ଭିତରକନିକାରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି

ରାଜନଗର,୭।୧(ଡି.ଏନ.ଏ): ପ୍ରକୃତିର ଗନ୍ତାଘର ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତବର୍ଷ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଚଳିତବର୍ଷ ୧ ଲକ୍ଷ ୧୮,୩୨୬ଟି ପକ୍ଷୀ ଆସିଥିବାବେଳେ ଗତବର୍ଷ ୧ ଲକ୍ଷ ୯୦୫୯ଟି ପକ୍ଷୀ ଆସିଥିଲେ। ସେହିପରି ଗତଥର ୭୪ ପ୍ରକାର ପକ୍ଷୀ ଆସିଥିବାବେଳେ ଏଥର ୧୦୫ ପ୍ରକାରର ପକ୍ଷୀ ଭିତରକନିକା ଆସିଛନ୍ତି। ରାଜନଗର ବନ୍ୟପ୍ରାଣୀ ଡିଭିଜନ୍‌ ପକ୍ଷରୁ ୧୬ଟି ଟିମ୍‌ ୫ଟି ରେଞ୍ଜରେ ରାଜନଗର, ଗହିରମଥା, କନିକା, କୁଜଙ୍ଗ, ମହାକାଳପଡାରେ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଟିମ୍‌ର ନେତୃତ୍ୱ ନେଉଥିଲେ ଭାରତର ବିଶିଷ୍ଟ ପକ୍ଷୀ ବିଶାରଦ ଡା ଏସ୍‌. ବାଲଚନ୍ଦ୍ରନ। ଚଳିତବର୍ଷ କମନ ପୋଚାର୍ଟ ନାମକ ନୂତନ ୧୧ଟି ପକ୍ଷୀ ଏଥର ଭିତକନିକାକୁ ଆସି ଏହାର ଶୋଭାକୁ ଦ୍ୱିଗୁଣିତ କରିଛନ୍ତି ବୋଲି ରାଜନଗର ଡିଏଫଓ ବିକାଶ ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ହୋଇଥିବାରୁ ପକ୍ଷୀ ବିଶାରଦ, ପରିବେଶବିତ୍‌ ଓ ପ୍ରକୃତିପ୍ରେମୀଙ୍କ ମଧ୍ୟରେ ଆନନ୍ଦପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ବିଲ ବାଇପାସ୍‌ ରିଂରୋଡ୍‌ ଦାବି : ତହସିଲ କାର୍ଯ୍ୟାଳୟ ପହଞ୍ଚିଲା ସିଭିଲ ସୋସାଇଟି

ବଡ଼ବିଲ,୧୮।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ସହରକୁ ଟ୍ରାଫିକ ସମସ୍ୟାମୁକ୍ତ କରିବାକୁ ଏକ ବାଇପାସ୍‌ ରିଂରୋଡ଼ ନିର୍ମାଣ ଦାବି ଅଞ୍ଚଳରେ ଜୋର୍‌ ଧରିଛି। ଏ ନେଇ ପୂର୍ବରୁ...

ଗାଁ ମଝିରେ ଡ୍ରେନ୍‌ ଖୋଳାକୁ ନେଇ ଅସନ୍ତୋଷ: ପୋଲିସ, ଗ୍ରାମବାସୀ ମୁହାଁମୁହିଁ

ହାଟଡିହୀ,୨୯।୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜମ୍ଭିରା ଗାଁରେ ଡ୍ରେନ୍‌ ଖୋଳାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ୪ରୁ ୫ଟି ପରିବାରର ଲୋକେ ପୂର୍ବରୁ ଡ୍ରେନ୍‌...

ରେଳବଜେଟରେ ଯାଜପୁର ନିରାଶ

ଯାଜପୁର ଅଫିସ,୬ା୨: ରେଳବଜେଟ ୨୦୨୦-୨୧ ଓଡ଼ିଶା ଏବଂ ବିଶେଷକରି ଯାଜପୁର ଜିଲା ପାଇଁ ନିରାଶଜନକ ହୋଇଛି। ଯାଜପୁର-କେନ୍ଦୁଝରରୋଡ ରେଳଷ୍ଟେଶନରୁ ଧାମରା(ଭାୟା-ବିରଜାକ୍ଷେତ୍ର ଓ ଆରଡି)କୁ ସିଧାସଳଖ ଟ୍ରେନ...

ସରକାରୀ ଯୋଜନାର ବହୁତ୍‌ ଦୂରେ କ୍ଷେତ୍ର: ବଁଚ୍‌ବାର ରାହା ଦେଖେଛେ ମହୁରୀ

ପର୍ଲା, ୧୮।୧୨ (ଡି.ଏନ୍‌.ଏ.)-ସମିଆ ଆର ପରିସ୍ଥିତି ସବୁକେ ଉଲଟ ପାଲଟ କରିଦେସି। ହେଲେ ସମିଆ ଆର ପରିସ୍ଥିତି ସଂଗେ ଯେ ଯୁଝି ଜାନିଛେ ସେ ଜୀବନ୍‌ରେ...

ଆସନ୍ତା ୨୮ରୁ ୩୦ ପର୍ଯ୍ୟନ୍ତ ପାରଳାଖେମୁଣ୍ଡି, ୩ ବ୍ଲକ ଶଟ୍‌ଡାଉନ

ଗଜପତି, ୨୬।୩(ସ୍ବ.ପ୍ର.): ଗଜପତି ଜିଲା ପାରଳାଖେମୁଣ୍ଡି ସହର ସମେତ ଜିଲାର ଗୁମ୍ମା, ଗୋଷାଣୀ ଏବଂ କାଶୀନଗର ବ୍ଲକ୍‌କୁ ଆସନ୍ତା ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ୩ଦିନ...

ଜେଲ ଗଲେ ଗ୍ୟାଙ୍ଗ୍‌ଷ୍ଟର ରାଜା ଆଚାର୍ଯ୍ୟ

କଟକ ଅଫିସ/ଭୁବନେଶ୍ୱର, ୧୪।୧୧(ବ୍ୟୁରୋ): ଜେଲ ଗଲେ ଗ୍ୟାଙ୍ଗ୍‌ଷ୍ଟର ସନ୍ଦୀପ ଆଚାର୍ଯ୍ୟ ଓରଫ ରାଜା। କଟକ ସିଜେଏମ୍‌ କୋର୍ଟରେ ଗୁରୁବାର ହାଜର କରାଯିବା ପରେ ତାଙ୍କୁ ଜେଲ...

ସପ୍ତାହେ ନ ପୂରୁଣୁ ଉଠିଲା ପିଚୁ, ରାସ୍ତାରେ ଡ୍ରେନ୍‌ ପାଣି

ଫୁଲବାଣୀ ଅଫିସ, ୧୮ା୫ -ଫୁଲବାଣୀ ପୂର୍ତ୍ତ ବିଭାଗର ମନମୁଖୀ କାର୍ଯ୍ୟକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି। ଏବେ ସହରର ମୁଖ୍ୟ ରାସ୍ତାରେ ହୋଇଥିବା ପିଚୁ, ଡ୍ରେନ୍‌...

ଆନ୍ଧ୍ରରେ ଫସି ରହିଛନ୍ତି ୨୫୦ ଶ୍ରମିକ

ବରଗଡ଼ ଅଫିସ୍‌,୨୯।୪: ଲକ୍‌ ଡାଉନ୍‌ ଯୋଗୁ ରାଜ୍ୟ ବାହାରକୁ ଯାଇଥିବା ଶ୍ରମିକଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଏହି କ୍ରମରେ ବରଗଡ଼ ଓ ବଲାଙ୍ଗୀର ଜିଲାରୁ ଆନ୍ଧ୍ର...

Advertisement


Archives

Model This Week