ଭିଡ଼ିଓ କନଫେରେନ୍ସିଂରେ ଧାନ ସଂଗ୍ରହ କମିଟି ବୈଠକ: ମେ ପହିଲାରୁ ମଣ୍ଡି ଖୋଲିବାକୁ ଦାବି କଲେ ଚାଷୀ ପ୍ରତିନିଧି

ବରଗଡ଼ ଅଫିସ୍‌,୨୩।୪-ରବିଋତୁ ଧାନ ସଂଗ୍ରହ ପାଇଁ ଗୁରୁବାର ବରଗଡ଼ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ନୀତି ନିର୍ଦ୍ଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବରଗଡ଼, ଅତାବିରା, ପଦ୍ମପୁର, ବରପାଲି, ବିଜେପୁର ଆଦି ସ୍ଥାନର ଓସୱାନ ହଲ ଗୁଡ଼ିକରେ ଭିଡ଼ିଓ କନଫେରେନ୍ସିଂ ମାଧ୍ୟମରେ ଏହ ବୈଠକ ହୋଇଥିଲା । ବୈଠକରେ ଆସନ୍ତା ମଇ ୮ତାରିଖରୁ ରବିଋତୁ ଧାନ ସଂଗ୍ରହ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା । ମାତ୍ର ଚାଷୀ ପ୍ରତିନିଧିମାନେ ମେ ପହିଲାରୁ ଏହି ପ୍ରକ୍ରିୟା ଆରମ୍ଭ କରିବାକୁ ଦାବି ଉପସ୍ଥାପନ କରିଥିଲେ । ସେହିପରି ଏଥର ୧୨୪ଟି ମାର୍କେଟ୍‌ ୟାର୍ଡ଼ରେ ୫୧ଟି ପ୍ୟାକ୍ସ, ୧୪ଟି ଏସଏଚଜି ଗ୍ରୁପ୍‌ ଜରିଆରେ ଯୋଗାଣ ନିଗମ ଧାନ ସଂଗ୍ରହ କରିବ ଏବଂ କଷ୍ଟମ ମିଲିଂ ମାଧ୍ୟମରେ ୧୧୪ଟି ମିଲର୍ସ ସାମିଲ ହେବେ ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ଜୁନ୍‌ ୧୫ତାରିଖ ସୁଦ୍ଧା ଧାନ ସଂଗ୍ରହ ପ୍ରକ୍ରିୟା ଶେଷ କରିବାକୁ ଥିବା ଯୋଗୁ ଆବଶ୍ୟକ ପଡ଼ିଲେ ନୂଆ ମଣ୍ଡି ଖୋଲାଯିବ ବୋଲି ମଧ୍ୟ ବିଭାଗୀୟ ଅଧିକାରୀମାନେ ସୂଚନା ଦେଇଥିଲେ । ତେବେ ଏକର ପ୍ରତି କେତେ ପରିମାଣରେ ଧାନ ସଂଗ୍ରହ ହେବ, ତାହା ବୈଠକରେ ଚୂଡ଼ାନ୍ତ ହୋଇପାରି ନ ଥିଲା । ଗତଥର ଏକର ପ୍ରତି ୨୬ କୁଇଣ୍ଟାଲ ନିର୍ଦ୍ଧାରିତ ହୋଇଥିଲା। ତେବେ ଏହି ପରିମାଣ ଏଥର ବୃଦ୍ଧି କରିବାକୁ ଚାଷୀମାନେ ଦାବି ଉପସ୍ଥାପନ କରିଥିଲେ । କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ମଣ୍ଡିରେ ପ୍ରତ୍ୟେକ ଦିନ କେବଳ ୩୦ଜଣ ଚାଷୀ ଧାନ ବିକ୍ରି କରି ପାରିବେ ବୋଲି ସୂଚନା ଦିଆଯାଇଥିଲା । ସେହିପରି ଚାଷୀମାନେ ମଧ୍ୟ ସାମାଜିକ ଦୂରତା ଅବଲମ୍ବନ ସହିତ ମାସ୍କ, ରୁମାଲ, ଗାମୁଛାରେ ମୁହଁକୁ ଘୋଡ଼ାଇ ରଖିବାକୁ ପରାମର୍ଶ ଦିଆଯାଇଥିଲା । ସେହିପରି ଜିଲାର ୭୩ ହଜାର ୭୬୦ ହେକ୍ଟର ଜମିରେ ଧାନ ହୋଇଛି। ଏ ପର୍ଯ୍ୟନ୍ତ ୫୨ହଜାର ଚାଷୀଙ୍କ ପଞ୍ଜୀକରଣ ନବୀକରଣ ହୋଇଛି। ୨୦ହଜାର ୯୬୯ଜଣ ଚାଷୀ ନୂତନଭାବେ ପଞ୍ଜିକରଣ କରିଥିବା ପ୍ରଶାସନିକ ଅଧିକାରୀମାନେ ସୂଚନା ଦେଇଛନ୍ତି। ଏହି ଚାଷୀ ପଞ୍ଜିକରଣ ପ୍ରକ୍ରିୟା ସମୟ ଅବଧିକୁ ଆହୁରି ବଢ଼ାଇବାକୁ ଚାଷୀମାନେ ଦାବି କରିଥିଲେ । ଏହା ସହିତ ଧାନ ସଂଗ୍ରହ ପ୍ରକ୍ରିୟା ସମୟରେ ପଡ଼ୋଶୀ ଛତିଶଗଡ଼ରୁ ଜିଲାକୁ ଯେଭଳି ଧାନ ପ୍ରବେଶ କରି ନ ପାରିବ ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ବୈଠକରେ ମତପ୍ରକାଶ ପାଇଛି। ଯୋଗାଣ ନିଗମ ଚାଷୀଙ୍କୁ ଅଖା(ବସ୍ତା) ଯୋଗାଇ ଦେବାକୁ ଦାବି ହୋଇଥିଲା । ସେହିପରି ଏଥର ଧାନ ଅମଳବେଳେ ଶ୍ରମିକ ଅଭାବ ପରିସ୍ଥିତି ଆଶଙ୍କା ରହିଥିବା ଯୋଗୁ ହୀରାକୁଦ ଜଳସେଚିତ ଅଞ୍ଚଳକୁ ବାହ୍ୟ ଜିଲାରୁ ଶ୍ରମିକଙ୍କ ପ୍ରବେଶ ଉପରେ ସୁଯୋଗ ଦେବା ପାଇଁ ଚାଷୀ ପ୍ରତିନିଧିମାନେ ମତପ୍ରକାଶ କରିଥିଲେ । ବୈଠକରେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ, ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବରଗଡ଼ ଏମ୍‌ପି ସୁରେଶ ପୂଜାରୀ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା, ବିଜେପୁର ବିଧାୟିକା ରୀତା ସାହୁ, ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ, ଏସ୍‌ପି ପଦ୍ମିନୀ ସାହୁ, ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋ, ଜିଲା ମୁଖ୍ୟ କୃଷି ଅଧିକାରୀ ଦୀନବନ୍ଧୁ ଗାନ୍ଧୀ, ଜିଲା ଯୋଗାଣ ଅଧିକାରୀ ଦୁର୍ଗାଚରଣ ଭେସ୍ରାଙ୍କ ସମେତ ଚାଷୀ ପ୍ରତିନିଧି ଜୟକୃଷ୍ଣ ସାହୁ, କିଶୋର ଦେବତା, ରବିନ୍ଦ୍ର ବିଶି ଏବଂ ମିଲର୍ସ ପ୍ରତିନଧି ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri