ଭିତ୍ତିଭୂମି ଅଛି, ମିଳୁନି ପ୍ରୋତ୍ସାହନ: ଆଦିବାସୀ ହଳଦୀ ଚାଷୀ ଅବହେଳିତ

କେନ୍ଦୁଝର ୭|୧ – ବହୁ ବର୍ଷ ହେଲା ହଳଦୀ ଚାଷ କରି ଆସୁଛୁ। ଅଳ୍ପ ଜମିରେ ଏହି ଚାଷ କରୁଛୁ। ଏଥିପାଇଁ କିଏ ଆମକୁ ସହାୟତା ଦେଇ ନାହିଁ କିମ୍ବା ପ୍ରୋତ୍ସାହନ ଦେଉନାହାନ୍ତି। ଆଉ ଟିକେ ସୁବିଧା ମିଳିଲେ ଏବଂ ହଳଦୀ ବିକିବା ସୁବିଧା ହେଲେ ଅଧିକ ଚାଷ କରି ପାରନ୍ତୁ ଏବଂ ବହୁ ଲୋକ ଉପକୃତ ହୋଇ ପାରନ୍ତେ। ଏଭଳି କହିଛନ୍ତି ବାଂଶପାଳ ବ୍ଲକର କାଞ୍ଜିପାଣି, ବାୟାପଣ୍ଡାଧାର, ବାୟାକୁମୁଟିଆ ଆଦି ଅଞ୍ଚଳରେ ହଳଦୀ ଚାଷ କରି ଜୀବିକା ନିର୍ବାହ କରୁଥିବା ମହିଳା ଆଦିବାସୀ ଚାଷୀ। କୌଣସି ସୁବିଧା ନ ଥିବାରୁ ଏହି ମହିଳା ଚାଷୀମାନେ ବାଧ୍ୟ ହୋଇ ବୋଝ, ବସ୍ତାରେ ବୋହି ଦୀର୍ଘ ୨୦ କି.ମି. ଦୂର ଜିଲା ମୁଖ୍ୟାଳୟକୁ ବିକିବାକୁ ଆସୁଛନ୍ତି। ଜିଲା ମୁଖ୍ୟାଳୟ ବ୍ୟତୀତ ଜାତୀୟ ରାଜପଥ କଡରେ, ହାଟବଜାରରେ ହଳଦୀ ବିକି ଯାହା ମିଳେ ସେଥିରେ ତେଲଲୁଣ କିଣି ଫେରନ୍ତି। ଏହି ଅଞ୍ଚଳରେ ଆଦିବାସୀ ମହିଳାମାନେ ଏହି ଚାଷ କରିଥାନ୍ତି। ସେମାନଙ୍କୁ ନା ମିଳୁଛି ବିହନ ନା ମିଳୁଛି ସାର। ନା ମିଳୁଛି ଚାଷ ପ୍ରଣାଳୀ ସମ୍ପର୍କରେ ସୂଚନା। ଏଣୁ ନିଜ ଉଦ୍ୟମରେ ସେମାନେ ଚାଷ କରି ପରିବାର ଗୁଜୁରାଣ କରୁଛନ୍ତି। ଏହି ଚାଷ ପ୍ରତି ଆଦିବାସୀ ବିଶେଷ କରି ମହିଳାମାନଙ୍କ ଆଗ୍ରହ ଏବଂ ଏଥିପାଇଁ ଭିତ୍ତିଭୂମି ଅଛି କିନ୍ତୁ ପ୍ରୋତ୍ସାହନ ମିଳୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି।
ସ୍ବାମୀକୁ ହରାଇ ଏଭଳି ବାୟାକୁମୁଟିଆ ଗ୍ରାମ କୁନ୍ତଲି ଠାକୁର ମୂଲ ମଜୁରି ସହିତ ବାଡିରେ ହଳଦୀ ଚାଷ କରି ପରିବାରରେ ୪ ସନ୍ତାନକୁ ଚଳାଉଥିବା କୁହନ୍ତି। ତାଙ୍କ ଗ୍ରାମରେ ଗୋଲାପ ନାଏକ, ବାହାନୀ ସନଗୀ, ମାଳତୀ ଠାକୁରଙ୍କ ଭଳି ୨୫/୩୦ ଘରର ମହିଳାମାନେ ଅଳ୍ପ ବହୁତ ବାଡିରେ ହଳଦୀ ଚାଷ କରିଥିବା କୁନ୍ତଲି କୁହନ୍ତି। ସରକାରୀ ସୁବିଧା ସେ ଅଞ୍ଚଳରେ ଅପହଞ୍ଚ। କାମଧନ୍ଦା ଲୋକଙ୍କୁ ମିଳୁନାହିଁ। ଏଣୁ ଅନେକେ ବାହାରକୁ କାମଧନ୍ଦା କରିବାକୁ ଚାଲିଯାଉଥିବା ବେଳେ ଏଭଳି ବହୁ ମହିଳାମାନେ ବାଡ଼ିବଗିଚାରେ ଚାଷ କରି ପେଟପୋଷୁଥିବା ସ୍ଥାନୀୟ ଲୋକେ କୁହନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ହଳଦୀ ଚାଷ ପାଇଁ ଅଧିକ ସମୟ ଦେବାକୁ ବା ଖର୍ଚ୍ଚାନ୍ତ ହେବାକୁ ପଡି ନ ଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ହାତୀମାନେ ବା ଗୃହପାଳିତ ପ୍ରାଣୀ ବା ବନ୍ୟପ୍ରାଣୀ ନଷ୍ଟ କରି ନ ଥାନ୍ତି। ଏହି ଜିଲାରେ ଏଭଳି ଚାଷ ବେଶ ଫଳପ୍ରଦ ହୋଇ ପାରିବ ବୋଲି ଅନେକ ମତବ୍ୟକ୍ତ କରୁଛନ୍ତି। ଏଣୁ ଏହି ଚାଷ ପାଇଁ ସୁରକ୍ଷା ବ୍ୟବସ୍ଥା ଅର୍ଥାତ ବାଡ଼ର ଆବଶ୍ୟକତା ପଡେ ନାହିଁ। ସେହିପରି ଅଧିକ ଜଳର ମଧ୍ୟ ଆବଶ୍ୟକତା ନ ଥାଏ। ଏଣୁ କେନ୍ଦୁଝର ଭଳି ଜିଲାରେ ଏହି ଚାଷ ବେଶ ଲାଭଜନକ ବୋଲି ମହିଳା ଚାଷୀ କହିଛନ୍ତି। ଆଦିବାସୀ ଅଞ୍ଚଳ ତଥା ସମତଳ ଅଞ୍ଚଳରେ କରାଯାଇଥିବା ଆମ୍ବ ବା ଅନ୍ୟାନ୍ୟ ଚାଷ ମଧ୍ୟରେ ଇଣ୍ଟର କ୍ରପିଂ ଭାବରେ ହଳଦୀ ଚାଷ କରାଯାଇପାରିବ। ଏଥିପାଇଁ କେନ୍ଦୁଝରର ଜଳବାୟୁ ଓ ମାଟି ବେଶ୍‌ ଉତ୍କୃଷ୍ଟ ବୋଲି କୃଷି ବିଜ୍ଞାନ କେନ୍ଦ୍ରର ପୂର୍ବତନ ବରିଷ୍ଠ ବୈଜ୍ଞାନିକ ଡ. ସୁଜିତ ନାଥ କହିଛନ୍ତି।
ଉପନିର୍ଦ୍ଦେଶକ ଉଦ୍ୟାନ ଓମ୍‌ ପ୍ରକାଶ ରଥ ମହାପାତ୍ର କହିଛନ୍ତି ଯେ, ଜିଲାର ବାଂଶପାଳ ବ୍ଲକର ଜଙ୍ଗଲ ଓ ମାଟି ହଳଦୀ ଚାଷ ପାଇଁ ଉପଯୋଗୀ। ଏଣୁ ହଳଦୀ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ କୌଣସି ଯୋଜନା ନାହିଁ। ବର୍ତ୍ତମାନ ଆଇଟିଡିଏ ଜରିଆରେ ବାଂଶପାଳ ବ୍ଲକରେ କେତେକ ଚାଷୀ ଏହି ଚାଷ କରୁଛନ୍ତି। ସ୍ବେଚ୍ଛାସେବୀ ସଂଗଠନ ଜରିଆରେ ଏହାକୁ ପ୍ରୋତ୍ସାହିତ କରିବା ସହ ଜିଲା ଖଣିଜ ପାଣ୍ଠିରୁ ଏହି ଚାଷ କରି ଅନୂ୍ୟନ ୧୦୦ ଆଦିବାସୀ ଚାଷୀଙ୍କୁ ସ୍ବାବଲମ୍ବୀ କରିବାକୁ ଉଦ୍ୟମ କରାଯାଉଛି। ଏହା ହେଲେ ଆଦିବାସୀଙ୍କ ଆର୍ଥିକ ସ୍ଥିତି ସ୍ବଚ୍ଛଳ ହୋଇପାରିବ। ହଦଳୀ ଏକ ଲାଭଜନକ ଚାଷ। ଏହାକୁ ପ୍ରକ୍ରିୟାକରଣ କରାଯାଇ ହଳଦୀ ଗୁଣ୍ଡ ପ୍ରସ୍ତୁତ କରାଯାଇପାରିବ ଏବଂ ପ୍ୟାକେଟ କରି ବଜାରକୁ ଛଡ଼ା ଯାଇପାରିବ। ହଳଦୀର ଚାହିଦା ବଜାରରେ ବହୁତ ଥିବାରୁ ଅନୂ୍ୟନ ଜିଲାର ଆବଶ୍ୟକତା ପୂରଣ ହେବା ସହ ବାହାରକୁ ପଠାଯାଇପାରିବ। ଏଥିରେ ବହୁ ଲୋକ କାମଧନ୍ଦା ପାଇବେ ଏବଂ ସ୍ବୟଂ ସହାୟିକା ଗୋଷ୍ଠୀ ଅଧିକ ସ୍ବାବଲମ୍ବୀ ହୋଇପାରିବେ ବୋଲି ଅବସରପ୍ରାପ୍ତ କେନ୍ଦ୍ର ସରକାର ଅଧିକାରୀ ଅଲେଖ ଚନ୍ଦ୍ର ପାତ୍ର କହିଛନ୍ତି।

(ନରେଶ ଚନ୍ଦ୍ର ପଟ୍ଟନାୟକ)


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri