ଭିତ୍ତିଭୂମିର ହେଉନି ବିକାଶ; ନାମକୁ ମାତ୍ର ପର୍ଯ୍ୟଟନସ୍ଥଳୀ: ପାହାଡ଼ ପାଦଦେଶରେ ପୂଜା ପାଉଛନ୍ତି ମା’ ଗଡ଼ଚଣ୍ଡୀ

ହାଟଡିହୀ,୧୭। ୧୦(ଡି.ଏନ.ଏ.)-କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକରେ ଅବସ୍ଥିତ ମା’ ଗଡ଼ଚଣ୍ଡୀଙ୍କ ମନ୍ଦିର। ସାକ୍ଷତ ଦେବୀ ରୂପେ କାହିଁ କେଉଁ କାଳରୁ ପୂଜା ପାଇଆସୁଛନ୍ତି। ୧୯୯୮ ମସିହାରେ ଓଡ଼ିଶା ଟୁରିଜମ୍‌ ବିଭାଗ ପକ୍ଷରୁ ଗଡ଼ଚଣ୍ଡୀକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦିଆଯାଇଥିଲା। କିନ୍ତୁ ଏହା ଏବେ ଅବହେଳିତ ଅବସ୍ଥାରେ। ପର୍ଯ୍ୟଟନସ୍ଥଳୀରେ ପିଇବା ପାଇଁ ବିଶୁଦ୍ଧ ପାଣି ନାହିଁ। ସେଥିଲାଗି ପର୍ଯ୍ୟଟକମାନେ ବୁଲିବାକୁ ଗଲେ ପାଣି ପାଇଁ ବହୁତ ହଇରାଣ ହେବାକୁ ପଡ଼ୁଛି। ମନ୍ଦିରର ଉନ୍ନତୀକରଣ ନ ହେବାରୁ ଏହା ଏବେ ଭଗ୍ନ ଅବସ୍ଥାରେ। ଏନେଇ କାହାର ଦୃଷ୍ଟି ପଡ଼ୁନାହିଁ। ୧୯୮୫ ମସିହାରେ ମନ୍ଦିର ପ୍ରତିଷ୍ଠା ହୋଇଥିଲା।
କିମ୍ବଦନ୍ତୀ ଅନୁଯାୟୀ ମା’ ପାହାଡ଼ର ଊର୍ଦ୍ଧ୍ୱ ଭାଗରେ ପ୍ରାୟ ଦୁଇ କି.ମି. ଉଚ୍ଚରେ ଆବହମାନ କାଳରୁ ପୂଜା ପାଇଆସୁଥିଲେ। ଏକଦା ଦେହୁରୀ ମା’ଙ୍କ ପୂଜା ସାରି ଫେରିବା ପରେ ତାର ଅସ୍ତ୍ର କତା ଛାଡି ଆସିଥିଲା। ଦେହୁରୀ କତା ଆଣିବାକୁ ଯାଇ ଦେଖିଲେ ମା’ ରୁଧିର ପାନ କରୁଛନ୍ତି। ମା’ ରାଗିଯାଇ କତାଟିକୁ ଫିଙ୍ଗିଦେଇ କହିଲେ ଯେଉଁଠି କତାଟି ପଡିବ ସେଇଠି ମୋତେ ପୂଜା କରିବୁ। ତୁ ମୋର ସେବକ ହୋଇଥିବାରୁ ତୋତେ ମୁଁ ଛାଡିଦେଲି। ସେହିଦିନ ଠାରୁ ମା’ ଗଡ଼ଚଣ୍ଡୀ ପାହାଡ଼ ପାଦଦେଶରେ ପୂଜା ପାଉଛନ୍ତି ବୋଲି କିମ୍ବଦନ୍ତୀ ରହିଛି। ଯିଏ ଯାହା ମାନସିକ କରିଥାଏ ମା’ ସକଳ କାମନା ପୂରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି। ବିଶେଷ କରି ଶାରଦୀୟ ଦୁର୍ଗାପୂଜା ଉତ୍ସବ ରାଜାଙ୍କ ସମୟରେ ବହୁ ଆଡମ୍ବରରେ ପାଳିତ ହୋଇଆସୁଥିଲା। ଏହି ପୂଜାରେ ମା’ଙ୍କ ନିକଟରେ ପଣ୍ଡା(ମଇଁଷ) ବଳି ଦିଆଯାଉଥିଲା। ପାଇକମାନଙ୍କ ଭିତରେ ଲାଖବିନ୍ଧା ପ୍ରତିଯୋଗିତା ହୋଇ ବିଜେତାଙ୍କୁ ସରିପା ପ୍ରଦାନ କରି ପୁରସ୍କୃତ କରାଯାଉଥିଲା। ଲାଖବିନ୍ଧା ପର୍ବ ଯୋଗୁ ନିକଟବର୍ତ୍ତୀ ଗ୍ରାମ ଲାଖବିନ୍ଧା ନାମରେ ନାମିତ କରାଯାଇଛି। ଏବେ ବି ପୂର୍ବ ପରି ମା’ଙ୍କ ପୂଜା, ପାର୍ବଣ ଉତ୍ସବ ଅନୁଷ୍ଠିତ ହେଉଛି। ଅମାବାସ୍ୟା, ସଂକ୍ରାନ୍ତି, ଦଶହରାରେ ମା’ଙ୍କର ସ୍ବତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥାଏ। ମା’ଙ୍କ ନିକଟରେ ଖେଚୁଡି, ଉଖୁଡା, ନଡିଆ, କଦଳୀ ଭୋଗ ଲାଗିଥାଏ। ମା’ଗଡ଼ଚଣ୍ଡୀ ଏ ଅଞ୍ଚଳର ପ୍ରତ୍ୟକ୍ଷ ଦେବୀ ଅଟନ୍ତି। ମରୁଡି ହେଲେ ମା’ଙ୍କ ନିକଟରେ ଯଜ୍ଞ କରାଯାଇଥାଏ। ପରେ ବର୍ଷା ହୋଇଥାଏ ବୋଲି ଲୋକମତ ରହିଛି। ୧୯୭୮ ମସିହାରେ ସ୍ଥାନୀୟ ଅଞ୍ଚଳର ବ୍ୟକ୍ତିମାନଙ୍କୁ ନେଇ ଗଡ଼ଚଣ୍ଡୀ ଯୁବ ପରିଷଦ ଗଠନ ହେଲା। ବହୁ ଦୂର ଦୂରାନ୍ତରୁ ପର୍ଯ୍ୟଟକମାନେ ଏଠାକୁ ଆସି ପ୍ରକୃତିରାଣୀର ମଜା ଉଠାଇଥାନ୍ତି। ମା’ଙ୍କ ମନ୍ଦିର ସମ୍ମୁଖରେ ପାହାଡ଼ ଦେହରୁ ଏକ ଝରଣା ବାହାରିଛି। ସବୁଜ ବନାନୀ ପାହାଡ଼ ଘେରା ମା’ ଙ୍କ ମନ୍ଦିର ସମସ୍ତଙ୍କୁ ଆକୃଷ୍ଟ କରିଥାଏ। ଏଠାରେ ମଧ୍ୟ ଏକ ଗୁପ୍ତ ଗୁମ୍ଫା ରହିଛି। ମା’ଙ୍କୁ ଦର୍ଶନ କରିବାକୁ ଯାଉଥିବା ବ୍ୟକ୍ତି ପାହାଡ଼ ଚଢିବାର ମଜା ଉଠାଇଥାନ୍ତି। ପୂର୍ବରୁ ଏଠାରେ ଶୈଳପୁର ନାମକ ଏକ ଜୈନ ତୀର୍ଥ ସ୍ଥାନ ଥିଲା। ଶୈଳ ଦ୍ୱାରା ଆବଦ୍ଧ ହୋଇଥିବାରୁ ଏହାକୁ ଶୈଳପୁର କୁହାଯାଉଥିଲା। ଅତୀତ କିମ୍ବଦନ୍ତୀ ଅନୁସାରେ ଜୈନ ଓ ବୈଦ୍ଧ ଧର୍ମର ଦୀକ୍ଷିତ ରାଜା ମହାରାଜାମାନେ ରାଜୁତି କରୁଥିଲେ। କାଳକ୍ରମେ ରାଜପୁତନାର ସିଂ ବଂଶର ରାଜାମାନେ ରାଜତ୍ୱ କଲେ। ଏଥିପାଇଁ ଏହାକୁ ସିଙ୍ଗିଡି ରାଜଗଡ଼ କୁହାଗଲା। ପୂର୍ବ ପାର୍ଶ୍ୱରେ ଏକ ପ୍ରାଚୀର ଓ ଗଡଖାଇଥିଲା। ତାର ଧ୍ୱଂସାବଶେଷ ଏବେ ବି ଦେଖିବାକୁ ମିଳେ। ଦକ୍ଷିଣ ଭାଗରେ ଦୁଇ ପାହାଡ଼ର ସଂକୀର୍ଣ୍ଣ ଗିରିପଥକୁ କଳିଙ୍ଗ ଦ୍ୱାର କୁହାଯାଉଥିଲା। ବର୍ତ୍ତମାନ ଏହାକୁ କଳିଙ୍ଗ ଘାଇ କହୁଛନ୍ତି। ପ୍ରଶାସନର ଦୃଷ୍ଟି ଅଭାବରୁ ଏହି ପର୍ଯ୍ୟଟନସ୍ଥଳୀ ଏବେ ବିଭିନ୍ନ କ୍ଷେତ୍ରରେ ଅବହେଳିତ ହୋଇ ରହିଥିବା ଦେଖିବାକୁ ମିଳୁଛି। ପର୍ଯ୍ୟଟନ ବିଭାଗ ଓ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସ୍ମିତାରାଣୀଙ୍କ କୃତିତ୍ୱ

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସେମଫୋର୍ଡ ଫ୍ୟୁଚରିଷ୍ଟିକ ବିଦ୍ୟାଳୟର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସ୍ମିତାରାଣୀ ସାହୁ ୯୭.୨ ପ୍ରତିଶତ ସହ ସ୍କୁଲ…

ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଉଛି ଆଧାରକାର୍ଡ ତଥ୍ୟ, ସଂଶୋଧନ ପାଇଁ ୪ ମାସ ହେଲା ଦୌଡୁଛନ୍ତି ଡାକସେବକ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର କେ.ରକି ଦୋରା(୨୪) ଯୁକ୍ତ ୩ (ସ୍ନାତକ) ପାସ କରିବା ପରେ ଗତ ୨୦୨୩ରୁ ଦିଗପହଣ୍ଡି…

ଚଳଚଞ୍ଚଳ ରାଧାଦେଇପୁର, ଛୁଟୁଛି ଶ୍ରଦ୍ଧାଳୁଙ୍କ ଭିଡ଼, ଦାରୁ ବିଗ୍ରହଙ୍କ

ଦିଗପହଣ୍ଡି/ପାଟପୁର,୧୭୪(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ରାଧାଦେଇପୁର ଗ୍ରାମ ନୂଆସାହି ରେ ବହୁ ପୁରାତନ କାଳରୁ ପୂଜା ପାଇ ଆସୁଥିବା ଶ୍ରୀ…

ଟଙ୍କା ଆଦାୟକୁ ନେଇ ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା, ଆସିଲା କୋର୍ଟଙ୍କ ବଡ଼ ରାୟ, ଅଭିଯୁକ୍ତଙ୍କୁ…

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ନୟାକୋଟ ଥାନା ଅଞ୍ଚଳରେ ୨୦୨୫ରେ ଫାଇନାନ୍ସ ଟଙ୍କା ଆଦାୟକୁ ନେଇ ଘଟିଥିବା ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାର ଶୁକ୍ରବାର ରାୟ ପ୍ରକାଶ…

ଦଶମ ସିବିଏସଇ ପରୀକ୍ଷା ଫଳ: ଜିଲା ପାଇଁ ଗୌରବ ଆଣିଲେ ଅଂଶୁମାନ

ଛତ୍ରପୁର,୧୭।୪(ଦିଲ୍ଲୀପ ସାମଲ): ଦଶମ ଶ୍ରେଣୀ ସିବିଏସଇ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ସୋରଡ଼ା  ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ର ଅଂଶୁମାନ ପଣ୍ଡା ଜିଲା ପାଇଁ ଗୌରବ…

ଯାତ୍ରା ପୂର୍ବରୁ ସେକ୍ସ ରାକେଟ୍‌ ଉପରେ ଭଞ୍ଜନଗର ପୋଲିସର ଚଢ଼ାଉ, ଏସବୁ ଆପତ୍ତିଜନକ ଜିନିଷ ମିଳିବା ପରେ…

ଭଞ୍ଜନଗର,୧୭ା୪(ବାବୁଲା ପ୍ରଧାନ): ଆଉ କିଛି ଦିନ ପରେ ଅର୍ଥାତ୍‌ ଏପ୍ରିଲ ୨୬ରୁ ଗଞ୍ଜାମ ଜିଲା ଭଞ୍ଜନଗରର ପ୍ରସିଦ୍ଧ ଐତିହାସିକ ଠାକୁରାଣୀ ଯାତ୍ରା ଆରମ୍ଭ ହେବ। ଯାତ୍ରାକୁ ଶାନ୍ତିଶୃଙ୍ଖଳାର…

ନୂଆପଡ଼ାରେ ଆରମ୍ଭ ହେଲା ଗୃହ ଗଣନା

ନୂଆପଡ଼ା,୧୭ା୪ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ସ୍ବଗଣନା ପ୍ରକ୍ରିୟା ସମାପ୍ତି ପରେ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ଗୃହ ତାଲିକା ଓ ଗୃହ ଗଣନା ଗୁରୁବାର ଆରମ୍ଭ…

ସିବିଏସ୍‌ଇ ଦଶମ ପରୀକ୍ଷା ଫଳ : ୧୦ ସଫଳ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା କଲା ଜିଲା ପ୍ରଶାସନ

ନୂଆପଡ଼ା,୧୭ା୪ (ମକାରୁ ବେମାଲ): ସିବିଏସ୍‌ଇ ଦଶମ ଶ୍ରେଣୀ ୨୦୨୬ ପରୀକ୍ଷାରେ ନୂଆପଡ଼ା ଜିଲାର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଶୁକ୍ରବାର ଜିଲା ପ୍ରଶାସନ ପକ୍ଷରୁ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri