ଭିନ୍ନକ୍ଷମ କ୍ରିକେଟ ଦଳକୁ ସମ୍ମାନିତ କଲା ଲଣ୍ଡନର ଓଡ଼ିଆ ରେସ୍ତୋରାଁ ‘ଚିଲିକା’

ବାଲିପାଟଣା, ୧୯।୮(ଅଭିମନ୍ୟୁ ନାୟକ ): ଭାରତୀୟ ଭିନ୍ନକ୍ଷମ କ୍ରିକେଟ ଖେଳାଳିଙ୍କ ସାହସ, ଦୃଢ଼ତା ଓ ସଫଳତାକୁ ସମ୍ମାନ ଜଣାଇ ଦକ୍ଷିଣ-ପୂର୍ୱ ଲଣ୍ଡନରେ ଥିବା ଓଡ଼ିଆ ରେସ୍ତୋରାଁ ‘ଚିଲିକା’ ପକ୍ଷରୁ ଏକ ସ୍ୱତନ୍ତ୍ର ସମ୍ମାନ ସମାରୋହ ଆୟୋଜିତ ହୋଇଯାଇଛି। ଆଗାମୀ ଅନ୍ତର୍ଜାତୀୟ ମ୍ୟାଚ ପୂର୍ୱରୁ ଖେଳାଳିଙ୍କୁ ଉତ୍ସାହିତ କରିବା ଓ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏହି ସମାରୋହ ଆୟୋଜନ କରାଯାଇଥିଲା।

ନିକଟରେ ‘ଚିଲିକା’ ଇଂଲିଶ କରି ଆୱାର୍ଡସ ୨୦୨୬ରେ ‘ବେଷ୍ଟ ଅଫ ଲଣ୍ଡନ ରେସ୍ତୋରାଁ’ ସମ୍ମାନ ହାସଲ କରିଛି। ଏଥିସହ ବେକ୍ସିଲିହିଥ ଅଞ୍ଚଳର ପ୍ରଶଂସିତ ରେସ୍ତୋରାଁ ମଧ୍ୟରେ ଏହା ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି। ସମାରୋହରେ ଆଇଆର୍ଇଡିଏର ପୂର୍ୱତନ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ଦାସଙ୍କ ସମେତ ବିଭିନ୍ନ ଭାରତୀୟ ସମୁଦାୟର ପ୍ରତିନିଧି ଓ ସଦସ୍ୟମାନେ ଯୋଗ ଦେଇଥିଲେ। ଭିନ୍ନ ଭିନ୍ନ ସ୍ଥାନରୁ ଆସିଥିବା ଲୋକେ ଏକାଠି ହୋଇ ଖେଳାଳିଙ୍କ ସାହସ ଓ ସଫଳତାକୁ ସମ୍ମାନ ଜଣାଇଥିଲେ।

ଚିଲିକାର ପ୍ରତିଷ୍ଠାତା ପାର୍ଥ ସାରଥୀ ପଣ୍ଡା ଓ ଶୁଭକାନ୍ତ ଦାସ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ନିର୍ଦ୍ଦେଶିକା ଦେବସ୍ମିତା ମହାପାତ୍ର ମଧ୍ୟ ସମାରୋହରେ ସହଯୋଗ କରିଥିଲେ। ଓଡ଼ିଶାର ବ୍ରିଟିଶ ଉଦ୍ୟୋଗୀ, ନିବେଶକ ଓ ଅବସରପ୍ରାପ୍ତ ସାମରିକ ଭେଟେରାନ କ୍ୟାପଟେନ ଅରୁଣ କର ରଣନୈତିକ ସହଯୋଗୀ ଭାବେ ସହାୟତା ପ୍ରଦାନ କରିଥିଲେ।

ସମ୍ମାନିତ ଖେଳାଳିଙ୍କ ମଧ୍ୟରେ ଜୟେଶ ପରମାର, ତରୁଣ, ରିଜୁଆନ ଅଲତାଫ ଭଟ୍ଟ, ଅର୍ଜୁନ ରାଜେଶ ଗୱାରେ, କୁଲଦୀପ ସିଂ, ୟଶନାଥ ନାଇଡୁ ରାଭୁରି, ବିବେକ କୁମାର, ସୁଦର୍ଶନ ଏଲାଙ୍ଗୋଭାନ, ହିଲାଲ ଅହମ୍ମଦ ୱାନି, ସାଇଆକାଶ ସାଇଭାମଣୀ, ରବୀନ୍ଦ୍ର ଗୋପୀନାଥ ସାଣ୍ଟେ, ଯୋଗେନ୍ଦ୍ର ସିଂହ, ବୃଷାନ୍ତ ସନ୍ଦୀପ ଗଞ୍ଜାଲ, ରାଜେଶ ଇରାପ୍ପା କନ୍ନୁର, ମଜିଦ ଅହମ ମାଗ୍ରେ ଓ ଶିବ ଶଙ୍କର ଗୁଣ୍ଟିଗାନାପାଲ୍ଲୀ ସୁବାରାପ୍ପା ପ୍ରମୁଖ ରହିଥିଲେ।

ଦଳର ମୁଖ୍ୟ ପ୍ରଶିକ୍ଷକ ରୋହିତ ଝାଲାନି, ସହକାରୀ ପ୍ରଶିକ୍ଷକ ଦେବଦତ୍ତ, ଫିଲ୍ଡିଂ କୋଚ ରୋହିତ ଶର୍ମା, ଏଚ ଆଣ୍ଡ ସି କୋଚ ରାମସୱରୂପ ସାଇନି, ସୋସିଆଲ ମିଡିଆ ମ୍ୟାନେଜର ବାସନ ଗିରି, ଫିଜିଓ ମୟଙ୍କ ପୁଷ୍କର, ଟିମ ମ୍ୟାନେଜର ବିନିତ ମଲହୋତ୍ରା ଓ ଲଜିଷ୍ଟିକ ମ୍ୟାନେଜର ଧିରଜ ହାଡେ ଉପସ୍ଥିତ ଥିଲେ। ଭାରତୀୟ ଭିନ୍ନକ୍ଷମ କ୍ରିକେଟ ପରିଷଦ (ଡିସିସିଆଇ)ର ସୁମିତ ଜୈନ ଓ ବିନିତ ଅଗ୍ରୱାଲ ମଧ୍ୟ ସମାରୋହରେ ଯୋଗ ଦେଇଥିଲେ।

ଖେଳାଳିମାନଙ୍କୁ ଭାରତୀୟ ପରମ୍ପରା ଅନୁଯାୟୀ ଉଷ୍ମତା ଓ ସମ୍ମାନର ସହ ସୱାଗତ କରାଯାଇଥିଲା। ବିଭିନ୍ନ ଭାରତୀୟ ସମୁଦାୟର ଲୋକେ ଖେଳାଳିଙ୍କ ସହ ଖୁସି ବାଣ୍ଟିବା ସହ ସେମାନଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ।

ଚିଲିକା ପକ୍ଷରୁ କୁହାଯାଇଛି ଯେ, ଏହା କେବଳ ଏକ ଭୋଜି କାର୍ଯ୍ୟକ୍ରମ ନୁହେଁ, ବରଂ ଖେଳାଳିଙ୍କ ପ୍ରତି ସମ୍ମାନ, ଆତ୍ମୀୟତା ଓ ସମର୍ଥନ ପ୍ରଦର୍ଶନର ଏକ ପ୍ରୟାସ। ଏହି ସମ୍ମାନ ଖେଳାଳିଙ୍କ ମନୋବଳ ବଢ଼ାଇବା ସହ ଆଗାମୀ ମ୍ୟାଚ ପାଇଁ ଉତ୍ସାହ ଯୋଗାଇଛି।

ଓଡ଼ିଆ ଖାଦ୍ୟ ଓ ଭାରତୀୟ ଆତିଥ୍ୟ ପାଇଁ ପରିଚିତ ଚିଲିକା ରେସ୍ତୋରାଁ ପକ୍ଷରୁ ବିଭିନ୍ନ ସମୟରେ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଭିନ୍ନକ୍ଷମ କ୍ରିକେଟ ଦଳକୁ ସମ୍ମାନିତ କରିବା ଏହି ପ୍ରୟାସର ଆଉ ଏକ ଉଦାହରଣ। ସାହସ, ଦୃଢ଼ ମନୋବଳ ଓ ପରିଶ୍ରମ ଦ୍ୱାରା ବାଧାକୁ ଦୂର କରାଯାଇପାରେ ବୋଲି ଏହି ସମାରୋହ ବାର୍ତ୍ତା ଦେଇଛି। ସମାରୋହର ମୁଖ୍ୟ ବାର୍ତ୍ତା ଥିଲା ‘ନେସନ ଫାଷ୍ଟ’, ଦେଶ, ଏକତା ଓ ସଫଳତାକୁ ସର୍ୱୋପରି ରଖିବା।


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ନା ଫର୍ମ? କାହିଁକି ସଂନ୍ୟାସ ନେବାକୁ ଚାହୁଁନାହାନ୍ତି ରୋହିତ, ଶାମି-ଭୁବନେଶ୍ୱର; ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ଦାବି!

ନୂଆଦିଲ୍ଲୀ,୨।୯: ଭାରତୀୟ କ୍ରିକେଟ୍‌ର ଅଭିଜ୍ଞ ଖେଳାଳି ରୋହିତ ଶର୍ମା, ମହମ୍ମଦ ଶାମି ଓ ଭୁବନେଶ୍ୱର କୁମାରଙ୍କ କ୍ୟାରିୟର ଶେଷ ହେବାକୁ ଯାଉଛି ଏବଂ ଚୟନକର୍ତ୍ତାମାନେ ସେମାନଙ୍କଠାରୁ ଆଗକୁ…

ଭ୍ୟାନ୍‌ରେ ଆସି ପୋଷା କୁକୁରକୁ ଲୁହାଛଡ଼ରେ ଆକ୍ରମଣ କରି ଚୋରି ଘଟଣାର ପର୍ଦ୍ଦାଫାଶ: ସିସିଟିଭି ଫୁଟେଜ୍‌ରୁ…

ଦିଗପହଣ୍ଡି,୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଗଡ଼ ଚୈତନ୍ୟପୁର ଶାସନ ସାହିସ୍ଥିତ ନୀଳମାଧବ ମିଶ୍ରଙ୍କ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ମରାମତି ଦୋକାନରୁ ହୋଇଥିବା ଚୋରି ଘଟଣାର ପର୍ଦ୍ଦାଫାଶ…

ICCର ବଡ଼ ଘୋଷଣା; ଭାରତରେ ହେବ ପ୍ରଥମ ମହିଳା ଚାମ୍ପିଅନ୍ସ ଟ୍ରଫି! ଏହି ୨ ସହରରେ ଖେଳାଯିବ ମ୍ୟାଚ୍

ନୂଆଦିଲ୍ଲୀ,୨।୯: ମହିଳା କ୍ରିକେଟ୍‌କୁ ନେଇ ICC ବଡ଼ ଘୋଷଣା କରିଛି । ପ୍ରଥମ ମହିଳା ଚାମ୍ପିଅନ୍ସ ଟ୍ରଫିର ଆୟୋଜନ କରିବ ଭାରତ । ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ…

ସୁନା ଦେଇ ଟଙ୍କା ନେଲେ, ମୂଳଧନ ଫେରାଇ ମାଗିବାରୁ ମିଳିଲାନି ଅଳଙ୍କାର: ୭୧ ବର୍ଷୀୟ ବୃଦ୍ଧଙ୍କ ଅଭିଯୋଗ ପରେ…

ପାରଳାଖେମୁଣ୍ଡି,୨ା୯(ଗିରିଧାରୀ ପରିଛା): ସୁନା ଅଳଙ୍କାର ବନ୍ଧକ ରଖି ୫ ଲକ୍ଷ ଟଙ୍କା ଋଣ ନେବା ପରେ, ସୁଧ ଓ ମୂଳଧନ ଟଙ୍କା ଫେରସ୍ତ କରିବାରୁ ଅଳଙ୍କାର ଫେରାଇବାକୁ…

କୋର୍ଟଙ୍କ ଜାମିନବିହୀନ ୱାରେଣ୍ଟ ପରେ ଆକ୍ସନ: ଅଭିଯୁକ୍ତ ବଳିଆଙ୍କୁ…

ଦିଗପହଣ୍ଡି,୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍ ରାମଚନ୍ଦ୍ରପୁର ଗ୍ରାମର ଜଣେ ୱାରେଣ୍ଟି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପାଟପୁର ଥାନା ପୋଲିସ।…

ହାଇକୋର୍ଟଙ୍କ ବଡ଼ ରାୟ, ନାବାଳିକା ପତ୍ନୀଙ୍କ ସହ ସମ୍ପର୍କ…

ଥିରୁଭାନନ୍ତପୁରମ,୨।୯: ନାବାଳିକାଙ୍କ ସୁରକ୍ଷା ମାମଲାରେ କେରଳ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଆଇନ ଓ ଶିଶୁଙ୍କ ସୁରକ୍ଷାଠାରୁ କୌଣସି ଧାର୍ମିକ…

ସାଇକେଲରେ ସାର ବସ୍ତା ଲଦି ରାସ୍ତା ପାର ହେଉଥିଲେ, ଧକ୍କା ଦେଲା କାର୍‌; ଚାଲିଗଲା ଚାଷୀଙ୍କ…

ଦିଗପହଣ୍ଡି,୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥର ମଳାଭଞ୍ଜା ବ୍ରିଜ୍ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। କାର୍ (ନଂ.…

ଜୀବନରେ ଥରେ ସରପଞ୍ଚ ପଦବୀ ପାଇଁ ଲଢ଼ିବି: ଜିଲା ସରପଞ୍ଚ ମହାସଂଘର ଚତୁର୍ଥ ବାର୍ଷିକ ସମ୍ମିଳନୀରେ ବିଧାୟକ…

ଦିଗପହଣ୍ଡି,୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସରପଞ୍ଚ ମହାସଂଘର ଚତୁର୍ଥ ଜିଲା ସମ୍ମିଳନୀ ବୁଧବାର ଦିଗପହଣ୍ଡି ସ୍ଥିତ ଷୋହଳ ଖଣ୍ଡ ଗୋପାଳ ସମାଜ ଗୃହ ପରିସରରେ ଆଡ଼ମ୍ବରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri