Posted inଜାତୀୟ

ଭାରତ-ବ୍ରାଜିଲ ମଧ୍ୟରେ ୧୫ ଚୁକ୍ତି ସ୍ବାକ୍ଷର

ନୂଆଦିଲ୍ଲୀ,୨୬ା୧(ପି.ଟି.): ଭାରତ ଓ ବ୍ରାଜିଲ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ଲାଗି ଶନିବାର ଦୁଇଦେଶ ମଧ୍ୟରେ ୧୫ଟି ଚୁକ୍ତିନାମା ସ୍ବାକ୍ଷର ହୋଇଛି। ନୂଆଦିଲ୍ଲୀ ଗସ୍ତରେ ଆସିଥିବା ବ୍ରାଜିଲ ରାଷ୍ଟ୍ରପତି ଜୈର୍‌ ବୋଲ୍‌ସୋନାରୋ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା, ନିରାପତ୍ତା, ବାଣିଜ୍ୟ, କୃଷି, ବେସାମରିକ ବିମାନ ଚଳାଚଳ, ଶକ୍ତି, ପରିବେଶ, ସ୍ବାସ୍ଥ୍ୟ ଓ ନବପ୍ରବର୍ତ୍ତନ ଆଦି କ୍ଷେତ୍ରରେ ସହଯୋଗ ବୃଦ୍ଧି ଲାଗି କାର୍ଯ୍ୟଯୋଜନା ପ୍ରସ୍ତୁତ ହୋଇଛି। ଅନ୍ତର୍ଜାତୀୟ ଆତଙ୍କବାଦର ମୂଳୋତ୍ପାଟନ ପାଇଁ ଦୁଇଦେଶ ଏକାଠି କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି। ବିଶ୍ୱ ଆର୍ଥତ୍କ ମାନ୍ଦାବସ୍ଥା କାରଣରୁ ଦୁଇ ବୃହତ୍‌ ଅର୍ଥନୀତିରେ ପୁଞ୍ଜିନିବେଶ ପ୍ରଭାବିତ ହୋଇଛି। ତେଣୁ ଦ୍ୱିପାକ୍ଷିକ ବାଣିଜ୍ୟ ଓ ପୁଞ୍ଜିବିନିଯୋଗ ବଢ଼ାଇବା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ତୈଳ ଓ ଗ୍ୟାସ, ଖଣିଜ ସମ୍ପଦ, ପାରମ୍ପରିକ ଔଷଧ, ପ୍ରାଣୀ ସମ୍ପଦ, ଜୈବଶକ୍ତି, ବାଣିଜ୍ୟ ଓ ନିବେଶ କ୍ଷେତ୍ରରେ ସହଯୋଗ ବୃଦ୍ଧି ଲାଗି ଚୁକ୍ତିନାମା ସ୍ବାକ୍ଷର ହୋଇଥିବା ଜଣାପଡିଛି। ବୋଲସୋନାରୋଙ୍କ ଭାରତ ଗସ୍ତ ଦୁଇଦେଶର ସମ୍ପର୍କରେ ଏକ ନୂଆ ଅଧ୍ୟାୟ ଉନ୍ମୋଚନ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତର ଆର୍ଥତ୍କ ଅଭିବୃଦ୍ଧିରେ ବ୍ରାଜିଲ୍‌ ଏକ ମୂଲ୍ୟବାନ ସହଯୋଗୀ ବୋଲି ସେ ମତ ଦେଇଛନ୍ତି। ରାଜିନାମା ସ୍ବାକ୍ଷର ହେବା ଦ୍ୱାରା ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ମଜଭୁତ ହେବ ବୋଲି ବ୍ରାଜିଲ ରାଷ୍ଟ୍ରପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ କେନ୍ଦ୍ରରେ ୧୧ ପରୀକ୍ଷାର୍ଥୀ ଅନୁପସ୍ଥିତ

ଗୁଡ଼ାରି,୧୯ା୨(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ୩ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ୧୧ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ। ମୋଟ୍‌ ୫୩୭…

ରୋମାଣ୍ଟିକ ମୁଡ୍‌ରେ ସୁଇମିଂ ପୁଲ ଫଟୋ ଶେୟାର କଲେ ହାର୍ଦ୍ଦିକ ପାଣ୍ଡ୍ୟା, ଗର୍ଲ ଫ୍ରେଣ୍ଡକୁ ଜଣାଇଲେ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ,୧୯।୨: ICC T20 World Cup 2026 ମଧ୍ୟରେ, ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର…

ଭାରତ ସହ କ୍ରିକେଟ ସମ୍ପର୍କ ସୁଧାରିବାକୁ ବାଂଲାଦେଶର ଉଦ୍ୟମ; ତାରିକ୍ ରହମାନ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ ,୧୯।୨: ଭାରତ-ବାଂଲାଦେଶ କ୍ରିକେଟ ସମ୍ପର୍କରେ ସୁଧାର ପାଇଁ ଢାକାର ବଡ଼ ପଦକ୍ଷେପ। ୨୦୨୬ ଟି-୨୦ ବିଶ୍ୱକପ୍‌କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଓ ମହମ୍ମଦ ୟୁନୁସଙ୍କ…

ପାକିସ୍ତାନର 2026 T20 World Cup ବିଜୟ ନିଶ୍ଚିତ? ଏହି ସଂଯୋଗ ଦେଖିଲେ ଆପଣ ବି ବିଶ୍ୱାସ କରିବାକୁ ବାଧ୍ୟ ହେବେ

ନୂଆଦିଲ୍ଲୀ,୧୯।୨: 2026 T20 World Cup ପାଇଁ ସୁପର ୮ ଦଳ ଚୂଡ଼ାନ୍ତ ହୋଇଛି। ଯଦିଓ ଟୁର୍ଣ୍ଣାମେଣ୍ଟର ପରବର୍ତ୍ତୀ ପର୍ଯ୍ୟାୟ ଆରମ୍ଭ ହୋଇନାହିଁ, କିନ୍ତୁ ପାକିସ୍ତାନ ବିଶ୍ୱକପ…

ବସ୍‌ ଧକ୍କାରେ ଓଲଟିପଡ଼ିଲା ଟ୍ରାକ୍ଟର, କଣ୍ଡକ୍ଟରଙ୍କ ସମେତ…

ଧୂଷୁରୀ,୧୯ା୨(ଦୀପ୍ତିରଞ୍ଜନ ନାୟକ): ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡ଼ି ଫାଣ୍ଡି ଅଧୀନ କୁଳେଇପଦା ଓ ଆରଡ଼ିର ମଧ୍ୟବର୍ତ୍ତୀ ସ୍ଥାନରେ ୨୦ ନମ୍ବର ଜାତୀୟ ରାଜପଥରେ ଗୁରୁବାର…

ଏହି ଦେଶର ପୂର୍ବତନ ରାଷ୍ଟ୍ରପତିଙ୍କୁ ଆଜୀବନ କାରାଦଣ୍ଡ, ଜାଣନ୍ତୁ କ’ଣ କରିଛନ୍ତି ଅପରାଧ

ସିଓଲ,୧୯।୨: ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତି ୟୁନ ସୁକ-ୟେଓଲ ଏକ ବଡ଼ ଝଟକା ପାଇଛନ୍ତି। ଗୁରୁବାର (ଫେବୃଆରୀ ୧୯) ଦିନ, କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି…

ନିର୍ବାଚନ ପୂର୍ବରୁ ‘ଫ୍ରିବିଜ୍, ରାଜ୍ୟଗୁଡ଼ିକୁ ଭତ୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୯।୨: ଦେଶରେ ବଢୁଥିବା ‘ମାଗଣା ରାଜନୀତି’ ବା ଫ୍ରିବିଜ୍ ସଂସ୍କୃତିକୁ ନେଇ ସୁପ୍ରିମକୋର୍ଟ କଡା ଟିପ୍ପଣୀ କରିଛନ୍ତି। ନିର୍ବାଚନ ଜିତିବା ପାଇଁ ରାଜ୍ୟ ସରକାରମାନେ ଘୋଷଣା କରୁଥିବା…

ଭାରତର ପଡୋଶୀ ଦେଶରେ ବଡ଼ ଧରଣର ବିସ୍ଫୋରଣ, ଅତିକମରେ ୧୬ ମୃତ

ଇସଲାମାବାଦ,୧୯।୨: ପାକିସ୍ତାନର ସବୁଠାରୁ ବଡ଼ ସହର କରାଚୀରୁ ଏକ ଦୁଃଖଦ ଖବର ଆସିଛି। ଏକ ଆବାସିକ ଅଞ୍ଚଳରେ ଏକ ଶକ୍ତିଶାଳୀ ବିସ୍ଫୋରଣ ସମଗ୍ର ଅଞ୍ଚଳକୁ ଥରାଇ ଦେଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri