ଭିନ୍ନ ଢଙ୍ଗରେ ସୁରକ୍ଷାକର୍ମୀଙ୍କ ଜନ୍ମଦିନ ପାଳିଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ ଷ୍ଟାରକିଡ୍‌ ତଥା ନବାଗତା ନାୟିକା ଶ୍ରଦ୍ଧା କପୁର ତାଙ୍କ ଉଦାର ହୃଦୟ ପାଇଁ ତିଆରି କରିଛନ୍ତି ନିଜର ଏକ ଭିନ୍ନ ପରିଚୟ। ନିକଟରେ ତାଙ୍କ ସୁରକ୍ଷାକର୍ମୀଙ୍କ ଜନ୍ମଦିନକୁ ସେ ଭିନ୍ନ ଢଙ୍ଗରେ ପାଳନ କରି ଆସିଛନ୍ତି ଚର୍ଚ୍ଚାକୁ। ଅତୁଲ କାମ୍ବଲେ ନାମକ ତାଙ୍କର ଏହି ସୁରକ୍ଷାକର୍ମୀଙ୍କ ସହ ସେ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହାସହ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ଶ୍ରଦ୍ଧା କେକ୍‌ କାଟି ଅତୁଲଙ୍କୁ ଜନ୍ମଦିନ ସରପ୍ରାଇଜ୍‌ ଦେଉଛନ୍ତି। ଏହାସହ ଏକ ପୋଷ୍ଟରେ ସେ ଲେଖିଛନ୍ତି, ମୋ ଜୀବନରେ ଆସିଥିବା ଏହି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କୁ ଜନ୍ମଦିନର ଶୁଭେଚ୍ଛା। ମୋତେ ସବୁବେଳେ ସୁରକ୍ଷା ଦେଉଥିବାରୁ ଧନ୍ୟବାଦ। ଏହା ମୋର ଭାଗ୍ୟ ବୋଲି ଶ୍ରଦ୍ଧା ଲେଖିଛନ୍ତି। ସୁଖ, ଶାନ୍ତି ଯାହା ଆପଣ ଚାହୁଁଛନ୍ତି ତାହା ସବୁ ମିଳୁ ବୋଲି ଶ୍ରଦ୍ଧା ଉକ୍ତ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। Happy birthday!!! ଏସବୁ ସେ ମରାଠିରେ ଲେଖିଛନ୍ତି। ଶ୍ରଦ୍ଧାଙ୍କର ଏହି ସରପ୍ରାଇଜ୍‌ ଓ୍ବିଶ ତାଙ୍କ ସୁରକ୍ଷାକର୍ମୀଙ୍କୁ ବେଶ୍‌ ପସନ୍ଦ ଆସିଛି। ଶୁଟିଂ ସେଟ୍‌ରେ ମଜାମସ୍ତି ହେଉ ଅବା ପଶୁପକ୍ଷୀଙ୍କୁ ଭଲପାଇବା ଏସବୁ ଶ୍ରଦ୍ଧାଙ୍କର ଭିନ୍ନ ଗୁଣ ବୋଲି ଆଲୋଚନା କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ବଲିଉଡ୍‌ରେ ଝିଅକୁ ଲଞ୍ଚ କରିବାକୁ ଚାହୁଁ ନାହାନ୍ତି କାଜଲ-ଅଜୟ!

ମୁମ୍ବାଇ: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁରଙ୍କ ଆତ୍ମହତ୍ୟା ପରେ ଏବେ ଏହି ମାୟା ନଗରୀରେ ନେପୋଟିଜିମ ବା ପ୍ରିୟାପ୍ରିତି ପୋଷଣକୁ ନେଇ ଖୁବ୍‌ ଆଲୋଚନା...

୫୬ ବର୍ଷରେ ଗୋବିନ୍ଦା: ମାଙ୍କ ଜିଦ୍‌ ଯୋଗୁ ନୀଲମ୍‌ଙ୍କୁ ଛାଡ଼ି ସୁନୀତାଙ୍କୁ କରିଥିଲେ ବିବାହ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଗୋବିନ୍ଦା ଶନିବାର ୫୬ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୬୩ ଡିସେମ୍ବର ୨୧ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଗୋବିନ୍ଦା...

ଏହି ଅଭିନେତ୍ରୀ କରୋନା ପଜିଟିଭ: ହସ୍ପିଟାଲରେ ଭର୍ତ୍ତି

ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଶ୍ରେନୁ ପାରିଖ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ସେ ଟୁଇଟରରେ ସୂଚନା ଦେଇଛନ୍ତି। କିଛି ଦିନ ପୂର୍ବେ...

ନାୟକ ହେବାପାଇଁ ପିଲାବେଳୁ ଇଚ୍ଛା ଥିଲା

ଜଣେ ଶିଶୁ କଳାକାର ଭାବେ କ୍ୟାରିୟର ଆରମ୍ଭ କରି ‘ତୁ ମୋ ଲଭ୍‌ଷ୍ଟୋରି’ ଫିଲ୍ମରେ ମୁଖ୍ୟ ନାୟକ ଭାବେ ନଜରକୁ ଆସିଥିଲେ ସ୍ବରାଜ। ଓଡ଼ିଆ ଫିଲ୍ମ...

ପୁସ୍ତକ ଉନ୍ମୋଚନରେ ଭୁଲ୍‌ କଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ ନାୟିକା ଜାହ୍ନବୀ କପୁର ଏବେ ସୋସିଆଲ ମିଡିଆରେ ୟୁଜର୍ସଙ୍କ ଟ୍ରୋଲର ଶିକାର ହୋଇଛନ୍ତି। ନିକଟରେ ସେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ...

ଗୋଟିଏ ସମୟରେ ଦୁଇ ହାତରେ ଲେଖିପାରୁଥିଲେ ସୁଶାନ୍ତ

ନୂଆଦିଲ୍ଲୀ- ବଲିଉଡ୍‌ର ଚର୍ଚ୍ଚିତ ଅଭିନେତା ସୁଶାନ୍ତ ସିଂ ରାଜପୁତ ଗତ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରସ୍ଥିତ ନିଜ ବାସଭବନରେ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିଲେ। ବିହାରର...

ଖୋଲାଖୋଲି ପ୍ରେମ କଲେ ଆଲିଆ-ରଣବୀର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ନାୟକ ରଣବୀର କପୁରଙ୍କ ରିଲେସନଶିପକୁ ନେଇ ଏବେ ସବୁଠି ଚାଲିଛି ଚର୍ଚ୍ଚା। ବିବାହ ଉତ୍ସବ ହେଉ କି...

‘ଷ୍ଟ୍ରିଟ୍‌ ଡ୍ୟାନ୍ସର-୩’ର ନୂଆ ପୋଷ୍ଟର ଶେୟାର କଲେ ବରୁଣ

ମୁମ୍ବାଇ: ବଲିଉଡ୍‌ ନାୟକ ବରୁଣ ଧଓ୍ବନ ତାଙ୍କର ଅପ୍‌ କମିଂ ଫିଲ୍ମ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର-୩’ର ନୂଆ ପୋଷ୍ଟର ଶେୟାର କରିଛନ୍ତି। ନିଜ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସେ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *