ଭିତରକୁ ଯାଉଛି ବାହାର ଖାଦ୍ୟ

ଅନୁଗୋଳ ଅଫିସ, ୮।୫ – ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ଜେଲ ବିଭାଗ ନିର୍ଦ୍ଦେଶକଙ୍କ ପକ୍ଷରୁ ଜାରି କରାଯାଇଥିବା କଟକଣାକୁ ଅନୁଗୋଳ ଜେଲରେ କଡ଼ାକଡ଼ି ପାଳନ କରାଯାଉ ନ ଥିବା ଅଭିଯୋଗ ହେଉଛି। ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଉଦାସୀନତାର ସୁଯୋଗ ନେଇ କିଛିଦିନ ହେଲା ହଠାତ୍‌ ଜେଲ୍‌ ପରିସରରେ ସମସ୍ତ ନୀତି ନିୟମ ଯେପରି କୋହଳ ହୋଇଯାଇଥିବା ଚର୍ଚ୍ଚା ହେଉଛି। ଫଳରେ ଅନୁଗୋଳ କାରାଗାର ସମ୍ମୁଖରେ ଗହଳି ବଢ଼ୁଥିବା ବେଳେ ବାହାର ଖାଦ୍ୟ ମଧ୍ୟ ଭିତରକୁ ଯାଉଥିବା ଦେଖାଯାଉଛି। ଅନୁଗୋଳର ଜଣେ ମଦ ବ୍ୟବସାୟୀଙ୍କୁ ପୋଲିସ ଗିରଫ କରି ଜେଲ୍‌ ପଠାଇବା ପରେ କଟକଣା ଏପରି ଢିଲା ପଡ଼ିଯାଇଥିବା କୁହାଯାଉଛି।
ରାଜ୍ୟ ଜେଲ୍‌ ବିଭାଗ ନିର୍ଦ୍ଦେଶକ ଲଗାଇଥିବା କଟକଣା ଅନୁଯାୟୀ, ଜେଲ ପରିସରକୁ ବାହାର ଖାଦ୍ୟ ଓ ବାହାର ଲୋକଙ୍କ ଯିବାକୁ ବାରଣ କରାଯାଇଛି। ଏପରିକି କଏଦୀଙ୍କ ସହ ସିଧାସଳଖ କାହାର ସାକ୍ଷାତକୁ ମଧ୍ୟ ଅନୁମତି ନ ଦେବାକୁ କୁହାଯାଇଛି। ଆବଶ୍ୟକ ପଡ଼ିଲେ କେବଳ ଭିଡିଓ କନଫରେନ୍ସିଂ ଜରିଆରେ ପରିବାର ଲୋକଙ୍କୁ କଥା ହେବାର ସୁଯୋଗ ଦେବାକୁ ନିର୍ଦ୍ଦେଶ ରହିଛି। କିନ୍ତୁ ଅନୁଗୋଳ ଜେଲ କର୍ତ୍ତୃପକ୍ଷ ଉକ୍ତ ନିର୍ଦ୍ଦେଶନାମାକୁ ଠିକ୍‌ ଭାବେ ପାଳନ କରୁ ନ ଥିବା ବାରମ୍ବାର ଅଭିଯୋଗ ହେଉଛି। ସମ୍ପୃକ୍ତ ମଦ ବ୍ୟବସାୟୀ ଜେଲ୍‌ରେ ରହିବା ପରଠାରୁ ଅନେକ ସମୟରେ ପରିସର ମଧ୍ୟରେ ଗହଳି ହେଉଛି। ଏହାର ସୁଯୋଗ ନେଇ ଅନ୍ୟ କଏଦୀଙ୍କ ସମ୍ପର୍କୀୟମାନେ ଦୂର ଦୂରାନ୍ତାରୁ ଆସି ଜମା ହେଉଛନ୍ତି। ସେମାନେ ଆଣୁଥିବା ଖାଦ୍ୟକୁ ଜେଲ କର୍ମଚାରୀମାନେ ମଧ୍ୟ ଭିତରକୁ ବୋହି ନେଉଛନ୍ତି। ଏହା ନିତିଦିନିଆ ଘଟଣାରେ ପରିଣତ ହୋଇଯାଇଥିଲେ ବି ଜେଲ କର୍ତ୍ତୃପକ୍ଷଙ୍କୁ କୌଣସି ଫରକ ପଡ଼ୁ ନ ଥିବା ଆଲୋଚନା ହେଉଛି। ଏ ନେଇ ଜେଲ ସୁପରିଣ୍ଟେଣ୍ଡେଣ୍ଟ ସୁଚିତ୍ରା ଦାସଙ୍କ ମୋବାଇଲ ନଂ. ୯୪୩୯୨୨୧୪୮୧କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ସହ ସମ୍ପର୍କ ହୋଇପାରି ନ ଥିବାରୁ ପ୍ରତିକ୍ରିୟା ମିଳିପାରି ନାହିଁ। ତେବେ ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି କହିଛନ୍ତି, ହେଉଥିବା ଅଭିଯୋଗର ଅନୁଧ୍ୟାନ କରାଯିବ।

(ଅମିତ କୁମାର ସାମଲ)


Enter your email to get our daily news in your inbox.

All Right Reserved By Dharitri.Com

ଓ୍ବାର୍ଡମେମ୍ବରଙ୍କ ସ୍ବାମୀଙ୍କୁ ଗାଁଦାଣ୍ଡରେ ହତ୍ୟା

ଢେଙ୍କାନାଳ ଅଫିସ, ୯।୧: ଢେଙ୍କାନାଳ ସଦର ଥାନା ନମିଚିରା ଗ୍ରାମ ମଣ୍ଡପରେ ଶନିବାର ସନ୍ଧ୍ୟା ପ୍ରାୟ ୬ଟାରେ ଘଟିଛି ଲୋମଟାଙ୍କୁରା ହତ୍ୟାକାଣ୍ଡ। କଙ୍କଡ଼ାହାଡ଼ ପଞ୍ଚାୟତ ୪ନଂ. ୱାର୍ଡସଭ୍ୟ...

ଆଖି ଆଗରେ ଚାଲିଗଲା ୩୦ରୁ ଅଧିକ ମେଣ୍ଢାଙ୍କ ଜୀବନ

ପାତ୍ରପୁର,୨୮ା୧୨(ଡି.ଏନ.ଏ.): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଚୁଡିଆଲାଞ୍ଜିଠାରେ ମଙ୍ଗଳବାର ଧାନ ଫସଲ ଖାଇ ପ୍ରାୟ ୩୦ରୁ ଊର୍ଦ୍ଧ ମେଣ୍ଢାଙ୍କ ମୃତ୍ୟୁ ଘଟିଛି। କେଶରୀପଡା ପଞ୍ଚାୟତ ଭେଜିପଦର...

ରୋଡ୍‌ ଶୋରେ ସିନେଷ୍ଟାର, ଏମ୍‌ପି

ବାସୁଦେବପୁର, ୨୩ା୩ (ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକା ପାଇଁ ବିଜେଡିରୁ ପ୍ରାର୍ଥୀ ହୋଇଥିବା ପୌରାଧ୍ୟକ୍ଷ ପ୍ରାର୍ଥିନୀ ନିବେଦିତା ବେହେରାଙ୍କ ପାଇଁ ମଙ୍ଗଳବାର ସିନେଷ୍ଟାର, ଭଦ୍ରକ...

ଅବ୍ୟବସ୍ଥାରେ ୧୧୦ବର୍ଷର ସ୍କୁଲ -୮ ଶ୍ରେଣୀ ପାଇଁ ୬ ଗୃହ

ନିରାକାରପୁର,୨୧ା୧(ଡି.ଏନ୍‌.ଏ.): ‘ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ’ ଶିକ୍ଷା ବିଭାଗ ପକ୍ଷରୁ ଏହି ନାରା ଦିଆଯାଉଛି। ଭିତ୍ତିଭୂମି ସୁଦୃଢ ନ କରି ଏହି ନାରା ଦେବାର ଯଥାର୍ଥତା...

୨ଟନ୍‌ ୫୦୦ କେଜି ଗଞ୍ଜେଇ ଜବତ: ବଜାର ମୂଲ୍ୟ ୨ କୋଟିରୁ ଊର୍ଦ୍ଧ୍ୱ ହେବ

ଚିତ୍ରକୋଣ୍ଡା,୧୧ା୪(ଡି.ଏନ.ଏ.)-ଚିତ୍ରକୋଣ୍ଡା ପୋଲିସ ସୋମବାର ରାତିରେ କପାତୁଟି ପଞ୍ଚାୟତ ଭାଲୁଗୁଡ଼ା ଜଙ୍ଗଲରେ ଚଢ଼ାଉକରି ୭୨ ଜରି ବସ୍ତାରେ ବନ୍ଧାଯାଇ ରଖାଯାଇଥିବା ଗଞ୍ଜେଇ ଜବତ କରିଛି। ଏହାର ପରିମାଣ...

ଘର ନାହିଁ: ବିଦ୍ୟାଳୟରେ ରହୁଛନ୍ତି

ଡେରାବିଶ, ୬।୧୧(ସ୍ବ.ପ୍ର.): କଚ୍ଚାଘର ଥିବା ପରିବାରକୁ ବାସଗୃହ ଯୋଜନାରେ ସାମିଲ କରିବାକୁ ରାଜ୍ୟ ଓ କେନ୍ଦ୍ର ସରକାର ବହୁ ଯୋଜନା କରିଛନ୍ତି। ଅର୍ଥାଭାବରୁ ନିଜର ଘର...

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଚାଲିଗଲା ୨ ଜୀବନ

ଭବାନୀପାଟଣା,୩୧।୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼-କଲମପୁର ପିଡବ୍ଲୁଡି ମୁଖ୍ୟ ରାସ୍ତାର ଦେପୁର ବୁଲାଣି ନିକଟରେ ୨ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କାରେ ୨ଜଣକଙ୍କ ମୃତ୍ୟୁ ହୋଇଛି। ସେମାନେ...

ହୀରାକୁଦରେ ପକ୍ଷୀ ଗଣନା: ୨୧ ଟିମ୍‌ ସାମିଲ

ସମ୍ବଲପୁର, ୭।୧(ବ୍ୟୁରୋ): ହୀରାକୁଦ ଜଳଭଣ୍ଡାରରେ ବିଦେଶୀ ପକ୍ଷୀଙ୍କ ଗଣନା ମଙ୍ଗଳବାର ଆରମ୍ଭ ହୋଇଛି। ହୀରାକୁଦ ୱାଇଲ୍ଡ ଲାଇଫ୍‌ ବିଭାଗ ନେତୃତ୍ୱରେ ବନ ବିଭାଗ ଅଧିକାରୀ ଓ...

Advertisement
Archives

Model This Week