ଭିତରକନିକାରେ ବିଦେଶାଗତ ପକ୍ଷୀଙ୍କ ଆଗମନ

ରାଜନଗର,୧୭ା୧୨(ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକରେ ଥିବା ଭିତରକନିକା ଜାତୀୟ ଉଦ୍ୟାନ ଏବଂ ଏହାର ଚାରିପାଖରେ ଥିବା ଆର୍ଦ୍ରଭୂମିରେ ବିଦେଶାଗତ ପକ୍ଷୀମାନେ ପାଦ ଥାପିଛନ୍ତି। ଅତିଥି ପକ୍ଷୀମାନଙ୍କ ଆଗମନ ଓ ସେମାନଙ୍କ କଳରବରେ ଭିତରକନିକା ମୁଖରିତ ହୋଇଉଠିଛି ା ଯୋଜନ ଯୋଜନ ସାମୁଦ୍ରିକ ପଥ ଅତିକ୍ରମ କରି ରଙ୍ଗ ବେରଙ୍ଗ ପକ୍ଷୀମାନେ ଜାତୀୟ ଉଦ୍ୟାନ ସଂଲଗ୍ନ ସାତଭାୟାର ବିସ୍ତୀର୍ଣ୍ଣ ଆର୍ଦ୍ରଭୂମି, ରାଇପାଟିଆ, ଅଗରନାସୀ ଦ୍ୱୀପ, ବରୁଣେଇ ମୁହାଣ ପ୍ରଭୃତି ସ୍ଥାନରେ ଆଡ୍ଡା ଜମାଇବାରେ ଲାଗିଲେଣି। ଚଳିତବର୍ଷ ହିମାଳୟ ପାଦଦେଶ , ଦକ୍ଷିଣ ଏସିଆ, ଚାଇନା, କୋରିଆ, ପଶ୍ଚିମ ଏସିଆ, କାଜାକସ୍ତାନ, ସାଇବେରିଆ, ମଙ୍ଗୋଲିଆ ପ୍ରଭୃତି ସ୍ଥାନରୁ ପ୍ରଚଣ୍ଡ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ପକ୍ଷୀମାନେ ଭିତରକନିକା ଆସିଛନ୍ତି। ବର୍ତ୍ତମାନ ସୁଦ୍ଧା ପହଞ୍ଚତ୍ ଥିବା ପକ୍ଷୀଙ୍କ ମଧ୍ୟରେ କେଶରପାଣ୍ଡିଆ, କିଙ୍ଗଫିଶର, ସୀମା ଚଢେଇ, ଜଡାହଂସ, ଗେଣ୍ଡି ହଂସ, ହଂସରାଣୀ, ଚା ଚଢେଇ କାଦୁଅଖୁମ୍ପି, ଗାଙ୍ଗୋଇ ପ୍ରଭୃତି ପକ୍ଷୀମାନେ ଆସିବା ଦେଖିବାକୁ ମିଳିଛି ା ପକ୍ଷୀମାନେ ସିନ୍ଦୂରା ଫାଟିବା ପରେ ଆର୍ଦ୍ରଭୂମିରେ ପହଞ୍ଚତ୍ ଖାଦ୍ୟ ସଂଗ୍ରହ କରିବା ଓ ଦଳ ଦଳ ହୋଇ ନୀଳ ଆକାଶରେ ଉଡିବା ଦୃଶ୍ୟ ବେଶ ମନୋମୁଗ୍ଧକର । ଏବର୍ଷ ଶୀତ ଆସିବାରେ ବିଳମ୍ବ ହୋଇଥିବାରୁ ପକ୍ଷୀ ଆସିବା ମଧ୍ୟ ବିଳମ୍ବ ହୋଇଛି। ପକ୍ଷୀମାନଙ୍କ ଆଗମନ ଭିତରକନିକାର ଶୋଭାକୁ ଦ୍ୱିଗୁଣିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

CUET UG ପରୀକ୍ଷାରେ ବି ବିଭ୍ରାଟ: ସମୟସୀମାରେ ହୋଇପାରିଲାନି ଆରମ୍ଭ

ନୂଆଦିଲ୍ଲୀ,୩୦।୫: କିଛି ପରୀକ୍ଷା କେନ୍ଦ୍ରରେ CUET UG ୨୦୨୬ ପରୀକ୍ଷା ସମୟସୀମାରେ ଆରମ୍ଭ ହୋଇପାରି ନାହିଁ। ଯାନ୍ତ୍ରିକ ତ୍ରୁଟି ଯୋଗୁ ପରୀକ୍ଷା ବିଳମ୍ବିତ ହୋଇଛି। ଏହା ପରେ…

ନଦୀ ଭିତରେ ମାଡ଼ିଗଲାଣି ବୁଦାଳିଆ ଜଙ୍ଗଲ,ସୁରକ୍ଷା ପ୍ରତି ସରକାରଙ୍କ ନଜର ନାହିଁ

ବଡ଼ଗାଁ,୩୦ା୫(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ତୁଡାଲଗା, ବଡ଼ଗାଁ, ଫୁଲବାରୀ ଓ ଭୋଇପାଲି ପଞ୍ଚାୟତର କେତେକ ଗ୍ରାମ ନିକଟ ଦେଇ ପ୍ରବାହିତ ସଫେଇ ନଦୀ…

ଘରୋଇ ବସ୍‌ ମାଲିକ ସଂଘର ବଡ଼ ଚେତାବନୀ, ସରକାର ନ ଶୁଣିଲେ ଗଡ଼ିବନି…

ଭୁବନେଶ୍ୱର,୩୦।୫: ରାଜ୍ୟ ସରକାରଙ୍କୁ ୧୦ ଦିନର ଅଲଟିମେଟମ୍ ଦେଇଛି ଘରୋଇ ବସ୍‌ ମାଲିକ ସଂଘ। ଭଡ଼ା ବୃଦ୍ଧି ସମ୍ପର୍କିତ ଦାବି ପୂରଣ ନ ହେଲେ ବସ୍‌ ଚଳାଚଳ…

ଆକ୍ସନ ମୋଡରେ ମୁଖ୍ୟମନ୍ତ୍ରୀ ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ କଲେ ଚାକିରିରୁ ବରଖାସ୍ତ

ଭୁବନେଶ୍ୱର,୩୦।୫:  ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତିକୁ ଅନୁସରଣ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୁନର୍ବାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ଭୁବନେଶ୍ୱରର ପୂର୍ବତନ ଅତିରିକ୍ତ ତହସିଲଦାର…

କଳା ଅନ୍ଧାର କରି ମାଡ଼ିଆସିଲା କାଳବୈଶାଖୀ: ଉଡାଇନେଲା ଛପର, ପରଘରେ ମୁଣ୍ଡ ଗୁଞ୍ଜିଛନ୍ତି….

କଲ୍ୟାଣସିଂହପୁର, ୩୦।୫(ଦୀପକ କୁମାର ପରିଡା): ରାୟଗଡା ଜିଲାର କଲ୍ୟାଣସିଂହପୁର ବ୍ଲକ୍ ସଦରରେ ଶୁକ୍ରବାର ରାତିରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। ଜୋରଦାର ପବନ ଓ ବର୍ଷାର ପ୍ରଭାବରେ…

ନିଶା ସେବନ କରି ଗାଡ଼ି ଚଲାଉଥିଲେ ଫରେଷ୍ଟର, ପୋଲିସ ଅଟକ ରଖି…

ବଲାଙ୍ଗୀର,୩୦ା୫(ସୁନିଲ କୁମାର ମହାନ୍ତି): ନିଶାସେବନ କରି ଗାଡ଼ି ଚଲାଇବା ଜଣେ ସରକାରୀ ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି। ବଙ୍ଗୋମୁଣ୍ଡା ଫରେଷ୍ଟର ଦିବସ ମାଝୀ ନିଶାସେବନ କରି ଗାଡ଼ି ଚଲାଉଥିବା…

ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଦେବ ବିଜୁ ସ୍ବାଭିମାନ ମଞ୍ଚ କୋଲନରାରେ ଭାସ୍କର ରାଓଙ୍କ ଶକ୍ତି ପ୍ରଦର୍ଶନ

ଗୁଣପୁର,୩୦॥୫(ସୁଜାତା ପାଢ଼ୀ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ଟାଣୁଆ ନେତା ତଥା ପୂର୍ବତନ ରାଜ୍ୟ ସଭା ସଭ୍ୟ ଏନ୍‌.ଭାସ୍କର ରାଓ। ରାୟଗଡା…

ଘରେ ଏକାକୀ ଥିଲେ ମହିଳା, ଛୁରି ଦେଖାଇ ବଳାତ୍କାର କଲେ ଯୁବକ, ଆଉ ତା’ ପରେ…

ହିଞ୍ଜିଳିକାଟୁ,୩୦ା୫(ଦ୍ୱିତୀକୃଷ୍ଣ ପଣ୍ଡା): ଘରେ ଏକାକୀ ଥିବା ଜଣେ ବିବାହିତା ମହିଳାଙ୍କୁ ଛୁରି ଦେଖାଇ ହତ୍ୟା ଧମକ ଦେଇ ବଳାତ୍କାର କରିଥିବା ଅଭିଯୋଗରେ ହିଞ୍ଜିଳି ପୋଲିସ ଜଣେ ଯୁବକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri