ଭିଜିଲାନ୍ସ ଜାଲରେ କୋଟିପତି କିରାଣି: ଏକକାଳୀନ ୫ ସ୍ଥାନରେ ଚଢ଼ାଉ

ଜଳେଶ୍ୱର,୨୫।୭(ଡି.ଏନ.ଏ.)- ବାଲେଶ୍ୱର ଜିଲା ଜଳେଶ୍ୱର ସହର ନୂଆବଜାର ସ୍ଥିତ ଜଳେଶ୍ୱର ମହିଳା ମହାବିଦ୍ୟାଳୟର ମୁଖ୍ୟ କିରାଣି ତରଣୀ କୁମାର ଭୂୟଁା ଓରଫ୍‌ ମଣ୍ଟୁଙ୍କ ବାସ ଭବନ ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ ବୁଧବାର ଏକକାଳୀନ ଚଢାଉ କରିଛି। ପ୍ରାୟ ଅଢ଼େଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି, ବ୍ୟାାଙ୍କ ବାଲାନ୍ସ, ନଗଦ୍‌ ଟଙ୍କା, ସୁନାରୁପା ଅଳଙ୍କାର, ଜୀବନ ବୀମା ପଲିସି ଆଦି ଚଢାଉ ବେଳେ ଠାବ ହୋଇଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଖବର ଲେଖା ହେବା ଯାଏ ଚଢାଉ ଜାରି ରହିିଛି। ଶିକ୍ଷା ଅନୁଷ୍ଠାନର ବିକାଶମୂଳକ କାର୍ଯ୍ୟ ପାଇଁ ଆସିଥିବା ଟଙ୍କା ହଡ଼ପ ସାଙ୍ଗକୁ ଘରୋଇ ଛାତ୍ରୀ ନିବାସ ଖୋଲି ବେଆଇନ ଭାବେ ଅର୍ଥ ରୋଜଗାର କରାଯିବା ଓ ପିସି ଆଦାୟ ଭଳି ବିଭିନ୍ନ ଅଭିଯୋଗ ତାଙ୍କ ବିରୋଧରେ ରହିଥିବା ବରିଷ୍ଠ ଭିଜିଲାନ୍ସ ଅଧିକାରୀ ଅନିରୁଦ୍ଧ ନାୟକ ସୂଚନା ଦେଇଛନ୍ତି।
ବୁଧବାର ବଡି ଭୋର ସମୟରୁ ଭିଜିଲାନ୍ସ ଅଧିକାରୀମାନେ ୫ ଟିମ୍‌ରେ ବିଭକ୍ତ ହୋଇ ଜଳେଶ୍ୱର ତହସିଲ କାର୍ଯ୍ୟାଳୟ ନିକଟ ଧରାଷ୍ଟକ୍‌ ମୌଜାରେ ଥିବା ମୁଖ୍ୟ କିରାଣି ତରଣୀଙ୍କ ୩ ମହଲା ଅଟ୍ଟାଳିକା, ଆରୁହା ଗ୍ରାମସ୍ଥିତ ପୈତୃକ ଘର, ମହାବିଦ୍ୟାଳୟ ଦପ୍ତର, ମୟୂରଭଞ୍ଜ ଜିଲା ବିଜାତଳା ବ୍ଲକ ଲୁହାଶିଳା ଛାତ୍ରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟକରୁଥିବା ତାଙ୍କ ସ୍ତ୍ରୀଙ୍କ କାର୍ଯ୍ୟସ୍ଥଳ ଓ ଜଳେଶ୍ୱର ବ୍ଲକ ଖାଲିନା ଗ୍ରାମ ସ୍ଥିତ ଶ୍ୱଶୁର ଗଣେଶ ଚନ୍ଦ୍ର କରଙ୍କ ବାସଭବନରେ ଏକକାଳୀନ ଚଢାଉ କରିଥିଲେ। ବାଲେଶ୍ୱର ଭିଜିଲାନ୍ସ ଏସ୍‌ପି ସୁନୀଲ କୁମାର ସେନାପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭଦ୍ରକ ଭିଜିଲାନ୍ସ ଡିଏସ୍‌ପି ସଞ୍ଜୟ କୁମାର ଦାସମହାପାତ୍ର, ଇନ୍ସପେକ୍ଟର ସୁଲୋଚନା ନାୟକ, ବାଲେଶ୍ୱର ଡିଏସ୍‌ପି ସନ୍ତୋଷ କୁମାର ସାମନ୍ତରା, ଇନ୍ସପେକ୍ଟର ଅନିରୁଦ୍ଧ ନାୟକ, ମାନସୀ ଜେନା, ଭାଗ୍ୟଲକ୍ଷ୍ମୀ ପୁହାଣ, ସିକନ୍ଦର ହେମ୍ବ୍ରମ୍‌, ମୟୂରଭଞ୍ଜ ଡିଏସ୍‌ପି ଶରତ କୁମାର ମହାପାତ୍ର, ଇନ୍ସପେକ୍ଟର ପ୍ରଦୀପ କୁମାର ସାମଲ ପ୍ରମୁଖଏହି ଚଢାଉରେ ଅଂଶଗ୍ରହଣ କରିଥିଲେ। ଭିଜିଲାନ୍ସ ପକ୍ଷରୁ ଏହି କୋଟିପତି କିରାଣିଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା (ମିଶ୍‌ କେଶ୍‌ ନଂ.୬/୨୦୧୯) ରୁଜୁ କରାଯାଇ ତାଙ୍କୁ ପଚରାଉଚୁରା କରାଯାଇଛି। ଜଣେ ବିଧାୟକ ଚଢୁଥିବା ୧୬ଲକ୍ଷ ୬୦ହଜାର ଟଙ୍କା ମୂଲ୍ୟର ଏକ ଧଳା ଇନୋଭା ଗାଡ଼ି ତରଣୀଙ୍କ ମାଲିକାନାରେ ଥିବା ଏବଂ ପୂର୍ବରୁ ସେ ଲୋକପ୍ରତିନିଧିଙ୍କ ନାମରେ ପିସି ଆଦାୟ କରିବା ସହ ବିଭିନ୍ନ ଠିକାଦାର, ଶିକ୍ଷକ, ଅଧ୍ୟାପକ, ପ୍ରଶାସନିକ ଅଧିକାରୀ, ଓ କର୍ମଚାରୀଙ୍କୁ ଧମକାଇ ଅର୍ଥ ଆଦାୟ କରିବା ଭଳି ଅଭିଯୋଗ ରହିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ସେହିପରି ଜଳେଶ୍ୱର ଅଞ୍ଚଳର ଲୋକନାଥ ଜେନା ନାମକ ଜଣେ ଠିକାଦାର ଗତ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଜଣେ ଲୋକ ପ୍ରତିନିଧିଙ୍କ ନାଁରେ ପିସି ଆଦାୟ କରାଯାଉଥିବା ନେଇ ଜଳେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣା ସେତେବେଳେ ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ଏହି ପରିପ୍ରେକ୍ଷୀରେ ଦୁର୍ନୀତି ନିବାରଣ ମଞ୍ଚ ତରଫରୁ ଭିଜିଲାନ୍ସ ବିଭାଗ ଓ ରାଜ୍ୟ ସରକାରଙ୍କ ନିକଟରେ ଏହାର ତଦନ୍ତ ଲାଗି ଦାବି କରାଯାଇଥିଲା। ବୁଧବାର ହୋଇଥିବା ଚଢ଼ାଉରେ ୯ ଭିଜିଲାନ୍ସ ଅଧିକାରୀଙ୍କ ସମେତ ୩୦ରୁ ଉର୍ଦ୍ଧ୍ୱ କର୍ମଚାରୀ ସାମିଲ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦଖଲ ଉଚ୍ଛେଦ ନ କରି ରାସ୍ତା ଉନ୍ନତୀକରଣ: ରାସ୍ତାରୋକୋ ଆନ୍ଦୋଳନ ଚେତାବନୀ ଦେଲେ ଗ୍ରାମବାସୀ

ବାଲେଶ୍ୱର ଅଫିସ,୧୮।୭-ବାଲେଶ୍ୱର ସଦର ବ୍ଲକ ରସାଳପୁର ଅଞ୍ଚଳର ସଲ୍ଟରୋଡ୍‌ ସୀମା ରସାଳପୁର କଲେଜଠାରୁ ବେହେରା ମାର୍କେଟ କମ୍ପ୍ଲେକ୍ସ ପର୍ଯ୍ୟନ୍ତ ରାସ୍ତା ଉନ୍ନତୀକରଣ ଏବଂ ଉଭୟ ପାର୍ଶ୍ୱରେ...

ସିଏଏ ସପକ୍ଷରେ ଶୋଭାଯାତ୍ରା

ବାଲେଶ୍ୱର ଅଫିସ,୧୦।୨: ବାଲେଶ୍ୱର ଅଟଳ ସ୍ମୃତି କମିଟି ପକ୍ଷରୁ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ସପକ୍ଷରେ ସୋମବାର ଏକ ବିଶାଳ ଶୋଭାଯାତ୍ରା କରାଯାଇଛି। ଶୋଭାଯାତ୍ରା ଗୋପାଳଗାଁର...

ନୀଳଗିରିରେ ପ୍ରଥମ ଡେଙ୍ଗୁ ରୋଗୀ

ସଜନାଗଡ଼, ୫।୯(ଡି.ଏନ.ଏ.)- ନୀଳଗିରି ଅଞ୍ଚଳରେ ଚଳିତବର୍ଷ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଧୋବଶିଳା ପଞ୍ଚାୟତ ବଧିଆ ଚାନ୍ଦୁଆପଦା ଗ୍ରାମର ଜଣେ ଯୁବତୀ ହାଇଦ୍ରାବାଦ୍‌ରେ ରହି...

ସଚେତନତାର ବାର୍ତ୍ତା ନେଇ ଶୋଭାଯାତ୍ରା : ପାଳିଲେ ‘ବିଶ୍ୱ ମହିଳା ଦିବସ’

ସିମୁଳିଆ, ୮।୩(ଡି.ଏନ.ଏ.)-ନାରୀମାନଙ୍କୁ ସମ୍ମାନ ଓ ସଶକ୍ତୀକରଣର ବାର୍ତ୍ତା ଦେଇ ରବିବାର ପୂର୍ବାହ୍ନରେ ‘ବିଶ୍ୱ ମହିଳା ଦିବସ’ ପାଳିତ ଅବସରରେ ସଚେତନତା ଶୋଭାଯାତ୍ରା କରାଯାଇଥିଲା। ପ୍ରୟାସ ଅନୁଷ୍ଠାନର...

ବେଆଇନ ବାଲି ଚାଲାଣ, ୫ ଗାଡ଼ି ଜବତ

ଜଳେଶ୍ୱର, ୩୦।୫(ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର ତହସିଲ ଅଧୀନରେ ସୁବର୍ଣ୍ଣରେଖାର ପ୍ରାୟ ୨୨ଟି ବାଲିସୈରାତଗୁଡ଼ିକ ୫ବର୍ଷ ପୂର୍ବେ ନିଲାମ ଦିଆଯାଇଥିବା ବେଳେ ଏବେ ଅବଧି ପୂରିବାକୁ ଯାଉଛି।...

ରେଳ ଷ୍ଟେଶନର ତରବରିଆ ସୌନ୍ଦର୍ଯ୍ୟକରଣ

ବସ୍ତା,୭।୧(ଡି.ଏନ.ଏ.)- ଦକ୍ଷିଣପୂର୍ବ ରେଳବାଇର ବିଭାଗୀୟ ଜିଏମ ଆସନ୍ତା ୧୦ ତାରିଖରେ ରୂପସାରୁ ବାଙ୍ଗିରିପୋଷି ପର୍ଯ୍ୟନ୍ତ ପରିଦର୍ଶନ କରିବା ପରେ ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ବସ୍ତା...

ପୂର୍ବ ଶତ୍ରୁତାରୁ ଆକ୍ରମଣ, ୩ ଗୁରୁତର

ବାଲେଶ୍ୱର ଅଫିସ, ୨୭।୬-ବାଲେଶ୍ୱର ସଦର ଥାନା ମୁଣ୍ଡାପାଳ ହାଟ ନିକଟରେ ବୁଧବାର ରାତି ପ୍ରାୟ ସାଢେ ୧୦ଟା ବେଳେ ପୂର୍ବ ଶତ୍ରୁତାକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ...

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ସୁନାବେଶ : ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ବାରିପଦା ଅଫିସ,୧୨।୭ : ଦିତୀୟ ଶ୍ରୀକ୍ଷେତ୍ର ବାରିପଦାର ମାଉସୀ ମା’ ମନ୍ଦିରରେ ଶୁକ୍ରବାର ଠାକୁରମାନେ ଜନ୍ମବେଦିରେ ସୁନାବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଛନ୍ତି। ଆଡ଼ପମଣ୍ଡପରେ ଠାକୁରମାନଙ୍କ ସୁନାବେଶ...

Advertisement

BGU

Archives

Model This Week

Why Dharitri