ଭାଲୁ ସହ ବୃଦ୍ଧଙ୍କ ଲଢେଇ

ମୈଇଦଲପୁର,୧୧ା୧୨(ଡି.ଏନ.ଏ.)-ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣ କରିଥିଲା। ଜୀବନ ବଞ୍ଚାଇବା ପାଇଁ ଭାଲୁ ସହ ଲଢେଇ କରି ଗୁରୁତର ହୋଇଛନ୍ତି ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ କେନ୍ଦୁଗୁଡାର ଗାଁର ସଗ ପୂଜାରୀ (୬୦)। ଗୁରୁତର ଅବସ୍ଥାରେ ସଗଙ୍କୁ ମୈଇଦଲପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। କେନ୍ଦୁଗୁଡା ଗାଁର ସଗ ପୂଜାରୀ(୬୦) ସକାଳୁ ବାର୍ଲି ଗାଁ ନିକଟ ଜଙ୍ଗଲକୁ ଜାଳେଣୀ କାଠ ପାଇଁ ଯାଇଥିଲେ । ହଠାତ ଏକ ଭାଲୁ ଆସି ଆକ୍ରମଣ କରିଥିଲା । ଜୀବନ ରକ୍ଷା ପାଇଁ ଭାଲୁ ସହ ସଗ ଲଢେଇ କରିଥିଲେ । ସଗ ଧରିଥିବା ଟାଙ୍ଗିଆରେ ଭାଲୁକୁ ଆକ୍ରମଣ କରିଥିଲେ । ଭାଲୁ ଘଟଣାସ୍ଥଳରୁ ଚାଲି ଯାଇଥିଲା । ରକ୍ତାକ୍ତ ଅବସ୍ଥାରେ ସଗ ଏକ ଗଛ ଉପରେ ଚଢିଯାଇଥିଲେ । ସଗ ଜଙ୍ଗଲରୁ ଆସିବା ବିଳମ୍ବ ହେବା ନେଇ ପରିବାର ଲୋକ ଖୋଜିବାକୁ ଯାଇଥିଲେ । ସଗଙ୍କୁ ଗଛ ତଳକୁ ଓହ୍ଲାଇ ପରିବାର ଲୋକ ଡାକ୍ତରଖାନା ଆଣିଥିଲେ । ସଗଙ୍କ ବାମକାନ୍ଧ, ଛାତିକୁ ଭାଲୁ କାମୁଡି ଥିବା ଜଣାପଡିଛି । ଏନେଇ ସଗଙ୍କ ପୁତୁରା ପର୍ଶୁରାମ ମାଝୀ ମୈଇଦଲପୁର ପୋଲିସ ଫାଣ୍ଡିରେ ଲିଖିତ ଭାବେ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାୟଗଡ଼ାରେ ଡିପ୍‌ଥେରିଆ ଆତଙ୍କ

ଭୁବନେଶ୍ୱର/ ରାୟଗଡ଼ା,୧୭ା୬(ଅସମାପିକା ସାହୁ/ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ମନୁଷପଦର  ଗାଁରେ ଅଜଣା ରୋଗରେ ୫ ଶିଶୁଙ୍କ ମୃତ୍ୟୁ ପରେ କାରଣ...

ଥମୁନି କାଶୀପୁର ଶିଶୁ ମୃତ୍ୟୁ, ଆଉ ଜଣେ ପୀଡ଼ିତା ଆଖି ବୁଜିଲେ

ଟିକିରି,୧୨ା୬(ପ୍ରଫୁଲ୍ଲ କୁମାର ବେହେରା): କିଛି ଦିନ ବ୍ୟବଧାନରେ ଅଜଣା ରୋଗରେ ୩ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଗୁରୁତର ରହିଛନ୍ତି। ମଙ୍ଗଳବାର ରାତିରେ ଆଉ...

ଦୁଇ ବାଇକ୍‌କୁ ପଛପଟୁ ପିଟିଲା ଟ୍ୟାଙ୍କର: ୨ ମୃତ, ଜଣେ ଗୁରୁତର

ରାୟଗଡ଼ା/ବିଷମକଟକ,୧୨ା୬(ଆଶିଷ ରଞ୍ଜନ ପଣ୍ଡା/ପ୍ରସନ୍ନ କୁମାର ପଣ୍ଡା): ଦୁଇଟି ବାଇକ୍‌କୁ ପଛପଟୁ ଟ୍ୟାଙ୍କର ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ଅନ୍ୟ...

ଚା’ ଖଟିରେ ଚାଲିଛି ଭାଜପା ମନ୍ତ୍ରୀମଣ୍ଡଳ ଆଲୋଚନା: କାହାକୁ ମିଳିବ ମନ୍ତ୍ରୀ ପଦ

ରାୟଗଡ଼ା,୧୨।୬(ଆଶିଷ ରଞ୍ଜନ ପଣ୍ଡା)- ଚା’ ଖଟିରେ ଚାଲିଛି ରାଜନୈତିକ ଚର୍ଚ୍ଚା। ଭାଜପା ସଂଖ୍ୟା ଗରିଷ୍ଠତା ହାସଲ ପରେ ପ୍ରଥମେ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଚର୍ଚ୍ଚା...

ବିବାହ କରିବାକୁ ମନା କରିବାରୁ ପ୍ରେମିକାଙ୍କୁ ହତ୍ୟା କଲେ ପ୍ରେମିକ

ବିଷମକଟକ, ୧୧।୬(ପ୍ରସନ୍ନ କୁମାର ପଣ୍ଡା): ପ୍ରେମ ସମ୍ପର୍କକୁ ନେଇ ଯୁବତୀଙ୍କୁ ଘରୁଡାକି ନେଇ ହତ୍ୟା। ହତ୍ୟାକରି ଗୁଣୁପୁର ଥାନାରେ ଆତ୍ମ ସମର୍ପଣ କଲେ ଅଭିଯୁକ୍ତ। କାଲି...

ଝାଡ଼ାବାନ୍ତିରେ ଜଣେ ମୃତ,୩ ଡାକ୍ତରଖାନାରେ ଭର୍ତ୍ତି

ବିଷମକଟକ,୧୦ା୬(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଡାଲିଆକୁଜି ପଞ୍ଚାୟତର ଗଇଲକଣା ଗ୍ରାମରେ ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ...

୨୦୧୯ରେ ସ୍ବାଧୀନ, ଏଥର କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟରଙ୍କ ସମର୍ଥନ

ରାୟଗଡ଼ା,୯।୬(ଆଶିଷ ରଞ୍ଜନ ପଣ୍ଡା)ଚଳିତ ସାଧାରଣ ନିର୍ବାଚନରେ ଭାଜପାକୁ ବିପୁଳ ଜନସମର୍ଥନ ମିଳିଥିବାରୁ ପ୍ରଥମ ଥର ପାଇଁ ଓଡ଼ିଶାରେ ଭାଜପା ସରକାର ଗଠନ କରିବାକୁ ଯାଉଛି। ତେବେ...

ପ୍ରାର୍ଥୀ ଚୟନରେ ବଦଳିଗଲା ବିଜେଡି ଅଙ୍କ

ରାୟଗଡ଼ା, ୯।୬(ଆଶିଷ ରଞ୍ଜନ ପଣ୍ଡା)ଚଳିତ ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ୨୫ ବର୍ଷ ଧରି ଶାସନ କରୁଥିବା ବିଜେଡିକୁ ପ୍ରତ୍ୟାଖ୍ୟାନ କରି ଓଡ଼ିଶାବାସୀ ଭାଜପାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri