ଭିଜିଲାନ୍ସ ଚଢାଉ: ତହସିଲ କିରାଣୀ ସମେତ ୨ ଗିରଫ

ବଲାଙ୍ଗୀର ଅଫିସ/ଲୋଇସିଂହା, ୪ା୬(ଡି.ଏନ୍‌.ଏ.)-ଆରଓଆର(ରାଇଟ୍‌ ଅଫ୍‌ ରେକର୍ଡସ) କରିଦେବା ବାବଦରେ ଜଣେ ବ୍ୟକ୍ତିିଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ଆଗଲପୁର ତହସିଲ ଅଫିସର ଭାରପ୍ରାପ୍ତ ହେଡକ୍ଳର୍କ ବିକାଶ ଭୋଇ ଓ ରାଜସ୍ବ ସହକାରୀ ଚନ୍ଦ୍ରଶେଖର ପାତ୍ରଙ୍କୁ ବଲାଙ୍ଗୀର ଭିଜିଲାନ୍ସ ଟିମ୍‌ ଗୁରୁବାର ଗିରଫ କରିଛି ା ବୁଦୁଲା ଗ୍ରାମର ମାଧବ ନାଗ ତାଙ୍କ ଜମି ସଂକ୍ରାନ୍ତୀୟ କାମ ପାଇଁ ଆଗଲପୁର ତହସିଲ ଅଫିସକୁ ଯାଇ ଆରଓଆର କରିଦେବାକୁ ଅନୁରୋଧ କରିଥିଲେ ା ତେବେ ଏହି ଅଫିସର ଇନଚାର୍ଜ ହେଡକ୍ଳର୍କ ବିକାଶ ଭୋଇ ତାଙ୍କୁ ୬ ହଜାର ଟଙ୍କା ଦେଲେ ଯାଇ ଆରଓଆର ହୋଇପାରିବ ବୋଲି କହିଥିଲେ ା ବାରମ୍ବାର ଅନୁରୋଧ କରିବା ପରେ ମଧ୍ୟ ହେଡକ୍ଳର୍କ ଭୋଇ ତାଙ୍କୁ ୬ହଜାର ଟଙ୍କା ଦେବାକୁ ଦାବି କରିଥିଲେ। ଏନେଇ ମାଧବ ବଲାଙ୍ଗୀର ଭିଜିଲାନ୍ସ ଅଫିସକୁ ଆସି ଅଭିଯୋଗ କରିଥିଲେ ା ସମସ୍ତ ଯୋଜନା ମୁତାବକ ଗୁରୁବାର ମାଧବ ୬ ହଜାର ଟଙ୍କା ଧରି ଆଗଲପୁର ତହସିଲ ଅଫିସକୁ ଯାଇ ଇନ୍‌ଚାର୍ଜ ହେଡକ୍ଳର୍କ ଭୋଇଙ୍କୁ ୬ ହଜାର ଟଙ୍କା ଦେଇଥିଲେ ା ଭୋଇ ଉକ୍ତ ଟଙ୍କାକୁ ସେହି ଅଫିସର ରାଜସ୍ବ ସହକାରୀ ଚନ୍ଦ୍ରଶେଖର ପାତ୍ରଙ୍କୁ ଦେଇ ଦେବାକୁ କହିଥିଲେ ା ଭୋଇଙ୍କ କହିବା ମୁତାବକ ୬ ହଜାର ଟଙ୍କାକୁ ମାଧବ ରାଜସ୍ବ ସହକାରୀ ପାତ୍ରଙ୍କୁ ପ୍ରଦାନ କରିଥିଲେ ା ଏତିକିବେଳେ ସେଠାରେ ଥିବା ଭିଜିଲାନ୍ସ ଟିମ୍‌ ଚଢ଼ାଉ କରି ପାତ୍ରଙ୍କଠାରୁ ଉକ୍ତ ଟଙ୍କା ଜବତ୍‌ କରିବା ସହ ଉଭୟ ଭାରପ୍ରାପ୍ତ ହେଡକ୍ଳର୍କ ଓ ରାଜସ୍ବ ସହକାରୀଙ୍କୁ ଗିରଫ କରିଥିଲେ ା ଏହି ଚଢ଼ାଉ ପୂର୍ବରୁ ହେଡକ୍ଳର୍କ ବିକାଶ ଭୋଇଙ୍କ ବିରୋଧରେ ସମ୍ବଲପୁର ଭିଜିଲାନ୍ସ ବିଭାଗରେ ଏକ ମାମଲା (ନଂ.୧୦/୨୦୨୦) ରୁଜୁ କରାଯାଇଛି ା ଗୁରୁବାର ଅଭିଯୁକ୍ତ ଇନଚାର୍ଜ ହେଡକ୍ଳର୍କ ଭୋଇ ଓ ରାଜସ୍ବ ସହକାରୀ ପାତ୍ରଙ୍କୁ କୋର୍ଟଚାଲାଣ କରାଯାଇଥିବା ସୂଚନା ଦିଆଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୬ମାସର ଦରମା ଦେଲେ ସରପଞ୍ଚ

ଲାଠୋର, ୬ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର ସରପଞ୍ଚ ପ୍ରବୀଣ ଅଗ୍ରୱାଲ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୬ ମାସର ଦରମା ଚେକ ଆକାରରେ ଖପ୍ରାଖୋଲ...

ମ୍ୟୁନିସିପାଲିଟି ପକ୍ଷରୁ ଜବରଦଖଲ ଉଚ୍ଛେଦ

ବଲାଙ୍ଗୀର ଅଫିସ, ୨ା୨: ବଲାଙ୍ଗୀର ମ୍ୟୁନିସସିପାଲିଟି ପକ୍ଷରୁ ଚାଲିଥିତ୍ବା ଜବରଦଖଲ ଉଚ୍ଛେଦ ଅଭିଯାନକ୍ରମରେ ଶନିବାର ସହରର ପାଟଣା ହୋଟେଲ ଛକ ଠାରୁ ବାଳିକା ଉଚ୍ଚ ବିଦ୍ୟାଳୟ...

ସମସିଆ ଘେରରେ କମେଇମୁଣ୍ଡା ଉନ୍ନୀତ ହାଇସ୍କୁଲ

କଣ୍ଟାବାଞ୍ଜି, ୩ା୩ (ଡି.ଏନ୍‌.ଏ.)- ଶିକ୍ଷାର ପରସାର ଲାଗି ରାଏଜ୍‌ ସରକାର ଯେନ୍‌ ପଁଚେତ୍‌ରେ ହାଇସ୍କୁଲ ନଁାଇଁନ ସେ ପଁଚେତ୍‌ରେ ହାଇସ୍କୁଲ ଖୁଲବାକେ ଅନୁମତି ଦେଇଥିଲେ। ସେନ୍‌ତା...

ସାହାଯ୍‌ ଆଶ୍‌ରେ ପକ୍ଷାଘାତ ରୁଗୀ ନିତ୍ୟାନନ୍ଦ

ଲାଠୋର, ୧୧।୧୧(ଡି.ଏନ୍‌.ଏ.)-  ସରକାର ଅନେକ ଯୋଜନା କାଯ୍‌କାରୀ କରି ଗରିବ୍‌ ଦୁଖିକୁ ମାହାଲିଆ ଚିକିଛା ସୁବିଧା, ଉଷୋକଷା ଯୁଗେଇ ଦେଉଛନ୍‌। ହେଲେ ପରଚାର ପରସାର ଅଭାବୁ...

ଜଳୁଛି ଟିଟିଲାଗଡ଼, ୪୫ ଡିଗ୍ରୀ ଟପିଲା ତାପମାତ୍ରା

ଭୁବନେଶ୍ୱର,୮ା୬(ବ୍ୟୁରୋ): ରାଜ୍ୟରେ ଅଗ୍ନିବର୍ଷା ହେଉଛି। ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଏପରି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି।...

ବଲାଙ୍ଗୀରରେ ୧୪ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୮କୁ ବୃଦ୍ଧି, ୨ ସୁସ୍ଥ

ବଲାଙ୍ଗୀର ଅଫିସ, ୨୬ା୫: ବଲାଙ୍ଗୀର ଜିଲାରେ ମଙ୍ଗଳବାର ୧୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ବଲାଙ୍ଗୀର ମ୍ୟୁନିସିପାଲିଟି ଅଞ୍ଚଳର ୭ଜଣ ରହିଛନ୍ତି। ଏହି ସଂକ୍ରମିତ...

ପଶ୍ଚିମ ଓଡ଼ିଶା ବନ୍ଦ: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ବଲାଙ୍ଗୀର ଅଫିସ,୫।୨: ଆଇନଜୀବୀଙ୍କ ପକ୍ଷରୁ ବୁଧବାର ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ବଲାଙ୍ଗୀରରେ ମଧ୍ୟ ଦେଖିବାକୁ ମିଳିଛି। ବୁଧବାର ସକାଳୁ ଆନ୍ଦୋଳନକାରୀମାନେ...

ମେଡ଼ିକାଲ ଛାତ୍ର ମୃତ୍ୟର ତଦନ୍ତ ନେଇ ଡିନ୍‌ଙ୍କୁ ଭେଟିଲେ ବୁଦ୍ଧିଜୀବୀ

ବଲାଙ୍ଗୀର ଅଫିସ,୨୫।୪: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲର ପ୍ରଥମ ବର୍ଷ ଛାତ୍ର ନିଶାନ୍ତ କୁମାରଙ୍କ ମୃତ୍ୟୁ ର଼୍ୟାଗିଂଜନିତ ବୋଲି ଅଭିଯୋଗ ହେବା...

Advertisement
Archives

Model This Week