ଭିକ୍ଷା ମାଗି ପରିବାର ଚଳାଉଛନ୍ତି ଦିବ୍ୟାଙ୍ଗ

ବାଲେଶ୍ୱର ଅଫିସ, ୨୭।୨-ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କେତେକ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଜଙ୍ଘରାଇ ପଞ୍ଚାୟତ ୨ନଂ. ୱାର୍ଡ଼ର ଦିବ୍ୟାଙ୍ଗ ସଞ୍ଜୟ ବୋର (୨୭) ଏଥିରୁ ବାଦ୍‌ ପଡ଼ିଛନ୍ତି। ସେ ଦିନସାରା ଭିକ୍ଷା ମାଗି ମିଳୁଥିବା ୫୦ରୁ ୧୦୦ ଟଙ୍କାରେ ପରିବାର ଭରଣପୋଷଣ କରୁଥିବା ଜଣାପଡ଼ିଛି। ବାରମ୍ବାର ଭିନ୍ନକ୍ଷମ ଭତ୍ତା, ଇନ୍ଦିରା ଆବାସ, ବିଜୁ ପକ୍କା ଘର ପାଇଁ ୪ବର୍ଷ ଧରି ଆବେଦନ କରୁଥିଲେ ମଧ୍ୟ କର୍ତ୍ତୃପକ୍ଷ ତାଙ୍କର ଗୁହାରିକୁ ଗୁରୁତ୍ୱ ଦେଉ ନ ଥିବା ସେ ଅଭିଯୋଗ କରିଛନ୍ତି।
୫ ବର୍ଷ ପୂର୍ବରୁ ସଞ୍ଜୟ ବାଡ଼ିରେ ଥିବା ଆମ୍ବଗଛରୁ ଆମ୍ବ ବିଛାଉଥିବା ବେଳେ ଆମ୍ବ ନଶି ଆଖିରେ ପଡ଼ିଯିବାରୁ ଆଖି ଦୁଇଟି ନଷ୍ଟ ହୋଇଥିଲା। ଜିଲା ମୁଖ୍ୟ ଚିକିତ୍ସାଳୟ ତଥା କଟକ ବଡ଼ ଡାକ୍ତରଖାନାର ଚକ୍ଷୁ ବିଭାଗରେ ବହୁ ଚିକିତ୍ସା କରିବା ପରେ ମଧ୍ୟ କିଛି ସୁଫଳ ମିଳିଲାନି। ପରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଆବେଦନ କରି ବିଭାଗୀୟ ଅଧିକାରୀଙ୍କ ଠାରୁ ୭୫ ପ୍ରତିଶତ ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଥିଲେ। ସେବେଠାରୁ ସେ ଭତ୍ତା ପାଇଁ ଲିଖିତ ଆବେଦନ କରିଆସୁଥିଲେ ମଧ୍ୟ ତାଙ୍କୁ ଅଦ୍ୟାବଧି ମିଳିପାରିନାହଁି। ଏପରିକି ଜିଲାପାଳ ଓ ଏସ୍‌ପିଙ୍କ ମିଳିତ ଜନଶୁଣାଣି ଶିବିରରେ ଲିଖିତ ଦେବା ପରେ ମଧ୍ୟ ବିଭାଗୀୟ ଅଧିକାରୀ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିବା ଜଣାପଡ଼ିଛି। ସେହିପରି ସଞ୍ଜୟ ଇନ୍ଦିରା ଆବାସ, ବିଜୁ ପକ୍କାଘର, ମାଗଣା ବିଦ୍ୟୁତ୍‌ ସଂଯୋଗ ପାଇ ନ ଥିବାବେଳେ କେବଳ ଅନ୍ତ୍ୟୋଦୟ କାର୍ଡ଼ ମାଧ୍ୟମରେ ୩୫ କିଲୋଗ୍ରାମ୍‌ ଚାଉଳ ପାଉଥିଲେ। ଗତ ଜାନୁୟାରୀଠାରୁ ତାହା ବି ମିଳିବା ବନ୍ଦ ହୋଇଯାଇଛି। ପରିବାରରେ ଥିବା ବୃଦ୍ଧ ବାପା ଓ ସାନଭଉଣୀଙ୍କୁ ଚଳାଇବା ପାଇଁ କୌଣସି ଉପାୟ ନ ପାଇ ଭିକ୍ଷା ବୃତ୍ତିକୁ ଆପଣେଇ ନେଇଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଡ଼େଲିଂରେ ରିଷିତା, ଶାଶ୍ୱତ ପ୍ରଥମଭାଗ ନେଲେ ୫୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ

ବାଲେଶ୍ୱର ଅଫିସ, ୨୭।୫- ବାଲେଶ୍ୱର ଜିଲା ରେମୁଣାସ୍ଥିତ ନୋସି ଉତ୍କଳା ମଞ୍ଚରେ ଏକ ଭିନ୍ନ ଧରଣର ର଼୍ୟାମ୍ପ ଶୋ’ (ଗ୍ଲାମର ଲେନ୍‌) ଅନୁଷ୍ଠିତ ହୋଇଯାଇଛି। ଏହି...

ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ବ୍ୟବସାୟୀ ଗିରଫ

ସୋର, ୨୮ା୫(ଡି.ଏନ.ଏ.)-ସୋର ମ୍ୟୁନିସିପାଲିଟି ଅନ୍ତର୍ଗତ କମରପୁର ଗ୍ରାମର ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ସୋର ପୋଲିସ ରବିବାର ଜଣେ ବ୍ୟବସାୟୀ ଭଦ୍ରକରୁ ଗିରଫ କରିଛି। ଏହି ଗ୍ରାମର...

ସ୍କୁଲ ବସ୍‌ ପଛକୁ ଧକ୍କା ଦେଲା ଆଇରନ୍‌ ବୋଝେଇ ଟ୍ରକ : ଅଳ୍ପକେ ବର୍ତ୍ତିଲେ ୧୮ ଛାତ୍ରୀଛାତ୍ର

ଆନନ୍ଦପୁର,୭।୭(ସ୍ବ.ପ୍ର.)-ଶନିବାର ଏକ ବଡ଼ ଦୁର୍ଘଟଣାରୁ ୧୮ ଜଣ ଛାତ୍ରୀଛାତ୍ର ଅଳ୍ପକେ ବର୍ତ୍ତି ଯାଇଛନ୍ତି। କେନ୍ଦୁଝର ଜିଲା ଘସିପୁରା ଥାନା ଗୋହିରାଠାରେ ଥିବା ଏକ ଘରୋଇ ଇଂଲିଶ...

ଏଫଏମ୍‌ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ: ‘ଚାକିରି ପଛରେ ନ ଗୋଡ଼ାଇ ନିଯୁକ୍ତି ସୁଯୋଗ ସୃଷ୍ଟି କର’

ବାଲେଶ୍ୱର ଅଫିସ, ୧୨।୭-ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ(ଏଫଏମ୍‌ ୟୁନିଭରସିଟି)ର ଏକବିଂଶତମ ପ୍ରତିଷ୍ଠା ଦିବସ ଗୁରୁବାର ପାଳିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ କୁଳପତି ଡ. ମଧୁମିତା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ...

ବଡ଼ପାଳ ପଞ୍ଚାୟତରେ ରାଜନୈତିକ ହିଂସା

ବାଲେଶ୍ୱର ଅଫିସ,୧୮ା୨: ବାଲେଶ୍ୱର ରେମୁଣା ବ୍ଲକ ବଡ଼ପାଳ ପଞ୍ଚାୟତରେ ରାଜନୈତିକ ହିଂସାକାଣ୍ଡ ଘଟିଛି । ଭାଜପା ଓ ବିଜେଡି ସମର୍ଥକଙ୍କ ମଧ୍ୟରେ ମୁହାମୁହିଁ। ସ୍ଥାନୀୟ ଆଦିବାସୀ...

ଲକ୍‌ଡାଉନକୁ ନେଇ ବସ୍ତା ପ୍ରଶାସନର ବୈଠକ: ଉଲ୍ଲଂଘନ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ବସ୍ତା,୨୬।୩(ଡି.ଏନ୍‌.ଏ): କରୋନା ମୁକାବିଲା ଲାଗି ଲକ୍‌ଡାଉନ୍‌ ଘୋଷଣା ପରେ ଏହାକୁ କଡ଼ାକଡି ଭାବେ କାର୍ଯ୍ୟକାରୀ କରାଯାଉଛି। ଏ ନେଇ ବୁଧବାର ଅପରାହ୍ନରେ ବାଲେଶ୍ୱର ଜିଲା ବସ୍ତା...

‘ଗଣତାନ୍ତ୍ରିକ ପ୍ରକ୍ରିୟାରେ ବୁଦ୍ଧିଜୀବୀଙ୍କ ନୀରବତା ବିଡମ୍ବନା’: ସୃଜନିକାର ନବବର୍ଷର ରାଜ୍ୟସ୍ତରୀୟ ସାରସ୍ବତ ସମାରୋହ

ବାଲିଆପାଳ,୩ା୧(ଡି.ଏନ.ଏ.)-ଗଣତାନ୍ତ୍ରିକ ପ୍ରକ୍ରିୟାରେ ବୁଦ୍ଧିଜିବୀଙ୍କ ନୀରବତା ବିଡମ୍ବନା। ଏବେ କେନ୍ଦ୍ର ସରକାରଙ୍କ ଦେଶରେ ସଂଶୋଧିତ ନାଗରିକ ଆଇନ (ସିଏଏ)ଓ ଜାତୀୟ ନାଗରିକ ପଞ୍ଜିକା(ଏନଆରସି)କୁ ନେଇ ଆନ୍ଦୋଳନ, ଜଳାପୋଡା,...

ରାସ୍ତାରେ ପାଠ ପଢିଲେ ଛାତ୍ରୀଛାତ୍ର

ଖଇରା/ଔପଦା, ୧୬।୭ (ଡି.ଏନ.ଏ.) ବାଲେଶ୍ବର ଜିଲା ଔପଦା ବ୍ଲକ ବଡ଼ପୋଖରୀ ପଞ୍ଚାୟତ ଅଧୀନ ଦନ୍ତୋର ନୋଡାଲ ହାଇସ୍କୁଲରେ ଖାଲିଥିବା ଶିକ୍ଷକ ପଦବୀ ପୂରଣ କରା ନ...

Advertisement
Archives

Model This Week