ଭାରସାମ୍ୟ ହରାଇ ମହିଳା ଶ୍ରମିକଙ୍କ ଉପରେ ମାଡ଼ିଗଲା କାର୍‌, ୫ ମୃତ

ସୁନ୍ଦରଗଡ଼,୨୨।୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରମାବାହାଲ ବସଷ୍ଟାଣ୍ଡ ନିକଟ ବିଜୁ ଏକ୍ସପ୍ରେସ୍‌ ଓ୍ବେରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାଜଗାଙ୍ଗପୁରରୁ ରାଉରକେଲା ପଟକୁ ଯାଉଥିବା ଏକ କାର କୌଣସି କାରଣରୁ ଭାରସାମ୍ୟ ହରାଇ ଡିଭାଇଡର ଟପି ରାସ୍ତାର ଅପରପାର୍ଶ୍ୱରେ ଥିବା ଏକ ସ୍କର୍ପିଓକୁ ଧକ୍କା ଦେଇଥିଲା। ଏହି ସମୟରେ କାର୍‌ଟି ଡିଭାଇଡରରେ କାମ କରୁଥିବା ୬ ମହିଳା ଶ୍ରମିକଙ୍କ ଉପରେ ମଧ୍ୟ ଚଢ଼ି ଯାଇଥିଲା। ଫଳରେ ୫ଜଣ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଦୁଇଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ରାଉରକେଲା ଡାକ୍ତରଖାନାରେ ଆଉ ୩ଜଣଙ୍କ ମୃତ୍ୟୁ ଘଟିଛି। ସେହିଭଳି ଦୁର୍ଘଟଣାଗ୍ରସ୍ତ ଗାଡ଼ିଦ୍ୱୟରେ ଥିବା ଲୋକମାନେ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କ ଚିକିତ୍ସା ଜାରି ରହିଛି। ରାଜଗାଙ୍ଗପୁର ପୋଲିସ ଦୁର୍ଘଟଣା ଘଟାଇଥିବା ଗାଡ଼ି ଓ ମୃତଦେହକୁ ଜବତ କରି ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଣଶିକ୍ଷା ମନ୍ତ୍ରୀଙ୍କ କୋକସରା ହାଇସ୍କୁଲ ପରିଦର୍ଶନ: ଶିକ୍ଷାଦାନରେ ଅବହେଳା ନେଇ ଅସନ୍ତୋଷ

କୋକସରା,୧୩।୧: ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବହୁ ପ୍ରତୀକ୍ଷିତ ଇନ୍ଦ୍ରାବତୀ ମେଗାଲିଫ୍ଟ ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ବୁଧବାର କୋକସରା...

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨ ଛୁଇଁଲା

ଭୁବନେଶ୍ୱର,୨୨।୪: (ବ୍ୟୁରୋ)- ରାଜ୍ୟରେ ପୁଣି ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୮୨ରେ ପହଁଚିଛି। ଏ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ...

ଭତା, ଆବାସ ଯୋଜନାରୁ ବଁଚିତ୍‌ ଦମ୍ପତି: ବୁରୁଧ୍‌ କାଲେ କୁଲବୁରତି ସାହାଭରସା

ପର୍ଲା, ୧୯।୩ (ଡି.ଏନ୍‌.ଏ.)- କେନ୍‌ କାଲୁ ଆମର ଦେଶ୍‌ରେ ଲୁକ୍‌କର କାମ୍‌ଧାମ, ବୁରତିକେ ନେଇ ସମାଜ, ଜାତିପାତି ସୁରୁଷ୍‌ଟି ହେଇଛେ। ପୁରଖାପାତିନୁ ନିଜର କୁଲବୁରତିକେ ଆପ୍‌ନେଇ...

ବରଷାରେ ଘର ଭାଂଗ୍‌ଲା: ମୁଡେ ଲାଗର ବୋଝ୍‌, କୁଟୁମ୍‌ ଚିନ୍‌ତା

ଲାଠୋର, ୯ା୯ (ଡି.ଏନ୍‌.ଏ.):  ଗଲା ଦିନାକେତେ ହେଲା ଲଘୁଚାପ ପରଭାବରେ ପଶ୍ଚିମ ଓଡ଼ିଶାର ଅନେକ ଜିଲାରେ ବରଷା ଲାଗି ରହିଛେ। ବରଷା ପାଏନ୍‌ରେ ଗଲା ଶନିବାର...

ବିଦ୍ୟାଳୟରୁ ୨୦ରୁ ଊର୍ଦ୍ଧ୍ୱ ମୂଲ୍ୟବାନ ଗଛ ଉଭାନ

ସଜନାଗଡ଼, ୩।୧(ଡି.ଏନ.ଏ.)-ବିନା ଅନୁମତିରେ ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଜଡ଼ିଦା ପଞ୍ଚାୟତ ରାଧାମାଧବ ଜୀଉ ହାଇସ୍କୁଲ ପରିସରରେ ଥିବା ୨୦ରୁ ଊର୍ଦ୍ଧ୍ୱ ମୂଲ୍ୟବାନ ଗଛ କାଟି...

୫.୭୦ଲକ୍ଷ ଲୁଟ୍‌ ଘଟଣା, ୫ଗିରଫ

ପାଟଣାଗଡ, ୨୫ା୧୨ (ଡି.ଏନ.ଏ.): ବଲାଙ୍ଗୀର ଜିଲା ବେଲପଡା ଥାନା ଅନ୍ତର୍ଗତ ନୁନହାଡ ଗ୍ରାମ ନିକଟରେ ଗତ ୧୫ ତାରିଖ ସନ୍ଧ୍ୟାରେ ଜଣେ ବ୍ୟବସାୟୀଙ୍କଠାରୁ ୫ ଲକ୍ଷ...

ରଟିଣା ସରକାରୀ ଜମିରୁ ମୋରମ ଲୁଟ୍‌:ମାସେ ଧରି ଚାଲିଛି, ଟେର୍‌ ପାଉନାହାନ୍ତି ଅଧିକାରୀ

ଖଇରା, ୨।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲ ବର୍ତ୍ତନା ରାଜସ୍ବ କ୍ଷେତ୍ର ଅଧୀନ ବାଲିଗଡ଼ ଦଖଲରେ ଥିବା ସରକାରୀ ଜମିରୁ ଲକ୍ଷ ଲକ୍ଷ ଟଙ୍କାର ମୋରମ ଲୁଟ୍‌...

ଶ୍ରୀମନ୍ଦିରରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ : ଗୋଇନ୍ଦା ରିପୋର୍ଟ ପରେ ସୁରକ୍ଷା କଡ଼ାକଡ଼ି

ପୁରୀ ଅଫିସ, ୧।୮ : ଶ୍ରୀମନ୍ଦିର ଅସୁରକ୍ଷିତ। ଆତଙ୍କବାଦୀମାନେ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିପାରନ୍ତି। ରାଜ୍ୟ ଗୋଇନ୍ଦା ବିଭାଗ ପକ୍ଷରୁ ଏମିତି ଏକ ରିପୋର୍ଟ ଗୁରୁବାର...

Advertisement
Archives

Model This Week