ଭାରତ ସହ ଯୁଦ୍ଧ ହେଲେ ହାରିବ ପାକିସ୍ତାନ: ଇମ୍ରାନ୍‌

ଇସ୍‌ଲାମାବାଦ,୧୫।୯: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରଠାରୁ ପାକିସ୍ତାନ ଏକ ପ୍ରକାର କାନ୍ଦିବାରେ ଲାଗିଛି। ଏହାକୁ ନେଇ ସେ ବିଶ୍ୱ ଦରବାରରେ ନିନ୍ଦାର ପାତ୍ର ହୋଇସାରିଛି। ଦିନେ ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଉଥିବା ପାକିସ୍ତାନ ଏବେ କିନ୍ତୁ ତା’ ଅସଲ ଚେହେରା କ’ଣ ତାକୁ ଚିହ୍ନି ପାରିଛି। ନିକଟରେ ଅନ୍ତରାଷ୍ଟ୍ରୀୟ ନ୍ୟୁଜ୍‌ ଏଜେନ୍ସି ଅଲ ଜଜିରାକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ କହିଛନ୍ତି ଯଦି ଭାରତ ସହ ଯୁଦ୍ଧ ହୁଏ ତେବେ ପାକସ୍ତାନ ହାରିବ। ସେ ପୁଣି କହିଛନ୍ତି ପାକିସ୍ତାନ କେବେବି ପ୍ରଥମେ ପରମାଣୁ ଆକ୍ରମଣ କରିବ ନାହିଁ। ଏହାସହ ସେ ଯୁଦ୍ଧ ବିରୋଧୀ ବୋଲି କହିଛନ୍ତି। କାରଣ ଯୁଦ୍ଧ ସବୁ ସମସ୍ୟାର ସମାଧାନ ନୁହେଁ। ଯୁଦ୍ଧର ପରିଣାମ କେବେବି ଭଲ ନୁହେଁ ବୋଲି ସେ ତାଙ୍କ ସାକ୍ଷାତ୍‌କାରରେ କହିଛନ୍ତି। ଇମ୍ରାନଙ୍କର ଏହି କଥା ତାଙ୍କ ଦୋମୁହାଁ ନୀତିକୁ ପଦାରେ ପକାଇଛି। ସୂଚନାଯୋଗ୍ୟ, ଦିନକ ପୂର୍ବରୁ ପିଓକେର ମୁଜ୍ଜାଫରାବାଦରେ ସେ ଯୁଦ୍ଧ ପାଇଁ ଉସକାଉଥିବା ଦେଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲାକ୍‌ଲିଷ୍ଟରେ ପାକିସ୍ତାନ

ଇସଲାମାବାଦ,୨୩।୮: ଭାରତ ସହ ଯୁଦ୍ଧ କରିବାକୁ ପ୍ରସ୍ତୁତ ଥିବା ପାକିସ୍ତାନ ଓ ତା’ର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କୁ ପୁଣି ଏକ ଶକ୍ତ ଧକ୍କା ଲାଗିଛି। ଫାଇନାନ୍‌ସିଆଲ୍‌...

ସଂକ୍ରମଣ ସତ୍ତ୍ୱେ ସ୍କୁଲ ଖୋଲୁ

ଓ୍ବାଶିଂଟନ,୨୬ା୭: ଆମେରିକାରେ କରୋନା ଭୟଙ୍କର ରୂପ ନେଇଥିବାବେଳେ ସ୍କୁଲ୍‌ ଖୋଲିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଚାହୁଁଛନ୍ତି। ମାର୍ଚ୍ଚ ମାସରୁ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ଥିବାରୁ ପିଲାଙ୍କ...

୨୦୨୪ ପର୍ଯ୍ୟନ୍ତ ରହିବ କରୋନା, ବଢ଼ାଇବାକୁ ପଡ଼ିବ ଭାକ୍ସିନ୍‌ ଉତ୍ପାଦନ: ଫ୍ରାନ୍ସ୍‌…

ପ୍ୟାରିସ୍‌,୬।୫: କରୋନା ମହାମାରୀ ସଂକ୍ରମଣ ନେଇ ଜି-୭ ସମ୍ମିଳନୀରେ ଫ୍ରାନ୍ସ୍‌ ପକ୍ଷରୁ ଚେତାବନୀ ଦିଆଯାଇଛି। ଭାକ୍ସିନ୍‌ ଉତ୍ପାଦନ ନ ବଢ଼ାଇଲେ କରୋନା ସଂକ୍ରମଣ ୨୦୨୪ ପର୍ଯ୍ୟନ୍ତ...

ଜାତୀୟ ସଙ୍ଗୀତ ବିଲ୍‌କୁ ହଂକଂରେ ବିରୋଧ

ହଂକଂ,୨୮ା୫(ଆଇଏଏନ୍‌ଏସ୍‌): ହଂକଂରେ ଚାଇନାର ଜାତୀୟ ସଙ୍ଗୀତକୁ ଅସମ୍ମାନ କଲେ ତାହା ଅପରାଧ ବିବେଚିତ। ଏଭଳି ଉଦ୍ଦେଶ୍ୟ ନେଇ ଲେଜିସ୍‌ଲେଟିଭ୍‌ କାଉନ୍‌ସିଲରେ ଏକ ବିଲ୍‌ ଉପସ୍ଥାପନ ପୂର୍ବରୁ...

ଆଫଗାନ୍‌ ସେନାର ଆତ୍ମସମର୍ପଣ

କାବୁଲ, ୧୭ା୮: ମାତ୍ର ୨୦ ସପ୍ତାହରେ କୋଡ଼ିଏ ବର୍ଷ ପଛକୁ ଫେରିଛି ଆଫ୍‌ଗାନିସ୍ତାନ। ଆମେରିକା ସୈନ୍ୟ ପ୍ରତ୍ୟାହାର ସମ୍ପୂର୍ଣ୍ଣ ହେବା ପୂର୍ବରୁ ନିଜକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ...

ଜାତିସଂଘରେ ପୁଣି କଶ୍ମୀର ପ୍ରସଙ୍ଗ ଉଠାଇଲା ପାକ୍‌

ଜାତିସଂଘ,୧୧ା୯(ପି.ଟି.): ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ପାକିସ୍ତାନ ପୁଣିଥରେ କଶ୍ମୀର ପ୍ରସଙ୍ଗ ଉଠାଇଛି। ଭାରତ ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରିବା ପରେ ୟୁଏନ୍‌ଏସ୍‌ସି ଉପତ୍ୟକା...

‘ପାକ୍‌ ସେନା ଏଲ୍‌ଓସି ମୁହାଁ’

ଲକ୍ଷ୍ନୌ, ୧୨ା୮(ଆଇଏଏନ୍‌ଏସ୍‌): ପାକିସ୍ତାନୀ ସେନା ଅସ୍ତ୍ରଶସ୍ତ୍ର ସହ ଶନିବାର ରାତିରୁ ନିୟନ୍ତ୍ରଣ ରେଖା (ଏଲ୍‌ଓସି) ଅଭିମୁଖେ ଅଗ୍ରସର ହେଉଥିବା ଦେଖାଯାଇଛି। ପାକିସ୍ତାନର ଖବରଦାତା ହମିଦ୍‌ ମିର୍‌...

ଚାଷୀ ଆନ୍ଦୋଳନକୁ ସମର୍ଥନ କଲେ କାନାଡ଼ା ପ୍ରଧାନମନ୍ତ୍ରୀ

ଟୋରଣ୍ଟୋ,୧।୧୨: ଭାରତରେ ଜାରି ରହିଥିବା ଚାଷୀ ଆନ୍ଦୋଳନକୁ ଏବେ ବିଦେଶରୁ ସମର୍ଥନ ମିଳିଛି। କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଏହା ଏକ ଚିନ୍ତା ଜନକ ପ୍ରସଙ୍ଗ...

Advertisement


Archives

Model This Week