ଭାରରେ ବୁହାହେଲେ ଡଙ୍ଗରିଆ ମହିଳା

ମୁନିଗୁଡା, ୩୦।୮(ଡି.ଏନ୍‌.ଏ.): ରାୟଗଡା ଜିଲା ମୁନିଗୁଡାରେ ଶୁକ୍ରବାର ପୁଣି ଭାରରେ ବୁହାହେଲେ ଡଙ୍ଗରିଆ ମହିଳା। ଆମ୍ବୁଲାନ୍ସ ନ ପାଇବାରୁ ବାଧ୍ୟହୋଇ ଡେଙ୍ଗୁଣି ଗ୍ରାମରୁ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ପ୍ରାୟ ୧୫କିମି ଭାରରେ ବୋହି ଜଣେ ଡଙ୍ଗରିଆ ମହିଳା ରୋଗୀଙ୍କୁ ସମ୍ପର୍କୀୟ ଆଣିଛନ୍ତି।
ପ୍ରକାଶ ଯେ, ଗତ ଦୁଇ ସପ୍ତାହ ହେବ ଡେଙ୍ଗୁଣି ଗ୍ରାମର ହୁଣ୍ଡାରୀ ସିକକାଙ୍କ ଦେହ ଅସୁସ୍ଥ ଥିଲା। ଲଗାଣ ବର୍ଷା ଯୋଗୁ ରାସ୍ତା ଖରାପ ଥିବାରୁ ହୁଣ୍ଡାରୀଙ୍କୁ ଡାକ୍ତରଖାନା ନେବାରେ ଅସୁବିଧା ହୋଇଥିଲା। ଶୁକ୍ରବାର ତାଙ୍କ ସ୍ବାସ୍ଥ୍ୟ ଅଧିକ ଖରାପ ହୋଇପଡ଼ିବାରୁ ପ୍ରାୟ ୧୦ କିମି ଭାରରେ ବୋହି ଆଣିବା ପରେ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା। ଆମ୍ବୁଲାନ୍ସ ନ ପାଇବାରୁ ବାଧ୍ୟହୋଇ ମୁନିଗୁଡ଼ା ସହର ମଧ୍ୟରେ ଭାରରେ ବୋହି ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଏ ନେଇ ରୋଗୀଙ୍କ ସମ୍ପର୍କୀୟ ମାଳତୀ ସିକକାଙ୍କ ସମେତ ଅନ୍ୟମାନେ ପ୍ରକାଶ କରିଛନ୍ତି। ଡାକ୍ତରଖାନାରେ ପହଞ୍ଚିବା ପରେ ମୁନିଗୁଡା ମେଡିକାଲ ଅଫିସରଙ୍କ ସମେତ ଅନ୍ୟ ଡାକ୍ତରମାନେ ତୁରନ୍ତ ରୋଗୀଙ୍କ ପ୍ରାଥମିକ ଚିକିତ୍ସା ଆରମ୍ଭ କରିଥିଲେ। ତେବେ ରୋଗୀ ରକ୍ତ ହୀନତାର ଶିକାର ଥିବା ଜାଣାପଡ଼ିବା ପରେ ତାଙ୍କୁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ମୁନିଗୁଡା ମେଡିକାଲ ଅଫିସର ଡା. ସଞ୍ଜୟ କୁମାର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଘୁଚାପ ପ୍ରଭାବରେ ୪ ଦିନ ବର୍ଷିବ: ୧୦ ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର, ୧୩।୮(ବ୍ୟୁରୋ): ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ୪ ଦିଦ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ୨୪...

ସୁନାପଲ୍ଲୀରେ ଯୁବକଙ୍କୁ ହତ୍ୟା : ପାଳଗଦାରୁ ଦରପୋଡ଼ା ମୃତଦେହ ଉଦ୍ଧାର

କବିସୂର୍ଯ୍ୟନଗର,୧୮ା୧-ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ସୁନାପଲ୍ଲୀ ଗ୍ରାମରେ ଜଣେ ଯୁବକଙ୍କୁ ହତ୍ୟା ପରେ ପାଳଗଦାରେ ପକାଇ ନିଆଁ ଲଗାଇ ଦିଆଯାଇଛି। ଶୁକ୍ରବାର ଅର୍ଦ୍ଧଦଗ୍ଧ ମୃତଦେହକୁ ପୋଲିସ...

୩୦ ମାସରେ ସରିବ ଫୁଲବାଣୀ ମେଡିକାଲ କଲେଜ ନିର୍ମାଣ

ଭୁବନେଶ୍ୱର,(ବ୍ୟୁରୋ)/ଫୁଲବାଣୀ ଅଫିସ,୩।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭି. କେ. ପାଣ୍ଡିଆନ ଏବଂ...

ବାରିପଦା ବିଦ୍ୟୁତ୍‌ ଡିଭିଜନ : ଜାଲ୍‌ ଚେକ୍‌ରେ ଟାର୍ଗେଟ ପୂରଣ ଘଟଣା; ୩ ଅଧିକାରୀ ନିଲମ୍ବିତ

ଧରିତ୍ରୀ ପ୍ରଭାବ ବାରିପଦା ଅଫିସ,୯।୮- ମୟୂରଭଞ୍ଜ ଜିଲା ବାରିପଦା ବିଦ୍ୟୁତ୍‌ ଡିଭିଜନରେ ବିଲ୍‌ ଆଦାୟ ଟାର୍ଗେଟ ପୂରଣ ପାଇଁ ଜାଲ୍‌ ଚେକ୍‌ ଦେଇ ବିଭାଗକୁ ଠକିଥିବା...

ଶଟ୍‌ଡାଉନ୍‌ ପ୍ରଭାବ: ଗରଦପୁର ଅଞ୍ଚଳ ଜନଶୂନ୍ୟ

ପାଟକୁରା,୭।୬(ଡି.ଏନ୍‌.ଏ.): ରାଜ୍ୟ ସରକାର ୧୧ଟି ଜିଲାରେ ଜୁନ୍‌ ମାସ ପ୍ରତ୍ୟେକ ଶନିବାର ଓ ରବିବାରକୁ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ସେଥି ମଧ୍ୟରେ କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଭୁକ୍ତ।...

୩ ମାସ ପରେ ଖୋଲିଲା ଝୋଟ କାରଖାନା

ରୂପ୍‌ସା, ୨୮।୬(ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ସଦର ବ୍ଲକ ଅନ୍ତର୍ଗତ ରୂପ୍‌ସା ଜୟକିଶନ ଦାସମଲ ଝୋଟ କାରଖାନା ଗୁରୁବାରଠାରୁ ଚାଲୁ କରାଯାଇଛି। ଦୀର୍ଘ ୩ ମାସ ଧରି...

ଦେଢ଼ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ: ଜଣେ ଗିରଫ

ନୟାଗଡ଼ ଅଫିସ,୧୮।୧୨: ନୟାଗଡ଼ ଜିଲା ଅବକାରୀ ବିଭାଗ ସିନ୍ଦୁରିଆ ବ୍ୟାଙ୍କ ଛକରେ ଶୁକ୍ରବାର ଚଢ଼ାଉ କରିଛି। ଚଢ଼ାଉରେ ପୋଲିସ ୧୫ ଗ୍ରାମ ବ୍ରାଉନସୁଗାର ଜବତ କରିବା...

ସ୍କୁଲ, ହଷ୍ଟେଲରୁ ୬୪ ପିଲା କରୋନା ପଜିଟିଭ

ରାୟଗଡ଼ା ଅଫିସ,୮।୫: କରୋନା ସ୍ଥିତିରେ ସୁଧାର ଆସିବା ପରେ ସମସ୍ତ ସ୍କୁଲ ଏବଂ ହଷ୍ଟେଲଗୁଡ଼ିକ ଖୋଲିଛି। ପିଲାମାନେ ଏକଠି ବସି ପଢ଼ିବା ସହ ହଷ୍ଟେଲରେ ଗୋଟିଏ...

Advertisement
Archives

Model This Week