ଭିଟାମାଟିକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ, ଜିଲାବାସୀ ଆତଙ୍କିତ

ବୌଦ୍ଧ, ୪ା୫ (ସ୍ବ.ପ୍ର.) ରାଜ୍ୟ ବାହାରେ ରହୁଥିବା ପ୍ରବାସୀ ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ଫେରିବା ଲାଗି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇବା ପରେ ଏହା ଚିନ୍ତା ବଢାଇଛି। ପ୍ରତିଦିନ ଶହ ଶହ ଶ୍ରମିକ ବସ୍‌ ଯୋଗେ ଘରକୁ ବାହୁଡୁଛନ୍ତି। ଏହିକ୍ରମରେ ଗୁଜୁରାଟ ରାଜ୍ୟର ସୁରାଟରୁ ବହୁ ସଂଖ୍ୟକ ପ୍ରବାସୀ ଶ୍ରମିକ ବସ୍‌ ଯୋଗେ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ଦେଇ ଗଞ୍ଜାମ ଜିଲାକୁ ଫେରୁଛନ୍ତି। ବୌଦ୍ଧ ଜିଲାର ମନମୁଣ୍ଡାରୁ ବଦଲା ପର୍ଯ୍ୟନ୍ତ ପ୍ରାୟ ୧୨୦ କିଲୋମିଟର ଜାତୀୟ ରାଜପଥ ଦେଇ ଏହି ବସ୍‌ଗୁଡିକ ଗଞ୍ଜାମ ଜିଲାକୁ ଯାତ୍ରା କରୁଛି। ହେଲେ ବସ୍‌ରୁ ଓହ୍ଲାଇ ଶ୍ରମିକମାନେ ବିଭିନ୍ନ ସ୍ଥାନରେ ଅଟକୁଛନ୍ତି। ବାଟରେ ଥିବା ପୋଖରୀ, ନଦୀ, ନଳକୂଅ ଆଦି ବ୍ୟବହାର କରୁଛନ୍ତି। ଏହା ସହିତ ହୋଟେଲଗୁଡିକରୁ ମଧ୍ୟ ଖାଦ୍ୟପଦାର୍ଥ ସଂଗ୍ରହ କରୁଥିବା ନଜରକୁ ଆସିଛି। ଏହାକୁ ନେଇ ବୌଦ୍ଧ ଜିଲାବାସୀ ଆତଙ୍କିତ ହୋଇପଡିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ହେବ ଅନ୍ତ

ଅନୁଗୋଳ ଅଫିସ, ୩।୧: ଦୀର୍ଘ ୯ ମାସ ଅପେକ୍ଷାର ହେବ ଅନ୍ତ। ୩ ତାରିଖ ରବିବାରରୁ ଅନୁଗୋଳ ଜିଲାରେ ଖୋଲିବ ଧର୍ମାନୁଷ୍ଠାନ। ଏଥିପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ...

ଅଳ୍ପ ବର୍ଷାରେ ଧୋଇଗଲା କଲଭର୍ଟ

କୁଡୁମୁଲୁଗୁମ୍ମା,୧୦।୭(ଡି.ଏନ.ଏ.): ମାଲାକନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ଅଣ୍ଡ୍ରdହଲ ପଞ୍ଚୟତଠାରୁ ଅନକାଡେଲିକୁ ସଂଯୋଗ କରୁଥିବା କାତାଙ୍ଗଗୁଡା କଲଭର୍ଟ୍‌ଟି ଅଳ୍ପ ବର୍ଷା ରେ ମଧ୍ୟ କ୍ଷତି ହୋଇଛି। ଏହା...

ଧାନଖଳାରେ ଖେଳୁଥିବା ବେଳେ ନିଆଁ ଲାଗି ୩ ଶିଶୁ ଗୁରୁତର

କୋକସରା,୩୦।୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ମହିମା ପଞ୍ଚାୟତ ବିଜମରା ଗ୍ରାମରେ ଶନିବାର ଧାନଖଳାରେ ଖେଳୁଥିବା ବେଳେ ନିଆଁ ଲାଗି ୩ ଶିଶୁ ଗୁରୁତର ହୋଇଛନ୍ତି।...

ରୋଷେଇ କଲା ସମୟରେ ଭୟାବହ ଅଗ୍ନିକାଣ୍ଡ: ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ନୟାଗଡ଼ ଅଫିସ, ୩୧।୮: ରୋଷେଇ ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟି ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ବାମୀ ଗୁରୁତର ହୋଇଛନ୍ତି। ଏଭଳି ଅଭାନୀୟ ଘଟଣା ଘଟିଛି...

ଡ୍ରେନେଜ ବ୍ୟବସ୍ଥା ଫେଲ୍‌, ସହର ଜଳମଗ୍ନ

ଭଦ୍ରକ ଅଫିସ, ୨୭।୯ – ଭଦ୍ରକ ପୌରାଞ୍ଚଳର ଖାଲୁଆ ଅଞ୍ଚଳ ଏବେ ଜଳମଗ୍ନ। ଲଗାଣ ବର୍ଷା କାରଣରୁ ସହରର ଖାଲୁଆ ଅଞ୍ଚଳ ରାସ୍ତାଘାଟରେ ପାଣି ଜମି...

ମହିଳାଙ୍କୁ ଅସଦାଚରଣ କରି ଗିରଫ ହେଲେ ଗୁଣିଆ

ଚାନ୍ଦବାଲି,୧୫।୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ବାଂଶଡ଼ା ଥାନା ଅଞ୍ଚଳରେ ତନ୍ତ୍ରମନ୍ତ୍ର ବାହାନାରେ ଜଣେ ମହିଳାଙ୍କୁ ଅସଦାଚରଣ କରି ଗୁଣିଆ ଗିରଫ ହୋଇଛନ୍ତି। ସେ ହେଲେ...

ବଢୁଛି ବର୍ଷା ଜଳ ନିଷ୍କାସନ ଚିନ୍ତା

ଅନୁଗୋଳ ଅଫିସ, ୧୨।୫: ଦୀର୍ଘଦିନ ହେଲା ଅନୁଗୋଳ ସହରର ଡ୍ରେନ୍‌ ଅବସ୍ଥା ଠିକ୍‌ ନାହିଁ। କେଉଁଠି ଡ୍ରେନ୍‌ ପୋତି ହୋଇପଡ଼ିଛି ତ କେଉଁଠି ସଫେଇ ହେଉ ନାହିଁ।...

ଆମ୍ବୁଲାନ୍ସ ଅଧିକ ଚାର୍ଜ କଲେ ୧୧୨କୁ ଡାଏଲ କରିବାକୁ ଗଞ୍ଜାମ ଏସ୍‌ପିଙ୍କ ଅନୁରୋଧ

ଛତ୍ରପୁର,୧୩।୫(ଡି.ଏନ୍‌.ଏ.): କୋଭିଡ୍‌ ନିୟନ୍ତ୍ରଣ ପାଇଁ ଗଞ୍ଜାମ ଜିଲାରେ ଲକ୍‌ଡାଉନ୍‌ ଜାରି ରହିଛି। ଏହି ସମୟରେ ବିଭିନ୍ନ ହସ୍ପିଟାଲକୁ ରୋଗୀଙ୍କୁ ସ୍ଥାନାନ୍ତର ପାଇଁ ଆମ୍ବୁଲାନ୍ସଗୁଡ଼ିକ ଅଧିକ ଚାର୍ଜ...

Advertisement
Archives

Model This Week