ଭିଡ଼ ଏଡ଼ାଇବାକୁ ପୌର ପ୍ରଶାସନର ପଦକ୍ଷେପ:କାର୍ଯ୍ୟାଳୟ ସମ୍ମୁଖରୁ ହଟିଲେ ଉଠା ଦୋକାନୀ

ଅନୁଗୋଳ ଅଫିସ, ୨୭।୮

ଅନୁଗୋଳ ପୌର କାର୍ଯ୍ୟାଳୟ ସମ୍ମୁଖରେ ବେପାର କରୁଥିବା ଉଠା ଦୋକାନୀଙ୍କୁ ସୋମବାର ହଟାଇ ଦିଆଯାଇଛି। ପୂର୍ବରୁ ସେମାନଙ୍କୁ ଏ ନେଇ ନୋଟିସ ଦିଆଯାଇଥିବା ବେଳେ ପୂର୍ବାହ୍ନରେ ସମସ୍ତ ଉଠା ଦୋକାନୀ ସ୍ଥାନ ଛାଡ଼ିବାକୁ ପୌର ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଫଳରେ ସମ୍ପୃକ୍ତ ବ୍ୟବସାୟୀମାନେ ସେମାନଙ୍କ ପସରା ଧରି କିଛି ଦୂର ରାସ୍ତା ପାର୍ଶ୍ୱକୁ ଚାଲିଯାଇଥିଲେ। ହେଲେ ପୌର ପାଳିକାର ଏପରି କାର୍ଯ୍ୟ ସହରବାସୀଙ୍କୁ ସନ୍ତୁଷ୍ଟ କରିପାରି ନାହିଁ। ସର୍ବଦା କାର୍ଯ୍ୟାଳୟ ସମ୍ମୁଖରେ ଭିଡ଼ ବଢ଼ାଉଥିବା ଏହି ଦୋକାନୀମାନଙ୍କୁ ଏପରି ହଟାଯିବା କେବଳ ପ୍ରହସନ ବୋଲି ସହରବାସୀ କହିଛନ୍ତି।
ଅନୁଗୋଳ ପୌରପାଳିକା ମୁଖ୍ୟ ଫାଟକ ସମ୍ମୁଖରେ ବର୍ଷ ତମାମ ବେପାର କରୁଛନ୍ତି ଏହି ଉଠା ଦୋକାନୀ। କିଏ ଗୁପଚୁପ ବିକୁଛି ତ ଆଉ କିଏ ଚାଓମିନ। ଅନେକ ସମୟରେ କେତେକ କମ୍ପାନୀ କର୍ମଚାରୀ ଏଠାରେ ଆସ୍ଥାନ ଜମାଇ ଦିନତମାମ ବିଭିନ୍ନ ସାମଗ୍ରୀର ପ୍ରଚାର ମଧ୍ୟ କରୁଛନ୍ତି। ଏମାନଙ୍କ ନିକଟରେ ଗ୍ରାହକଙ୍କ ଭିଡ଼ ଯୋଗୁ ଅଯଥାରେ ପୌର କାର୍ଯ୍ୟାଳୟ ସମ୍ମୁଖରେ ଗହଳି ବଢ଼ିଯାଉଛି। ମୁଖ୍ୟ ଫାଟକକୁ ଲାଗି ଏସ୍‌ବିଆଇ ଏଟିଏମ୍‌ ଥିବାରୁ ଟଙ୍କା ଉଠାଣ ପାଇଁ ଉପଭୋକ୍ତାମାନେ ଧାଡ଼ିରେ ଠିଆ ହେଉଛନ୍ତି। ତେଣୁ ଏସବୁକୁ ନେଇ କାର୍ଯ୍ୟାଳୟ ଆଗରେ ଭିଡ଼ ହେଉଥିବାରୁ କର୍ମଚାରୀମାନେ କାର୍ଯ୍ୟାଳୟକୁ ଯିବାଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ଜାମ ଯୋଗୁ ସାଧାରଣ ଲୋକେ ମଧ୍ୟ ହଇରାଣ ହରକତ ହେଉଛନ୍ତି। ଦୈନିକ ଏପରି ସ୍ଥିତି ସୃଷ୍ଟି ହେଉଥିଲେ ମଧ୍ୟ ପୌର ପ୍ରଶାସନ ପକ୍ଷରୁ ଏହାର ସ୍ଥାୟୀ ସମାଧାନ କରାଯାଉ ନାହିଁ। କେବଳ ବେଳେ ବେଳେ ଏପରି ଉଠାଦୋକାନୀଙ୍କୁ ହଟାଇ ଦେଇ କର୍ତ୍ତୃପକ୍ଷ ଚୁପ୍‌ ବସିଯାଉଥିବାରୁ ଦିନେ ଦୁଇଦିନ ପରେ ପୂର୍ବ ଗହଳି ଫେରି ଆସୁଛି। ଏଥିରେ କାର୍ଯ୍ୟାଳୟର କେତେଜଣ ଅସାଧୁ କର୍ମଚାରୀଙ୍କ ହାତ ରହୁଥିବା କୁହାଯାଉଛି। ଏମାନଙ୍କ ଠାରୁ ଅଭୟ ପାଇ ସମ୍ପୃକ୍ତ ଉଠା ଦୋକାନୀମାନେ ବର୍ଷ ବର୍ଷ ଧରି କାର୍ଯ୍ୟାଳୟ ସମ୍ମୁଖରେ ବେପାର କରୁଥିବା ଚର୍ଚ୍ଚା ହେଉଛି। ତେଣୁ ପୌର ପ୍ରଶାସନ ନିୟମ କଡ଼ାକଡ଼ି କରିବା ସହ ଉଠା ଦୋକାନୀମାନଙ୍କୁ ଥଇଥାନ କରିଦେଲେ ଏପରି ସମସ୍ୟା ଆଉ ସୃଷ୍ଟି ହୁଅନ୍ତା ନାହିଁ ବୋଲି ସହରବାସୀ ମତବ୍ୟକ୍ତ କରିଛନ୍ତି। ଏ ନେଇ ପୌରନିର୍ବାହୀ ଅଧିକାରୀ ଶୁଭେନ୍ଦୁ କୁମାର ଜେନା କହିଛନ୍ତି, କାର୍ଯ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ବ୍ୟବସାୟୀମାନେ ଖାଦ୍ୟ ପସରା ମେଲାଉଥିବାରୁ ସମସ୍ୟା ଉପୁଜୁଥିଲା। କୌଣସି କାର୍ଯ୍ୟାଳୟ ସମ୍ମୁଖରେ ଉଠା ଦୋକାନୀ ବେପାର କରିପାରିବେ ନାହିଁ। ଏ ନେଇ ସେମାନଙ୍କୁ ପୂର୍ବରୁ ଅବଗତ କରାଯାଇଥିଲା। ତଥାପି ନ ହଟିବାରୁ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଉଠାଇ ଦିଆଯାଇଛି ବୋଲି ଜେନା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ଦିନ ପରେ ନବପଞ୍ଚମ ଯୋଗ: ମିଥୁନ ସମେତ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ! ବୃହସ୍ପତିଙ୍କ କୃପାରୁ ବର୍ଷିିବ ଟଙ୍କା!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଚଳନ ଓ ସେମାନଙ୍କର ପରସ୍ପର ସ୍ଥିତିକୁ ବେଶ ଗୁରୁତ୍ୱ ଦିଆଯାଏ। ଦୁଇଟି ଗ୍ରହ ନିର୍ଦ୍ଦିଷ୍ଟ ସ୍ଥିତିରେ ଆସିଲେ ବିଭିନ୍ନ ଯୋଗ ସୃଷ୍ଟି…

ବିଲରୁ ଫେରୁଥିଲେ: ରାସ୍ତାରେ ଚାଲିଗଲା ଜୀବନ

ଛତ୍ରପୁର, ୧୨।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଚମାଖଣ୍ଡି ଥାନା ଅନ୍ତର୍ଗତ ରେଗିଡ଼ି ଛକ ନିକଟରେ ଶୁକ୍ରବାର ଘଟିଥିବା ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ…

ବଡ଼ଭାଇଙ୍କୁ ଲୁହା ପାଇପରେ ହତ୍ୟା: ସାନ ଭାଇ ଗିରଫ

ଭେଡେନ, ୧୨/୯ (ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ରୁଷୁଡ଼ା ଫାଣ୍ଡି ଅଧୀନସ୍ଥ ଲୁଇସିରା-ଖଲିଆପାଲି କୁଚିଆ ମଦଭାଟି ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ଭାଇଙ୍କୁ…

ମହମ୍ମଦ ସିରାଜ ଅଧିନାୟକ ଭାବେ ମନୋନୀତ; ଭାରତ-ଆଫଗାନିସ୍ତାନ ସିରିଜ ପୂର୍ବରୁ ମିଳିଲା ଭଲ ଖବର

ନୂଆଦଲ୍ଲୀ,୧୨।୯: ଭାରତୀୟ ଦଳ ଆସନ୍ତାକାଲି, ଅର୍ଥାତ ସେପ୍ଟେମ୍ବର ୧୩ରୁ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ ଦଳର ଷ୍ଟାର୍‌…

ନନ୍ଦନକାନନରେ ଦେଖାଦେଲେ ୧୪ ପ୍ରଜାତିର ବିଦେଶୀ ପ୍ରାଣୀ

ବାରଙ୍ଗ, ୧୨/୧୦ (ଲିଙ୍ଗରାଜ ରାଉତ): ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଶୁକ୍ରବାର ବିଳମ୍ବିତ ରାତିରେ ଗୁଜରାଟର ‘ରାଧା କୃଷ୍ଣ ମନ୍ଦିର ହାତୀ କଲ୍ୟାଣ ଟ୍ରଷ୍ଟ’ (RKTEWT) ପକ୍ଷରୁ ଦାନ…

ମୁଁ ଆତ୍ମହତ୍ୟା କରିଦେବି… ମୋତେ କ୍ଷମା କରିଦିଅ ବାପା: ଭାବପ୍ରବଣ ହୋଇ ଏମିତି କାହିଁକି କହିଲେ ୱୁଶୁ ଖେଳାଳି

ନୂଆଦିଲ୍ଲୀ,୧୨।୯: ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଭାରତୀୟ ୱୁଶୁ (Wushu) ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ଭିଡିଓ ସାମ୍ନାକୁ…

ମୋବାଇଲ ନମ୍ବର ଭଳି ‘ପୋର୍ଟ’ ହୋଇପାରିବ ଫାସ୍‌ଟ୍ୟାଗ୍‌

ମୁମ୍ବାଇ,୧୨ା୯: ମୋବାଇଲ ଫୋନ୍‌ ଭଳି ଫାସ୍‌ଟାଗ୍‌ ମଧ୍ୟ ପୋର୍ଟ କରିହେବ। ଉପଭୋକ୍ତାମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଓ୍ବାନ୍‌ଟ୍ୟାଗ୍‌ ମାଧ୍ୟମରେ ସେମାନଙ୍କର ଫାସ୍‌ଟାଗ୍‌ ବ୍ୟାଙ୍କ କିମ୍ବା…

ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ‘ପ୍ଲାଟିନମ ଶୋ’

ଭୁବନେଶ୍ୱର, ୧୨ା୯(ସନ୍ତୋଷ କୁମାର ବେହେରା): ଅନ୍ୟତମ ପ୍ରତିଷ୍ଠିତ ଜୁଏଲେରି ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ ପକ୍ଷରୁ ସ୍ଥାନୀୟ ଶହୀଦନଗର ଷ୍ଟୋରରେ ‘ପ୍ଲାଟିନମ ଶୋ’ର ଶୁଭାରମ୍ଭ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?