ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ଭୁଲ ଲାଗି ଛାତ୍ରୀ ପରୀକ୍ଷାରୁ ବଞ୍ଚିତ

ନବରଙ୍ଗପୁର,୧୬।୧(ବି.ପ୍ର.)- ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ଭୁଲ ଲାଗି ଜଣେ ଛାତ୍ରୀ ପଠାଣି ସାମନ୍ତ ଗଣିତ ସ୍କଲାରଶିପ ଟେଷ୍ଟ- ୨୦୧୯ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତିି। ପୂର୍ବାହ୍ନ ୧୦ଟାରୁ ଗୋଟାଏ ପର୍ଯ୍ୟନ୍ତ ପରୀକ୍ଷା ସମୟ ରହିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ସାଢେ ୧୦ଟାରେ ଛାତ୍ରୀଙ୍କୁ ଆଡମିଟ କାର୍ଡ ପ୍ରଦାନ କରିଛନ୍ତି। ପରୀକ୍ଷା କେନ୍ଦ୍ରକୁ ଯିବାର ସମୟ ସୀମା ଅତିକ୍ରମ ହୋଇଯିବାରୁ ଛାତ୍ରୀ ଜଣକ ପରୀକ୍ଷା ଦେଇ ପାରି ନ ଥିଲେ। ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଚାଟିଗୁଡା ଗାଁର ଛାତ୍ରୀ ଭାରତୀ ଗୌଡଙ୍କ କ୍ଷେତ୍ରରେ ଏଭଳି ଘଟଣା ଘଟିଛି।
ଡାବୁଗାଁ ବ୍ଲକ ଚାଟିଗୁଡା ନୂତନ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ଭାରତୀଙ୍କ ପଠାଣି ସାମନ୍ତ ଗଣିତ ସ୍କଲାରଶିପ ଟେଷ୍ଟ-୨୦୧୯ ପାଇଁ ଆଡମିଟ କାର୍ଡ ଆସିଥିଲା। ତେବେ ବିଦ୍ୟାଳୟ ପକ୍ଷରୁ ଆଡମିଟ କାର୍ଡ ଶିକ୍ଷକ ଦେଇ ନଥିଲେ। ବୁଧବାର ପୂର୍ବାହ୍ନ ୧୦ଟାରୁ ଗୋଟାଏ ପର୍ଯ୍ୟନ୍ତ ପରୀକ୍ଷା ସମୟ ରହିଥିିଲା। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ମେହେରା ପରୀକ୍ଷା ଅଛି କହି ଛାତ୍ରୀଙ୍କ ବାପା ଉଦ୍ଧବ ଗୌଡଙ୍କୁ ବୁଧବାର ପୂର୍ବାହ୍ନ ସାଢେ ୧୦ଟାରେ ଆଡମିଟ କାର୍ଡ ଦେଇଥିଲେ। ଆଡମିଟ କାର୍ଡ ନମ୍ବର ୧୯୧୧୩୯୩୦୫୩ ରହିଥିଲା। ପରୀକ୍ଷା କେନ୍ଦ୍ର ପାପଡାହାଣ୍ଡିସ୍ଥିତ ସରକାରୀ(ନୂଆ) ଏଲ.ବି. ହାଇସ୍କୁଲ ଥିଲା। ବିଦ୍ୟାଳୟରୁ ଆଡମିଟ କାର୍ଡ ଗ୍ରହଣ କରିବା ପରେ ଭାରତୀ ଓ ଉଦ୍ଧବ ସେଠାରୁ ତୁରନ୍ତ ବାହାରି ପରୀକ୍ଷା କେନ୍ଦ୍ରରେ ପୂର୍ବାହ୍ନ ୧୧ଟା ୪୦ରେ ପହଞ୍ଚିଥିଲେ। ତେବେ ପରୀକ୍ଷା ଆରମ୍ଭ ହୋଇଯାଇଥିବାରୁ ଭାରତୀଙ୍କୁ ପରୀକ୍ଷା କେନ୍ଦ୍ର ଭିତରକୁ ଯିବାକୁ ଦିଆ ଯାଇନ ଥିଲା। ଏନେଇ ଚାଟିଗୁଡା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରେନ୍ଦ୍ରଙ୍କୁ ପଚାରିବାରୁ ସେ କହିଥିଲେ ଯେ, ପରୀକ୍ଷା ବୁଧବାର ପୂର୍ବାହ୍ନ ୧୦ଟାରେ ଥିଲା। ସେ ସାଢେ ୧୦ଟାରେ ଆଡମିଟ କାର୍ଡ ପ୍ରଦାନ କରିଛନ୍ତି। ଆଡମିଟ କାର୍ଡ ଦେବାରେ ବିଳମ୍ବ କରିଥିବା ସୁରେନ୍ଦ୍ର ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀ ମହଲରେ ଚାଞ୍ଚଲ୍ୟ, ଚର୍ଚ୍ଚାରେ ନିଷ୍ପତ୍ତି: କଟନୀଛଟନୀକୁ ସରକାରୀ ମୋହର୍‌!

ବରଗଡ଼,୧୦।୧୨(ପ୍ରେମାନନ୍ଦ ଖମାରୀ): ଧାନ ସଂଗ୍ରହ ପ୍ରକ୍ରିୟାରେ କଟନୀଛଟନୀ ନୂଆ କଥା ନୁହେଁ। ପ୍ରତିବର୍ଷ ବିଭିନ୍ନ ଆଳ ଦେଖାଇ ଧାନ କଟନୀଛଟନୀ ହୋଇଥାଏ। କେତେବେଳେ ମଣ୍ଡିରେ ତ...

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri