ଭାଲୁ ପ୍ରେମରେ ‘ଭେରା’

ମସ୍କୋ: ମଣିଷ-ପ୍ରାଣୀ ମଧ୍ୟରେ ସମ୍ପର୍କ କାହିଁ କେଉଁ କାଳରୁ ରହିଆସିଛି। ହେଲେ ଯେବେ ଜଙ୍ଗଲୀ ଜନ୍ତୁ କଥା ଉଠେ, ତେବେ ଜଣେ ତା’ ସହ ଭାବ ବଢ଼ାଇବା ଆଗରୁ ନିଶ୍ଚିତ ଶହେ ଥର ଚିନ୍ତା କରିବ। ଏ କ୍ଷେତ୍ରରେ ଭେରା ବ୍ଲିଶ୍‌ଙ୍କ କାହାଣୀ ଟିକେ ଅଲଗା। ଯେଉଁ ଭାଲୁ ଆକ୍ରମଣ କରି ତାଙ୍କ ଗୋଡ଼ ଖାଇଗଲା ଆଉ ଯାହା ଲାଗି ସେ ସବୁଦିନ ପାଇଁ ପଙ୍ଗୁ ହୋଇଗଲେ, ସେହି ହିଂସ୍ର ଭାଲୁ ପ୍ରେମରେ ସେ ପାଗଳ। ରୁଷିଆର ଉସ୍‌ରିସ୍କ ସହରରେ ଥିବା ଏକ ଜୁ’ରେ ମଣିଷ-ଭାଲୁ ମଧ୍ୟରେ ଗଢ଼ିଉଠିଥିବା ନିଆରା ସମ୍ପର୍କ ଏବେ ଚର୍ଚ୍ଚାରେ।
ଭେରା-ମାନ୍ୟୁନ୍ୟା (ମାଈ ଭାଲୁ)ଙ୍କ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷର କାହାଣୀ ଜାଣିବାକୁ ହେଲେ ଆମକୁ ଫେରିବାକୁ ପଡ଼ିବ ଅତୀତକୁ। ଦୀର୍ଘ ୨୫ବର୍ଷ ହେଲା ଜଣେ ଜୁ’ କିପର ଭାବେ କାମ କରୁଛନ୍ତି ଭେରା। ଗତ ସେପ୍ଟେମ୍ବର ୨୫ରେ ସେ ଜଣେ ଯୁବକଙ୍କୁ ଭାଲୁଙ୍କ ଯତ୍ନ କିପରି ନେବାକୁ ହୁଏ ତାହା ବୁଝାଉଥିଲେ। ଏହି ସମୟରେ ତାଙ୍କ ଗୋଡ଼ ଖସିଗଲା। ସେ ‘ମାନ୍ୟୁନ୍ୟା’ ରହୁଥିବା ଜନ୍ତା ନିକଟକୁ ଚାଲିଆସିଲେ। କିଛି ବୁଝିବା ଆଗରୁ ଭାଲୁ ତାଙ୍କ ଉପରେ ଆକ୍ରମଣ କରିଦେଲା। ଏଥିରେ ଗୁରୁତର ଭାବେ ଆଘାତପ୍ରାପ୍ତ ହେଲା ତାଙ୍କ ଗୋଡ଼ । ଏକାଧିକ ସ୍ଥାନରେ ହାଡ଼ ଭାଙ୍ଗିଗଲା। ପରିସ୍ଥିତି ଏମିତି ହେଲା ଯେ, ଡାକ୍ତରମାନେ ତାଙ୍କ ଗୋଡ଼ କାଟିଦେବାକୁ ବାଧ୍ୟ ହେଲେ। ସର୍ଜରି ଶେଷ ହେଲା। ଭେରାଙ୍କ ଚେତା ଆସିବା ପରେ ତାଙ୍କ ମୁହଁର ପ୍ରଥମ ଶବ୍ଦ ଥିଲା ‘ମାନ୍ୟୁନ୍ୟା’। ସାଧାରଣତଃ ଚିଡ଼ିଆଖାନାରେ ଥିବା ଯେକୌଣସି ଜଙ୍ଗଲୀ ଜନ୍ତୁ ରକ୍ତମୁଖା ହୋଇଉଠିଲେ, ତାହା କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତା ବଢ଼ାଇଥାଏ। କର୍ମଚାରୀଙ୍କୁ ଆକ୍ରମଣ ଆଶଙ୍କା ଥିବାରୁ ତାକୁ ତୁରନ୍ତ ଜଙ୍ଗଲରେ ଛାଡ଼ି ଦିଆଯାଇଥାଏ। ହେଲେ ଭେରା କିନ୍ତୁ ଏପରି ଦୁର୍ଘଟଣା ପାଇଁ ‘ମାନ୍ୟୁନ୍ୟା’କୁ ଦାୟୀ କରିନାହାନ୍ତି। ନିଜର ଅସାବଧାନତାରୁ ଏପରି ଘଟିଥିବା ସେ କହିଛନ୍ତି। ଏଥିସହ ଜୁ’ରେ ‘ମାନ୍ୟୁନ୍ୟା’ର ତଦାରଖ ପୂର୍ବ ପରି ଜାରି ରଖିଛନ୍ତି। କୌଣସି ଜଙ୍ଗଲୀ ଜନ୍ତୁ ମଣିଷକୁ ପ୍ରଥମେ ଆକ୍ରମଣ କରେନାହିଁ। ନିଜ ଉପରକୁ ବିପଦ ଆଶଙ୍କା ନ ଥିଲେ କିମ୍ବା ତାକୁ ବିରକ୍ତ ନ କଲା ଯାଏ ସେମାନେ ଶାନ୍ତ ଥାଆନ୍ତି ବୋଲି ଭେରା ନିଜ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ସିଂହ ରାଶିର ପ୍ରବେଶରେ ଘଟିବ ବୁଦ୍ଧାଦିତ୍ୟ ରାଜଯୋଗ! ଏହି ରାଶିଙ୍କୁ ଧନଲାଭରୁ କ୍ୟାରିୟର ଯାଏ ଫିଟିଯିବ ଭାଗ୍ୟ…

ଗ୍ରହମାନଙ୍କର ରାଜକୁମାର ବୁଧ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି| ୨୨ ଅଗଷ୍ଟ ୨୦୨୬ ସନ୍ଧ୍ୟା ୭ଟା ୨୪ ମିନିଟ୍‌ରେ ବୁଧ କର୍କଟ ରାଶିରୁ ବାହାରି ସିଂହ ରାଶିରେ…

ଦେବୀ ମିଶ୍ରଙ୍କ ଗାଡ଼ିକୁ ପିଟିଲା ଟ୍ରକ, ତା’ପରେ..

ଭୁବନେଶ୍ୱର,୨୦।୮: କଟକ ଜିଲା ନରସିଂହପୁର ମୁଖ୍ୟ ରାସ୍ତା କମଳାଦେଇପୁର ଛକ ନିକଟରେ ଗୁରୁବାର ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ…

ସୋରେନ ସରକାରଙ୍କ ନିଷ୍ପତ୍ତିକୁ ହାଇକୋର୍ଟଙ୍କ ଝଟକା, JSSC-CGL ସମେତ ୨୨ଟି ରଦ୍ଦ ପରୀକ୍ଷା ଉପରେ…

ରାଞ୍ଚି, ୨୦।୮: ଝାଡ଼ଖଣ୍ଡର ହେମନ୍ତ ସୋରେନ ସରକାରଙ୍କୁ ବଡ଼ ଝଟକା ଲାଗିଛି । JSSC-CGL ସମେତ ୨୨ଟି ନିଯୁକ୍ତି ପରୀକ୍ଷା ରଦ୍ଦ କରିବା ନେଇ ସରକାର ନେଇଥିବା…

ବନ୍ଧ୍ୟାକରଣ ସତ୍ତ୍ୱେ କେମିତି ହେଲି ୬ଟି ଛୁଆର ବାପା? କୁକୁର ବେଶରେ ଆସି ଜନଶୁଣାଣିରେ ଏମିତି ପଚାରିଲେ…

ଭୋପାଳ,୨୦।୮: ମଧ୍ୟପ୍ରଦେଶର ଖଣ୍ଡୱାରେ ଜନଶୁଣାଣି ସମୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି କୁକୁରର ମୁଖା ଓ ପୋଷାକ ପିନ୍ଧି ‘କୁକୁର’ ହୋଇ କଲେକ୍ଟର…

କାର୍ଯ୍ୟକାରୀ ହେଲା ନିର୍ଦ୍ଦେଶ: ଆର୍ଯ୍ୟପଲ୍ଲୀ ତଟବର୍ତ୍ତୀ ଅଞ୍ଚଳରେ ଚାଲିଛି ପଥର ପ୍ୟାକିଂ କାର୍ଯ୍ୟ

ଛତ୍ରପୁର,୨୦ା୮(ଦିଲ୍ଲୀପ ସାମଲ): ଦିନକୁ ଦିନ ବଙ୍ଗୋପସାଗର ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ କୂଳ ଲଙ୍ଘି ଚାଲିଛି। ଏନେଇ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ସମସ୍ତ ଗାଁ ବିପଦରେ ଥିବାବେଳେ ଲୋକେ…

ପୂର୍ବତନ ବିଧାୟକଙ୍କୁ କାମୁଡ଼ିଲା ସାପ, ବନ୍ୟା ସ୍ଥିତି ସମୀକ୍ଷା ପାଇଁ ଯାଇ…

ରାଜନଗର,୨୦।୮: ରାଜନଗରର ପୂର୍ବତନ ବିଧାୟକଙ୍କୁ କାମୁଡ଼ିଦେଲା ସାପ । ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା ପାଇଁ ଯାଇଥିବା ବେଳେ ଅଂଶୁମାନ ମହାନ୍ତିଙ୍କୁ ସାପ କାମୁଡ଼ି ଦେଇଥିବା ଜଣାପଡିଛି ।…

ସୁପ୍ରିମକୋର୍ଟରୁ ଆସିଲା ସାଂଘାତିକ ତଥ୍ୟ: ମୁଖ୍ୟମନ୍ତ୍ରୀ ବିଜୟ ଥଲାପତିଙ୍କ ନାଁରେ ଏତେ ଆପରାଧିକ ମାମଲା, ଶୀର୍ଷରେ…

ନୂଆଦିଲ୍ଲୀ, ୨୦।୮: ନେତାମାନଙ୍କ ବିରୋଧରେ ରହିଥିବା ଆପରାଧିକ ମାମଲାର ଶୀଘ୍ର ଶୁଣାଣି ଦାବିକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ସମୟରେ ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ…

ବନ୍ୟାସ୍ରୋତରେ ଭାସିଗଲେ ଯୁବକ, ବହୁ ସମୟ ଧରି ଖୋଜାଖୋଜି ପରେ ବି…

ପଟ୍ଟାମୁଣ୍ଡାଇ,୨୦ା୮(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ପେଣ୍ଠପାଳ ପଞ୍ଚାୟତ ନାହିଆ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ବନ୍ୟାପାଣିର ପ୍ରବଳ ସ୍ରୋତରେ ଭାସିଯାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri