ଭାଲୁ ସହ ବୃଦ୍ଧଙ୍କ ଲଢେଇ

ମୈଇଦଲପୁର,୧୧ା୧୨(ଡି.ଏନ.ଏ.)-ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣ କରିଥିଲା। ଜୀବନ ବଞ୍ଚାଇବା ପାଇଁ ଭାଲୁ ସହ ଲଢେଇ କରି ଗୁରୁତର ହୋଇଛନ୍ତି ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ କେନ୍ଦୁଗୁଡାର ଗାଁର ସଗ ପୂଜାରୀ (୬୦)। ଗୁରୁତର ଅବସ୍ଥାରେ ସଗଙ୍କୁ ମୈଇଦଲପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। କେନ୍ଦୁଗୁଡା ଗାଁର ସଗ ପୂଜାରୀ(୬୦) ସକାଳୁ ବାର୍ଲି ଗାଁ ନିକଟ ଜଙ୍ଗଲକୁ ଜାଳେଣୀ କାଠ ପାଇଁ ଯାଇଥିଲେ । ହଠାତ ଏକ ଭାଲୁ ଆସି ଆକ୍ରମଣ କରିଥିଲା । ଜୀବନ ରକ୍ଷା ପାଇଁ ଭାଲୁ ସହ ସଗ ଲଢେଇ କରିଥିଲେ । ସଗ ଧରିଥିବା ଟାଙ୍ଗିଆରେ ଭାଲୁକୁ ଆକ୍ରମଣ କରିଥିଲେ । ଭାଲୁ ଘଟଣାସ୍ଥଳରୁ ଚାଲି ଯାଇଥିଲା । ରକ୍ତାକ୍ତ ଅବସ୍ଥାରେ ସଗ ଏକ ଗଛ ଉପରେ ଚଢିଯାଇଥିଲେ । ସଗ ଜଙ୍ଗଲରୁ ଆସିବା ବିଳମ୍ବ ହେବା ନେଇ ପରିବାର ଲୋକ ଖୋଜିବାକୁ ଯାଇଥିଲେ । ସଗଙ୍କୁ ଗଛ ତଳକୁ ଓହ୍ଲାଇ ପରିବାର ଲୋକ ଡାକ୍ତରଖାନା ଆଣିଥିଲେ । ସଗଙ୍କ ବାମକାନ୍ଧ, ଛାତିକୁ ଭାଲୁ କାମୁଡି ଥିବା ଜଣାପଡିଛି । ଏନେଇ ସଗଙ୍କ ପୁତୁରା ପର୍ଶୁରାମ ମାଝୀ ମୈଇଦଲପୁର ପୋଲିସ ଫାଣ୍ଡିରେ ଲିଖିତ ଭାବେ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା, ଓଡ଼ିଆରେ ଲେଖିଲେ ଜୟ ଜଗନ୍ନାଥ

ନୂଆଦିଲ୍ଲୀ, ୧୬।୭: ଆଜି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ରଥ, ପଥ, ଭକ୍ତ ଏବଂ ସେବାୟତ ସମସ୍ତେ ପ୍ରସ୍ତୁତ ରହିଥିବା ବେଳେ କେବଳ ମହାପ୍ରଭୁଙ୍କୁ ଅପେକ୍ଷା। ମହାବାହୁ…

ତେଲ ବଜାରରେ ହଲଚଲ: ପେଟ୍ରୋଲରେ ଆଶ୍ୱସ୍ତି, ଡିଜେଲ ଦେଲା ଝଟ୍‌କା, ଲାଗୁ ହେଲା ନୂଆ ଦର

ନୂଆଦିଲ୍ଲୀ,୧୬।୭: ମିଡିଲ ଇଷ୍ଟ (ମଧ୍ୟ ପ୍ରାଚ୍ୟ)ରେ ଆମେରିକା ଏବଂ ଇରାନ ମଧ୍ୟରେ ଜାରି ରହିଥିବା ସାମରିକ ତିକ୍ତତା ମଧ୍ୟରେ ଆନ୍ତର୍ଜାତୀୟ ତେଲ ବଜାରରେ ବଡ଼ ଧରଣର ଅସ୍ଥିରତା…

ଏମ୍‌ପିଙ୍କ ଦାରିଙ୍ଗବାଡି ଗସ୍ତ: ବିଭିନ୍ନ ସମସ୍ୟା ଜଣାଇଲେ ଲୋକେ, ପ୍ରତିଶ୍ରୁତି ଦେଇ ଏମ୍‌ପି କହିଲେ…

ଦାରିଙ୍ଗବାଡି, ୧୬।୭ (ଅରୁଣ ସାହୁ):କନ୍ଧମାଳ ଏମପି ସୁକାନ୍ତ କୁମାର ପାଣିଗ୍ରାହୀ ୨ ଦିନିଆ ଦାରିଙ୍ଗବାଡି ଗସ୍ତରେ ଆସିଛନ୍ତି। ସେ ବୁଧବାର ପୂର୍ବାହ୍ନରେ ଦାରିଙ୍ଗବାଡି ପହଞ୍ଚିଥିଲେ। ତାଙ୍କୁ ବ୍ଲକ…

‘କିଡନୀ ଦିଅ ନଚେତ୍‌ ମୃତ୍ୟୁ ଦିଅ’ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଗୁହାରୀ କଲେ ୫ ମହିଳା, ଜାଣନ୍ତୁ କାହିଁକି…

କୋଟା,୧୬।୭: ରାଜସ୍ଥାନର କୋଟାରୁ ଏକ ଅତ୍ୟନ୍ତ ଆବେଗପୂର୍ଣ୍ଣ ଏବଂ ଗମ୍ଭୀର ମାମଲା ସାମ୍ନାକୁ ଆସିଛି । କିଡନୀର ଗମ୍ଭୀର ରୋଗରେ ପୀଡ଼ିତ ହୋଇ ଡାକ୍ତରଖାନାରେ ଜୀବନ ସହ…

ଇଣ୍ଟରଭ୍ୟୁ ଦେବାକୁ ଆସି ଟଳିପଡିଲେ ଯୁବକ, ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର

ରେଙ୍ଗାଲି, ୧୬।୭ (ଦେବବ୍ରତ ପଣ୍ଡା): ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଆସିଥିବା ଜଣେ ଯୁବକଙ୍କର କମ୍ପାନୀ ପରିସରରେ ହିଁ ଅକାଳ ବିୟୋଗ ଘଟିଛି। ମୃତ ଯୁବକ ଜଣକ…

୧୬ ଜୁଲାଇରୁ ୫ ରାଶିଙ୍କ ଖୋଲିବ ଭାଗ୍ୟ; ଚାକିରିରେ ବଡ଼ ପ୍ରମୋସନ୍ ହେବା ସହ ସାଲାରି ହେବ ଡବଲ୍!

୧୬ ଜୁଲାଇ, ୨୦୨୬ ହେଉଛି ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥି ଏବଂ ଗୁରୁବାର। ଏହି ତିଥି ଅତ୍ୟନ୍ତ ବିଶେଷ, କାରଣ ଏହି ଦିନ ଭଗବାନ…

୩୬ ଘଣ୍ଟିଆ ଉପବାସ ଭଙ୍ଗକଲେ ଜିଲା କଂଗ୍ରେସ ସଭାପତି: ଏହି ଦାବି ନେଇ…

ଦେବଗଡ଼,୧୬ା୭ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ସହର ମଧ୍ୟସ୍ଥଳରେ ଥିବା ଡାକ୍ତରଖାନା(ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ)କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ପ୍ରଦାନ ସମେତ ୧୦ ଦଫା ଦାବିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri