ଭିତ୍ତିଭୂମି ଥାଇ ମାନ୍ୟତା ପାଉନି ଜଳପ୍ରପାତ

କେନ୍ଦୁଝର, ୭ା୭ (ସ୍ବ.ପ୍ର.)-(ନରେଶ ଚନ୍ଦ୍ର ପଟ୍ଟନାୟକ):ଦେଶରେ ପର୍ଯ୍ୟଟନର ବିକାଶ କରି ବହୁ ଦେଶ, ରାଜ୍ୟ ସମୃଦ୍ଧ ହୋଇଥିବା ବେଳେ କେନ୍ଦୁଝର ଜିଲାରେ ଥିବା ସୌନ୍ଦର୍ଯ୍ୟମୟ ପ୍ରାକୃତିକ ପର୍ଯ୍ୟଟନ କେନ୍ଦ୍ର ଗୁଡିକର ବିକାଶ କରାଯାଉନଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ଭୌଗୋଳିକ ଦୃଷ୍ଟି କୋଣରୁ ବଣପାହାଡ ଘେରା କେନ୍ଦୁଝର ଜିଲାର ପ୍ରତ୍ୟେକଟି ସ୍ଥାନ ମନୋରମ ଓ ସୌନ୍ଦର୍ଯ୍ୟମୟ ା ଏହି ଜିଲାରେ ୬ ଟି ଜଳପ୍ରପାତ ମାନ୍ୟତା ପାଇଥିବା ଜଣାପଡ଼ିଛି। ତେବେ ଅନ୍ୟ ସବୁ ଜଳପ୍ରପାତ ଗୁଡିକ ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ମାନ୍ୟତାପ୍ରାପ୍ତ ଜଳପ୍ରପାତର ବିକାଶ କରିବା ସହ ନୂତନ ଜଳପ୍ରପାତ ଗୁଡିକୁ ମାନ୍ୟତା ଦେଇ ବିକାଶ କରାଗଲେ କେନ୍ଦୁଝର ଜିଲା ରାଜ୍ୟ ତଥା ଦେଶରେ ‘ଜଳପ୍ରପାତର ଭୂମି’ର ମାନ୍ୟତା ପାଇପାରିବ ବୋଲି ମତ ପ୍ରକାଶ ପାଉଛି ା
ଏହା ଦ୍ୱାରା ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଆସିବେ ବୋଲି ମଧ୍ୟ କୁହାଯାଉଛି। ସେଗୁଡିକ ହେଲା ସାନଘାଗରା, ବଡଘାଗରା, ଖଣ୍ଡାଧାର, ଗୁଣ୍ଡିଚାଘାଗୀ, ମୁର୍ଗା, ହାଣ୍ଡିଭଙ୍ଗା ଆଦି ଜଳପ୍ରପାତ ଅନ୍ୟତମ। ଏତଦବ୍ୟତୀତ ପର୍ଯ୍ୟଟନ ମାନ୍ୟତା ପାଇ ନ ଥିବା ଭୀମକୁଣ୍ଡ, କାଇଯୋଡା, ଟେଣ୍ଟେଇନାଳୀ, କାଇଁଝର, ଗିରିଡିବନ୍ଧ, ମହାଦେବମୁଣ୍ଡି, ପୁଟୁଘରଘାଗୀ ଆଦି ବହୁ ପ୍ରାକୃତିକ ଜଳପ୍ରପାତ ରହିଛି ଯାହାକି ପର୍ଯ୍ୟଟକଙ୍କ ଦ୍ୱାରା ଆଦୃତ ପାଇଥିଲେ ହେଁ ପର୍ଯ୍ୟଟନ ବିଭାଗର ମାନ୍ୟତା ମିଳିନାହିଁ। ସରକାର ଖଣି ଓ ଶିଳ୍ପକୁ ପ୍ରୋତ୍ସାହନ ଦେଉଥିବା ବେଳେ ପର୍ଯ୍ୟଟନ ଶିଳ୍ପକୁ ସେଭଳି ପ୍ରୋତ୍ସାହନ ଦେଉନଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି ା ଏସବୁ ପର୍ଯ୍ୟଟନ କେନ୍ଦ୍ର ଗୁଡିକର ବିକାଶ ହେଲେ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିବେ ଏବଂ ବ୍ୟାପକ ରାଜସ୍ବ ଆଦାୟ ହୋଇ ପାରିବ ା ଏହାଛଡା ଏହା ଦ୍ୱାରା ବନବାସୀଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ହୋଇ ପାରିବ ବୋଲି ସଂଗ୍ରାହକ ତଥା ପରିବେଶପ୍ରେମୀ ପ୍ରଦୀପ ରାଉତ କହିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ପର୍ଯ୍ୟଟନର ବିକାଶ ପାଇଁ ୨୦୧୬ ମସିହାରେ ଟୁରିଜିମ ପଲିସି ଗଠନ କରାଯାଇଥିଲା ା ପର୍ଯ୍ୟଟନ ବିଭାଗ ବିଜ୍ଞପ୍ତି ନମ୍ବର ୮୦୨୯/୭-୭-୨୦୧୩ ଅନୁଯାୟୀ ପଲିସି ଗଠନ ପରେ ୧୦-୫-୨୦୧୭ ରେ ଜିଲା ଟୁରିଜିମ ପ୍ରମୋସନ କାଉନସିଲ (ଡିଟିପିସି) ଗଠନ ହୋଇଥିଲେ ହେଁ ଅଦ୍ୟାବଧି ବୈଠକ ବସୁ ନ ଥିବା ଅଭିଯୋଗ ହୋଇଛି ା ଫଳରେ ନୂତନ କେନ୍ଦ୍ର ଗୁଡିକୁ ମାନ୍ୟତା ମିଳିପାରୁନାହିଁ କିମ୍ବା ମାନ୍ୟତାପ୍ରାପ୍ତ କେନ୍ଦ୍ର ଗୁଡିକର ବିକାଶ ନେଇ ଆଲୋଚନା ହୋଇପାରୁନାହିଁ ା ଏହାକୁ ସଦର ବିଧାୟକ ତଥା ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ତୀବ୍ର ଉଦବେଗ ପ୍ରକାଶ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କୁ ପଚାରିବାରୁ ପର୍ଯ୍ୟଟନ କେନ୍ଦ୍ର ଗୁଡିକର ବିକାଶ କରିବା ପାଇଁ ପଦକ୍ଷେପ ନିଆଯାଉଛି ା ଏଥିପାଇଁ ଖୁବ ଶୀଘ୍ର ଡିଟିପିସି ବୈଠକ ବସିବ ବୋଲି ନିଷ୍ପତ୍ତି ନିଆଯାଇଛି ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?