ଭିତ୍ତିଭୂମି ନାହିଁ, ନଁ। କୁ ଆଦର୍ଶ ବିଦ୍ୟାଳୟ

ବହଳଦା,୧୧ା୮(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲାର ସୀମାନ୍ତବର୍ତ୍ତୀ ଆଦିବାସୀ ଅଧ୍ୟୁଷିତ ତିରିଂ ବ୍ଲକ ଶିକ୍ଷା କ୍ଷେତ୍ରରେ ଅନଗ୍ରସର ହୋଇ ରହିଛି। ଏହି ଅଞ୍ଚଳରେ ଶିକ୍ଷାର ପ୍ରସାର ଲାଗି ୪ ବର୍ଷ ତଳେ ବଡଡାଳିମା (ମାକଡିଘାଟି)ଠାରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ଆରମ୍ଭରୁ ଏହା ନାନା ସମସ୍ୟା ଦେଇ ଗତି କରି ଚାଲିଛି। ଯେଉଁ ଆଭିମୁଖ୍ୟ ନେଇ ଉକ୍ତ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା ତାହା ଏଯାଏ ଅଧୁରା ହୋଇ ରହିଛି। ବିଦ୍ୟାଳୟର କୋଠାକୁ ଛାଡି ଦେଲେ ଅନ୍ୟ ଭିତ୍ତିଭୂମିର ବିକାଶ ହୋଇନାହିଁ। ଶିକ୍ଷକ ଓ ଅନ୍ୟ କର୍ମଚାରୀ ନ ଥିବାରୁ ଠିକ୍‌ ଭାବେ ପାଠ ପଢାଯାଇ ପାରୁ ନାହିଁ ା
ବର୍ତ୍ତମାନ ବିଦ୍ୟାଳୟରେ ୬ଷ୍ଠରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢା ଯାଉଛି। ମୋଟ ୨୪୦ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ତେବେ ୬ଷ୍ଠ ଶ୍ରେଣୀରେ ବହୁ ସିଟ୍‌ ଖାଲି ପଡ଼ିଛି ା ଘରୋଇ ଇଂରାଜୀ ମିଡିୟମ ସ୍କୁଲରୁ ପ୍ରାଥମିକ ଶିକ୍ଷାଶେଷ କରିଥିବା ଛାତ୍ରୀଛାତ୍ରଙ୍କ ନାମଲେଖା ଲାଗି ଏହି ସରକାରୀ ବିଦ୍ୟାଳୟ ଏନଓସି ଆବଶ୍ୟକ କରୁଥିବାରୁ ଅନେକ ଅଭିଭାବକ ପିଲାଙ୍କ ନାମଲେଖା ବେଳେ ହଇରାଣ ହେଉଛନ୍ତି। ଅନ୍ୟପକ୍ଷେ ଶିକ୍ଷକ ଅଭାବ କାରଣରୁ ବିଦ୍ୟାଳୟରେ ଠିକ୍‌ ଭାବେ ପାଠ ପଢାଯାଇ ପାରୁ ନ ଥିବାରୁ ଏହାର ନକାରାତ୍ମକ ପ୍ରଭାବ ପରିଲକ୍ଷିତ ହେଉଛି। ବର୍ତ୍ତମାନ ମାତ୍ର ୪ ଜଣ ଶିକ୍ଷକ ଓ ଜଣେ ସଙ୍ଗୀତ ଶିକ୍ଷକ ରହିଛନ୍ତି। ବିଦ୍ୟାଳୟ ଆରମ୍ଭରୁ କେହି ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇ ନାହାନ୍ତି । ଇଂରାଜୀ ମାଧ୍ୟମରେ ପାଠପଢା ଯାଉଥିବା ବେଳେ ଜଣେ ହେଲେ ଇଂଲିଶ ଶିକ୍ଷକ ନାହାନ୍ତି। ଶିକ୍ଷକ ଅଭାବ ସାଙ୍ଗକୁ କିରାଣି ନ ଥିବା ଏବଂ କାମ କରୁଥିବା ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ ଦୀର୍ଘଦିନ ହେଲା ଆଉ ଆସୁ ନ ଥିବା ଅଭିଭାବକମାନେ କହିଛନ୍ତି। ଏଥିଲାଗି ଶିକ୍ଷକମାନେ ପାଠ ପଢାଇବା ସହ ବାଧ୍ୟ ହୋଇ ଅନ୍ୟ କାମ କରୁଛନ୍ତି ।
ବଡଡାଳିମା ଆଦର୍ଶ ବିଦ୍ୟାଳୟ ନିକଟରେ ୭୦ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ନିର୍ମାଣ ହୋଇଥିଲେ ମଧ୍ୟ ସେଠାରେ ରହିବା ଲାଗି ଆନୁଷଙ୍ଗିକ ସୁବିଧା କରାଯାଇ ନାହିଁ । ପାଣି ଅଭାବ ସାଙ୍ଗକୁ ବିଦ୍ୟୁତ୍‌ ବିଭ୍ରାଟ ସବୁବେଳେ ଲାଗି ରହୁଛି ା ଏ ନେଇ ସଭାପତି ସଞ୍ଜୟ ପତିଙ୍କ ନେତୃତ୍ୱରେ ଶତାଧିକ ଅଭିଭାବକ ବୁଧବାର ସ୍କୁଲ ପରିସରରେ ଏକତ୍ରିତ ହୋଇ ଏସବୁ ସମସ୍ୟା ନେଇ ଉଦ୍‌ବେଗ ପ୍ରକାଶ କରି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସରକାର ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ଦେବା ସହ ଆବଶ୍ୟକ ଶିକ୍ଷକ, କର୍ମଚାରୀ ପଦବୀ ପୂରଣ ଏବଂ ବିଦ୍ୟାଳୟର ଭିତ୍ତିିଭୂମିର ବିକାଶ ପାଇଁ ଦୃଷ୍ଟି ନ ଦେଲେ ଅଭିଭାବକମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ନିଷ୍ପତ୍ତି ନେଇଥିବା ରାଧାଗୋବିନ୍ଦ ଏବଂ ଶ୍ରୀହରି ପାତ୍ର ପ୍ରମୁଖ ଅଭିଭାବକ ସୂଚନା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri