ଭିନ୍ନ ଢଙ୍ଗରେ ଭଉଣୀ ଅନୁଷ୍କାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଭାଇ

ମୁମ୍ବାଇ: ବଲିଉଡ୍‌ ନାୟିକା ତଥା ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଧର୍ମପତ୍ନୀ ଅନୁଷ୍କା ଶର୍ମା ୩୨ ବର୍ଷରେ ପଦାର୍ପଣ କରିଛନ୍ତି। କରୋନା ଭାଇରସ ଯୋଗୁ ଦେଶରେ ଲକ୍‌ଡାଉନ ଚାଲିଥିବାରୁ ତାଙ୍କ ଜନ୍ମଦିନ ଧୁମ୍‌ଧାମ୍‌ରେ ପାଳନ କରାଯାଉ ନ ଥିବା ବେଳେ ତାଙ୍କ ଭାଇ କିନ୍ତୁ ଭଉଣୀ ଅନୁଷ୍କାଙ୍କୁ ଭିନ୍ନ ଢଙ୍ଗରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସୋସିଆଲ ମିଡିଆରେ ଅନୁଷ୍କାଙ୍କ ଭାଇ କରନେଶ ଶର୍ମା ଭଉଣୀଙ୍କ ପିଲାଦିନର କିଛି ଫଟୋ ଶେୟାର କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। କିଛି ଫଟୋରେ ଭାଇ ଭଉଣୀ ଉଭୟ ନଜର ଆସିଛନ୍ତି। ଏହି ଫଟୋ ଶେୟାର କରିବା ସହ କରନେଶ ଲେଖିଛନ୍ତି, ‘ହାପି ବାର୍ଥ ଡେ’ ଅନୁଷ୍କା, ଅପନେ ଅନ୍ଦର କେ ବଚ୍ଚେ କୋ ହମେଶା ଜିନ୍ଦା ରଖୋ’। ଅନୁଷ୍କାଙ୍କ ୩୨ ତମ ଜନ୍ମଦିନରେ ବଲିଉଡ୍‌ ସହ ଅନ୍ୟମାନେ ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରଦାକୁ ଆସିଲା ମୋଦିଙ୍କ ବାୟୋପିକ

ମୁମ୍ବାଇ,୨୪।୫: ବହୁ ବାଦ ବିବାଦ ପରେ ଶୁକ୍ରବାର ପରଦାରେ ରିଲିଜ୍‌ ହୋଇଛି ମୋଦିଙ୍କ ବାୟୋପିକ ‘ପିଏମ୍‌ ମୋଦି’। ଏହି ଫିଲ୍ମକୁ ଦର୍ଶକଙ୍କ ଭଲ ରେସପନ୍ସ ମିଳିଥିବା...

ମୁହଁ ଲୁଚାଇ ମେଟ୍ରୋରେ ଯାତ୍ରା କଲେ ସାରା

ମୁମ୍ବାଇ: ବଲିଉଡ୍‌ ନାୟିକା ସାରା ଅଲି ଖାଁ ଏବେ ବିଦେଶରେ ଛୁଟି କାଟୁଛନ୍ତ। ନ୍ୟୁୟର୍କରେ ସେ ଏବେ ତାଙ୍କ ଗର୍ଲ ଗ୍ୟାଙ୍ଗ ସହ ଛୁଟି କାଟୁଥିବା...

ମାମି ଫିଲ୍ମ ଫେଷ୍ଟିଭାଲ ବୋର୍ଡ଼ରୁ କରନ ଜୋହରଙ୍କ ଇସ୍ତଫା

ମୁମ୍ବାଇ: ଫିଲ୍ମ ଫେଷ୍ଟିଭାଲ ବୋର୍ଡ ମୁମ୍ବାଇ ଏକାଡେମୀ ଅଫ୍‌ ମୁଭିଂ ଇମେଜ (ଏମଏଏମଆଇ)ର ସଦସ୍ୟ ପଦରୁ ଶନିବାର ବଲିଉଡ ଚଳଚ୍ଚିତ୍ର ନିର୍ଦ୍ଦେଶକ କରନ ଜୋହର ଇସ୍ତଫା...

ସ୍ତ୍ରୀ ମୀରାଙ୍କ ପ୍ରଶଂସାରେ ଶତମୁଖ ଶାହିଦ

ପ୍ରଥମେ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିବା ପରେ ହଠାତ୍‌ ମୀରା ରାଜପୁତଙ୍କୁ ବିବାହ କରି ସମସ୍ତଙ୍କୁ ଚକିତ କରିଥିଲେ ଅଭିନେତା ଶାହିଦ କପୁର। ଫିଲ୍ମ ଜଗତ ସହ...

ଅଂଶୁମାନ ଯାହା ଚାହୁଁଥିଲେ..

ଅଂଶୁମାନ ସାମନ୍ତରାୟ ଯାହା ଚାହୁଁଥିଲେ ତାହା ତାଙ୍କୁ ମିଳିଯାଇଛି। ରିଲିଜ ଅପେକ୍ଷାରେ ଥିବା ହରିଶ ଶର୍ମାଙ୍କ ହିନ୍ଦୀ ସିନେମା ‘ମାୟରା’ରେ ତାଙ୍କୁ ଏକ ସୁପାରିକିଲର ଭୂମିକାରେ...

ସାଇନାଙ୍କ ବାୟୋପିକ୍‌ ପାଇଁ କଠିନ ପରିଶ୍ରମ କରୁଛନ୍ତି ପରୀ

ମୁମ୍ବାଇ: ଯେତେବେଳେ ବାୟୋପିକ୍‌ କଥା ଆସେ, ସେତେବେଳେ ଅଭିନେତ୍ରୀ/ଅଭିନେତାଙ୍କୁ ବିଶେଷ ପ୍ରସ୍ତୁତି କରିବାକୁ ପଡ଼ିଥାଏ। କାରଣ କୌଣସି କାଳ୍ପନିକ ଚରିତ୍ରକୁ ପରଦା ଉପରେ ଜୀବନ୍ତ କରି...

ପରଦାକୁ ଆସିବ ‘ସତ୍ୟମେବ ଜୟତେ’ର ସିକ୍ୱେଲ, ପ୍ରଥମ ପୋଷ୍ଟର ରିଲିଜ୍‌

ଅଭିନେତା ଜନ୍‌ ଆବ୍ରାହମ୍‌ଙ୍କ ଆକ୍ସନ, ଡ୍ରାମା ଧର୍ମୀ ଫିଲ୍ମ ‘ସତ୍ୟମେବ ଜୟତେ’ ୨୦୧୮ରେ ମୁକ୍ତିଲାଭ କରିଥିଲା। ଫିଲ୍ମଟି ବକ୍ସ ଅଫିସରେ ସଫଳ ମଧ୍ୟ ହୋଇଥିଲା। ଏବେ...

ସଞ୍ଜୟ ଦତ୍ତଙ୍କୁ ଫୁସ୍‌ଫୁସ୍‌ କ୍ୟାନସର, ଚିକିତ୍ସା ପାଇଁ ଯିବେ ବିଦେଶ

ମୁମ୍ବାଇ, ୧୨।୮: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର। ସଞ୍ଜୟଙ୍କୁ ଫୁସ୍‌ଫୁସ୍‌ କର୍କଟ (କ୍ୟାନସର) ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ...

Coronavirus Update


Archives

Model This Week

Why Dharitri