ ଥିଲା ଫାତିମା...

ଜାଣନ୍ତୁ କିପରି ଆରମ୍ଭ ହୋଇଥିଲା ଜୟା-ଅମିତାଭଙ୍କ ଲଭ୍‌ଷ୍ଟୋରି

ଜୟା ଏବଂ ଅମିତାଭ ବଚ୍ଚନଙ୍କର ଆଜି ହେଉଛି ୪୬ ତମ ବିବାହ ବାର୍ଷିକୀ। ବିବାହ ସମୟର କିଛି ପୂରୁଣା ଫଟୋକୁ ସୋସିଆଲ ମିଡିଆରେ ଅମିତାଭ ଶେୟାର...

Advertisement
Archives

Model This Week